ETV Bharat / politics

ବିଜେଡି ପ୍ରାର୍ଥୀ ସୁରେନ୍ଦ୍ର ଭୋଇଙ୍କୁ ମଦୁଆ କହିଲେ ନରସିଂହ, ପାଲଟା ଜବାବ ଦେଲା ବିଜେଡି - NARASINGHA TARGETS SURENDRA - NARASINGHA TARGETS SURENDRA

NARASINGHA TARGET SURENDRA: ମୁହାଁମୁହିଁ ହେଲେ ନରସିଂହ ଏବଂ ସୁରେନ୍ଦ୍ର । ବଲାଙ୍ଗୀର ବିଜେଡି ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂହ ଭୋଇଙ୍କ ମଦୁଆ କହିଲେ କଂଗ୍ରେସ ନେତା ନରସିଂହ ମିଶ୍ର , ସେପଟେ ଜବାବ ଦେଲେ ସୁରେନ୍ଦ୍ର ।ଅଧିକ ପଢନ୍ତୁ

ବିଜେଡି ପ୍ରାର୍ଥୀ ସୁରେନ୍ଦ୍ର ଭୋଇଙ୍କୁ ମଦୁଆ କହିଲେ ନରସିଂହ, ପାଲଟା ଜବାବ ଦେଲା ବିଜେଡି
ବିଜେଡି ପ୍ରାର୍ଥୀ ସୁରେନ୍ଦ୍ର ଭୋଇଙ୍କୁ ମଦୁଆ କହିଲେ ନରସିଂହ, ପାଲଟା ଜବାବ ଦେଲା ବିଜେଡି (ETV Bharat Odisha)
author img

By ETV Bharat Odisha Team

Published : May 9, 2024, 6:15 PM IST

ବିଜେଡି ପ୍ରାର୍ଥୀ ସୁରେନ୍ଦ୍ର ଭୋଇଙ୍କୁ ମଦୁଆ କହିଲେ ନରସିଂହ, ପାଲଟା ଜବାବ ଦେଲା ବିଜେଡି (ETV Bharat Odisha)

ବଲାଙ୍ଗୀର: ବଲାଙ୍ଗୀର ବିଜେଡି ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂହ ଭୋଇଙ୍କ ଚରିତ୍ର ସଂହାର କରି ଗୁରୁତର ଅଭିଯୋଗ ଆଣିଲେ ନରସିଂହ । ସେ ଜଣେ ମଦୁଆ, ଚାଲି ପାରନ୍ତି ନାହିଁ କିମ୍ବା କଥା କହି ଜାଣନ୍ତି ନାହିଁ ବୋଲି ଆଣିଲେ ଅଭିଯୋଗ । ସେପଟେ ଏହାକୁ ନେଇ ଜବାବ ରଖି ସୁରେନ୍ଦ୍ର ସିଂହ ଭୋଇ କହିଲେ ତାଙ୍କ ଲୋକଙ୍କ ସମର୍ଥନ ସହି ନ ପାରି ସେ ଅଯଥା ବର୍ତ୍ତାଳାପ କରୁଛନ୍ତି ।
ବଲାଙ୍ଗୀରର ପୂର୍ବତନ କଂଗ୍ରେସ ନେତା ସୁରେନ୍ଦ୍ର ସିଂହ ଭୋଇ କଂଗ୍ରେସ ଛାଡି ବିଜେଡିର ଯୋଗ ଦେଇଥିଲେ । ବିଜେଡି ତାଙ୍କୁ ବଲାଙ୍ଗୀରର ସାଂସଦ ଟିକଟ ଦେଇଛି । ତେବେ ବିଜେଡି ତାଙ୍କୁ ଟିକଟ ଦେବା ପରେ କଂଗ୍ରେସ ନେତା ନରସିଂହ ମିଶ୍ର ସୁରେନ୍ଦ୍ର ସିଂହ ଭୋଇଙ୍କ ଉପରେ ଅତି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ନିକଟରେ କଂଗ୍ରେସ ଦଳର ଆଗଲପୁର ଡୁଡୁକା ଗ୍ରାମ ଠାରେ ଜନସଭାରେ ସେ ଏଭଳି ଅଭିଯୋଗ ଆଣିଛନ୍ତି ।

ନରସିଂହ କହିଥିଲେ ଯେ, ସୁରେନ୍ଦ୍ର ସିଂହ ଭୋଇ ମଦ ନ ହେଲେ ରହି ପାରନ୍ତି ନାହିଁ । ସେ ଚାଲି ପାରନ୍ତି ନାହିଁ କିମ୍ବା କଥା କହି ଜାଣନ୍ତି ନାହିଁ । ସେ କଂଗ୍ରେସ ଟିକଟରୁ ଦୁଇ ଥର ବିଧାୟକ ହେବା ପରେ ଏବେ ହାରିଯିବା ଭୟରେ ବିଜେଡିର ମିଶି ସାଂସଦ ଟିକଟ ପାଇଛନ୍ତି । ସେ ବିଧାନସଭାରେ ତାଙ୍କୁ ଦେଖିଛନ୍ତି ସେ କେବେ ସେଠି କଥା କହି ଜାଣୁ ନ ଥିଲେ। ଏପରିକି ତାଙ୍କ ବାବଦରେ ଆହୁରି ଅନେକ କ୍ୱଥା ଅଛି ଯାହା ଜାଣିଲେ ଲୋକେ ଛି ଛି ଥୁ ଥୁ କରିବେ । ଏଭଳି ଲୋକଙ୍କୁ ସାଂସଦ ପଠାଇଲେ ବଲାଙ୍ଗୀରର ସର୍ବନାଶ ହେବ ।"

ସେପଟେ ନସରସିଂହ ମିଶ୍ରଙ୍କ ଏଭଳି ବୟାନ ଓ ଅଭିଯୋଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ସୁରେନ୍ଦ୍ର ସିଂହ ଭୋଇ । ସୁରେନ୍ଦ୍ର କହିଛନ୍ତି, "ମୁଁ ନିର୍ବାଚନ ପ୍ରଚାର ପାଇଁ ଦିନ ରାତି ବୁଲୁଛି । ମୋତେ କେହି ବୋହି ନେଉ ନାହାନ୍ତି । ମୁଁ ନିଜେ ଚାଲି କି ଯାଉଛନ୍ତି । ଲୋକଙ୍କର ସମର୍ଥନ ମୋ ପ୍ରତି ରହିଛି । ଏବଂ ଏହାକୁ ନରସିଂହ ମିଶ୍ର ସହ୍ୟ କରି ପାରୁ ନାହାନ୍ତି । ତେଣୁ ସେ ଅଯଥାର ବର୍ତ୍ତାଳାପ କରୁଛନ୍ତି । "

ଏହା ମଧ୍ୟ ପଢନ୍ତୁ ......କନିଷିରୁ ବିରୋଧୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ, ପାଣ୍ଡିଆନ କହିଲେ ଆଜି ସନ୍ଧ୍ୟାରେ ଆସିବ ମାନିଫେଷ୍ଟୋ - CM Campaign In Ganjam

ଚଳିତ ନିର୍ବାଚନରେ ଦଳ ସହ ନେତା ମଧ୍ୟ ଅମନା ସାମନା ହେଉଛନ୍ତି । ପୂର୍ବରୁ କିଏ କ'ଣ ବିକାଶ କାମ କରିଛି ତାର ହିସାବ କିତାବ ଜରିଆରେ ଲୋକଙ୍କ ପାଖରେ ପ୍ରଚାର କରା ଯାଉଥିଲା । ହେଲେ ଏବେ ଏଠି ରାଜନୀତି ବ୍ୟକ୍ତି ଗତସ୍ତରକୁ ଟାଣି ନିଆ ଯାଉଛି। ଏପରିକି ପରସ୍ପରର ଚରିତ୍ର ସଂହାର କରିବାରେ ମଧ୍ୟ ନେତା ପଛାଉ ନାହାନ୍ତି । ତେବେ ଏହି ଟ୍ରେଣ୍ଡ ଆଗକୁ କେଉଁ ମୋଡ ନେବ ତାହା ପରେ ହିଁ ଜଣା ପଡିବ ଓ ଲୋକେ ହିଁ ଏହାର ଉଚିତ ଜବାବ ଦେବେ ବୋଲି କୁହା ଯାଇଛି ।

ଇଟିଭି ଭାରତ, ବଲାଙ୍ଗିର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.