ETV Bharat / politics

କେନ୍ଦ୍ରାପଡା ଆଳିରେ ଗର୍ଜିଲେ ସ୍ମୃତି ଇରାନୀ, କହିଲେ ଏଥର ବିଜେଡି ସରକାରର ପତନ ହେବ - Smriti Irani Campaign in Kendrapara - SMRITI IRANI CAMPAIGN IN KENDRAPARA

Smriti Irani Campaign in Kendrapara: କେନ୍ଦ୍ରାପଡ଼ା ଆଳି ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । କହିଲେ ତାମିଲନାଡ଼ୁ ରିମୋଟରେ କଣ୍ଟ୍ରୋଲ ହେଉଥିବା ଓଡ଼ିଶା ସରକାରର ହେବ ପତନ । ଅଧିକ ପଢ଼ନ୍ତୁ

Smriti Irani Campaign in Kendrapara
Smriti Irani Campaign in Kendrapara (ETV Bharat Odisha)
author img

By ETV Bharat Odisha Team

Published : May 25, 2024, 9:42 PM IST

କେନ୍ଦ୍ରାପଡ଼ା: ରାଜ୍ୟରେ ଆଜି ତୃତୀୟ ପର୍ଯ୍ୟାୟ ଭୋଟ ପଡ଼ିଥିବାବେଳେ ଚତୁର୍ଥ ପର୍ଯ୍ୟାୟ ଭୋଟ ପାଇଁ ପ୍ରଚାର ଅଭିଯାନ ଜୋରଦାର ହୋଇଛି । ଏହି କ୍ରମରେ ଆଜି ବିଜେପି ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ଭୋଟ ମାଗିଛନ୍ତି । କେନ୍ଦ୍ରାପଡ଼ା ଆଳି ନିର୍ବାଚନ ମଣ୍ଡଳୀ ଜୁଆଣିଆ ପଞ୍ଚାୟତଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ବିଜେପି ପାଇଁ ଭୋଟ ମାଗିବା ସହ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଢ଼ିବା ପାଇଁ ଜନସାଧାରଣଙ୍କୁ ଆହ୍ବାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ।

Smriti Irani Campaign in Kendrapara (ETV Bharat Odisha)

କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେପି ନେତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଜୋରଦାର ପ୍ରଚାର । ଆଳି ନିର୍ବାଚନ ମଣ୍ଡଳୀ ଜୁଆଣିଆ ପଞ୍ଚାୟତଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ବିଜେପି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରରେ ଯେଉଁଭଳି ଭାବରେ କଂଗ୍ରେସ ସରକାରର ପତନ ହୋଇଛି, ଠିକ ସେହିଭଳି ଏଥର ନିର୍ବାଚନରେ ରାଜ୍ୟରେ ଦୀର୍ଘ ୨୪ ବର୍ଷ ଧରି ଶାସନ କରୁଥିବା ବିଜେଡି ସରକାରର ପତନ ହେବ ଓ ବିଜେପି ଓଡ଼ିଶାର ଶାସନ ଭାର ନେବ ବୋଲି ଦୃଢୋକ୍ତି ପ୍ରକାଶ କରି କର୍ମୀ ଓ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିଥିଲେ କେନ୍ଦ୍ରମନ୍ତ୍ରୀ । ଆଜିର ଏହି ବିଜୟ ସଂକଳ୍ପ ସମାବେଶରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ପୂର୍ବତନ କେନ୍ଦ୍ରାପଡା ସାଂସଦ ଅର୍ଚ୍ଚନା ନାୟକ, ଆଳି ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା, ପୂର୍ବତନ ଆଳି ବିଧାୟକ ଦୋଳଗୋବିନ୍ଦ ନାୟକ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାରେ ଚାଲିଛି ରିମୋଟ କଣ୍ଟ୍ରୋଲ ସରକାର: ସ୍ମୃତି ଇରାନୀ - Smriti Irani Campaign in Kujanga

ଏହି ସଭାରେ ଗୁଜୁରାଟ ଶିକ୍ଷାମନ୍ତ୍ରୀ କୁବେରଭାଇ ମନସୁଖଭାଇ ଦିନ୍ଦୋର ସଭାରେ ଯୋଗ ଦେଇ ମୋଦି ସରକାରଙ୍କ ବିକାଶ ଗ୍ୟାରେଣ୍ଟି ଉପରେ ଉଦବୋଧନ ଦେବା ସହ 'ଦୁଇଥର ପଦ୍ମ, ଦୁଇଗୁଣା ବିକାଶ' ଉପରେ ଫୋକସ କରିବା ପାଇଁ ପଦ୍ମ ଫୁଲରେ ଦୁଇଥର ଭୋଟ ଦେବାକୁ ନିବେଦନ କରିଥିଲେ । ଓଡ଼ିଶାରେ ଶାସନ ରିମୋର୍ଟ ତାମିଲନାଡୁ ଠିକାଦାର କଣ୍ଟ୍ରୋଲ କରୁଥିବା କହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ଶାଣିତ ଆକ୍ରମଣ କରିଥିଲେ ସ୍ମୃତି ଇରାନୀ । ପାଟକୁରା, ମହାକାଳପଡ଼ା ଓ ରାଜନଗର ଭଳି ନିର୍ବାଚନ ମଣ୍ଡଳୀରେ ପିଇବା ପାଇଁ ପାଣି ମିଳୁନଥିବାବେଳେ ଚାଷଜମିକୁ ପାଣି ମଡାଯାଇ ପାରୁନାହିଁ, ଯେଉଁଥିପାଇଁ ଅପାରଗ ରାଜ୍ୟ ସରକାର ଦାୟୀ ବୋଲି କହିଥିଲେ ସ୍ମୃତି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.