ETV Bharat / politics

'ଚଳିତ ନିର୍ବାଚନରେ ପ୍ରସଙ୍ଗ କମ, ବ୍ୟକ୍ତିଗତ ଆକ୍ଷେପ ଅଧିକ' - Strategy Of Election

author img

By ETV Bharat Odisha Team

Published : May 24, 2024, 10:29 PM IST

Strategy Of Election: ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଚଳିତ ନିର୍ବାଚନରେ ବ୍ୟକ୍ତିଗତ ଆକ୍ଷେପ ଓ ଆରୋପ ଅଧିକ ଦେଖିବାକୁ ମିଳିଛି । ଏହାକୁ ନେଇ କ'ଣ କହୁଛନ୍ତି ରାଜନୈତିକ ସମୀକ୍ଷକ ଜାଣନ୍ତୁ ।

Election Strategy
Election Strategy (ETV Bharat Odisha)

ଭୁବନେଶ୍ବର: ଓଡିଶାରେ ଜାରି ରହିଛି ନିର୍ବାଚନ ପ୍ରକ୍ରିୟା । ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଚଳିତ ନିର୍ବାଚନରେ ଲୋକଙ୍କ ପ୍ରସଙ୍ଗ କମ, ବ୍ୟକ୍ତିଗତ ଆକ୍ଷେପ ଓ ଆରୋପ ଅଧିକ ଦେଖିବାକୁ ମିଳିଛି । ମୁଖ୍ୟତଃ ବିଜେପି-ବିଜେଡି ମଧ୍ୟରେ ବ୍ୟକ୍ତିଗତ ଆକ୍ଷେପ ଓ ଆରୋପ ଜାରି ରହିଛି । ୨ଟି ପର୍ଯ୍ୟାୟରେ ନିର୍ବାଚନ ସରିଛି । ତେବେ ଗତ ଦୁଇ ସାଧାରଣ ନିର୍ବାଚନ ତୁଳନାରେ ଚଳିତ ଥର ରୋଚକ ରହିଛି । ଏନେଇ ମତ ପୋଷଣ କରିଛନ୍ତି ରାଜନୈତିକ ସମୀକ୍ଷକ ରବି ଦାସ । ସେ କହିଛନ୍ତି,"ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ବେଶ ଗୁରୁତ୍ୱପୂର୍ଣ୍ଣ । ପ୍ରଥମ ଦୁଇଟି ପର୍ଯ୍ୟାୟରେ 63ଟି ବିଧାନସଭା କ୍ଷେତ୍ର ଲାଗି ମତଦାନ ହୋଇଛି । ଏଥର 42ଟି ବିଧାନସଭା ପାଇଁ ଭୋଟର ମତାଧିକାର ସାବ୍ୟସ୍ତ କରିବେ । ଏହା ପର୍ଯ୍ୟାୟ ନିର୍ବାଚନ ସ୍ଥିର କରିବ ଓଡ଼ିଶାରେ କ'ଣ ଓ କାହାର ସରକାର ହେବାକୁ ଯାଉଛି । ଏହି ପର୍ଯ୍ୟାୟରେ ଯେଉଁ ଅଞ୍ଚଳରେ ନିର୍ବାଚନ ହେବ ତାହା ବିଜେଡିର ଗଡ଼ ଭାବେ ପରିଚିତ । ଏଥର ଟିକେ ବ୍ୟତିକ୍ରମ ଦେଖିବାକୁ ମିଳୁଛି ।"

Election Strategy (ETV Bharat Odisha)

ସେ ଆହୁରି କହିଛନ୍ତି, "ଶାସକ ବିଜେଡିକୁ ଟକ୍କର ଦେବା ପରିସ୍ଥିତିକୁ ଆସିଛି ବିଜେପି । ତେଣୁ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି । ଉଭୟ ପରସ୍ପରକୁ ଟିପେ ଛାଡିବାକୁ ନାରାଜ । ତେଣୁ ଚଳିତ ନିର୍ବାଚନରେ ରଣନୀତି ସହ ଶବ୍ଦ ଓ ବାହୁ ଲଢେଇ ଦେଖିବାକୁ ମିଳୁଛି । ଉଭୟ ଦଳ ପରସ୍ପରକୁ ଆକ୍ଷେପ କରୁଛନ୍ତି । ବିଶେଷ କରି ବ୍ୟକ୍ତିଗତ ଆକ୍ଷେପ ଓ ଆରୋପ ଅଧିକ ରହିଛି । ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ଲଗାତାର ଭାବେ ଘେରୁଛନ୍ତି ଓଡି଼ଶା ବିଜେପି ନେତା । ଏମିତିକି ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟରେ ରହି ଆସିଛନ୍ତି ପାଣ୍ଡିଆନ । ସେହିପରି କେନ୍ଦ୍ରୀୟ ବିଜେପି ନେତାଙ୍କୁ ଅତିଥି କହିବା ସହ ରାଜ୍ୟ ବିଜେପି ନେତୃତ୍ୱଙ୍କୁ ଘେରୁଛି ବିଜେଡି । ବିଶେଷ କରି ଧର୍ମେନ୍ଦ୍ର ପ୍ରଧାନ, ଅପରାଜିତା ଷଡଙ୍ଗୀ, ପ୍ରଦୀପ ପାଣିଗ୍ରାହୀ, ପ୍ରଶାନ୍ତ ଜଗଦ୍ଦେବ ବିଜେଡି ଫୋକସରେ ରହିଛନ୍ତି । ବିଜେପି କହିବ ମୋଦି ଲହର, ବିଜେଡି କହିବ ନବୀନ ପ୍ରଭାବ ଅଛି । ଉଭୟ ନେତା ଓଡି଼ଶାରେ ଗ୍ରହଣୀୟ ନେତୃତ୍ୱ । ଉଭୟଙ୍କ ଲହରରେ ଏଥର ନିର୍ବାଚନ ହେଉନାହିଁ । ନିର୍ବାଚନ ସ୍ଥାନୀୟ ପ୍ରସଙ୍ଗ ଉପରେ ହେଉଛି । ସ୍ଥାନୀୟ ପ୍ରସଙ୍ଗରେ ପୁରୁଣା ନେତାଙ୍କୁ ଏଥର ହଟାଇବା ଲୋକଙ୍କ ମନରେ ଆସିଛି ।"

ଏହା ବି ପଢନ୍ତୁ...ଓଡ଼ିଶା ଲୋକସଭା ନିର୍ବାଚନ 2024; ତୃତୀୟ ପର୍ଯ୍ୟାୟରେ 383 ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା - Odisha Third Phase Polling

"କଂଗ୍ରେସ ପ୍ରଚାରରେ ବିଶେଷ ଭାବେ ଆଗକୁ ଆସିପାରିଲା ନାହିଁ । ବିଜେପିର ପ୍ରସଙ୍ଗ ହେଲା ଅଫିସରରୁ ନେତା ହୋଇଥିବା ଭିକେ ପାଣ୍ଡିଆନ ଓ ରତ୍ନଭଣ୍ଡାର । ଓଡ଼ିଶାର ଲୋକଙ୍କ ମୁଖ୍ୟ ପ୍ରସଙ୍ଗ ଗୁଡିକ ଏହି ନିର୍ବାଚନରେ ପ୍ରାଧାନ୍ୟ ପାଇନାହିଁ । ବିଜେଡିର ଏଥର ଏକମାତ୍ର ଶକ୍ତି ଓ ସମ୍ବଳ ହେଉଛନ୍ତି ମହିଳା । ପୁରୁଷମାନଙ୍କ ମତ ଯାହା ତାହା ମହିଳାଙ୍କ ମତ ଯେ ତାହା ହେବ ସେଖତା କହି ହେବନାହିଁ । ବିଜେପି କହୁଛି 60ରୁ ଅଧିକ ଆସନ ଜିତିବୁ । 30ରୁ 60 ମଧ୍ୟରେ ରହିବ । ଚଳିତ ନିର୍ବାଚନରେ ପ୍ରସଙ୍ଗ କମ କିନ୍ତୁ ବ୍ୟକ୍ତିଗତ ଆକ୍ଷେପ ଓ ଆରୋପ ଅଧିକ ରହିଛି । ଗୋଟିଏ କଥାରେ ବିଜେଡିକୁ ଧନ୍ୟବାଦ ଦେବା କଥା । ତାହା ହେଉଛି ମହାପ୍ରଭୁଙ୍କୁ ନେଇ ବିଜେପିର ପୁରୀ ସଂସଦୀୟ ପ୍ରାର୍ଥୀ ଦେଇଥିବା ମନ୍ତବ୍ୟରେ ବିଜେଡିର ଭୂମିକା । ଏହି ଗୋଟିଏ ପ୍ରସଙ୍ଗରେ ଚଳିତ ନିର୍ବାଚନ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଯାଇଥାନ୍ତା । କିନ୍ତୁ ବିଜେଡି ଏହାକୁ ପ୍ରସଙ୍ଗ କଲା ନାହିଁ । ଘଟଣାରେ ବିଜେଡି କେବଳ ନିନ୍ଦା କରିଛି । କିନ୍ତୁ ଏହାକୁ ପ୍ରସଙ୍ଗ ଭାବେ ବିଜେଡି ନେଇନାହିଁ । ରାଜନୀତିରେ ଆମେ ଧର୍ମକୁ ଭର୍ତ୍ତି କରିବାକୁ ଚାହୁଁନାହୁଁ ବୋଲି ବିଜେଡି କହିଛି । ଏହା ଭଲ ଦୃଷ୍ଟାନ୍ତ ହୋଇଛି । ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଓଡି଼ଶାରେ କିଛି କହିଲେ ପ୍ରଭାବ ପଡିବ ନାହିଁ" ବୋଲି ମତ ରଖିଛନ୍ତି ରାଜନୈତିକ ସମୀକ୍ଷକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.