ETV Bharat / politics

ଆମର ୧୪ ବିଧାୟକ ୧୪୦ ଜଣଙ୍କ ସହ ସମାନ: କଂଗ୍ରେସ - Congress Press Meet

Congress Press Meet: ସ୍ପଷ୍ଟ ହୋଇଛି ଓଡିଶାବାସୀଙ୍କ ଜନାଦେଶ । ଗତ ନିର୍ବାଚନ ଅପେକ୍ଷା ସାମାନ୍ୟ ଉନ୍ନତି କରି କଂଗ୍ରେସ ୧୪ଟି ବିଧାନସଭା ଆସନ ସମେତ କୋରାପୁଟ ଲୋକସଭା ଆସନକୁ ହାତେଇଛି । ଯାହାକୁ ନେଇ କଂଗ୍ରେସ ଆଜି ଏକ ପ୍ରେସମିଟ କରିଛି । ଅଧିକ ପଢନ୍ତୁ

Congress Press Meet
Congress Press Meet (ETV Bharat Odisha)
author img

By ETV Bharat Odisha Team

Published : Jun 6, 2024, 8:29 PM IST

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନର ଫଳାଫଳ ଆସିବା ପରେ କଂଗ୍ରେସ ଆଜି ପ୍ରେସମିଟ କରିଛି । ଏହି ପ୍ରେସମିଟରେ ପ୍ରଭାରୀ ଅଜୟ କୁମାର, ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ ମାଲୁ ଭଟ୍ଟି, ପିସିସି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ ନେତା ଭକ୍ତ ଚରଣ ଦାସଙ୍କ ଭଳି ଅନେକ ଉପସ୍ଥିତ ଥିଲେ । କଂଗ୍ରେସର ପ୍ରଦର୍ଶନକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି," କଂଗ୍ରେସର ପ୍ରଦର୍ଶନ ପାଇଁ ଓଡିଶାବାସୀ, କଂଗ୍ରେସ କର୍ମୀ, କଂଗ୍ରେସ ପ୍ରେମୀ ଓ ସମର୍ଥକଙ୍କୁ ଧନ୍ୟବାଦ ଦେଉଛି । ବିଭିନ୍ନ ଅସୁବିଧା ସତ୍ତ୍ବେ ରାଜ୍ୟବାସୀ ୧୪ ଜଣ କଂଗ୍ରେସ ବିଧାୟକ ଓ ଜଣେ ସାଂସଦଙ୍କୁ ନିର୍ବାଚିତ କରିଥିବାରୁ କୃତଜ୍ଞତା ଜ୍ଞାପନ କରୁଛି । ସରକାର ଗଠନ ପାଇଁ ଚେଷ୍ଟା କରିଥିଲୁ, ହେଲେ ତାହା ସଫଳ ହେଲାନାହିଁ । ଯାହା କିଛି ବି ଭୁଲ ଭଟକା ହୋଇଛି ତାକୁ ମୁଁ ନୈତିକତା ଦୃଷ୍ଟିରୁ ସ୍ବୀକାର କରୁଛି ଓ ଓଡିଶାବାସୀଙ୍କ ପାଖରେ କ୍ଷମା ମାଗି ନେଉଛି । ପୂର୍ବରୁ କଂଗ୍ରେସ ଯେଉଁ ଯେଉଁ ପ୍ରସଙ୍ଗକୁ ନେଇ ଲଢେଇ ଜାରି ରଖିଥିଲା, ତାକୁ ଆଗାମୀ ଦିନରେ ବଜାୟ ରଖିବ । ରାହୁଲ ଗାନ୍ଧୀଙ୍କ ନ୍ୟାୟ ଯାତ୍ରା ଓ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କର ଗସ୍ତ ଫଳରେ କଂଗ୍ରେସର ଶକ୍ତି ବୃଦ୍ଧି ହୋଇଛି । ଯେଉଁ ଯେଉଁ ଆସନରେ ପରାଜୟ ହୋଇଛି ତାକୁ ନେଇ ତର୍ଜମା କରାଯିବ ।"

Congress Press Meet (ETV Bharat Odisha)

ଏହା ମଧ୍ୟ ପଢନ୍ତୁ ... ଭାରତ ବର୍ଷରେ ଅହଙ୍କାର ପତନ ହୋଇଛି, ଗଣତନ୍ତ୍ରର ବିଜୟ ହୋଇଛି: କଂଗ୍ରେସ - Election Results 2024

ସେହିପରି କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର କହିଛନ୍ତି," ଆମର ନିର୍ବାଚିତ ହୋଇଥିବା ୧୪ ଜଣ ବିଧାୟକ ୧୪୦ ଜଣଙ୍କ ସହ ସମାନ । ମୁଁ, ମାଲୁଭାଟି ଓ ପିସିସି ସଭାପତି ୧୪ ଜଣ ବିଧାୟକଙ୍କୁ ଏକୁଟିଆ ଭେଟିବୁ ଓ ବିରୋଧୀ ଦଳର ନେତା ବାଛିବୁ । ଆଗାମୀ ୨ ଦିନରେ ସବୁ କିଛି ସ୍ପଷ୍ଟ ହୋଇଯିବ । ଭକ୍ତ ଚରଣ ଦାସ ଓ ପିସିସି ସଭାପତି ଅଳ୍ପକେ ହାରିଥିବା ପ୍ରାର୍ଥୀ ତଥା ୨୦ ହଜାରରୁ ଅଧିକ ଭୋଟ ପାଇଥିବା ପ୍ରାର୍ଥୀଙ୍କୁ ନେଇ ବୈଠକ କରାଯିବ । ସେମାନଙ୍କୁ କଂଗ୍ରେସର ବିଭିନ୍ନ ସାଙ୍ଗଠନିକ ପଦପଦବୀ ପ୍ରଦାନ କରାଯିବ ।"

ବିଜେପିକୁ ଟାର୍ଗେଟ କରି ସେ କହିଛନ୍ତି, "ଓଡିଶାବାସୀ ସାବଧାନ ହେଇଯାଆନ୍ତୁ । ଆପଣ ମାନଙ୍କର ଜଙ୍ଗଲ, ଜଳ, ଜମି, ଘର, ରୋଜଗାର ସବୁ କିଛି ଚାଲିଯିବ । ଆପଣଙ୍କ ମାଆ ଭଉଣୀ ସୁରକ୍ଷିତ ରହିବେ ନାହିଁ । ପଡୋଶୀ ଛତିଶଗଡ଼ ଓ ଝାଡଖଣ୍ଡରେ ଯେଉଁ ଭଳି ବିଜେପି ଦୂରାବସ୍ଥା କରିଛି ତାହା ଏଠାରେ ନହେଉ । ଖରାପ ଦିନ ଆସିବାକୁ ଯାଉଛି ।" ନିଜ ଘରକୁ ତାଲା ପକାଇ ସୁରକ୍ଷିତ ରଖନ୍ତୁ ବୋଲି କହିଛନ୍ତି କଂଗ୍ରେସ ପ୍ରଭାରୀ । ଓଡ଼ିଶାବାସୀ କଂଗ୍ରେସ ଉପରେ ବିଶ୍ୱାସ ରଖନ୍ତୁ । କଂଗ୍ରେସ ଓଡିଶାବାସୀଙ୍କ ସହ ସବୁବେଳେ ରହିଛି ବୋଲି କହିଛନ୍ତି ଅଜୟ କୁମାର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.