ETV Bharat / politics

ଜନାଦେଶ 2024: ବାରାଣସୀରେ ନୂଆ କୀର୍ତ୍ତିମାନ କରିବେ କି ପ୍ରଧାନମନ୍ତ୍ରୀ ମୋଦି ! - Lok Sabha Election 2024 Result - LOK SABHA ELECTION 2024 RESULT

Lok Sabha Election 2024 Result: କାଲି ଆସିବ ସାଧାରଣ ନିର୍ବାଚନ ଫଳାଫଳ । କ୍ରମାଗତ ତୃତୀୟ ଥର ପାଇଁ ବାରାଣସୀରୁ ଲଢୁଛନ୍ତି ପ୍ରଧାନମନ୍ତ୍ରୀ । ଐତିହାସିକ ରେକର୍ଡ ସହ ବିଜୟୀ ହେବା ନେଇ ବିଜେପି ଆଶାବାଦୀ । ଅଧିକ ପଢନ୍ତୁ

ଜନାଦେଶ 2024: ନୂଆ କୀର୍ତ୍ତିମାନ କରିବେ କି ପ୍ରଧାନମନ୍ତ୍ରୀ ମୋଦି !
ଜନାଦେଶ 2024: ନୂଆ କୀର୍ତ୍ତିମାନ କରିବେ କି ପ୍ରଧାନମନ୍ତ୍ରୀ ମୋଦି ! (ETV Bharat Odisha)
author img

By ETV Bharat Odisha Team

Published : Jun 3, 2024, 11:14 AM IST

ବାରାଣସୀ: ‘ନା ମୁଝେ କୋଇ ଭେଜା ହୈ.. ନା ମେଁ ୟାହାଁ ଆୟା ହଁଁ, ମୁଝେ ତୋ ମା’ ଗଙ୍ଗା ନେ ବୁଲାୟା ହୈ...’। 2014 ରେ ଯେତେବେଳେ ନରେନ୍ଦ୍ର ମୋଦି ଗୁଜୁରାଟ ରାଜନୀତିରୁ ଜାତୀୟ ରାଜନୀତିରେ ପ୍ରବେଶ କରି ପ୍ରଥମ ଥର ଉତ୍ତର ପ୍ରଦେଶ ବାରାଣସୀରୁ ସଂସଦୀୟ ନିର୍ବାଚନ ଲଢୁଥିଲେ, ଏହିି ଉକ୍ତିଟି ତାଙ୍କର ପ୍ରଥମ ପ୍ରତିକ୍ରିୟାରେ ସାମ୍ନାକୁ ଆସିଥିଲା । ହେଲେ ଭାରତୀୟ ଜନତା ପାର୍ଟିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ବାରାଣସୀରୁ ନିର୍ବାଚନ ଲଢିଥିବା ମୋଦି 10 ବର୍ଷ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ତୁଲାଇ ସାରିଛନ୍ତି । 2014 ତୂଳନାରେ ମୋଦିଙ୍କର ବ୍ୟକ୍ତିତ୍ବ ଓ ଲୋକପ୍ରିୟତା ମଧ୍ୟ ବଦଳିଛି । 10ବର୍ଷ ପୂର୍ବେ ଏକ ରାଜନୈତିକ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରଥମ ନିର୍ବାଚନ ଲଢିଥିବା ମୋଦି ଏବେ ବିଶ୍ବର ଜଣେ ଜଣାଶୁଣା ରାଷ୍ଟ୍ରମୁଖ୍ୟ ଭାବେ ପରିଚିତ ହୋଇସାରିଛନ୍ତି କହିଲେ ଭୁଲ ହେବନାହିଁ ।ଚଳିତ ନିର୍ବାଚନରେ ମଧ୍ୟ ମୋଦି କ୍ରମାଗତ ତୃତୀୟ ଥର ବାରାଣସୀ ଆସନରୁ ନିର୍ବାଚନ ଲଢୁଛନ୍ତି । ଏଥର ସେ ନୂଆ କିର୍ତ୍ତୀମାନ କରିବାକୁ ଯାଉଥିବା ଚର୍ଚ୍ଚା ହେଉଛି । ଭାରତୀୟ ଜନତା ପାର୍ଟି ଏଥର ମୋଦିଙ୍କୁ ଯଶସ୍ବୀ ତଥା ବିଶ୍ବ ଜନନେତା ଭାବେ ଚିତ୍ରଣ କରି ନିର୍ବାଚନ ଲଢିଛି ।

ବାରାଣସୀ ଆସନ:- ଉତ୍ତର ପ୍ରଦେଶର ଆଧ୍ୟାତ୍ମିକ ସହର ବାରାଣସୀର ହିନ୍ଦୁ ଭୋଟ ଉପରେ ପ୍ରଭାବ ରହିଛି । ଏହି ଚର୍ଚ୍ଚିତ ଆସନରେ ମୋଟ ଆସନର 82 ପ୍ରତିଶତ ହିନ୍ଦୁ ଭୋଟର ରହିଛନ୍ତି । 16 ପ୍ରତିଶତ ମୁସଲିମ୍‌ ଭୋଟର ମଧ୍ୟ ଏହି ଆସନରେ ରହିଛନ୍ତି । ହିନ୍ଦୁ ଭୋଟରଙ୍କ ମଧ୍ୟରେ ପ୍ରାୟ 12 ପ୍ରତିଶତ ଅନୁସୂଚିତ ଜାତି ଓ ପଛୁଆ ବର୍ଗର ଭୋଟର ରହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଭୋଟ ବ୍ୟବଧାନ ଗତ ଦୁଇଥରରେ ଢେର ବଢିଛି । ଏଥର ଏହି ବ୍ୟବଧାନ ପ୍ରାୟ 10 ଲକ୍ଷ ପାର କରିବା ବୋଲି ଭାଜପା କହୁଛି । ବାରାଣସୀରେ ମୋଟ ଭୋଟରଙ୍କ ସଂଖ୍ୟା 19,62,821 । ସେଥିମଧ୍ୟରୁ 8,97,343 ମହିଳା ଭୋଟର, 10,65,343 ପୁରୁଷ ଭୋଟର ରହିଛନ୍ତି । 65 ପ୍ରତିଶତ ସହରାଞ୍ଚଳ ଭୋଟର ଥିବା ବେଳେ ଅବଶିଷ୍ଟ 35 ପ୍ରତିଶତ ଗ୍ରାମୀଣ ଭୋଟର ରହିଛନ୍ତି । ମାତ୍ର 0.7 ପ୍ରତିଶତ ହେଉଛନ୍ତି ଦଳିତ ବର୍ଗ ।

2014 ରେ ମୋଦି ପାଇଥିବା ଭୋଟ:-

2024 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋଟ 5,81,022 ଭୋଟ ମିଳିଥିଲା । ଦ୍ବିତୀୟ ସ୍ଥାନରେ ଆମ ଆଦମୀ ପାର୍ଟି ପ୍ରାର୍ଥୀ 2,09,238 ଭୋଟ ପାଇଥିଲେ । ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ପ୍ରାର୍ଥୀ ଅଜୟ ରାୟ 75,614 ଭୋଟ ପାଇଥିଲେ । ପ୍ରଧାନମନ୍ତ୍ରୀ ମୋଦି 3.37 ପ୍ରତିଶତ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଥିଲେ । ଏହି ଆସନରେ ମୋଟ 27ଜଣ ପ୍ରାର୍ଥୀ ନିର୍ବାଚନ ଲଢିଥିଲେ ।

2019:-

2019 ସାଧାରଣ ନିର୍ବାଚନରେ 2014 ଅପେକ୍ଷା ଅଧିକ ଭୋଟ ପାଇଥିଲେ ମୋଦି । ଏଥର 6,74,664 ଭୋଟ ମିଳିଥିଲା । ଦ୍ବିତୀୟ ସ୍ଥାନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ରହିଥିଲେ । ‘ସପା’ ପ୍ରାର୍ଥୀ ସାଲିନୀ ଯାଦବଙ୍କୁ ମୋଟ 1,95,159 ଭୋଟ ମିଳିଥିଲା । ପୁନର୍ବାର କଂଗ୍ରେସ ପ୍ରାର୍ଥୀ ଅଜୟ ରାୟ 1,52,548 ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୋଟ 63.59 ପ୍ରତିଶତ ଭୋଟ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ :- କାଲି ଆସିବ ଜନାଦେଶ, ଆଜି ମଧ୍ୟାହ୍ନରେ ପ୍ରେସମିଟ କରିବେ ନିର୍ବାଚନ ଆୟୁକ୍ତ - election results 2024

2024:

ଚଳିତଥର ପ୍ରଧାନମନ୍ତ୍ରୀ ମୋଦି ଏହି ଆସନରେ କ୍ରମାଗତ ତୃତୀୟ ଥର ପାଇଁ ସାଂସଦ ପ୍ରାର୍ଥୀ ହୋଇଛନ୍ତି ।ଏଥର ମୋଟ 7ଜଣ ପ୍ରାର୍ଥୀ ଏହି ଆସନରେ ନିର୍ବାଚନ ଲଢୁଛନ୍ତି । କଂଗ୍ରେସର ଅଜୟ ରାୟ, ବହୁଜନ ସମାଜବାଦୀ ପାର୍ଟି ପ୍ରାର୍ଥୀ ଅତହର ଜମାଲ ଲାରୀ ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ରହିଛନ୍ତି । ମାତ୍ର ପ୍ରଧାନମନ୍ତ୍ରୀ ମୋଦି ଏଥର ନିଜ ରେକର୍ଡକୁ ଅତିକ୍ରମ କରି ପ୍ରାୟ 10 ଲକ୍ଷ ଭୋଟ ବ୍ୟବଧାନରେ ବିଜୟୀ ହେବେ ବୋଲି ବିଜେପି କହୁଛି । ଅନ୍ତିମ ପର୍ଯ୍ୟାୟରେ ବାରାଣସୀରେ ଭୋଟିଂ ଶେଷ ହୋଇଛି । ଆସନ୍ତାକାଲିର ଗଣତି ଉପରେ ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.