ETV Bharat / politics

ଶପଥ ସମାରୋହ ପରେ ସଂଧ୍ୟାରେ ମୋହନ ସରକାରର ପ୍ରଥମ କ୍ୟାବିନେଟ, କେଉଁ ପ୍ରସ୍ତାବରେ ବାଜିବ ମୋହର ! - SWEARING IN CEREMONY OF BJP GOVT

author img

By ETV Bharat Odisha Team

Published : Jun 12, 2024, 10:20 AM IST

Mohan majhi government's first cabinet in evening: ଶପଥ ସମାରୋହ ପରେ ସଂଧ୍ୟାରେ ମୋହନ ସରକାରର ପ୍ରଥମ କ୍ୟାବିନେଟ୍‌ । ଲୋକସଭା ଭବନରେ ବସିବ । ଅଧିକ ପଢନ୍ତୁ

ଶପଥ ସମାରୋହ ପରେ ସଂଧ୍ୟାରେ ମୋହନ ସରକାରର ପ୍ରଥମ କ୍ୟାବିନେଟ, କେଉଁ ପ୍ରସ୍ତାବରେ ବାଜିବ ମୋହର !
ଶପଥ ସମାରୋହ ପରେ ସଂଧ୍ୟାରେ ମୋହନ ସରକାରର ପ୍ରଥମ କ୍ୟାବିନେଟ, କେଉଁ ପ୍ରସ୍ତାବରେ ବାଜିବ ମୋହର ! (ETV Bharat Odisha)

ଭୁବନେଶ୍ବର: ଆଜି ରାଜ୍ୟରେ ବିଧିବଦ୍ଧ ଭାବେ ଆରମ୍ଭ ହେବାକୁ ଯାଉଛି ବିଜେପି ଶାସନ । ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ । ଜନତା ମୈଦାନରେ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଭାବେ କେ.ଭି ସିଂହଦେଓ ଏବଂ ପ୍ରଭାତୀ ପରିଡାଙ୍କ ସମେତ ଅନ୍ୟ ମନ୍ତ୍ରୀମାନେ ପଦ ଓ ଗୋପନୀୟତାର ଶପଥ ପାଠ କରିବେ । ଏହାପରେ ସଂଧ୍ୟାରେ ଲୋକସଭା ଭବନରେ ବସିବ ମୋହନ ସରକାର ପ୍ରଥମ କ୍ୟାବିନଟ ବୈଠକ । ବିଜେପି ସରକାରର ପ୍ରଥମ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର ରହିଛି ।

ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ କ୍ୟାବିନେଟ ବୈଠକ । ଭିସିରେ ନୁହେଁ, ମନ୍ତ୍ରୀ ପରିଷଦର ସମସ୍ତ ସଦସ୍ୟ ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ରହିବେ । 2020 ମସିହା ପରେ ରାଜ୍ୟ ସରକାରଙ୍କ କ୍ୟାବିନେଟ ବୈଠକ ଭିସି ବଦଳରେ ପ୍ରତ୍ୟକ୍ଷ ଭାବେ ହେବାକୁ ଯାଉଛି । କ୍ୟାବିନେଟରେ ବିଜେପି ନିର୍ବାଚନ ସମୟରେ ଘୋଷଣା କରିଥିବା ଇସ୍ତାହାର ହେବ ପ୍ରତିଫଳିତ ହେବା ନେଇ ଆଶା କରାଯାଉଛି । ଗତକାଲି ବସିଥିବା ବିଜେପି ନବନିର୍ବାଚିତ ବିଧାୟକ ଦଳ ବୈଠକରେ ସର୍ବସମ୍ମତିକ୍ରମେ ମୋହନ ମାଝୀଙ୍କୁ ନେତା ଭେବେ ନିର୍ବାଚିତ କରାଯାଇଥିଲା । ଏହି ବୈଠକରରେ ଦୁଇ ବରିଷ୍ଠ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଭୁପେନ୍ଦ୍ର ଯାଦବ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ । ଏହାର କିଛି ଘଣ୍ଟା ମଧ୍ୟରେ ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବା ପାଇଁ ଦାବି ଜଣାଇଥିଲେ । ଆଜି ଅପରାହ୍ନରେ ଜନତା ମୈଦାନରେ ଶପଥ ଗ୍ରହଣ ସମାରୋହ ହେବାକୁ ଯାଉଛି ।

ଏହା ମଧ୍ୟ ପଢନ୍ତୁ :- ମୋହନ ମାଝୀ ନୂଆ ମୁଖ୍ୟମନ୍ତ୍ରୀ; ସରପଞ୍ଚରୁ ରାଜ୍ୟ ମୁଖିଆ; କେମିତି ଥିଲା ଯାତ୍ରା - New CM OF Odisha

ଦୀର୍ଘ ୨୪ବର୍ଷ ପରେ ଓଡିଶାରେ ପୁଣି ସରକାରରେ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ମିଳିବ । ଗତକାଲି ମୁଖ୍ୟମନ୍ତ୍ରୀ ନେଇ ଜାରି ରହିଥିବା ସସପେନ୍ସରୁ ପରଦା ହଟିବା ପରେ ଏବେ ମନ୍ତ୍ରିମଣ୍ଡଳର ରୂପରେଖ ନେଇ ଆକଳନ ଜାରି ରହିଛି । ମୋଟ କେତେ ସଂଖ୍ୟକ ମନ୍ତ୍ରୀ ଆଜି ଶପଥ ଗ୍ରହଣ କରିବେ, ସେମାନଙ୍କ ମଧ୍ୟରେ କେତେ ମହିଳା ଓ ଯୁବ ଚେହେରା ରହିବେ, ସେନେଇ ବିଭିନ୍ନ ଆକଳନ ପ୍ରକାଶ ପାଇବାରେ ଲାଗିଛି । ଏହା ସହ ପଶ୍ଚିମ-ଓଡିଶା, ଉପକୂଳ ଓ ସମ୍ପ୍ରଦାୟ ଆଧାରରେ କେତେ ବିଭାଗ କେଉଁ ଆଡକୁ ଯିବ, ସେନେଇ ମଧ୍ୟ ବିଭିନ୍ନ ଆକଳନ କରାଯାଉଛି । ଆଉ ମାତ୍ର କିଛି ଘଣ୍ଟା ମଧ୍ୟରେ ଏହା ସ୍ପଷ୍ଟ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.