ETV Bharat / politics

ମୁଖ୍ୟମନ୍ତ୍ରୀଙ୍କ ସହିତ ଅଛନ୍ତି ମିଶନ ଶକ୍ତିର ମା'; ମହିଳା ସଶକ୍ତିକରଣ ପାଇଁ ସରକାର ପ୍ରତିବଦ୍ଧ: ବିଜେଡି - BJD Press Meet

author img

By ETV Bharat Odisha Team

Published : May 28, 2024, 10:05 PM IST

BJD Press Meet: ମହିଳା ସଶକ୍ତିକରଣ ପାଇଁ ବିଜେଡି ସରକାର ପ୍ରତିବଦ୍ଧ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ସହିତ ସବୁବେଳେ ରାଜ୍ୟର ମିଶନ ଶକ୍ତି ମା'ମାନେ ଅଛନ୍ତି ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ମମତା ମହନ୍ତ । ଅଧିକ ପଢ଼ନ୍ତୁ

BJD Press Meet
BJD Press Meet (ETV Bharat Odisha)

ଭୁବନେଶ୍ବର: ମିଶନ ଶକ୍ତିରେ ଥିବା ୭୦ ଲକ୍ଷ ମହିଳା ସଦସ୍ୟଙ୍କୁ ବିନା ସୁଧରେ ୧୦ ଲକ୍ଷ ଟଙ୍କାର ଋଣ ଦିଆଯାଉଥିବା କହିଛନ୍ତି ବିଜେଡି ନେତ୍ରୀ ତଥା ରାଜ୍ୟସଭା ସାଂସଦ ମମତା ମହନ୍ତ । ବିଦେଶ ଯାଉଛନ୍ତି ଓଡିଶାର ମିଶନ ଶକ୍ତି ମାଆ । ଏସ୍‌ଏଚ୍‌ଜିର ମହିଳାମାନେ ଏବେ ସଫଳ ଉଦ୍ୟୋଗୀ ହୋଇପାରିଛନ୍ତି । ମହିଳା ସଶକ୍ତିକରଣ ପାଇଁ ବିଜେଡି ସରକାର ପ୍ରତିବଦ୍ଧ । ତେଣୁ ମୁଖ୍ୟମନ୍ତ୍ରୀଙ୍କ ସହିତ ସବୁବେଳେ ରାଜ୍ୟର ମିଶନ ଶକ୍ତି ମାଆମାନେ ଅଛନ୍ତି ବୋଲି କହିଛନ୍ତି ରାଜ୍ୟସଭା ସାଂସଦ ମମତା ମହନ୍ତ ।

BJD Press Meet (ETV Bharat Odisha)

ମମତା କହିଛନ୍ତି, "ପ୍ରତି ବର୍ଷ ଏବଂ ପ୍ରତି ନିର୍ବାଚନରେ ମିଶନ ଶକ୍ତିର ମହିଳା ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କ ସହିତ ରହିଛନ୍ତି । କାରଣ ମହିଳାଙ୍କ ପ୍ରତି ଆମର ପ୍ରତିବଦ୍ଧତା । ଏହା ସ୍ଲୋଗାନ ନୁହେଁ, ବରଂ ଏକ ଐତିହାସିକ ସତ୍ୟ । ପଞ୍ଚାୟତିରାଜ ଓ ସହରାଞ୍ଚଳ ସ୍ଥାନୀୟ ସ୍ବୟଂଶାସନରେ ଏହି ସରକାର ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି । ଗ୍ରାମ ଓ ସହରରେ ଥିବା ୭୦ ଲକ୍ଷ ମହିଳାଙ୍କୁ ଛୋଟ ଛୋଟ ଗୋଷ୍ଠିରେ ସଂଯୋଗ କରିଛି । ୬ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠିକୁ ତାଲିମ, ଋଣ ସୁବିଧା, ଦକ୍ଷତା ବୃଦ୍ଧି କରାଯାଇଛି । ମିଶନ ଶକ୍ତି ଏକ ସ୍ବାଧୀନ ବିଭାଗ ଯାହାର ବଜେଟ ଅଛି । ଧାନ କିଣାରୁ ଆରମ୍ଭ କରି ବିଦ୍ୟୁତ ମିଟର ରିଡିଂ ଏବଂ ବ୍ୟାଙ୍କ ମିତ୍ର ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ମହିଳାମାନେ ନିୟୋଜିତ । ପୋଷାକ ପାଇଁ 'ୟୁନିଫର୍ମ ଟୁ ବ୍ଲେଜର' ଯୋଜନାରେ ୭୩୦ କୋଟି ବଜେଟ ସହାୟତା ମିଳିଛି ।

ସେହିଭଳି ସେ ଆହୁରି କହିଛନ୍ତି ଯେ, ୧ ଲକ୍ଷ ମହିଳାଙ୍କୁ ସଶକ୍ତ କରିବା ପାଇଁ ସ୍କୁଟର ମୋବିଲିଟିରେ ସେମାନଙ୍କ ପସନ୍ଦର ସ୍କୁଟର କିଣାଯାଇଛି । ଟାର୍ଗେଟ ଗ୍ରୁପରେ ୭୫୦୦୦ କମ୍ୟୁନିଟି ସପୋର୍ଟ ଷ୍ଟାଫ ଏବଂ ୧,୨୫୦୦୦ ବିଜନେସ କରେସପଣ୍ଡେଣ୍ଟ୍‌ ଏଜେଣ୍ଟ ରହିଛନ୍ତି । ୪୦,୦୦୦ ସଦସ୍ୟ ଏହି ସେବାର ଲାଭ ଉଠାଇଛନ୍ତି । ଆସନ୍ତା ୫ ବର୍ଷ ପାଇଁ ୫୨୮ କୋଟି ବଜେଟ ସହାୟତା ପ୍ରଦାନ କରାଯାଇଛି । ନୂଆ ନୂଆ ବିଷୟରେ ଜାଣିବାପାଇଁ ଦୁବାଇ ଓ ସିଙ୍ଗାପୁର ଭଳି ଦେଶକୁ ସେମାନଙ୍କୁ ପଠାଯାଉଛି । ଏଥିପାଇଁ ୫୦୧ ଏସ୍‌ଏଚ୍‌ଜି ମୁଖ୍ୟଙ୍କୁ ମିଳିଛି ସୁଯୋଗ । ଲିଙ୍ଗଗତ ତାରତମ୍ୟ ଦୂର ପାଇଁ ଲକ୍ଷ୍ମୀ ବସରେ ଏସ୍‌ଏଚ୍‌ଜିଙ୍କୁ କଣ୍ଡକ୍ଟର, ଟିକେଟ, ଭଡ଼ା ଆଦାୟ, ଅର୍ଥ ଜମା ପାଇଁ ସୁଯୋଗ ଦିଆଯାଇଛି । କୋଭିଡରେ ମାସ୍କ ତିଆରି ଓ ଗୋଷ୍ଠୀ ଖାଦ୍ୟ ପ୍ରସ୍ତୁତି ସମେତ ଶିକ୍ଷା ଉପରେ ଗୁରୁତ୍ବ ଦିଆଯାଇଛି ।

ଏସ୍‌ଏଚ୍‌ଜି ବ୍ୟାଙ୍କ ଲିଙ୍କେଜ୍‌ କାର୍ଯ୍ୟକ୍ରମରେ ସହଜରେ ଋଣ ଉପଲବ୍ଧ କରାଇବା ପାଇଁ ୨୦୨୩-୨୪ରେ ୧୫୦୦୦ କୋଟିର ସଂସ୍ଥାଗତ ଅର୍ଥ ପ୍ରଦାନ କରାଯାଇଛି । ବିଗତ ୫ ବର୍ଷରେ ୪୦,୦୦୦ କୋଟି ଉଦ୍ୟୋଗ ଓ ଜୀବିକାକୁ ପ୍ରୋତ୍ସାହିତ କରିଛି । ଆସନ୍ତା ୩ ବର୍ଷ ମଧ୍ୟରେ ଏହାକୁ ୭୫୦୦୦ କୋଟି ଟଙ୍କାରେ ପହଞ୍ଚାଇବାକୁ ସରକାର ପ୍ରତିଶ୍ରୁତିବଦ୍ଧ । ୧୦ ଲକ୍ଷ ପର୍ଯ୍ୟନ୍ତ ଋଣ ଉପରେ ସୁଧ ହାର ପ୍ରାୟ ଶୂନ ହୋଇଥିବାରୁ ସରକାର ସମ୍ପୂର୍ଣ୍ଣ ରିହାତି ଦେଉଛନ୍ତି । ୨୦୨୩ ଏପ୍ରିଲ ପହିଲାରୁ ଏହା ୫ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି ପାଇଛି । ଗତ ୪ ବର୍ଷରେ ରାଜ୍ୟ ସରକାର ୯୨୫ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କରିଛନ୍ତି । କେବଳ ଚଳିତ ବର୍ଷ ଏହା ୨୯୨ କୋଟି ଏବଂ ଆସନ୍ତା ୩ ବର୍ଷ ମଧ୍ୟରେ ଏହା ୧୦୦୦ କୋଟି ଛୁଇଁବ ।

ଏହା ମଧ୍ୟ ପଢ଼ନ୍ତୁ...ନିର୍ବାଚନ ପୂର୍ବରୁ ଭଦ୍ରକରେ ବିଜେପିକୁ ଝଟ୍‌କା, ବିଜେଡିରେ ମିଶିଲେ ହରପ୍ରିୟା ସାହୁ - Harapriya Sahoo Joins BJD

ମିଶନ ଶକ୍ତି ଉଦ୍ୟୋଗରେ ୭ ମିଲେଟ ଶକ୍ତି କାଫେ, ୮ ବାଜରା ଶକ୍ତି କେନ୍ଦ୍ର, ୧୭୫ ମିଲେଟ ଟିଫିନ କେନ୍ଦ୍ର, ୪ ମିଲେଟ ଭ୍ରାମ୍ୟମାଣ ଯାନ, ଅଙ୍ଗନବାଡି ପାଇଁ ୫୯ ରାଗି ଲଡୁ ପ୍ରକ୍ରିୟାକରଣ ୟୁନିଟ ଏବଂ ୨୪୦୯ ମିଲେଟ ଉଦ୍ୟୋଗୀଙ୍କୁ ସହାୟତା ପ୍ରଦାନ କରାଯାଇଛି । ଟେଣ୍ଡର ପ୍ରକ୍ରିୟାରେ ମାଛ ଧରିବା ପାଇଁ ପଞ୍ଚାୟତ ପୋଖରୀକୁ ପ୍ରାଥମିକତା ଦିଆଯାଉଛି । ଗର୍ଭବତୀ ମହିଳା ଏବଂ ଅନ୍ୟମାନଙ୍କ ପାଇଁ ଅଙ୍ଗନବାଡି ଜରିଆରେ ୪୦୦ କୋଟି ଟଙ୍କା ମୂଲ୍ୟର ଛତୁଆ ଯୋଗାଇ ଦିଆଯାଇଛି । ଧାନ କିଣା, ସ୍କୁଲ ୟୁନିଫର୍ମ ତିଆରି, ଛତୁ ଓ ପନିପରିବା ଚାଷ, ମୁକ୍ତା ଯୋଜନାରେ ନିର୍ମାଣ କାର୍ଯ୍ୟ ଆଦି କରାଯାଉଛି । ମିଶନ ଶକ୍ତିର ଭବିଷ୍ୟତ ସୁଦୃଢ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦେକ୍ଷପ ଗ୍ରହଣ କରିଛନ୍ତି । ଏସଏଚଜିରୁ ଏସଏମଇ କରିବା ପାଇଁ ୫୦୦୦୦ କୋଟି ବ୍ୟାଙ୍କ ଋଣ, ୫୦୦ ମିଶନ ଶକ୍ତି ବଜାର ପ୍ରତିଷ୍ଠା ପାଇଁ ସବୁ ଜିଲ୍ଲାକୁ ପାଣ୍ଠି ଯୋଗାଇ ଦିଆଯାଇଛି ବୋଲି ପ୍ରେସମିଟ୍‌ରେ ରାଜ୍ୟସଭା ସାଂସଦ ମମତା ମହନ୍ତ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.