ETV Bharat / politics

'ମୋଦି ହିନ୍ଦୁ ନୁହନ୍ତି' ବିବାଦୀୟ ବୟାନ ପରେ ଲାଲୁଙ୍କ ବିରୋଧରେ ମାମଲା

author img

By ETV Bharat Odisha Team

Published : Mar 4, 2024, 9:03 AM IST

RJD chief Lalu Targets PM Modi: ଜନ ବିଶ୍ବାସ ରାଲିରେ ମୋଦିଙ୍କ ବିରୋଧରେ ବିବାଦୀୟ ବୟାନ ଦେଲେ ଲାଲୁ । ଥାନାରେ ମାମଲା । ଅଧିକ ପଢନ୍ତୁ

RJD chief Lalu Prasad
RJD chief Lalu Prasad

ପାଟନା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେବା ପଡିଲା ମହଙ୍ଗା । ମୋଦି ହିନ୍ଦୁ ନୁହନ୍ତି ବୋଲି କହିବା ପରେ ଆରଜେଡି ନେତା ଲାଲୁ ପ୍ରସାଦଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି । ଏଥି ସହ ତାଙ୍କ ପୁଅ ତେଜସ୍ବୀ ଯାଦବଙ୍କ ବିରୋଧରେ ମଧ୍ୟ ବିହାରର ରାଜଧାନୀ ପାଟନା ଗାନ୍ଧୀ ମଇଦାନ ପୋଲିସ ଷ୍ଟେସନରେ ଅଭିଯୋଗ ହୋଇଛି । ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ମୁଖପାତ୍ର କ୍ରିଷ୍ଣା ସିଂ କାଲୁ ଥାନାରେ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- Modi in Telangana: ବଂଶବାଦ ନେଇ ଟାର୍ଗେଟ, କହିଲେ BRS ଓ କଂଗ୍ରେସ ଦେଶ ପାଇଁ ବିପଜ୍ଜନକ

ଲାଲୁ ଯାଦବ ଏବଂ ତେଜସ୍ୱୀଙ୍କ ବିରୋଧରେ ମାମଲା: ବିହାରରେ ରବିବାର ଜନ ବିଶ୍ବାସ ରାଲିର ଆୟୋଜନ କରାଯାଇଥିଲା । ଏହି ରାଲିରେ ଲାଲୁ ପ୍ରସାଦ ମୋଦିଙ୍କ ବିରୋଧରେ ବିବାଦୀୟ ଟିପ୍ପଣୀ ଦେଇଥିଲେ । ମୋଦି ହିନ୍ଦୁ ନୁହଁନ୍ତି, ତାଙ୍କ ମାଆଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ସେ ମୁଣ୍ଡନ ମଧ୍ୟ କରିନଥିଲେ । ସେଥିପାଇଁ ମୋଦି ହେଉଛନ୍ତି ହିନ୍ଦୁ ବିରୋଧି । ଲାଲୁ ଯାଦବଙ୍କ ଏହି ବିବୃତ୍ତିରେ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ମୁଖପାତ୍ର କୃଷ୍ଣ ସିଂ କାଲୁ ଏକ ଏତଲା ଦେଇଛନ୍ତି । ସେହିପରି ତେଜସ୍ୱୀ ଯାଦବ ଉଚ୍ଚ ଜାତିର ଲୋକଙ୍କ ବିରୋଧରେ ଅଶ୍ଳୀଳ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୋଧରେ ଥାନାରେ ମାମଲା ହୋଇଛି । ବାପା ଓ ପୁଅଙ୍କ ବିରୋଧରେ ପୋଲିସ ମାମଲାକୁ ପଞ୍ଜିକୃତ କରିଛି ।

ଏହା ମଧ୍ୟ ପଢନ୍ତୁ- ଭ୍ରଷ୍ଟାଚାର, ବଂଶବାଦ ରାଜନୀତି ବିରୋଧରେ ଭାରତ ଛାଡ ଆନ୍ଦୋଳନ ପାଇଁ ଧର୍ମେନ୍ଦ୍ର ଆହ୍ବାନ

ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଆରଜେଡି ଓ କଂଗ୍ରେସର ବଂଶବାଦ ରାଜନୀତିକୁ ନିନ୍ଦା କରିଥିଲେ । ଯାହାକୁ ନେଇ ଜନ ବିଶ୍ବାସ ରାଲିରେ ମୋଦିଙ୍କ ଉପରେ ବର୍ତ୍ତିଥିଲେ ଲାଲୁ ପ୍ରସାଦ । ସେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଥିଲେ, “ନରେନ୍ଦ୍ର ମୋଦି କିଏ ? ସେ ଆମକୁ ବଂଶବାଦ ରାଜନୀତି କରୁଥିବା ଅଭିଯୋଗ କରୁଛନ୍ତି । ଯଦି ମୋଦିଙ୍କର ନିଜର ପରିବାର ନାହିଁ ତେବେ ଆମେ କ’ଣ କରିପାରିବା ? ସେ କାହିଁକି ସନ୍ତାନହୀନ ? ସେ ଜଣେ ପ୍ରକୃତ ହିନ୍ଦୁ ମଧ୍ୟ ନୁହଁନ୍ତି । ହିନ୍ଦୁ ପରମ୍ପରାରେ ବାପା ମାଆଙ୍କ ମୃତ୍ୟୁ ପରେ ଗୋଟିଏ ପୁଅ ମୁଣ୍ଡନ ହେବା କଥା ଓ ଦାଢି କାଟିବା କଥା । କିନ୍ତୁ ମୋଦି ତାଙ୍କ ମା’ଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଏହା କରିନାହାଁନ୍ତି ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.