ETV Bharat / politics

ମତଦାନ ବେଳେ ହୃଦଘାତର ଶିକାର ମହିଳା, ଏମିତି ବଞ୍ଚିଲା ଜୀବନ - Woman suffered cardiac arrest

author img

By ETV Bharat Odisha Team

Published : Apr 26, 2024, 5:58 PM IST

WOMAN VOTER SUFFERED CARDIAC ARREST: ମତଦାନ ବେଳେ ହୃଦଘାତର ଶିକାର ହେଲେ ମହିଳା ଭୋଟର । ଦ୍ବିତୀୟ ପର୍ଯାୟ ମତଦାନ ବେଳେ କର୍ଣ୍ଣାଟକରେ ଏଭଳି ଘଟଣା ଘଟିଛି । ଅଧିକ ପଢନ୍ତୁ

WOMAN VOTER SUFFERED CARDIAC ARREST
WOMAN VOTER SUFFERED CARDIAC ARREST

ବେଙ୍ଗାଲୁରୁ: ଆଜି ସାରା ଦେଶରେ 2024 ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଛି । ଏହି କ୍ରମରେ ଆଜି କର୍ଣ୍ଣାଟକର 14ଟି ଆସନରେ ମତଦାନ କରୁଛନ୍ତି ଭୋଟର । ତେବେ ଭୋଟିଂ ବେଳେ ଘଟିଛି ଅଘଟଣ । ଏକ ମତଦାନ କେନ୍ଦ୍ରରେ ଭୋଟ୍‌ ଦେବାକୁ ଆସିଥିବା ମହିଳା ଭୋଟର ହୃଦଘାତର ଶିକାର ହୋଇଛନ୍ତି । ଏହି ଘଟଣା ବେଙ୍ଗାଲୁରୁ ଜମ୍ବୋ ସଭାରି ଡିନ୍‌ ଠାରେ ଘଟିଛି ।

WOMAN VOTER SUFFERED CARDIAC ARREST
WOMAN VOTER SUFFERED CARDIAC ARREST

କେମିତି ବଞ୍ଚିଲା ଜୀବନ:- ମହିଳାଙ୍କ ବୟସ ପ୍ରାୟ 50 ବର୍ଷ ହେବ ବୋଲି ଜଣାପଡ଼ିଛି । ସେ ପାଣି ପିଇବା ପାଇଁ ଯାଇଥିବା ବେଳେ ହଠାତ ଚେତାଶୂନ୍ୟ ହୋଇପଡ଼ିଥିଲେ । ହେଲେ ଧାଡ଼ିରେ ରହିଥିବା କିଛି ଡାକ୍ତର ସାଜିଥିଲେ ଦେବଦୂତ । ସେମାନେ ସମାନ ମତଦାନ କେନ୍ଦ୍ରକୁ ଭୋଟ ଦେବା ଲାଗି ଆସିଥିଲେ । ମହିଳା ଜଣକ ତଳେ ପଡ଼ିଯିବା ଦେଖି ପ୍ରଥମେ ଡକ୍ଟର ନାରାୟଣ (କିଡନୀ ବିଶେଷଜ୍ଞ) ତୁରନ୍ତ ଧାଡ଼ିରୁ ବାହାରି ମହିଳାଙ୍କୁ ଉଦ୍ଧାର କରିଥିଲେ । ଅନ୍ୟ ଡାକ୍ତରଙ୍କ ମଧ୍ୟରେ ଡକ୍ଟର ଗଣେଶ ଶ୍ରୀନିବାସ ପ୍ରସାଦ ମଧ୍ୟ ମହିଳାଙ୍କୁ ଉଦ୍ଧାର କରିଥିଲେ ।

ଏହା ବି ପଢନ୍ତୁ- ଚାଲିଛି ଗଣତନ୍ତ୍ରର ମହାପର୍ବ; ଷ୍ଟ୍ରେଚର ସହ ପୁଲିଂ ବୁଥରେ ରୋଗୀ, ମତଦାନ କେନ୍ଦ୍ରରେ ମାଙ୍କଡ଼

ଡକ୍ଟର ଗଣେଶ ପ୍ରଥମେ ମହିଳାଙ୍କ ପଲସ୍‌ ରେଟ୍‌ ଯାଞ୍ଚ କରିଥିଲେ । ଏହା ଖସୁଥିବା ବେଳେ ମହିଳା ମଧ୍ୟ କୌଣସି ପ୍ରତିକ୍ରିୟା ରଖୁନଥିଲେ । ଏହାପରେ ଡାକ୍ତର ପ୍ରାଥମିକ ଚିକିତ୍ସା ଭାବେ ସିପିଆର ଦେବା ଆରମ୍ଭ କରିଥିଲେ । ଏହାପରେ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା । ନିର୍ବାଚନ ଡ୍ୟୁଟିରେ ଥିବା ଅନ୍ୟ କିଛି କର୍ମଚାରୀ ତୁରନ୍ତ ମହିଳାଙ୍କୁ ଫଳରସ ଦେବା ସହ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏହାପରେ ମହିଳା ସୁସ୍ଥ ଅନୁଭବ କରିଥିବା ଜଣାପଡ଼ିଛି ।

ଅନ୍ୟପଟେ ଏନେଇ ଡକ୍ଟର ଗଣେଶ ଶ୍ରୀନିବାସ କହିଛନ୍ତି, "ମହିଳା ଜଣକ ତଳେ ପଡ଼ିଯିବା ପରେ ମୁଁ ତୁରନ୍ତ ତାଙ୍କ ନିକଟକୁ ଯାଇଥିଲି । ଏହାପରେ ମୁଁ ମହିଳାଙ୍କ ପଲସ୍‌ ରେଟ୍‌ ଯାଞ୍ଚ କରିବା ପରେ ଏହା ସର୍ବନିମ୍ନ ସ୍ତରରେ ଥିଲା । ତାଙ୍କ ଆଖିକୁ ଦେଖିବା ପରେ କୌଣସି ରେସପନ୍ସ ମିଳିନଥିଲା । ମହିଳାଙ୍କ ଶରୀର ମଧ୍ୟ ନିସ୍ତେଜ ହୋଇପଡ଼ିଥିବା ବେଳେ ସେ ଅଣନିଶ୍ବାସୀ ହୋଇପଡ଼ିଥିଲେ । ଏହାପରେ ମୁଁ ସଙ୍ଗେ ସଙ୍ଗେ ସିପିଆର ଦେଇଥିଲି । ଏହାପରେ ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସିଥିଲା । ଯଦି ସିପିଆଇର ଦେବାରେ ଟିକେ ବିଳମ୍ବ ହୋଇଥାନ୍ତା, ତେବେ କୌଣସି ଅଘଟଣ ଘଟିବାର ବହୁ ସମ୍ଭାବନା ରହିଥିଲା ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.