ETV Bharat / politics

ଲୋକସଭା ନିର୍ବାଚନ 2024: କେମିତି ହୋଇଛି ପ୍ରସ୍ତୁତି, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

author img

By ETV Bharat Odisha Team

Published : Mar 16, 2024, 8:29 PM IST

Lok Sabha Election 2024 schedule: ଚଳିତ ନିର୍ବାଚନ କଣ ରହିଛି ଭୋଟରଙ୍କ ସଂଖ୍ୟା । କିପରି ରହିଛି ପ୍ରସ୍ତୁତି । କ’ଣ ରହିଛି ନୟମାବଳି । ନଜର ପକାନ୍ତୁ ନିର୍ବାଚନ କମିଶନଙ୍କ ବିସ୍ତୃତ ତଥ୍ୟ ଉପରେ

ଲୋକସଭା ନିର୍ବାଚନ 2024: କେମିତି ହୋଇଛି ପ୍ରସ୍ତୁତି, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
ଲୋକସଭା ନିର୍ବାଚନ 2024: କେମିତି ହୋଇଛି ପ୍ରସ୍ତୁତି, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
ଲୋକସଭା ନିର୍ବାଚନ 2024: କେମିତି ହୋଇଛି ପ୍ରସ୍ତୁତି, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ନିର୍ବାଚନୀ ବିଗୁଲ ସହ ଆରମ୍ଭ ହେଲା ବିଶ୍ବର ସର୍ବବୃହତ୍ତ ଗଣତାନ୍ତ୍ରିକ ଦେଶ ଭାରତରେ ଗଣତନ୍ତ୍ରର ମହାପର୍ବ । ଆଜି ନିର୍ବାଚନ ଆୟୋଗ ଲୋକସଭା ନିର୍ବାଚନ ସହ 4 ରାଜ୍ୟରେ ବିଧାନସଭା ନିର୍ବଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ମୋଟ 7ଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ସହ ସମାନ୍ତରଳ ଭାବେ 4 ରାଜ୍ୟ ଆନ୍ଧ୍ର ପ୍ରଦେଶ, ଓଡିଶା, ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଆଜି କାର୍ଯ୍ୟସୂଚୀ ଘୋଷଣା କରିଛି । ସାତଟି ପର୍ଯ୍ୟାୟରେ ଚଳିତ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ ।

ପ୍ରଥମ ପର୍ଯ୍ୟାୟ ଭୋଟିଂ ଏପ୍ରିଲ 19ରେ ହେବାକୁ ଥିବା ବେଳେ ଜୁନ ପହିଲାରେ ଶେଷ ତଥା 7ମ ପର୍ଯ୍ୟାୟ ଭୋଟିଂ ରହିଛି । ଲୋକସଭା ସହ 4 ରାଜ୍ୟରେ ଜୁନ୍ 4 ତାରିଖରେ ଏକକାଳୀନ ଜନାଦେଶ ପ୍ରକାଶ ପାଇବ । ଆଜି ତାରିଖ ଘୋଷଣା ସହ ସମଗ୍ର ଦେଶରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ମଧ୍ୟ ହୋଇଛି । ସ୍ବଚ୍ଛ ତଥା ମକ୍ତ ନିର୍ବାଚନ ପାଇଁ ସୁରକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛି ନିର୍ବାଚନ ଆୟୋଗ ।

ଏପ୍ରିଲ 19 ତାରିଖରେ ପ୍ରଥମ ପର୍ଯ୍ୟାୟରେ 21 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସର୍ବାଧିକ 102 ଲୋକସଭା ଆସନରେ ଭୋଟିଂ ହେବ । ଏହି ପର୍ଯ୍ୟାୟରେ ନାମାଙ୍କନ ଦାଖଲ ପ୍ରକ୍ରିୟା ମାର୍ଚ୍ଚ 27 ତାରିଖରୁ ଆରମ୍ଭ ହେବ । 2ୟ ପର୍ଯ୍ୟାୟ ପାଇଁ ଏପ୍ରିଲ 4 ତାରିଖରୁ ନାମାଙ୍କନ ଦାଖଲ ଆରମ୍ଭ ହୋଇ ଏପ୍ରିଲ 26 ତାରିଖରେ 12 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ 89 ଆସନରେ ଭୋଟିଂ ହେବ । ତୃତୀୟ ପର୍ଯ୍ୟାୟ ପାଇଁ ଏପ୍ରିଲ 19 ତାରିଖରେ ନାମାଙ୍କନ ଆରମ୍ଭ ହେବ । ମେ 7 ତାରିଖରେ 94 ଆସନରେ ଭୋଟିଂ ହେବ ।

ସେହିପରି ମେ’ 13 ତାରିଖରେ 4ର୍ଥ ପର୍ଯ୍ୟାୟରେ 10 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳବାସୀ ଭୋଟ ଦେବେ । ଏହି ପର୍ଯ୍ୟାୟରେ 10 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ରହିଛି । ମେ’ 20 ତାରିଖରେ 5ମ ପର୍ଯ୍ୟାୟରେ 49 ଆସନରେ ଭୋଟିଂ ହେବ । ଏଥିରେ ମେ’ 3 ତାରିଖରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହେବ । ଏହି ପର୍ଯ୍ୟାୟରେ ମୋଟ 8 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଭୋଟ ଦେବ । ମେ’ 25 ରେ 6ଷ୍ଠ ପର୍ଯ୍ୟାୟରେ ମୋଟ 7 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଭୋଟ ଦେବ । ଜୁନ ପହିଲାରେ ଅନ୍ତିମ ବା 7ମ ପର୍ଯ୍ୟାୟରେ ମୋଟ 8 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 57 ଆସନରେ ଭୋଟ ହେବ ।

ଆଜି ପ୍ରେସମିଟରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି, ‘‘ଦେଶକୁ ସ୍ବଚ୍ଛ ନିର୍ବାଚନ ଦେବା ପାଇଁ ଆମେ (ଆୟୋଗ) ସମ୍ପୂର୍ଣ୍ଣ ପ୍ରତିବଦ୍ଧ । 17ତମ ଲୋକସଭାର କାର୍ଯ୍ୟକାଳ ଚଳିତବର୍ଷ ଜୁନ 16 ତାରିଖରେ ଶେଷ ହେବାକୁ ଯାଉଛି । ସେହିପରି ଆନ୍ଧ୍ର ପ୍ରଦେଶ, ଓଡିଶା, ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମର ବିଧାନସଭାର କାର୍ଯ୍ୟକାଳ ମଧ୍ୟ ଜୁନ ମାସରେ ଶେଷ ହେଉଛି । ଏହା ସହ ସେ ସମ୍ପୂର୍ଣ୍ଣ ନିର୍ବାଚନ ପ୍ରସ୍ତୁତି ଓ ବିସ୍ତୃତ ତଥ୍ୟ ମଧ୍ୟ ରଖିଛନ୍ତି ।

ଏଥର 47 କୋଟି ମହିଳା ଭୋଟର: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି, ଦେଶର ଚଳିତ ଥର ମତାଧିକାର ସାବ୍ୟସ୍ତ କରିବା ପାଇଁ ମୋଟ ପଞ୍ଜୀକୃତ ଭୋଟରଙ୍କ ସଂଖ୍ୟା 96.8 କୋଟି । ସେଥିମଧ୍ୟରୁ 49.7 କୋଟି ପୁରୁଷ ଏବଂ 47 କୋଟି ମହିଳା ଭୋଟର ରହିଛନ୍ତି । 1 କୋଟି 82 ଲକ୍ଷ ନବାଗତ ଭୋଟର ମଧ୍ୟ ଏହି ନିର୍ବାଚନରେ ​​ପ୍ରଥମ ଥର ନିଜର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବାକୁ ଯାଉଛନ୍ତି । 12ଟି ରାଜ୍ୟରେ ମହିଳା ଭୋଟରଙ୍କ ଅନୁପାତ ପୁରୁଷଙ୍କ ତୂଳନାରେ ଅଧିକ ରହିଛି, ଯାହା ଗଣତାନ୍ତ୍ରିକ ଭାଗିଦାରୀ ପାଇଁ ଏକ ଶୁଭଙ୍କର ସୂଚନା ମଧ୍ୟ ।

ଏଥର ଭୋଟ ଦେବେ 1.8 କୋଟି ନୂଆ ଭୋଟର:-

ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି, 1.8 କୋଟି ଭୋଟର ପ୍ରଥମ ଥର ପାଇଁ ଭୋଟ୍ ଦେବେ । ସେହିପରି ନବାଗତଙ୍କୁ ଛାଡିଲେ 20-29 ବର୍ଷ ବୟସ ବର୍ଗରେ 19.47 କୋଟି ଭୋଟର ଅଛନ୍ତି ।

10.5 ଲକ୍ଷ ମତଦାନ କେନ୍ଦ୍ର: ସମଗ୍ର ଦେଶରେ ମୋଟ 97 କୋଟି ପଞ୍ଜିକୃତ ଭୋଟର 10.5 ଲକ୍ଷ ମତଦାନ କେନ୍ଦ୍ରରେ ମତାଧିକାର ସାବ୍ଯସ୍ତ କରିବେ । ନିର୍ବାଚନ ପ୍ରକ୍ରିୟାରେ ମୋଟ 1.5 କୋଟି ମତଦାନ ଅଧିକାରୀ ଏବଂ ସୁରକ୍ଷା କର୍ମୀ ନିୟୋଜିତ ହେବେ । ପୁରା ଭୋଟିଂ ପ୍ରକ୍ରିୟାରେ ମୋଟ 55 ଲକ୍ଷ ଇଭିଏମ ବା ବୈଦ୍ୟୁତିକ ଭୋଟିଂ ମେସିନର ବ୍ୟବହାର କରାଯିବା । ପୁରା ପ୍ରକ୍ରିୟାର ପରିଚାଳନାରେ 4 ଲକ୍ଷ ଯାନ ବାହନ ମଧ୍ୟ । ବ୍ୟବହାର ହେବ । ମନିଟରିଂ ବା ତଦାରଖ ପାଇଁ ସମଗ୍ର ଦେଶରେ 2,100 ପର୍ଯ୍ୟବେକ୍ଷକ ନିୟୋଜିତ କରିବ ନିର୍ବାଚନ ଆୟୋଗ ।

85 ବର୍ଷରୁ ଅଧିକ ଭୋଟରଙ୍କ ଭୋଟିଂ ଫ୍ରମ ହୋମ ସୁବିଧା: 85 ବର୍ଷରୁ ଅଧିକ ସମସ୍ତ ଭୋଟରଙ୍କୁ ମତଦାନ କେନ୍ଦ୍ର ଯିବା ପରିବର୍ତ୍ତେ ନିଜ ଘରେ ଭୋଟ୍ ଦେବାକୁ ଅନୁମତି ଦିଆଯିବ । ଏଥର ଦେଶରେ ପ୍ରଥମ ଥର ପାଇଁ ଏହି ବ୍ୟବସ୍ଥା କରାଯିବ। 85 ବର୍ଷରୁ ଅଧିକ ବୟସର ଭୋଟରଙ୍କ ସହ 40% ରୁ ଅଧିକ ଭିନ୍ନକ୍ଷମ ଭୋଟରଙ୍କୁ ମଧ୍ୟ ହୋମ ଭୋଟିଂ ସୁବିଧାରେ ଅନ୍ତର୍ଭୁକ୍ତ କରାଯିବ । ଏହା ପାଇଁ ସେମାନଙ୍କୁ ଏକ ଫର୍ମ ପ୍ରଦାନ କରାଯିବା । ଏଥିପାଇଁ ସମସ୍ତ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି । ସେହିପରି ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ନିର୍ବାଚନରେ ​​ରକ୍ତପାତ ଓ ହିଂସା ପାଇଁ କୌଣସି ସ୍ଥାନ ନାହିଁ । ହିଂସା ସୂଚନା ମିଳିବା ମାତ୍ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମସ୍ତ ଲ ଏନଫୋର୍ସମେଣ୍ଚ ସଂସ୍ଥାକୁ ମଧ୍ୟ କ୍ଷମତା ପ୍ରଦାନ ସହ ଆଲର୍ଟମୋଡରେ ରଖାଯାଇଛି ।

ନିୟମାବଳୀ ମୁଖ୍ୟାଂଶ ସମ୍ପର୍କରେ....

  • ଜାତି ଏବଂ ଧର୍ମ ନାମରେ ଭୋଟ ମାଗିପାରିବେ ନାହିଁ
  • ଶିଶୁ ଓ 18 ବର୍ଷରୁ କମ ବର୍ଗକୁ ପ୍ରଚାରରେ ବ୍ୟବହାର ନିଷେଧ
  • ବ୍ୟକ୍ତିଗତ ମନ୍ତବ୍ୟ ଉପରେ କଟକଣା
  • ମିଥ୍ୟା ଖବର ପ୍ରଚାରକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ
  • ଟଙ୍କା ଏବଂ ବାହୁବଳ ବ୍ୟବହାର ଉପରେ ଅଙ୍କୁଶ

ଗତ ସାଧାରଣ ନିର୍ବାଚନ ଫଳାଫଳ:-

2019 ନିର୍ବାଚନରେ ​​ବିଜେପି 303ଟି ଆସନ ଜିତିଥିବାବେଳେ କଂଗ୍ରେସ 52ଟି ସିଟ୍ ପାଇଥିଲା । ତେବେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ଲୋକସଭାରେ ବିରୋଧୀ ଦଳର ନେତା ପଦବୀ ପାଇବା ପାଇଁ ପର୍ଯ୍ୟାପ୍ତ ସଂଖ୍ୟା ମଧ୍ୟ ସଂଗ୍ରହ କରିପାରିନଥିଲା । ବର୍ତ୍ତମାନ ଚଳିତ ଲୋକସଭାର କାର୍ଯ୍ୟକାଳ ଜୁନ୍ 16 ତାରିଖରେ ଶେଷ ହେଉଛି । ଏହା ପୂର୍ବରୁ ନିର୍ବାଚନ ପ୍ରକ୍ରିୟା ଶେଷ କରି ଜନାଦେଶ ପ୍ରକାଶ କରାଯିବ । କାର୍ଯ୍ୟକାଳ ସରିବା ପୂର୍ବରୁ ନୂଆ ଲୋକସଭା ଗଠନ କରାଯିବ ।

ଏହା ମଧ୍ୟ ପଢନ୍ତୁ :- 2024 ମହାମୁକାବିଲା ପାଇଁ ବାଜିଲା ବିଗୁଲ: 19 ଏପ୍ରିଲରୁ 7 ପର୍ଯ୍ୟାୟରେ ଭୋଟ୍, ଜୁନ 4ରେ ରେଜଲ୍ଟ

2019 ରେ ମଧ୍ୟ ଚଳିତଥର ପରି ସାତୋଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ମାର୍ଚ୍ଚ 10 ତାରିଖରେ ତାରିଖ ଘୋଷଣା କରାଯାଇଥିଲା ଏବଂ ଏପ୍ରିଲ 11 ରୁ ସାତୋଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯାଇଥିଲା । ଭୋଟ୍ ଗଣତି 23 ମେ’ ହୋଇଥିଲା । ଚଳିତ ଥର ଏହା ଜୁନ 4 ରେ ହେବାକୁ ନିର୍ଦ୍ଧାରିତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.