ETV Bharat / politics

ଚାଲିଛି 6ଷ୍ଠ ପର୍ଯ୍ୟାୟ ଭୋଟିଂ, ଭୋଟ ଦେଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପୂର୍ବତନ ରାଷ୍ଟ୍ରପତିଙ୍କ ସମେତ ବହୁ ଭେଟେରାନ - 6th phase voting

author img

By ETV Bharat Odisha Team

Published : May 25, 2024, 10:19 AM IST

lok sabha election 2024: ବିଭିନ୍ନ ସ୍ଥାନରେ ଭୋଟିଂ ଜାରି । ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପୂର୍ବତନ ରାଷ୍ଟ୍ରପତିଙ୍କ ସମେତ ବହୁ ଭେଟେରାନ ଦେଲେ ଭୋଟିଂ । 58 ଲୋକସଭା ଆସନରେ ଚାଲିଛି ଭୋଟିଂ । ଅଧିକ ପଢନ୍ତୁ

ଚାଲିଛି 6ଷ୍ଠ ପର୍ଯ୍ୟାୟ ଭୋଟିଂ, ବିଭିନ୍ନ ସ୍ଥାନରେ ଭୋଟ ଦେଲେ ବହୁ ଭେଟେରାନ
ଚାଲିଛି 6ଷ୍ଠ ପର୍ଯ୍ୟାୟ ଭୋଟିଂ, ବିଭିନ୍ନ ସ୍ଥାନରେ ଭୋଟ ଦେଲେ ବହୁ ଭେଟେରାନ (ETV Bharat Odisha)

ନୂଆଦିଲ୍ଲୀ: ଆଜି ଦେଶରେ ଲୋକସଭା ନିର୍ବାଚନର 6ଷ୍ଠ ପର୍ଯ୍ୟାୟ ଭୋଟିଂ ଜାରି ରହିଛି । 8 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ 58 ସଂସଦୀୟ ଆସନରେ ଭୋଟିଂ ହେଉଛି । ସକାଳୁ ବିଭିନ୍ନ ମତଦାନ କେନ୍ଦ୍ରରେ ସାଧାରଣ ଲୋକେ ନିଜ ମତାଧିକାର ସାବ୍ୟସ୍ତ କରିବା ଜାରି ରଖିଛନ୍ତି । ବହୁସ୍ଥାନରେ ବିଭିନ୍ନ ଭେଟେରାନମାନେ ନିଜ ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିଛନ୍ତି । ଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦ୍ବୀପ ଧନଖଡ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଏକାଧିକ କେନ୍ଦ୍ରମନ୍ତ୍ରୀ ତଥା ଚଳିତଥର ପ୍ରାର୍ଥୀଙ୍କ ସମେତ ବହୁ ରାଜନୈତିକ ଦଳର ଚର୍ଚ୍ଚିତ ନେତାମାନେ ଭୋଟିଂ କରିଛନ୍ତି ।

ଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ମତାଧିକାର ସାବ୍ୟଲସ୍ତ କରିବାରେ ଲାଗିଛନ୍ତି । କେନ୍ଦ୍ରମନ୍ତ୍ରୀ ହରଦ୍ବୀପ ସିଂ ପୁରୀ, ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ମଧ୍ୟ ସପତ୍ନୀକ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି । ଦିଲ୍ଲୀରେ ସାଂସଦ ପ୍ରାର୍ଥୀ ହୋଇଥିବା ଦିବଙ୍ଗତ ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କ ଝିଅ ବାଂସୁରୀ ସ୍ବରାଜ, ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସୈନୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଚଳିତଥର ସାଂସଦ ପ୍ରାର୍ଥୀ ମନୋହରଲାଲ ଖଟ୍ଟର, ବିଜେପି ପ୍ରାର୍ଥୀ ନବୀନ ଜିନ୍ଦଲ ପ୍ରମୁଖ ଭୋଟ ଦେଇଛନ୍ତି । ସେହିପରି କଂଗ୍ରେସ ଭେଟେରାନ ତଥା ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୁଅ ରାହୁଲ ଗାନ୍ଧୀ ମଧ୍ୟ ଦିଲ୍ଲୀରେ ନିଜ ସାମ୍ବିଧାନିକ ମତାଧିକାର ସାବ୍ୟସ୍ତ କରିଛନ୍ତି । ରାହୁଲ ଓ ସୋନିଆ ଗୋଟିଏ ବୁଥରେ ଏକାସାଙ୍ଗରେ ଆଜି ଭୋଟ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ସପତ୍ନୀକ ଭୋଟ ଦେଲେ ବିଜେଡି ସାଂସଦ ପ୍ରାର୍ଥୀ ସଂତୃପ୍ତ ମିଶ୍ର - SANTRUPT MISRA CAST HIS VOTE

ଆଜି 8 ରାଜ୍ୟ ଓ 42 ଲୋକସଭା ଆସନରେ ଭୋଟିଂ ଚାଲିଛି । ଏହ ସହ ସମାନ୍ତରଳ ଭାବେ ଓଡିଶାରେ ମଧ୍ୟ ବିଧାନସଭା ଭୋଟିଂ ଜାରି ରହିଛି । ରାଜ୍ୟରେ 6 ଲୋକସଭା ଆସନ ସହ 42 ବିଧାନସଭା ଆସନରେ ଭୋଟିଂ ହେଉଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚଳିତ ପର୍ଯ୍ୟାୟରେ ସମ୍ବଲପୁର ଆସନରୁ ପ୍ରାର୍ଥୀ ରହିଛନ୍ତି । ଓଡିଶାର 6 ଲୋକସଭା ଆସନରେ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ହେଉଛି । ଜୁନ ପହିଲାରେ ଅନ୍ତିମ ତଥା 7ମ ପର୍ଯ୍ୟାୟ ଭୋଟିଂ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.