ETV Bharat / politics

ବିଜେଡି ନେତାଙ୍କ ବୟାନ, 'ଓଡିଶାରେ ନାହିଁ ଦାଦନ, ଅର୍ଥ ବୃଦ୍ଧି କରିବାକୁ ଲୋକେ ଯାଉଛନ୍ତି ବାହାର ରାଜ୍ୟ', ସମାଲୋଚନା ଜୋରଦାର - Balangir migrant politics - BALANGIR MIGRANT POLITICS

Balangir migrant politics: ନିର୍ବାଚନୀ ଉଷ୍ମତା ମଧ୍ୟରେ ବିଜେଡି ନେତାଙ୍କ 'ଦାଦନ' ବୟାନକୁ ନେଇ ତମ୍ବିତୋଫାନ । ରାଜ୍ୟରେ ଜଣେ ବି ଦାଦନ ଶ୍ରମିକ ନଥିବା କହିଲେ ବିଜେଡି ନେତା ସୁବାସ ସିଂହ । କଡା ସମାଲୋଚନା କଲେ ବିଜେପି ସାଂସଦ ସଂଗୀତା କୁମାରୀ ସିଂହ ଦେଓ । ଅଧିକ ପଢନ୍ତୁ

Balangir migrant politics
Balangir migrant politics (Etv Bharat Odisha)
author img

By ETV Bharat Odisha Team

Published : May 6, 2024, 3:35 PM IST

Balangir migrant politics (Etv Bharat Odisha)

ବଲାଙ୍ଗୀର: ନିର୍ବାଚନୀ ଉଷ୍ମତା ମଧ୍ୟରେ 'ଦାଦନ' ବୟାନକୁ ନେଇ ମୁହାମୁହିଁ ବିଜେଡି ଓ ବିଜେପି । ବିଜେଡି ଶ୍ରମିକ ନେତା ସୁବାସ ସିଂହଙ୍କ ବୟାନକୁ ନେଇ ତମ୍ବିତୋଫାନ ଦେଖିବାକୁ ମିଳିଛି । ସୁବାସ ସିଂହ ଏକ ସଭାରେ ରାଜ୍ୟ କିମ୍ବା ବଲାଙ୍ଗୀରରେ ଜଣେ ବି ଦାଦନ ଶ୍ରମିକ ନଥିବା ବେଳେ ଲୋକେ ନିଜ ଆୟ ବୃଦ୍ଧି ଆଶାରେ ବାହାର ରାଜ୍ୟକୁ ଯାଉଥିବା କହିଥିବା ବେଳେ ଏହାକୁ ଟାର୍ଗେଟ କରିଛନ୍ତି ବିଜେପି ସାଂସଦ ପ୍ରାର୍ଥୀନୀ ସଂଗୀତା କୁମାରୀ ସିଂହ ଦେଓ ।

୨୦୨୪ ନିର୍ବାଚନକୁ ନେଇ ରାଜ୍ୟରେ ରାଜନୈତିକ ଉଷ୍ମତା ଭରି ରହିଛି । ରବିବାର ଦିନ ବଲାଙ୍ଗୀରରେ ବିଜେଡି ଶ୍ରମିକ ସାମୁଖ୍ୟ ମଞ୍ଚ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ସୁବାସ ସିଂଙ୍କ ବୟାନବାଜିକୁ ନେଇ ରାଜନୈତିକ ତମ୍ବିତୋଫାନ ଦେଖିବାକୁ ମିଳିଛି । ଏହି ଅବସରରେ ସୁବାସ ସିଂ କହିଥିଲେ ଯେ, 98 ପ୍ରତିଶତ ଶ୍ରମିକ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ଅଛନ୍ତି । ସମାନ ଭାବରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସେମାନଙ୍କୁ ସବୁ ପ୍ରକାରର ସ୍ୱାସ୍ଥ୍ୟ ସୁବିଧା ମାଗଣାରେ ଯୋଗାଇ ଦିଆଯାଉଛି । ଏହାସହ ସମସ୍ତଙ୍କୁ ଶିକ୍ଷା, ସାମାଜିକ ସୁରକ୍ଷା ପାଇଁ ମଧ୍ୟ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । ତେଣୁ ଏଠି କୌଣସି ଦାଦନ ଶ୍ରମିକ ରହିବା ପ୍ରଶ୍ନ ଉଠୁ ନାହିଁ । ଯେଉଁମାନେ ବାହାର ରାଜ୍ୟକୁ ଯାଉଛନ୍ତି ସେମାନେ କେବଳ ନିଜର ଅର୍ଥ ବୃଦ୍ଧି କରିବାକୁ ଯାଉଥିବାର ସେ କହିଛନ୍ତି । ରାଜ୍ୟରେ ଦାଦନ ନାହିଁ । କେବଳ ରାଜନୈତିକ ଉଦ୍ଦେଶ୍ୟ ରଖି କହୁଥିବା କହିଛନ୍ତି ।

ଏହାମଧ୍ୟ ପଢନ୍ତୁ..ଦାଦନ ଖଟିବାକୁ ଯାଇ ତେଲେଙ୍ଗାନାରେ ଫସିଥିଲେ 45 ଶ୍ରମିକ, ଉଦ୍ଧାର କଲା ଶ୍ରମ ବିଭାଗ - Migrant Labour Rescued

ଅନ୍ୟପଟେ ସୁବାସ ସିଂଙ୍କ ଏଭଳି ବୟାନକୁ ନେଇ କଡା ଟାର୍ଗେଟ କରିଛନ୍ତି ବଲାଙ୍ଗୀର ସାଂସଦ ତଥା ବିଜେପି ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂହଦେଓ । ସେ କହିଛନ୍ତି ଯେ, ଜଣେ ବିଜେଡି ନେତା ଏଭଳି ଘୋଷଣା କରିବା ନିହାତି ନିନ୍ଦନୀୟ ଅଟେ । ତେବେ ସରକାର ସତ ଜାଣି ମଧ୍ୟ ସତକୁ ନା କରିବା ଏକ ବଡ ସମସ୍ୟା । ରାଜ୍ୟ ସରକାର ତଥା କେନ୍ଦ୍ର ସରକାର ଓ ଶ୍ରମ ବିଭାଗ ପାଖରେ ବର୍ଷକୁ ଓଡ଼ିଶାରୁ ଲକ୍ଷାଧିକ ଦାଦନ ଶ୍ରମିକ କେବଳ ପେଟ ପାଟଣା ପାଇଁ ଭିଟା ମାଟି ଛାଡୁଥିବାର ରିପୋର୍ଟ ରହିଛି । ସେହିପରି କେତେ ଦାଦନ ସେଠି ମୃତାହତ ହେଉଛନ୍ତି ତାର ମଧ୍ୟ ରିପୋର୍ଟ ପୋଲିସ ଓ ସରକାର ପାଖରେ ଅଛି । ଏପରିକି ଅନେକ ସମୟରେ ହଜାର ହଜାର ଦାଦନ ଶ୍ରମିକଙ୍କୁ ନିଜେ ସରକାର ଉଦ୍ଧାର କରିବା ଓ କ୍ଷତିପୂରଣ ଦେବାର ରିପୋର୍ଟ ରହିଛି । ଏବଂ ଏହା ସତ୍ତ୍ୱେ ଏସବୁ ତଥ୍ୟକୁ ଲୁଚାଇବାକୁ ଚେଷ୍ଟା କରି ବିଜେଡି ନେତା ଏଭଳି ବୟାନ ଦେବା ଅତି ଦୁଃଖର କଥା ବୋଲି ସେ କହିଛନ୍ତି ।

ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ମରୁଡି ପ୍ରବଣ ହୋଇଥିବାରୁ ଏଠାରେ ଚାଷ ବିଶେଷ ହୋଇ ନ ଥାଏ । ସେହିପରି ଶିଳ୍ପ ନ ଥିବାରୁ ରୋଜଗାର ମଧ୍ୟ ଏଠି ନାହିଁ । ତେଣୁ ଲୋକେ ପେଟ ପାଟଣା ପାଇଁ ବାହାର ରାଜ୍ୟକୁ ଦାଦନ ଖଟି ଯାଇଥାନ୍ତି । ଯାହାକୁ ଅନେକ ସମୟରେ ନିଜେ ପ୍ରଶାସନ ଓ ସରକାର ସ୍ୱୀକାର କରି ଆସିଛନ୍ତି । ଏପରିକି ଏବେ ବଲାଙ୍ଗୀରରୁ 22 ହଜାର ପଞ୍ଜିକୃତ ଦାଦନ ଶ୍ରମିକ ବାହାର ରାଜ୍ୟରେ ଦାଦନ ଖଟୁଥିବାର ସରକାରୀ ତଥ୍ୟ ରହିଛି । ଏଭଳି ସ୍ଥଳେ ବିଜେଡି ନେତାଙ୍କ ବୟାନ ଅସନ୍ତୋଷର ବୃଦ୍ଧି କରିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.