ETV Bharat / politics

ଶକ୍ତ ହେଉଛି ଶଙ୍ଖ, ବିଜେଡିରେ ମିଶିଲେ କ୍ୟାପଟେନ ରାଜନାରାୟଣଙ୍କ ସହ ଶତାଧିକ କଂଗ୍ରେସ କର୍ମୀ - BJD Joining Program - BJD JOINING PROGRAM

BJD Joining Program: ଶତାଧିକ କଂଗ୍ରେସ କର୍ମକର୍ତ୍ତାଙ୍କ ସହ ଯାଜପୁର ଜିଲ୍ଲା ବଡଚଣା ନିର୍ବାଚନ ମଣ୍ଡଳୀର ପିସିସି ସମ୍ପାଦକ ତଥା କ୍ୟାପଟେନ ରାଜନାରାୟଣ ମହାପାତ୍ର ବିଜେଡିରେ ସାମିଲ ହୋଇଛନ୍ତି । ଅଧିକ ପଢ଼ନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Apr 17, 2024, 8:08 PM IST

ବିଜେଡିରେ ମିଶିଲେ କ୍ୟାପଟେନ ରାଜନାରାୟଣଙ୍କ ସହ ଶତାଧିକ କଂଗ୍ରେସ କର୍ମୀ

ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବା ବେଳେ ବଢୁଛି ବିଜେଡିର ଶକ୍ତି । ଆଜି (ବୁଧବାର) ଯାଜପୁର ଜିଲ୍ଲା ବଡଚଣା ନିର୍ବାଚନ ମଣ୍ଡଳୀର ପିସିସି ସମ୍ପାଦକ ତଥା କ୍ୟାପଟେନ ରାଜନାରାୟଣ ମହାପାତ୍ର ଆଜି ବିଜେଡିରେ ସାମିଲ ହୋଇଛନ୍ତି । ଶତାଧିକ କଂଗ୍ରେସ କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧିଙ୍କ ସହ ସେ ବିଜେଡିରେ ଯୋଗ ଦେଇଛନ୍ତି । ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ ମୟୂରଭଞ୍ଜ ପର୍ଯ୍ୟବେକ୍ଷକ ଜନ୍ମେଜୟ ଲେଙ୍କାଙ୍କ ଉପସ୍ଥିତିରେ ସେମାନେ ବିଜେଡିରେ ଯୋଗ ଦେଇଛନ୍ତି ।

ଆଜି ଶଂଙ୍ଖ ଭବନରେ ଆୟୋଜିତ ହୋଇଥିବା ମିଶ୍ରଣ ପର୍ବରେ ଶତାଧିକ କଂଗ୍ରେସ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡିରେ ସାମିଲ ହୋଇଥିବା କ୍ୟାପଟେନ ରାଜନାରାୟଣ ମହାପାତ୍ରଙ୍କ ସହ ଶତାଧିକ କଂଗ୍ରେସ କର୍ମୀଙ୍କୁ ବିଜେଡି ନେତା ଉତ୍ତରୀୟ ଦେଇ ଦଳକୁ ସ୍ୱାଗତ କରିଛନ୍ତି । ଆଜି କଂଗ୍ରେସ କର୍ମୀମାନଙ୍କ ଯୋଗଦାନ ଫଳରେ ବିଶେଷକରି ବଡଚଣା ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ବିଜେଡି ନେତା କହିଛନ୍ତି । ବିଜେଡ଼ିରେ ସାମିଲ ହେବା ପରେ କ୍ୟାପଟେନ ରାଜନାରାୟଣ ମହାପାତ୍ର କହିଛନ୍ତି, "ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ଲୋକାଭିମୁଖୀ କାର୍ଯ୍ୟ ଚାଲିଛି । ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇଛି ବିଧିବଦ୍ଧ ଭାବେ ଆଜି ମୁଁ ବିଜେଡିରେ ଯୋଗ ଦେଇଛି ।"

ଏହା ମଧ୍ୟ ପଢ଼ନ୍ତୁ...ବିଜେଡି ମିଶ୍ରଣ ପର୍ବରେ ସାମିଲ ହେଲେ ବିଜେପି ଓ କଂଗ୍ରେସର ଶତାଧିକ ନେତା ଓ କର୍ମୀ - BJD JOINING PROGRAM

ରାଜନାରାୟଣ ଆହୁରି ମଧ୍ୟ କହିଛନ୍ତି, "ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟ କରୁଛନ୍ତି । ଏ ଦିଗରେ ମୋତେ ସେ ଯାହା ଦାୟିତ୍ୱ ଦେବେ ତାହା ସୂଚାରୁ ରୂପେ ତୁଲାଇବି । ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ କଂଗ୍ରେସ କର୍ମୀଙ୍କୁ ଗ୍ରହଣ କରିଛନ୍ତି । ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ ।" ସେହିପରି ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ଓବିସି ସେଲ ସଭାପତି ଅଶୋକ କୁମାର ସାମଲ, ପୂର୍ବତନ ବଡଚଣା ଅଧ୍ୟକ୍ଷ ନିରଞ୍ଜନ ସାହୁ, ଶୁକ୍ରମଣୀ ପୂର୍ତ୍ତୀ, ବ୍ଲକ ଉପସଭାପତି କିଶୋର ଚନ୍ଦ୍ର ରାଉତ, ବ୍ଲକ କଂଗ୍ରେସ ସଭାପତି ଉମେଶ ଚନ୍ଦ୍ର ଜେନା, ସଂଜୀବ ସାମଲ, ସୁଲତାନ ସୈଫୁଲ ଖାନ, ସତ୍ୟବ୍ରତ ସାମଲ, ଜାମା ଖାନଙ୍କ ସହ ଶତାଧିକ କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.