ETV Bharat / politics

‘ଇଣ୍ଡିଆ’ ମେଣ୍ଟରେ କେଁ: ଦିଦିଙ୍କ ପରେ ନୀତିଶ, 'ରାହୁଲଙ୍କ ନ୍ୟାୟ ଯାତ୍ରା'ରେ ହେବେନି ସାମିଲ

author img

By ETV Bharat Odisha Team

Published : Jan 25, 2024, 5:13 PM IST

Rahul Gandhi's Bharat Jodo Nyay Yatra in Bihar: ବଢୁଛି ମେଣ୍ଟ କନ୍ଦଳ । ବଙ୍ଗରେ ସାମିଲ ହେଲେନି ଦିଦି । ବିହାରରେ ବି ସାମିଲ ନହୋଇପାରନ୍ତି ନୀତିଶ । ଅଧିକ ପଢନ୍ତୁ

ବିହାରରେ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ରେ ସାମିଲ ହେବେନି ନୀତିଶ !

ହାଇଦ୍ରାବାଦ: ବିରୋଧୀଙ୍କ ‘ଇଣ୍ଡିଆ’ ମେଣ୍ଟରେ ଫାଟ ବଢିବା ସହ ଏହା କ୍ରମଶଃ ସୁସ୍ପଷ୍ଟ ମଧ୍ୟ ହେବାରେ ଲାଗିଛି । ଯାହାର ଗୋଟିଏ ଗୋଟିଏ ପରେ ଘଟଣାକ୍ରମ ସାମ୍ନାକୁ ମଧ୍ୟ ଆସିବାରେ ଲାଗିଛି । ଗତକାଲି ମମତା ବାନାର୍ଜୀ ଓ ଆମ ଆଦମୀ ପାର୍ଟି ପଶ୍ଚିମବଙ୍ଗ ଓ ପଞ୍ଜାବରେ କଂଗ୍ରେସ ସହ ଆସନ ବୁଝାମଣା କରିବେ ନାହିଁ ବୋଲି କହିଥିଲେ। ଆଜି ବିହାରର କ୍ଷମତାକେନ୍ଦ୍ର ନୀତିଶ କ୍ୟାମ୍ପରୁ ମଧ୍ୟ ମେଣ୍ଟ ଅସନ୍ତୋଷର ଗନ୍ଧ ଆସିଛି । କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ବିହାରରେ ପ୍ରବେଶ କରିବାକୁ ଯାଉଥିବା ବେଳେ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାହୁଲ ଗାନ୍ଧୀଙ୍କ ସହ ସାମିଲ ହେବେନାହିଁ ବୋଲି ସୂତ୍ରରୁ ସୂଚନା ମିଳିଛି ।

ଏଠାରେ ଉଲ୍ଲେଖଯୋଗ୍ଯ ଯେ, କଂଗ୍ରେସ ‘ଇଣ୍ଡିଆ’ ମେଣ୍ଟର ସମସ୍ତ ସହଯୋଗୀ ଦଳକୁ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିଥିଲା । ଆଜି ଦଳର ଏହି ଯାତ୍ରା ବିଜେପି ଶାସିତ ଆସାମରୁ ବାହାରି ଦିଦିଙ୍କ ଗଡ ପଶ୍ଚିମବଙ୍ଗରେ ପ୍ରବେଶ କରିଛି । ହେଲେ ତୃଣମୂଳ କଂଗ୍ରେସ ଏଥିରେ ଅଂଶଗ୍ରହଣ କରିନାହିଁ । ଟିଏମସି ସମର୍ଥକମାନେ କଂଗ୍ରେସ ବିରୋଧୀ ପୋଷ୍ଟର ମାରିଛନ୍ତି । ଯେଉଁଥିରେ ‘ବଙ୍ଗ ପାଇଁ ଦିଦି ଯଥେଷ୍ଟ’ ବୋଲି ଉଲ୍ଲେଖ ରହିଛି ।

ଗତକାଲି ମମତା ଲୋକସଭା ନିର୍ବାଚନରେ ସିଧା କଂଗ୍ରେସ ସହ କୌଣସି ଆସନ ବୁଝାମଣା କରିବେ ନାହିଁ ବୋଲି କହିଥିଲେ । ରାଜ୍ୟରେ ତାଙ୍କ ଦଳ ଏକାକି ସବୁ ସଂସଦୀୟ ଆସନରେ ଏକା ଲଢିବ ବୋଲି ମମତା କହିଥିଲେ । ଏବେ ପରବର୍ତ୍ତୀ ରାଜ୍ୟ ଭାବେ ବିହାରରେ ପ୍ରବେଶ କରିବ ରାହୁଲଙ୍କ ଏହି ନେତୃତ୍ବାଧୀନ ଯାତ୍ରା । ସେଠାରେ ମଧ୍ୟ ଶାସନରେ ଥିବା ମେଣ୍ଟର ଦୁଇ ପ୍ରମୁଖ ଦଳ, ମୁଖ୍ୟମନ୍ତ୍ରୀ ନୀତିଶଙ୍କ ନେତୃ୍ତ୍ବାଧୀନ ଜେଡିୟୁ ଓ ଲାଲୁଙ୍କ ନେତୃତ୍ବାଧୀନ ଆରଜେଡି ଯାତ୍ରାରେ ସାମିଲ ହୋଇନପାରନ୍ତି ।

ନୀତିଶ ସାମିଲ ହେବେନାହିଁ ବୋଲି ସୂତ୍ରରୁ ସୂଚନା ମିଳିଥିବା ବେଳେ ଆରଜେଡି କ୍ୟାମ୍ପ କଥା ଏବେ ମଧ୍ୟ ସ୍ପଷ୍ଟ ହୋଇନି । ତେବେ ପ୍ରଥମେ ମମତା, ପରେ କେଜ୍ରିଓ୍ବାଲ ଓ ଏବେ ନୀତିଶ ମେଣ୍ଟରେ ଚାଲିଥିବା କନ୍ଦଳକୁ ଆହୁରି ସ୍ପଷ୍ଟ କରିଛନ୍ତି । ନିକଟରେ ମେଣ୍ଟର ଅଧ୍ୟକ୍ଷ ଭାବେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେଙ୍କୁ ଚୟନ କରାଯାଇଥିଲା । ପ୍ରଥମେ ନୀତିଶଙ୍କ ନାମ ପ୍ରସ୍ତାବିତ ହୋଇଥିଲେ ସୁଦ୍ଧା ନୀତିଶ ମନା କରିଥିଲେ । ଏହି ଦାୟିତ୍ବ ଏବେ କଂଗ୍ରେସ କାନ୍ଧରେ ନ୍ୟସ୍ତ ହୋଇଛି । ହେଲେ ନିକଟରେ ଶେଷ ହୋଇଥିବା 5 ରାଜ୍ୟରେ ବିଧାନସଭା ନିର୍ବାଚନରେ କଂଗ୍ରେସ ଏକାକୀ ପ୍ରଚାର କରି ନୈରାଶ୍ୟଜନକ ଫଳାଫଳ ପାଇବା ପରେ ମେଣ୍ଟ ଭିତରେ କଂଗ୍ରେସର ନେତୃତ୍ବକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି ।

ଏହା ମଧ୍ୟ ପଢନ୍ତୁ :- ଦିଦିଙ୍କ ଗଡ଼ରେ କଂଗ୍ରେସ ଯୁବରାଜଙ୍କ ପରୀକ୍ଷା, ମମତା କରିବେ କି ରାହୁଲଙ୍କ ଯାତ୍ରା ସହ ନ୍ୟାୟ ?

ଉତ୍ତର-ପୂର୍ବ ରାଜ୍ୟ ମଣିପୁରରୁ ଆରମ୍ଭ ହୋଇଥିବା କଂଗ୍ରେସର ଏହି ବହୁ ଚର୍ଚ୍ଚିତ ଯାତ୍ରା ମହାରାଷ୍ଟ୍ରରେ ଶେଷ ହେବ । ତେବେ ଏହି ଯାତ୍ରା ଆସାମର ଅତିକ୍ରମ କରିବା ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନାମରେ ମାମଲା ମଧ୍ୟ ରୁଜୁ ହୋଇସାରିଛି । ଏବେ ମେଣ୍ଟ ସହଯୋଗୀ ଦଳମାନେ ମଧ୍ୟ କଂଗ୍ରେସକୁ ସହଯୋଗ କରିବାକୁ ନାରାଜ । ଏପରିସ୍ଥଳେ ଅନ୍ଯ କିଛି ସହଯୋଗୀ ଦଳ ମଧ୍ୟ ଆସନ ବୁଝାମଣାରେ ମେଣ୍ଟ ନେତୃତ୍ବକୁ ଅସ୍ବୀକାର କରିପାରିବାର ଆଶଙ୍କା ଏବେଠାରୁ ବଢିଛି । ଯାହାକି ମୋଦି ବିରୋଧୀ ଋଣହୁଙ୍କାର ଦେଇ ଗଠିତ ହୋଇଥିବା ‘ଇଣ୍ଡିଆ’ ମେଣ୍ଟର ଅସ୍ଥିତ୍ବକୁ ପ୍ରଶ୍ନବାଚୀରେ ଛିଡା କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.