ETV Bharat / politics

କିଏ ଏହି କିଶୋରୀଲାଲ ? ରାହୁଲଙ୍କ ସ୍ଥାନରେ ଲଢିବେ ନିର୍ବାଚନ - Congress Amethi candidate - CONGRESS AMETHI CANDIDATE

Lok Sabha Election 2024: ଗାନ୍ଧୀ ପରିବାର ସହ କିଶୋରୀଲାଲଙ୍କ ସମ୍ପର୍କ ଖୁବ୍ ପୁରୁଣା । ରାଜୀବ ଗାନ୍ଧୀଙ୍କ ସହ ସେ ପ୍ରଥମ ଥର ଆମେଠି ଓ ରାୟବରେଲୀ ସଂସଦୀୟ କ୍ଷେତ୍ରରେ ପାଦ ଦେଇଥିଲେ । ଆଜି ଦୀର୍ଘ ୨୫ ବର୍ଷ ପରେ ପ୍ରଥମ ଥର ଗାନ୍ଧୀ ପରିବାରରୁ କେହି ଏହି ଆସନରେ ନିର୍ବାଚନ ନ ଲଢି କିଶୋରୀଲାଲ ପ୍ରାର୍ଥୀ ହୋଇଛନ୍ତି । ଜାଣନ୍ତୁ ତାଙ୍କ ବିଷୟରେ...

Etv Bharat
Etv Bharat (Etv Bharat)
author img

By ETV Bharat Odisha Team

Published : May 3, 2024, 2:10 PM IST

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶ ଆମେଠିରୁ ନିର୍ବାଚନ ଲଢିବା ନେଇ ଦୀର୍ଘ ଦିନ ହେଲା ଚର୍ଚ୍ଚା ହେଉଥିଲା । ହେଲେ ଏଥର ରାହୁଲ ନୁହେଁ, ଆମେଠିରୁ ଓହ୍ଲାଇଛନ୍ତି କିଶୋରୀଲାଲ ଶର୍ମା । ପୂର୍ବ ନିର୍ବାଚନରେ ଏଠି ରାହୁଲଙ୍କୁ ମାତ୍ ଦେଇଥିବା ବିଜେପି ହେଭିୱେଟ ସ୍ମୃତି ଇରାନୀଙ୍କୁ ଟକ୍କର ଦେବାକୁ କଂଗ୍ରେସ କିଶୋରୀଲାଲଙ୍କୁ ପ୍ରାର୍ଥୀ କରିଛି । ଏହାରି ସହିତ ଗତ ୨୫ ବର୍ଷରେ ପ୍ରଥମ ଥର ଆମେଠି ଆସନରେ ଗାନ୍ଧୀ ପରିବାର ନିର୍ବାଚନ ଲଢୁନାହିଁ । ତେଣୁ କିଶୋରୀଲାଲଙ୍କ ନାଁ ଘୋଷଣା ପରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ।

କିଏ ଏହି କିଶୋରୀଲାଲ୍:-

ଗାନ୍ଧୀ ପରିବାରର ସହ କିଶୋରୀଲାଲ୍ ଶର୍ମାଙ୍କ ସମ୍ପର୍କ ଭାରି ଘନିଷ୍ଠ । ବିଗତ ୪ ଦଶନ୍ଧି ଧରି ସେ ଗାନ୍ଧୀ ପରିବାରର ନିକଟତମ ସହଯୋଗୀ ଭାବେ ରହିଆସିଛନ୍ତି । କିଶୋରୀଲାଲଙ୍କ ଘର ପଞ୍ଜାବ ଲୁଧିଆନାରେ, ୧୯୮୩ ମସିହାରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସହ ପ୍ରଥମ ଥର ଉତ୍ତରପ୍ରଦେଶର ରାୟବରେଲୀ ଏବଂ ଆମେଠି ସଂସଦୀୟ କ୍ଷେତ୍ରରେ ପାଦ ଦେଇଥିଲେ । ତେବେ ୧୯୯୧ରେ ରାଜୀବ ଗାନ୍ଧୀଙ୍କ ଦେହାନ୍ତ ପରେ ଗାନ୍ଧୀ ପରିବାର ସହ ତାଙ୍କର ବନ୍ଧନ ଆହୁରି ନିବିଡ଼ ହୋଇଥିଲା ।

କିଶୋରୀଲାଲ୍ ପ୍ରମୁଖ ବ୍ୟକ୍ତି ଥିଲେ, ଯିଏକି ଗାନ୍ଧୀ ପରିବାରର ଅନୁପସ୍ଥିତିରେ ଆମେଠି ଓ ରାୟବରେଲୀ ଆସନର ଦେଖାରେଖା କରୁଥିଲେ । ସେ ନିୟମିତ ଭାବରେ ଏହି ଦୁଇ ସଂସଦୀୟ ଗସ୍ତ କରୁଥିଲେ । ଏମିତିକି ସୋନିଆ ଗାନ୍ଧୀଙ୍କ ରାଜନୀତିରେ ଡେବ୍ୟୁ ପରେ ଯେତେବେଳେ ସେ ପ୍ରଥମ ଥର ଆମେଠି ଗସ୍ତ କରିଥିଲେ, ତାଙ୍କ ସହ କିଶୋରୀଲାଲ୍ ମଧ୍ୟ ଯାଇଥିଲେ । ଏହା ମଧ୍ୟ କୁହାଯାଏ ଯେ, ସୋନିଆ ଗାନ୍ଧୀ ରାହୁଲଙ୍କ ପାଇଁ ଆମେଠି ସିଟ୍ ଛାଡିବା ପରେ କିଶୋରୀଲାଲ୍ ହିଁ ଏହି ଦୁଇ ବହୁଚର୍ଚ୍ଚିତ ଆସନର ବୁଝାସୁଝା କରୁଥିଲେ ।

AICC ପକ୍ଷରୁ ଆମେଠି ପାଇଁ କିଶୋରୀଲାଲଙ୍କ ନାଁ ଘୋଷଣା ପରେ ସେ ଆଜି ରାହୁଲଙ୍କ ସହ ନାମାଙ୍କନ ଦାଖଲ କରିବେ । ଆସନ୍ତା ମେ' ୨୦ ତାରିଖରେ ଏହି ଦୁଇ ଆସନରେ ଭୋଟ ଗ୍ରହଣ କରାଯିବ । ଏଥିପାଇଁ ଆଜି ନାମାଙ୍କନର ଶେଷ ତାରିଖ । ତେବେ ଆଜି ପ୍ରାର୍ଥୀ ତାଲିକା ପ୍ରକାଶ ପରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଟ୍ବିଟ୍ କରି କିଶୋରୀଲାଲଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ''କିଶୋରୀଲାଲ ଶର୍ମାଜୀଙ୍କ ଆମ ପରିବାର ସହ ସମ୍ପର୍କ ବହୁ ପୁରୁଣା । ଆମେଠି ଓ ରାୟବରେଲୀବାସୀଙ୍କ ସେବା ପାଇଁ ସେ ସବୁବେଳେ ପ୍ରାଣପ୍ରଣେ ଚେଷ୍ଟା କରିଆସୁଛନ୍ତି । ତାଙ୍କୁ କଂଗ୍ରେସ ପାର୍ଟି ଆମେଠିରୁ ପ୍ରାର୍ଥୀ କରିବା ଖୁସିର ବିଷୟ ।''

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.