ETV Bharat / politics

ଭଦ୍ରକ ଲୋକସଭା ଆସନ: ବିଜେଡିର ଅଭେଦ୍ୟ ଦୁର୍ଗରେ ଫୁଟିବ କି ପଦ୍ମ, ନିର୍ଣ୍ଣାୟକ ଭୂମିକାରେ କଂଗ୍ରେସ - BHADRAK LOK SABHA CONSTITUENCY

author img

By ETV Bharat Odisha Team

Published : May 13, 2024, 10:45 PM IST

Bhadrak Lok Sabha Constituency: ଦୀର୍ଘ ଦୁଇ ଦଶନ୍ଧି ଧରି ଭଦ୍ରକରେ ଉଡୁଛି ବିଜେଡିର ବିଜୟ ଧ୍ବଜା । ତେବେ ଭେଟେରାନଙ୍କୁ ମୈଦାନରେ ଓହ୍ଲାଇ ଗେମଚେଞ୍ଜର ହେବା ଲକ୍ଷ୍ୟରେ କଂଗ୍ରେସ । ସେହିପରି ଭଦ୍ରକ ହାତେଇବାକୁ ବିଜେପି କରୁଛି ଆପ୍ରାଣ ଉଦ୍ୟମ । ଭଦ୍ରକ ରାଜନୀତିକୁ ନେଇ ପଢନ୍ତୁ ଏହି ସ୍ପେଶାଲ ରିପୋର୍ଟ ।

Bhadrak Parliamentary Constituency
Bhadrak Parliamentary Constituency (ETV Bharat Odisha)
Bhadrak Lok Sabha Constituency (ETV Bharat)

ଭଦ୍ରକ: ମତଦାନର ତାରିଖ ପାଖେଇ ଆସୁଥିବା ବେଳେ ବଢିବାରେ ଲାଗିଛି ରାଜନୈତିକ ଉଷ୍ମତା । ପ୍ରାର୍ଥୀଙ୍କ ଭାଷଣବାଜିରେ କମ୍ପୁଛି ପ୍ରଚାର ମୈଦାନ । ଆଗାମୀ ଜୁନ ୧ ତାରିଖରେ ହେବ ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ମତଦାନ । ରାଜ୍ୟରେ ଯେଉଁ କେତୋଟି ଅଣକଂଗ୍ରେସ ଗଡ଼ ଭାବେ ଲୋକସଭା ନିର୍ବାଚନମଣ୍ଡଳୀ ରହିଛି ସେଥିମଧ୍ୟରୁ ଭଦ୍ରକ ଅନ୍ୟତମ । ସମ୍ମାନଜନକ ଭଦ୍ରକ ଲୋକସଭା ଆସନ ପାଇଁ ବାଜି ସାରିଛି ରଣଭେରୀ । ସଂରକ୍ଷିତ ହୋଇଥିବା ଏହି ଆସନରେ ଏଥର ଦେଖିବାକୁ ମିଳିବ ତ୍ରିମୁଖୀ ଲଢେଇ । ବିଜେଡିର ଅଭେଦ୍ୟ ଗଡ଼ ଭାବେ ଏହି ଆସନ ରହିଥିବା ବେଳେ ଏହାକୁ ହାତେଇବା ଲକ୍ଷ୍ୟରେ ଅଛନ୍ତି ବିଜେପି ଓ କଂଗ୍ରେସ । ବିଜେଡି ଏବଂ ବିଜେପି ଭଦ୍ରକ ସଂସଦୀୟ ଆସନ ପାଇଁ ପ୍ରାର୍ଥୀ ରିପିଟ କରିଥିବା ବେଳେ ଭେଟେରାନଙ୍କ ଉପରେ ଭରସା କରିଛି କଂଗ୍ରେସ । ବିଜେଡିର ପାରମ୍ପରିକ ଆସନରେ ଏଥର ଦଳ ପୁଣି ଥରେ ମଞ୍ଜୁଲତା ମଣ୍ଡଳଙ୍କୁ ଟିକଟ ଦେଇ ମହିଳା କାର୍ଡ ଖେଳିଥିବା ବେଳେ କଂଗ୍ରେସ ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀଙ୍କୁ ପ୍ରାର୍ଥୀ କରିଛି । ସେହିଭଳି ବିଜେପି ମଧ୍ୟ ହେଭିୱେଟ ଅର୍ଜୁନ ଚରଣ ସେଠୀଙ୍କ ପୁଅ ଅଭିମନ୍ୟୁ ସେଠୀଙ୍କୁ ପୁଣି ଥରେ ମୈଦାନକୁ ଓହ୍ଲାଇଛି । ଆସନ୍ତୁ ନଜର ପକାଇବା କଣ ରହିଛି ଭଦ୍ରକ ଲୋକସଭାର ରାଜନୈତିକ ସମୀକରଣ ।

Bhadrak Parliamentary Constituency
Bhadrak Parliamentary Constituency (ETV Bharat)

ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀ: ୧୯୫୩ ମସିହାରୁ ଗଠିତ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀ ମଧ୍ୟରେ ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ, ଭଦ୍ରକ, ବାସୁଦେବପୁର, ଧାମନଗର ଓ ଚାନ୍ଦବାଲି ରହିଥିବା ବେଳେ ବାଲେଶ୍ବର ଜିଲ୍ଲାର ସୋର ଓ ସିମୁଳିଆ ବିଧାନସଭା ଆସନ ରହିଛି । ଏହି ଆସନରେ ବରିଷ୍ଠ ନେତା ଅର୍ଜୁନ ଚରଣ ସେଠୀ ଏଠାରେ ରେକର୍ଡ ସଂଖ୍ୟକ ୮ ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ଏହି ଲୋକସଭା ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟରଙ୍କ ସଂଖ୍ୟା ୧୭ ଲକ୍ଷ ୪୮ ହଜାର ୯୦ ରହିଛି । ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୮ ଲକ୍ଷ ୯୯ ହଜାର ୨୮୯ ଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୮ ଲକ୍ଷ ୪୮ ହଜାର ୬୩୧ ରହିଛି । ସେହିପରି ତୃତୀୟ ଲିଙ୍ଗୀ ଭୋଟରଙ୍କ ସଂଖ୍ୟା ୧୭୦ ରହିଛି । ଗତ ଦୁଇ ଦଶନ୍ଧି ଧରି ଏହି ଆସନଟି ବିଜେଡି କବଜାରେ ରହିଥିବା ବେଳେ କଂଗ୍ରେସ ୧୯୯୬ରେ ଶେଷ ଥର ପାଇଁ ବିଜୟୀ ହୋଇଥିଲା ।

୨୦୨୪ ନିର୍ବାଚନର ପ୍ରାର୍ଥୀଙ୍କ ପ୍ରୋଫାଇଲ :

ବିଜେଡି: ଭଦ୍ରକ ଲୋକସଭା ଆସନଟି ବିଜେଡିର ଅଜେୟ ଦୁର୍ଗ ଭାବେ ପରିଚିତ । ୧୯୯୮, ୧୯୯୯, ୨୦୦୪, ୨୦୦୯ ଓ ୨୦୧୪ରେ ବିଜେଡି ପ୍ରାର୍ଥୀ ଅର୍ଜୁନ ଚରଣ ସେଠୀ ଏବଂ ୨୦୧୯ରେ ପ୍ରଥମ ମହିଳା ସାଂସଦ ଭାବେ ବିଜେଡିର ମଞ୍ଜୁଲତା ମଣ୍ଡଳ ବିଜୟୀ ହୋଇଥିଲେ । ଏଥର ମଧ୍ୟ ଦଳ ମଞ୍ଜୁଲତାଙ୍କୁ ରିପିଟ କରିଛି । ଗୃହିଣୀରୁ ସକ୍ରିୟ ରାଜନୀତିକୁ ଆସିଥିବା ପତ୍ନୀ ମଞ୍ଜୁଲତାଙ୍କୁ ଭଦ୍ରକ ସଂସଦୀୟ ରାଜନୀତିରେ ପ୍ରତିଷ୍ଠା କରିବା କ୍ଷେତ୍ରରେ ସ୍ବାମୀ ତଥା ପୂର୍ବତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ଭୂମିକା କୌଣସି ଗୁଣରେ କମ ନୁହେଁ । ଏପରି ସ୍ଥଳେ ମଣ୍ଡଳ ଦମ୍ପତି ଏବେ ଭଦ୍ରକ ସଂସଦୀୟ କ୍ଷେତ୍ରର ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀକୁ ଯାଇ ସେଠାକାର ଦଳୀୟ ବିଧାୟକ ପ୍ରାର୍ଥୀ ମାନଙ୍କୁ ସାଙ୍ଗରେ ନେଇ ପ୍ରଚାରକୁ ଜୋରଦାର କରିଛନ୍ତି । ବିଜେଡି ପ୍ରାର୍ଥୀ ମଞ୍ଜୁଲତା କହିଛନ୍ତି , 'ଭଦ୍ରକର ବିଭିନ୍ନ ସମସ୍ୟାକୁ ବିଭିନ୍ନ ସମୟରେ ସଂସଦରେ ଉପସ୍ଥାପନା କରିଛି । ଆଖୁଆପଦା ଠାରୁ ମାର୍କୋଣା ବାହାନଗା ଯାଏଁ ଏନଏଚ ଉପରେ ଓଭରବ୍ରିଜ କରିଛି । ଭଦ୍ରକ ଷ୍ଟେସନର ଉନ୍ମନତୀକରଣ କରାଯାଇଛି । ଧାମନଗରରେ ଏକ ଟେକ୍ସଟାଇଲ ଶିଳ୍ପକେନ୍ଦ୍ର ପ୍ରତିଷ୍ଠା ପାଇଁ ଯୋଜନା ରହିଛି । ସବୁ ସମୟରେ ସାଧାରଣ ଲୋକଙ୍କ ସହିତ ରହିଛୁ ।' ମୁଖ୍ୟମନ୍ତ୍ରୀଙ୍କ ବିକାଶମୂଳକ କାମ ତଥା ଗତ ୫ ବର୍ଷରେ ଗମନାଗମନ , ରେଳ ବିକାଶ ଓ ଶିଳ୍ପାୟନକୁ ଅସ୍ତ୍ର କରି ପୁଣି ଥରେ ବିଜୟୀ ହେବେ ବୋଲି ଆଶା ପ୍ରକଟ କରିଛନ୍ତି ମଞ୍ଜୁଲତା ।

କଂଗ୍ରେସ: ଭେଟେରାନ ନେତା ଅନନ୍ତ ପ୍ରସାଦ ସେଠୀଙ୍କୁ କଂଗ୍ରେସ ନିଜର ପ୍ରାର୍ଥୀ କରିଛି । ଅନନ୍ତ ସେଠୀଙ୍କ ରାଜନୈତିକ ଦୃଶ୍ୟପଟ ଦୃଷ୍ଟି ହେଲେ 1984 ମସିହା ନିର୍ବାଚନରେ ଭଦ୍ରକ ଲୋକସଭା ଆସନରୁ ବିଜୟୀ ହୋଇଥିବା ବେଳେ, 1989, 2009 ନିର୍ବାଚନରେ ସାଂସଦ ପ୍ରାର୍ଥୀ ଭାବେ ପରାଜୟ ବରଣ କରିଥଲେ । 1996 ରୁ 2002 ଯାଏଁ ରାଜ୍ୟସଭା ସାଂସଦ ମନୋନୀତ ହୋଇଥିବା ବେଳେ 2004 ମସିହା ଭଣ୍ଡାରିପୋଖରୀ ସଂରକ୍ଷିତ ଆସନରୁ କଂଗ୍ରେସ ଦଳରୁ ବିଜୟୀ ହୋଇଥିଲେ। ତେବେ ତାଙ୍କର ଅଭିଜ୍ଞତା ଏବଂ ବରିଷ୍ଠତାକୁ ନେଇ କଂଗ୍ରେସ ଦଳ ତାଙ୍କୁ ପ୍ରାର୍ଥୀ କରିଛି । ଭଦ୍ରକ ଲୋକସଭା ଅନ୍ତର୍ଗତ ଗୋଟିଏ ବି ଆସନରେ କଂଗ୍ରେସ କୌଣସି ବି ବିଧାୟକ ନାହାଁନ୍ତି । ଅନନ୍ତ ପ୍ରସାଦ ସେଠୀ ଭଦ୍ରକର ବିକାଶରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତା ସହ ଶିକ୍ଷା, ସ୍ବାସ୍ଥ୍ୟ ଓ ନିଯୁକ୍ତି ଭଳି ସମସ୍ୟାକୁ ପ୍ରସଙ୍ଗ କରି ଭୋଟ ଭିକ୍ଷା କରିବାକୁ ଲକ୍ଷ୍ୟ ରଖିଛନ୍ତି । ସେ କହିଛନ୍ତି , 'କଂଗ୍ରେସ ଶାସନ ସମୟରେ ଭଦ୍ରକର ବିକାଶ ହୋଇଥିଲା, ଯାହା ଏବେ ଠପ୍ ହୋଇ ପଡିଛି । ଧାମରା ବନ୍ଦରରେ ଏବେ ଆଦାନୀ କମ୍ପାନୀର କର୍ତ୍ତୃତ୍ବ ସତ୍ତ୍ବେ ଭଦ୍ରକ ଯୁବବର୍ଗ ଆଜି ବେରୋଜଗାର । ମେଡିକାଲ କଲେଜ ଦାବିକୁ ନେଇ ଭଦ୍ରକ ଜିଲ୍ଲା ଆଜି ଉପେକ୍ଷିତ । ସମସ୍ତ ପୁରାତନ କଲେଜକୁ ବିଶ୍ବବିଦ୍ୟାଳୟରେ ରୂପାନ୍ତର କରାଯାଉଥିବା ବେଳେ ଭଦ୍ରକ କଲେଜ ଏଥିରୁ ବାଦ ପଡିଛି । କଂଗ୍ରେସ ନିଜର ମେନିଫେଷ୍ଟୋ ଅନୁସାରେ ରାଜ୍ୟ ତଥା ଭଦ୍ରକର ବିକାଶ ପାଇଁ କାମ କରିବାକୁ ପ୍ରତିଶୃତିବଦ୍ଧ ହୋଇଛି ।'

ବିଜେପି: ଏହି ଆସନ ପାଇଁ ବିଜେପି ପୁଣି ଥରେ ଅଭିମନ୍ୟୁ ସେଠୀଙ୍କୁ ପ୍ରାର୍ଥୀ କରିଛି । ଗତ ନିର୍ବାଚନରେ ଏହି ଆସନକୁ ଅଳ୍ପକେ ହାତଛଡ଼ା କରିଥିବା ଅଭିମନ୍ୟୁ ସେଠୀ ଏଥର ବିଜୟ ପାଇଁ ଅଣ୍ଟା ଭିଡିଛନ୍ତି । ପିତା ଅର୍ଜୁନ ସେଠୀଙ୍କ ଲିଗାସି ଏବଂ ମୋଦିଙ୍କ ଲହରୀକୁ ଆଧାର କରି ଚଳିତ ଥର ସେ ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛନ୍ତି । ଅଞ୍ଚଳର ମୌଳିକ ସମସ୍ୟା ପ୍ରତି ରାଜ୍ୟ ସରକାରଙ୍କ ସ୍ଥାଣୁତାକୁ ମୁଦ୍ଦା କରିବା ସହ ବିକଶିତ ଭାରତ ଓ ମୋଦି ଗ୍ୟାରେଣ୍ଟି ଆଧାରରେ ଜନମତ ଏକାଠି କରିବାକୁ ଲକ୍ଷ୍ୟ ରଖିଛନ୍ତି ବିଜେପି ପ୍ରାର୍ଥୀ ଅଭିମନ୍ୟୁ । ଅଭିମନ୍ୟୁ କହିଛନ୍ତି,' ବିଜେପିର ମୁଦ୍ଦା ସ୍ପଷ୍ଟ ରହିଛି । ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଭାରତ କରାଯିବାର ଯୋଜନା ରହିଛି । ଗତ ୨୪ ବର୍ଷ ଧରି ଶାସନ ରେ ଥିବା ବିଜେଡି ସରକାର ଭଦ୍ରକ ଅଞ୍ଚଳରେ ପିଇବା ପାଣି ଅଭାବ, ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ଓ ଶିକ୍ଷା ବ୍ୟବସ୍ଥାକୁ ଲକ୍ଷ୍ୟ କଲେ ଜଣାଯାଏ ଯେ ସରକାରଙ୍କର କାର୍ଯ୍ୟ କରିବା ଶୈଳୀରେ ତୃଟି ରହିଛି । ଏହି ଆସନରେ ପରିବର୍ତ୍ତନର ଆବଶ୍ୟକତା ରହିଛି । ଏହି ଆସନରେ ବିଜେପି ଭଲ ସ୍ଥିତିରେ ରହିଛି।'

ପୂର୍ବ ନିର୍ବାଚନ ଫଳାଫଳ:

Bhadrak Lok Sabha Constituency

୨୦୧୯ ଲୋକସଭା ନିର୍ବାଚନ:

୨୦୧୯ରେ ବିଜେଡି ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ ନିଜର ନିକଟତମ ପ୍ରାର୍ଥୀ ବିଜେପିର ଅଭିମନ୍ୟୁ ସେଠୀଙ୍କୁ ୨୮ ହଜାର ୭୯୧ ଖଣ୍ଡ ଭୋଟରେ ହରାଇଥିଲେ । ମଞ୍ଜୁଲତା ୫ ଲକ୍ଷ ୧୩ ହଜାର ୪୫ ଖଣ୍ଡ ଭୋଟ ଓ ଅଭିମନ୍ୟୁ ୪ ଲକ୍ଷ ୮୪ ହଜାର ୨୫୪ ଖଣ୍ଡ ଭୋଟ ପାଇଥିଲେ । ସେହିପରି କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତା ସେଠୀ ୨ ଲକ୍ଷ ୭ ହଜାର ୭୧୦ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।

୨୦୧୪ ଲୋକସଭା ନିର୍ବାଚନ:

୨୦୧୪ରେ ବିଜେଡି ପ୍ରାର୍ଥୀ ଅର୍ଜୁନ ଚରଣ ସେଠୀ ନିଜର ନିକଟତମ ପ୍ରାର୍ଥୀ କଂଗ୍ରେସର ସଂଗ୍ରାମ କେଶରୀ ଜେନାଙ୍କୁ ୧ଲକ୍ଷ ୭୯ ହଜାର ୩୫୯ ଖଣ୍ଡ ଭୋଟରେ ହରାଇଥିଲେ । ଅର୍ଜୁନ ୫ ଲକ୍ଷ ୨ ହଜାର ୩୩୮ ଖଣ୍ଡ ଭୋଟ ଓ ସଂଗ୍ରାମ ୩ ଲକ୍ଷ ୨୨ ହଜାର ୯୭୯ ଖଣ୍ଡ ଭୋଟ ପାଇଥିଲେ । ସେହିପରି ବିଜେପି ପ୍ରାର୍ଥୀ ଶରତ ଦାଶ ୨ ଲକ୍ଷ ୧୬ ହଜାର ୬୧୭ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।

୨୦୦୯ ଲୋକସଭା ନିର୍ବାଚନ:

୨୦୦୯ରେ ବିଜେଡି ପ୍ରାର୍ଥୀ ଅର୍ଜୁନ ଚରଣ ସେଠୀ ନିଜର ନିକଟତମ ପ୍ରାର୍ଥୀ କଂଗ୍ରେସର ଅନନ୍ତ ପ୍ରସାଦ ସେଠୀଙ୍କୁ ୫୪ ହଜାର ୯୩୮ ଖଣ୍ଡ ଭୋଟରେ ହରାଇଥିଲେ । ଅର୍ଜୁନ ୪ ଲକ୍ଷ ୧୬ ହଜାର ୮୦୮ ଖଣ୍ଡ ଭୋଟ ଓ ଅନନ୍ତ ୩ ଲକ୍ଷ ୬୧ ହଜାର ୮୭୦ ଖଣ୍ଡ ଭୋଟ ପାଇଥିଲେ । ସେହିପରି ବିଜେପି ପ୍ରାର୍ଥୀ ରଥ ଦାଶ ୧ ଲକ୍ଷ ୨୨ ହଜାର ୪୩୧ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିଲେ ।

ଭଦ୍ରକର ରାଜନୈତିକ ସମୀକରଣ:

ବିଧାନସଭା ଆସନ ବିଧାୟକ ଦଳ
ସୋର ପର୍ଶୁରାମ ଧଡା ବିଜେଡି
ସିମୁଳିଆ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ବିଜେଡି
ଭଣ୍ଡାରୀପୋଖରୀ ପ୍ରଫୁଲ୍ଲ ସାମଲ ବିଜେଡି
ଭଦ୍ରକ ସଞ୍ଜୀବ କୁମାର ମଲ୍ଲିକ ବିଜେଡି
ବାସୁଦେବପୁର ବିଷ୍ଣୁବ୍ରତ ରାଉତରାୟ ବିଜେଡି
ଧାମନଗର ସୂର୍ଯ୍ୟବଂଶୀ ସୁରଜ ବିଜେପି
ଚାନ୍ଦବାଲି ବ୍ୟୋମକେଶ ରାୟ ବିଜେଡି

ଭଣ୍ଡାରୀପୋଖରୀ, ଭଦ୍ରକ, ବାସୁଦେବପୁର, ଧାମନଗର, ଚାନ୍ଦବାଲି, ସୋର ଓ ସିମୁଳିଆକୁ ନେଇ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀ ଗଠିତ । ଏଠାରେ ୬ ଟି ଆସନ ବିଜେଡି ଅକ୍ତିଆରରେ ଥିବା ବେଳେ କେବଳ ଧାମନଗର ଆସନଟି ବିଜେପି ପାଖରେ ରହିଛି । ଭଦ୍ରକ ଲୋକସଭା ଆସନରେ ବିଜେଡି ନିଜର ବିଜୟକୁ ନେଇ ଦୃଢୋକ୍ତି ପ୍ରକାଶ କରିଥିବା ବେଳେ ବିଜେପି ମଧ୍ୟ କଡା ଟକ୍କର ଦେବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିଛି । ସେହିଭଳି କଂଗ୍ରେସ ମଧ୍ୟ ନିଜର ପୂର୍ବ ଗୌରବ ଫେରି ଆଣିବାକୁ ଆଶାବାଦୀ ରହିଛି । ତେବେ ଭଦ୍ରକରେ କାହାର କେତେ ଦମ୍ ତାହା ଜୁନ ୪ ରେ ସ୍ପଷ୍ଟ ହୋଇଯିବ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.