ETV Bharat / politics

ନିର୍ବାଚନୀ ହିଂସା ନେଇ ଆମେ ଶୂନ୍ୟ ସହନଶୀଳତା ଆପଣାଇଛୁ: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ - odisha second phase Election - ODISHA SECOND PHASE ELECTION

Odisha CEO Press Meet: ରାଜ୍ୟରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟିଂ । ସକାଳ ୯ ସୁଦ୍ଧା ରାଜ୍ୟରେ ୭ ପ୍ରତିଶତ ଭୋଟିଂ ହୋଇଛି । ନିର୍ବାଚନରେ ହିଂସା ଉପରେ ଆମେ ଶୂନ୍ୟ ସହନଶୀଳତା ଆପଣାଇଛୁ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଅଧିକ ପଢନ୍ତୁ

Odisha CEO Press Meet
Odisha CEO Press Meet (ETV Bharat Odisha)
author img

By ETV Bharat Odisha Team

Published : May 20, 2024, 1:06 PM IST

Odisha CEO Press Meet (ETV Bharat Odisha)

ଭୁବନେଶ୍ୱର: ରାଜ୍ୟରେ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନରେ ମତଦାନ ସୁରୁଖୁରରେ ଜାରି ରହିଛି । ସକାଳ ୯ ସୁଦ୍ଧା ରାଜ୍ୟରେ ୭ ପ୍ରତିଶତ ଭୋଟିଂ ହୋଇଛି । ସୁନ୍ଦରଗଡ ଲୋକସଭା ଅନ୍ତର୍ଗତ ୨ ଟି ନିର୍ବାଚନ ମଣ୍ଡଳୀ ରାଉରକେଲା ଓ ରଘୁନାଥପାଲ୍ଲୀ ଭଲ ଭୋଟିଂ ହାର ରହିଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ପ୍ରେସମିଟ କରି ସୂଚନା ପ୍ରଦାନ କରିଛନ୍ତି ।

ସିଇଓଙ୍କ ସୂଚନା ଅନୁଯାୟୀ, ରାଉରକେଲାରେ ୭ ପ୍ରତିଶତ ମତଦାନ ହୋଇଥିବା ବେଳେ ରଘୁନାଥପାଲ୍ଲୀରେ ସର୍ବାଧିକ ୯ ପ୍ରତିଶତ ଭୋଟିଂ ହୋଇଛି । ମାଓ ପ୍ରଭାବିତ ଅଞ୍ଚଳରେ ମଧ୍ୟ ଶାନ୍ତି ଶୃଙ୍ଖଳାର ସହ ମତଦାନ ହେଉଛି । କନ୍ଧମାଳ ଲୋକସଭା କ୍ଷେତ୍ର ଅନ୍ତର୍ଗତ ଜି ଉଦୟଗିରିରେ ୮.୨୮ ପ୍ରତିଶତ ମତଦାନ ହୋଇଛି । ବାଲିଗୁଡାରେ ମଧ୍ୟ ପ୍ରାୟ ୭ ପ୍ରତିଶତ ମତଦାନ ହୋଇଛି । ସେହିପରି କେତେକ ସ୍ଥାନରେ ଇଭିଏମ ପରିବର୍ତ୍ତନ ହୋଇଛି ବୋଲି ସିଇଓ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ୭୦ ବାଲାଟ ୟୁନିଟ ୮୫ କଣ୍ଟ୍ରୋଲ ୟୁନିଟ ଓ ୧୬୮ ଭିଭିପାଟ ୟୁନିଟ ପରିବର୍ତ୍ତନ କରାଯାଇଛି । ସମୁଦାୟ ୯ ହଜାର ୧୬୨ ବୁଥରୁ ୫ ହଜାର ୪୦୦ ସେଣ୍ଟରରେ ୱେବ କାଷ୍ଟିଂ ଚାଲୁ ରହିଛି ବୋଲି ନିକୁଞ୍ଜ ବିହାରୀ ଧଳ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ: ଆରମ୍ଭ ହେଲା ମତଦାନ, ସକାଳ 9ଟା ସୁଦ୍ଧା 6.86 % ମତଦାନ - ODISHA ELECTION 2024 SECOND PHASE

ଚଳିତ ନିର୍ବାଚନରେ ଥିମ ରହିଛି ‘ଗାଁ କି ସହର ଯେଉଁଠି ଥାଅ, ନିଜର ଭୋଟ ନିଶ୍ଚୟ ଦିଅ’ । ସେହିପରି ପଶ୍ଚିମ ଓଡିଶା ପାଇଁ ‘ମିଲିମିଶି ହେମା ଯୋଟ୍‌, ସଭେ ଆସ ଦେମା ଭୋଟ୍‌’ ଥିମ ରହିଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି । ଆସ୍କା ଲୋକସଭା ଅନ୍ତର୍ଗତ ଖଲ୍ଲିକୋଟର ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣରେ ରହିଛି । ଘଷିପୁରାରେ ରାଜନୈତିକ ପ୍ରତିଦ୍ବନ୍ଦିତା ବାବଦରେ ଅବଗତ ଅଛୁ । ଗତକାଲି ପୋଲିସ ଡିଜିଙ୍କ ସହିତ ଆଲୋଚନା କରିଛି । ସ୍ଥିତିକୁ ଖୁବଶୀଘ୍ର ନିୟନ୍ତ୍ରଣରେ ଆଣିବା ଲାଗି ଆମେ ପଦକ୍ଷେପ ନେଉଛୁ । ନିର୍ବାଚନରେ ହିଂସା ଉପରେ ଆମେ ଶୂନ୍ୟ ସହନଶୀଳତା ଆପଣାଇଛୁ । ଘଷିପୁରା ସମେତ କେନ୍ଦୁଝର ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ କରିବା ଲାଗି ପଦକ୍ଷେପ ନେଉଛୁ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.