ETV Bharat / politics

ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ, କାଲି ମହାପ୍ରଭୁଙ୍କ ଦର୍ଶନ ସହ ବଡଦାଣ୍ଡରେ ରୋଡ ସୋ’ - PM Modi Odisha visit - PM MODI ODISHA VISIT

PM Modi to visit Odisha today: ଓଡିଶାକୁ ପ୍ରଧାନମନ୍ତ୍ରୀଙ୍କ ତୋଫାନୀ ଗସ୍ତ । କାଲି ପୁରୀରେ ମହାପ୍ରଭୁଙ୍କ ଦର୍ଶନ ସହ ବଡଦାଣ୍ଡରେ ରୋଡ ସୋ’ । କଟକ ଓ ଅନୁଗୋଳୁରେ ନିର୍ବାଚନୀ ସଭାକୁ ସମ୍ବୋଧନ । ଅଧିକ ପଢନ୍ତୁ

ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ, କାଲି ମହାପ୍ରଭୁଙ୍କ ଦର୍ଶନ ସହ ବଡଦାଣ୍ଡରେ ରୋଡ ଶୋ’
ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ, କାଲି ମହାପ୍ରଭୁଙ୍କ ଦର୍ଶନ ସହ ବଡଦାଣ୍ଡରେ ରୋଡ ଶୋ’ (ETV Bharat Odisha)
author img

By ETV Bharat Odisha Team

Published : May 19, 2024, 10:01 AM IST

ଭୁବନେଶ୍ବର: ଏଥର ରାଜ୍ୟରେ ବିଜେଡି-ବିଜେପି ମଧ୍ୟରେ କଡା ଲଢେଇ ହେଉଛି । ବିଜେପି କେନ୍ଦ୍ରୀୟ ନେତାମାନଙ୍କ ତୁଫାନୀ ଗସ୍ତ ଓ ଆକ୍ରମଣାତ୍ମକ ମାରାଥନ ପ୍ରଚାର ପ୍ରାୟତଃ ଏହି ସଙ୍କେତକୁ ସ୍ପଷ୍ଟ କରିସାରିଲାଣି । ନିକଟରେ ରାଜଧାନୀ ଭୁବନେଶ୍ବରରେ ରୋଡ ଶୋ’ ଓ ପଶ୍ଚିମ-ଓଡ଼ିଶାରେ ସିରିଜ ପ୍ରଚାର କରି ଫେରିଥିବା ବିଜେପିର ଶୀର୍ଷ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁଣି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ନିର୍ବାଚନୀ କାର୍ଯ୍ୟକ୍ରମରେ ଏହା ପ୍ରଧାନମନ୍ତ୍ରୀଙ୍କ ତୃତୀୟ ଓଡ଼ିଶା ଗସ୍ତ । ଆଜି (ରବିବାର) ସଂଧ୍ୟାରେ ପ୍ରଧାନମନ୍ତ୍ରୀ ଭୁବନେଶ୍ବରରେ ପହଞ୍ଚିବେ । ଆସନ୍ତକାଲି (ସୋମବାର) ସେ ପୁରୀ ଗସ୍ତ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ଓ ପରେ ବଡଦାଣ୍ଡରେ ରୋଡ ସୋ’ କରିବେ ।

ଦଳୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ଆଜି ସଂଧ୍ୟାରେ ଭୁବନେଶ୍ବର ବିମାନ ବନ୍ଦରରେ ଅବତରଣ କରିବେ । ସଂଧ୍ୟାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ବୈଠକ କରିବା ସହ ରାଜଭବନରେ ରାତ୍ରିଯାପନ କରିବେ । ଆସନ୍ତାକାଲି ସକାଳୁ ସେ ଭୁବନେଶ୍ବର ବିମାନ ବନ୍ଦରରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ଅଭିମୁଖେ ଯାତ୍ରା କରିବେ । ପ୍ରଥମେ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ ବଡଦାଣ୍ଡରେ ରୋଡ ସୋ’ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ଏହାପରେ ପ୍ରଧାନମନ୍ତ୍ରୀଙ୍କ ଅନ୍ୟ ଦୁଇଟି ପୃଥକ ନିର୍ବାଚନୀ କାର୍ଯ୍ୟକ୍ରମ ମଧ୍ୟ ରହିଛି । ପୁରୀରୁ ସିଧା ଅନୁଗୋଳ ଯିବେ ପ୍ରଧାନମନ୍ତ୍ରୀ । ସେଠାରେ ପୂର୍ବାହ୍ନ ପ୍ରାୟ 10ଟାରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ । ସେଠାରୁ ପୁନଶ୍ଚ ସେ କଟକ ଫେରିଆସି ପ୍ରାୟ 11ଟା ସମୟରେ ଅନ୍ୟ ଏକ ନିର୍ବାଚନୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ । ସଂଧ୍ୟାରେ ପ୍ରଧାନମନ୍ତ୍ରୀଙ୍କର ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।

ତେବେ ପ୍ରଧାନମନ୍ତ୍ରୀଙ୍କର ଏହା ହେଉଛି ଚଳିତ ନିର୍ବାଚନରେ ତୃତୀୟ ଓଡ଼ିଶା ଗସ୍ତ । ରାଜଧାନୀ ଭୁବନେଶ୍ବର ପରେ ପୁରୀରେ ପ୍ରଥମ ରୋଡ ସୋ’ କାର୍ଯ୍ୟକ୍ରମ । ଏଥିପାଇଁ ଭୁବନେଶ୍ବରରେ କମିସନରେଟ ପୋଲିସ ଏବଂ ପୁରୀରେ ଜିଲ୍ଲା ପୋଲିସ ଓ ପ୍ରଶାସନ ବ୍ଲ୍ୟୁ-ବୁକ ପ୍ରୋଟୋକଲ ଅନୁସାରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ବିଜେପି ଶିବିରରେ ମଧ୍ୟ ବେଶ ଉତ୍ସାହ ଦେଖିବାକୁ ମିଳିଛି । 400 ପାର୍ ନାରା ସହ ନିର୍ବାଚନୀ ଗ୍ରାଉଣ୍ଡକୁ ଓହ୍ଲାଇଥିବା ବିଜେପି ଏଥର ଓଡିଶାରେ ପୂର୍ବାପେକ୍ଷା ଅଧିକ ଲୋକସଭା ଆସନ ଜିତିବା ମିଶନରେ ପ୍ରଚାର ଜାରି ରଖିଛି । ଏଥର ରାଜ୍ୟରେ ମଧ୍ୟ ସରକାର ପରିବର୍ତ୍ତନ ହେବ ବୋଲି ଦଳ ଦୃଢୋକ୍ତି ଦେଖାଉଛି ।

ଏହା ମଧ୍ୟ ପଢନ୍ତୁ:- ଆଜି ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ, କମିଶନରେଟ ପୋଲିସର ବ୍ଲୁ ବୁକ୍ ସୁରକ୍ଷା ବ୍ୟବସ୍ଥା - Security Arrangement For PM Visit

ନିଜେ ପ୍ରଧାନମନ୍ତ୍ରୀ ମୋଦି ବ୍ରହ୍ମପୁର ସଭାରେ ଜୁନ 10 ତାରିଖରେ ରାଜ୍ୟରେ ବିଜେପି ସରକାର ଗଠନ ହେବ ବୋଲି କହିବା ସହ ଜୁନ 4 ତାରିଖ, କ୍ଷମତାରେ ଥିବା ବିଜୁ ଜନତା ଦଳର ଏକ୍ସପାଏରୀ ଡେଟ ବୋଲି କହିସାରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସମେତ, ଗୃହମନ୍ତ୍ରୀ ଶାହ, ପ୍ରତିରକ୍ଷା ରାଜନାଥ, ବାଚସ୍ପତି ଓମ ବିର୍ଲା, ବିଦେଶ ମନ୍ତ୍ରୀ ଜୟଶଙ୍କର, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ପରି ନେତାମାନେ ମଧ୍ୟ ଏକାଧିକ ସ୍ଥାନରେ ପ୍ରଚାର କରି ଏଥର ପରିବର୍ତ୍ତନର ଆହ୍ବାନ ଦେଇଛନ୍ତି । ଓଡ଼ିଆ ଅସ୍ମିତା, ଶ୍ରୀମନ୍ଦିର ଅବ୍ୟବସ୍ଥା, ଚାରିଦ୍ବାରା ଖୋଲାଯିବା ଓ ରତ୍ନଭଣ୍ଡାର ଚାବି ହଜିବା ଓ ରାଜ୍ୟରେ ଅଣଓଡ଼ିଆ ଶାସନ ପରି ଏକାଧିକ ସମ୍ବେଦନଶୀଳ ପ୍ରସଙ୍ଗ ନେଇ ଦୀର୍ଘ ଅଢେଇ ଦଶନ୍ଧି ଧରି କ୍ଷମତାରେ ଥିବା ବିଜେଡି ସରକାରକୁ ଘେରୁଛି ବିଜେପି । ବିଜେଡି ମଧ୍ୟ ବିକାଶର ଧାରା କଥା କହି ନବୀନ ପଟ୍ଟନାୟକଙ୍କୁ କ୍ରମାଗତ 6ଷ୍ଠ ଥରର ମୁଖ୍ୟମନ୍ତ୍ରୀ କରିବା ଲକ୍ଷ୍ୟରେ ନିର୍ବାଚନ ଲଢୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.