ETV Bharat / politics

କଂଗ୍ରେସର 2ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: 5 ରାଜ୍ୟରେ 43 ପ୍ରାର୍ଥୀ ଘୋଷଣା, ତାଲିକାରେ ନକୁଲ, ବୈଭବ ଓ ଗୌରବ - Lok Sabha elections 2024

Congress releases second list of candidates for LS elections: ଦ୍ବିତୀୟ ପର୍ଯ୍ୟାୟରେ 43 ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଖୋଲିଲାନି ଓଡିଶାର ଖାତା । ଅଧିକ ପଢନ୍ତୁ

ଦ୍ବିତୀୟ ପର୍ଯ୍ୟାୟରେ 5 ରାଜ୍ୟରେ 43 ପ୍ରାର୍ଥୀ ଦେଲା କଂଗ୍ରେସ, ତାଲିକାରେ ନକୁଲ, ବୈଭବ ଓ ଗୌରବ

author img

By ETV Bharat Odisha Team

Published : Mar 12, 2024, 7:36 PM IST

ନୂଆଦିଲ୍ଲୀ: ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଆଜି ଦ୍ବିତୀୟ ପର୍ଯ୍ୟାୟରେ 5 ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ମୋଟ 43 ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଆଜି ଦଳର ପ୍ରାର୍ଥୀ ତାଲିକାରେ ସ୍ଥାନ ପାଇଥିବା ରାଜ୍ୟମାନଙ୍କ ମଧ୍ୟରେ ରାଜସ୍ଥାନ, ଆସାମ, ଗୁଜୁରାଟ, ମଧ୍ୟ ପ୍ରଦେଶ, ଉତ୍ତରାଖଣ୍ଡ ରହିଛି । ପ୍ରମୁଖ ତଥା ଚର୍ଚ୍ଚିତ ଚେହେରାଙ୍କ ମଧ୍ୟରେ ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପୁଅ ନକୁଲନାଥ ପୁଣିଥରେ ନିଜ ପାରମ୍ପରିକ ଆସନ ଛିନ୍ଦଓ୍ବାଡାରୁ ଲଢୁଛନ୍ତି । ରାଜସ୍ଥାନ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ପୁଅ ବୈଭବ ଗେହେଲଟ ଜାଲୋର ଆସନରୁ ଟିକେଟ ପାଇଛନ୍ତି ।

ଉତ୍ତର-ପୂର୍ବରୁ ଦଳ ଯୁବ ଚେହେରା ତଥା ପୂର୍ବତନ ଆସାମ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ପୁତ୍ର ଗୌରଭ ଗୋଗୋଇ ଜୋରହାଟ ସଂସଦୀୟ ଆସନରୁ ଲଢିବେ । ଗୌରବ ଏବେ ଲୋକସଭାରେ ଦଳର ଉପନେତା ଦାୟିତ୍ବରେ ଅଛନ୍ତି । 2019 ସାଧାରଣ ନିର୍ବାଚନରେ ସେ କାଲିଆବୋର ସଂସଦୀୟ ଆସନରୁ ନିର୍ବାଚିତ ହୋଇଥିବାବେଳେ ଦଳ ଏଥର ତାଙ୍କ ଆସନରେ ପରିବର୍ତ୍ତନ କରିଛି । ସେହିପରି ଗତକାଲି ବିଜେପିରୁ ଇସ୍ତଫା ଦେଇ କଂଗ୍ରେସରେ ସାମିଲ ହୋଇଥିବା ରାଜସ୍ଥାନ ଚୁରୁ ସାଂସଦ ରାହୁଲ କସଓ୍ବାଙ୍କୁ ଦଳ ତାଙ୍କ ପାରମ୍ପରିକ ଆସନରୁ ଟିକେଟ ଦେଇଛି । ରାଜସ୍ଥାନ ପୂର୍ବତନ ପୋଲିସ ଡିଜି ହରିଶ ମିନା ଟୋଙ୍କ- ସାଓ୍ବାଇ ମାଧପୁର ଆସନରୁ ଟିକେଟ ପାଇଛନ୍ତି ।

ଶୁକ୍ରବାର କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ 39 ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । ପ୍ରଥମ ତାଲିକାରେ ଦଳ ରାହୁଲ ଗାନ୍ଧୀଙ୍କୁ ପୁଣିଥରେ କେରଳର ଓ୍ବାଇନାଡରୁ ଟିକେଟ ଦେଇଥିଲା । ରାଜ୍ୟଓ୍ବାରୀ ଦେଖିବାକୁ ଗଲେ, ପ୍ରଥମ ତାଲିକାରେ କେରଳରୁ ସର୍ବାଧିକ 14 ଜଣ ପ୍ରାର୍ଥୀ ଥିବା ବେଳେ ମେଘାଳୟରୁ 2 ଜଣ, ତେଲେଙ୍ଗାନାର 5 ପ୍ରାର୍ଥୀଙ୍କ ନାଁ ତାଲିକାରେ ଥିଲା । 3 ଉତ୍ତର-ପୂର୍ବ ରାଜ୍ୟ ସିକିମ, ତ୍ରିପୁରା ଓ ନାଗାଲାଣ୍ଡରୁ ଜଣେ ଲେଖାଏଁ ପ୍ରାର୍ଥୀଙ୍କୁ ଟିକେଟ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ :- ଆସିଲା କଂଗ୍ରେସର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ୱାୟନାଡରୁ ପୁଣି ଲଢିବେ ରାହୁଲ

ସେହିପରି ଅନ୍ୟ ବଡ଼ ଚେହେରା ଭାବେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କୁ ରାଜନନ୍ଦଗାଁଓରୁ ପ୍ରାର୍ଥୀ କରିଛି କଂଗ୍ରେସ । କେରଳ ରାଜଧାନୀ ଥିରୁଅନନ୍ତପୁରମରୁ ଦଳର ଚର୍ଚ୍ଚିତ ନେତା ଶଶି ଥରୁରଙ୍କୁ ପୁଣି ଟିକେଟ ମିଳିଛି । ବେଙ୍ଗାଲୁରୁ-ଗ୍ରାମୀଣ ସଂସଦୀୟ ଆସନରୁ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଶିବକୁମାରଙ୍କ ଭାଇ ଡିକେ ସୁରେଶଙ୍କୁ ଦଳ ଟିକେଟ ଦେଇଛି । ତେବେ ଓଡିଶା ସମେତ କିଛି ରାଜ୍ୟରେ ଦଳ ଦୁଇଟି ପର୍ଯ୍ୟାୟରେ ମଧ୍ୟ ଖାତା ଖୋଲିନି । ପରବର୍ତ୍ତୀ ପର୍ଯ୍ୟାୟରେ ଅବଶିଷ୍ଟ ରାଜ୍ୟରେ ପ୍ରାର୍ଥୀ ଘୋଷଣା କରିବା ପ୍ରକ୍ରିୟା ଜାରି ରଖିଛି କଂଗ୍ରେସ । ଶାସକ ଭାରତୀୟ ଜନତା ପାର୍ଟି ପ୍ରଥମ ପର୍ଯ୍ୟାୟରେ ମୋଟ 17 ରାଜ୍ୟର 195 ଆସନରେ ପ୍ରାର୍ଥୀ ଦେଇସାରିଛି । ଏବେ 2ୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ପାଇଁ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ଚୟନ ପ୍ରକ୍ରିୟା ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.