ETV Bharat / politics

ଇତିହାସ ସୃଷ୍ଟି କରିବେ ନା ଇତିହାସ ପାଲଟିଯିବେ ନବୀନ ? - Naveen will make or become history

author img

By ETV Bharat Odisha Team

Published : Jun 3, 2024, 10:15 PM IST

Naveen will make or become history: ବାଲାଟ ବାକ୍ସ ସହିତ ଖୋଲିବ ପ୍ରାର୍ଥୀଙ୍କ ଭାଗ୍ୟ । କିଏ ମାରିବ ବାଜି ? ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ଇତିହାସ ରଚିବେ ନବୀନ ପଟ୍ଟନାୟକ ? ନା ଇତିହାସ ପାଲଟିଯିବେ ? ଦେଖନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ ।

Naveen will make or become history
Naveen will make or become history (ETV Bharat Odisha)

ଭୁବନେଶ୍ବର: ଆସନ୍ତାକାଲି ପ୍ରକାଶ ପାଇବ ୨୦୨୪ ସାଧାରଣ ନିର୍ବାଚନର ଫଳାଫଳ । ସାରା ଦେଶବାସୀଙ୍କ ଉତ୍କଣ୍ଠା ଏବେ ବଢ଼ିବାରେ ଲାଗିଛି । ଓଡିଶା ସମେତ ଦିଲ୍ଲୀରେ କିଏ ସରକାର ଗଢ଼ିବ ତାକୁ ନେଇ ଏକଜିଟ୍‌ ପୋଲ ଆକଳନ ମଧ୍ୟ ପ୍ରାର୍ଥୀ ଏବଂ ଭୋଟରମାନଙ୍କ ମଧ୍ୟରେ ଆଲୋଚନାର ପ୍ରସଙ୍ଗ ପାଲଟିଛି । ନେତାଙ୍କ ଭାଗ୍ୟ EVMରେ କଏଦ ହୋଇଥବାରୁ ଗଣତି ସମୟ ଯେତିକି ପାଖେଇ ଆସୁଛି, ବିଭିନ୍ନ ଆଶା ଆଉ ଆଶଙ୍କା ସେତିକି ବଢିଚାଲିଛି । ତେବେ ସବୁଠୁ ବଡ଼ ଚର୍ଚ୍ଚା ଏବେ ଲାଗି ରହିଛି ଓଡ଼ିଶା ବିଧାନସଭା ନିର୍ବାଚନକୁ ନେଇ ଜାତୀୟ ଗଣମାଧ୍ୟମ ଗୁଡ଼ିକର ଏକଜିଟ୍‌ ପୋଲକୁ ନେଇ ।

EXIT Poll ଆକଳନ କଲା ଛାନିଆ: ଇଣ୍ଡିଆ ଟୁଡେ ସର୍ଭେ ଆକଳନ ଅନୁଯାୟୀ ଉଭୟ ବିଜେଡି ଏବଂ ବିଜେପି ପ୍ରାୟ ସମାନ ଆସନ ବିଧାନସଭାରେ ପାଇବେ । ଏହି ସଂସ୍ଥାର ସର୍ଭେ ଅନୁଯାୟୀ ଓଡ଼ିଶାରେ ବିଜେଡି ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହୋଇଛି । ଏତେ କଡ଼ା ଯେ କିଏ ସରକାର ଗଢିବ କହିବା ମୁସ୍କିଲ । ବିଜେଡିକୁ ୬୨ରୁ ୮୦ ସିଟ୍‌ ଏବଂ ବିଜେପିକୁ ମଧ୍ୟ ୬୨ରୁ ୮୦ ସିଟ୍‌ ଦେଇଛି ଇଣ୍ଡିଆ ଟୁଡେର ସର୍ଭେ । ସେହିଭଳି କଂଗ୍ରେସକୁ ୭ ସିଟ ମିଳିବ ବୋଲି ଆକଳନ କରିଛି ଏହି ଜାତୀୟ ଗଣମାଧ୍ୟମ ସଂସ୍ଥା । ଏଭଳି ଫଳାଫଳ ଯଦି ଆସେ, ତାହେଲେ ନବୀନଙ୍କ ୬ଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବା ଆଶା କଣ ହେବ ? ଏବେ ତାକୁ ନେଇ ଉଠୁଛି ପ୍ରଶ୍ନ ।

ଇତିହାସ ରଚିବେ ନବୀନ !: ରାଜ୍ୟ ରାଜନୀତିରେ ଏଣ୍ଟ୍ରି ମାରିବା ଦିନରୁ ନବୀନ ପଟ୍ଟନାୟକ ନିଜର ପତିଆରା ବୃଦ୍ଧି କରିବା ସହ ରାଜନୀତିରେ ପୋଖତ ଖେଳାଳି ଭାବେ କେବଳ ଓଡିଶା ନୁହେଁ, ବରଂ ଜାତୀୟ ରାଜନୀତିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଦୀର୍ଘ ୨୪ ବର୍ଷ ଧରି ନବୀନ ଓଡ଼ିଶାରେ ଅପରାଜେୟ ନେତା ଭାବେ ନିଜକୁ ପ୍ରତିପାଦିତ କରିଆସିଛନ୍ତି । ଶାନ୍ତ ଆଉ ସରଳ ସ୍ଵଭାବର ନବୀନଙ୍କ ଏକ ଲମ୍ବା ରାଜନୈତିକ ଜୀବନର ଅନୁଭୂତି, ଯାହା ଜାତୀୟସ୍ତରରେ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟେ । ସେ ପୁଣି ବହୁମତ ପାଇ ସରକାର ଗଢିବେ ନା ଓଡ଼ିଶାରେ ପ୍ରଥମ ଥର ପାଇଁ ପଦ୍ମ ଫୁଟିବ, ତାହା ସବୁଠୁ ବଡ଼ ଆଲୋଚନା ଏବଂ ନବୀନଙ୍କ ପାଇଁ ଚ୍ୟାଲେଞ୍ଜର ବିଷୟ ଭାବେ ଉଭା ହୋଇଛି । ନବୀନ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେଲେ ଇତିହାସ ସୃଷ୍ଟି କରିବେ । ଆଉ ଯଦି ବିଜେପି ବହୁମତ ପାଇ କ୍ଷମତା ହାତାଏ, ତେବେ ନବୀନ ଇତିହାସ ପାଲଟିଯିବେ । ସମୟର ସବୁଠୁ ବଡ଼ ଆହ୍ବାନ ଭାବେ ଉଭା ହୋଇଛି ଏହି ପ୍ରସଙ୍ଗ ।

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାରେ କିଏ ଗଢିବ ସରକାର: ଆସିଲା ବୁଥ ବାହୁଡା ମତ, ବିଜେଡି-ବିଜେପି ମଧ୍ୟରେ କାଣ୍ଟେ କା ଟକ୍କର - Odisha Exit Polls Result 2024

କଣ୍ଟା ସାଜିବ ବିଜେପି !: ପ୍ରାୟ ସବୁ ଗଣମାଧ୍ୟମ ଗୁଡିକର ଏକ୍‌ଜିଟ୍‌ ପୋଲ୍‌ ଆକଳନ କହୁଛି ଚଳିତ ନିର୍ବାଚନରେ ଓଡ଼ିଶା ବିଜେପି ଏଥର ଉଭୟ ବିଧାନସଭା ଏବଂ ଲୋକସଭା ଆସନ ଗୁଡ଼ିକରେ ଭଲ ପ୍ରଦର୍ଶନ କରିବ । ବିଜେପି ପ୍ରାୟ ୫୦ ସିଟ୍‌ ହାତେଇବ ବୋଲି ବହୁ ଗଣମାଧ୍ୟମ ଏକଜିଟ୍‌ ପୋଲ କହୁଛି । ଯଦି ବିଜେପି ୫୦ରୁ ଊର୍ଦ୍ଧ୍ବ ଆସନ ପାଏ, ତାହେଲେ ବିଜେଡି ସରକାର ଗଢିବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବ । ପ୍ରାୟ ସବୁ ଗଣମାଧ୍ୟମ ଗୁଡିକର ଏକଜିଟ୍‌ ପୋଲ ସର୍ଭେ ଅନୁସାରେ ଯଦି ଭାରତୀୟ ଜନତା ପାର୍ଟିର ସିଟ୍‌ ଏତେମାତ୍ରାରେ ବୃଦ୍ଧି ହୁଏ, ତାହା ବିଜେଡି ପାଇଁ କାଳ ହୋଇପାରେ । ଯଦି ବିଜେପି ସିଟ୍‌ ସଂଖ୍ୟା ୫୦ରୁ ଅଧିକ ହେବ, ତାହେଲେ ବିଜେପି ସରକାର ଗଢିବା ପାଇଁ ବାଟ ପ୍ରସସ୍ଥ ହେବ । ସେପଟେ ନବୀନଙ୍କ ଆଶା ଅଧୁରା ରହିଯାଇପାରେ । ରାଜ୍ୟରେ ନବୀନ ସରକାର ଇତିହାସ ସୃଷ୍ଟି କରିବା ରାସ୍ତାରେ ବଡ଼ କଣ୍ଟା ସାଜିପାରେ ବିଜେପି ।

କାହିଁକି ପଛରେ ପଡ଼ିଲା କଂଗ୍ରେସ ?: ଚଳିତ ନିର୍ବାଚନରେ ମୋଦିଙ୍କ ମାରାଥନ ପ୍ରଚାର ଏବଂ ରୋଡ଼ ସୋ' ବିଜେପିର ଭୋଟ ବୃଦ୍ଧି ପାଇବା ସମ୍ଭାବନାକୁ ବଢ଼ାଇ ଦେଇଛି । ନବୀନଙ୍କ ବୟସ ହେବାପରେ ପାଣ୍ଡିଆନଙ୍କ ଆତ୍ମଘୋଷିତ ଷ୍ଟାର ପ୍ରଚାରକ ଭାବେ ଉଭା ହେବାକୁ ଓଡିଶାବାସୀ ସହଜରେ ଗ୍ରହଣ କରି ପାରୁନାହାନ୍ତି ବୋଲି ଚର୍ଚ୍ଚା ହେଉଛି । ତେଣୁ ବିଜେପି ଭୋଟରଙ୍କ ମନ ଜିଣିବାରେ ସଫଳ ହୋଇପାରେ । କଂଗ୍ରେସର ନା ଧନ ଅଛି ନା ମନ, କଂଗ୍ରେସ କଁ ଭାଁ ଲଢ଼ିବା ଭାଳି ଲାଗୁଥିଲା । କିଛି ନିର୍ଦ୍ଦିଷ୍ଟ ସିଟ୍‌ରେ କଂଗ୍ରେସର ଫୋକସ ଥିଲା ଭଳି ଲାଗୁଥିଲା । ତେଣୁ ବିଜେଡିର ବିକଳ୍ପ ଭାବେ କଂଗ୍ରେସ ନୁହେଁ, ବରଂ ବିଜେପିକୁ ଭୋଟର ଆଦରି ନେଇଥିବା ରାଜନୀତି ସମୀକ୍ଷକମାନେ ଅନୁମାନ କରୁଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଓଡିଶା ଲୋକସଭା ଏକଜିଟ୍ ପୋଲ 2024: ବିଜେପିକୁ 15ରୁ ଅଧିକ ଆସନ, 5 ଭିତରେ ସୀମିତ ରହିବ ବିଜେଡି ! - ODISHA EXIT POLLS RESULTS 2024

ଓଡ଼ିଶାରେ ଶାସକ ଦଳର ସବୁଠୁ ବଡ଼ ପୁଞ୍ଜି ହେଉଛି ମହିଳା ଭୋଟ ବ୍ୟାଙ୍କ । ମହିଳା ଭୋଟ ବ୍ୟାଙ୍କକୁ ଯଦିଓ ନିଜ ସପକ୍ଷରେ ନେବାକୁ ସଫଳ ହୋଇଛି ବିଜେଡି, ତଥାପି ଗାଁ ଗହଳିରେ ମୋଦି ହାୱାରେ ବିଜେପି ମଧ୍ୟ ମହିଳାଙ୍କ ଭଲ ଭୋଟ ପାଇବା ନେଇ ଦାବି କରୁଛି । ଫଳରେ ବିଜେଡିକୁ ଏକ ଶକ୍ତ ଝଟ୍‌କା ଲାଗିପାରେ ବୋଲି ଚର୍ଚ୍ଚା ମଧ୍ୟ ହେଉଛି । ତେବେ ଫଳାଫଳ ଘୋଷଣା ପରେ ସ୍ପଷ୍ଟ ହେବ, କିଏ ଜିତିବ ଆଉ କିଏ ହାରିବ । ନବୀନଙ୍କ ବିଜେଡି ବାଜିମାତ କରିବ ନା ମନମୋହନଙ୍କ ପଦ୍ମ ଫୁଟିବ । ତେବେ କୌଣସି ଦଳକୁ ସ୍ପଷ୍ଟ ବହୁମତ ନମିଳି ଝୁଲା ସରକାର ହେବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.