ETV Bharat / politics

ବିହାରରେ ଛିଣ୍ଡିଲା ଇଣ୍ଡିଆ ମେଣ୍ଟ ଅଙ୍କ: RJD 26- କଂଗ୍ରେସ 9- ବାମ ଦଳକୁ 5, କଂଗ୍ରେସକୁ ପୂର୍ଣ୍ଣିଆ ସିଟ୍ ନମିଳିବାରୁ ପପ୍ପୁ ଯାଦବ ଖପ୍ପା - Lok Sabha Election 2024

author img

By ETV Bharat Odisha Team

Published : Mar 29, 2024, 5:09 PM IST

BIHAR SEAT SHARING FINALISED: ବିହାରରେ ଛିଡ଼ିଲା ଇଣ୍ଡିଆ ମେଣ୍ଟ ଅଙ୍କ । କଂଗ୍ରେସ ହାତରୁ ଖସିଲା ଚର୍ଚ୍ଚିତ ଲୋକସଭା ଆସନ ପୂର୍ଣ୍ଣିଆ । ଯାହାକୁ ନେଇ କଂଗ୍ରେସ ଆଶାୟୀ ପପ୍ପୁ ଯାଦବ ଖପ୍ପା । ହାତ ଚିହ୍ନରେ ଲଢ଼ିବା ନେଇ ଖୋଲା ଖୋଲି କହୁଛନ୍ତି ବାହୁବଳୀ ରାଜନେତା । ଅଧିକ ପଢନ୍ତୁ

BIHAR SEAT SHARING FINALISED
BIHAR SEAT SHARING FINALISED

ପାଟନା: ଲୋକସଭା ନିର୍ବାଚନ ପାଇଁ ବିହାରରେ ଛିଡିଲା ଇଣ୍ଡିଆ ମେଣ୍ଟର ଅଙ୍କ । କିଛି ଦିନ ଧରି ସିଟ୍‌ ଭାଗବଣ୍ଟାକୁ ନେଇ ମେଣ୍ଟ ମଧ୍ୟରେ ଅସହମତି ଥିବା ସତ୍ତ୍ବେ ଆଜି ଶେଷରେ ସିଟ୍‌ ସେୟାରିଂ ଫାଇନାଲ ହୋଇଛି । ଆରଜେଡି କାର୍ଯ୍ୟାଳୟରେ ପ୍ରେସ କନଫରେନ୍ସ ମାଧ୍ୟମରେ ଦିଆଯାଇଥିବା ସୂଚନା ଅନୁସାରେ ଲାଲୁଙ୍କ ଆରଜେଡିକୁ 26ଟି ଆସନ ମିଳିଥିବା ବେଳେ କଂଗ୍ରେସକୁ 9ଟି ଓ ବାମପନ୍ଥୀ ଦଳକୁ ମିଳିଛି 5ଟି ଆସନ । ବିହାରର ଚର୍ଚ୍ଚିତ ସଂସଦୀୟ କ୍ଷେତ୍ର ପୁର୍ଣ୍ଣିଆରେ ପ୍ରାର୍ଥୀ ଦେବ ଆରଜେଡି ।

RJDକୁ ମିଳିଥିବା ଆସନ:- ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଔରଙ୍ଗାବାଦ, ଗୟା, ଜମୁଇ, ନୱାଦା, ସାରଣ, ପାଟଳୀପୁତ୍ର, ବକ୍ସର, ଉଜିୟାରପୁର, ଜେହାନାବାଦ, ଦରଭଙ୍ଗା, ବାଙ୍କା, ଅରରିଆ, ମୁଙ୍ଗେର, ସୀତାମଢି, ଝଞ୍ଜାରପୁର, ମଧୁବନି, ସିୱାନ, ଶିବହାର, ବୈଶାଳୀ, ହାଜିପୁର, ସୁପୌଲ, ବାଲ୍ମିକୀନଗର, ପୂର୍ବ ଚମ୍ପାରଣ, ପୂର୍ଣ୍ଣିଆ, ମାଧେପୁରା ଏବଂ ଗୋପାଳଗଞ୍ଜ ଆସନରୁ ପ୍ରତିଦ୍ବନ୍ଦ୍ବିତା କରିବ ।

କଂଗ୍ରେସ ହାତରୁ ଖସିଲା ଚର୍ଚ୍ଚିତ ଆସନ ପୁର୍ଣ୍ଣିଆ:- କଂଗ୍ରେସ ପାଟନା ସାହିବ, କିଶନଗଞ୍ଜ, ଭାଗଲପୁର, କଟିହାର, ମୁଜ୍ଜାଫରପୁର, ସମସ୍ତିପୁର, ପଶ୍ଚିମ ଚମ୍ପାରଣ ଏବଂ ମହାରାଜଗଞ୍ଜରୁ ପ୍ରାର୍ଥୀ ଦେବ ।

ବାମ ଦଳକୁ କେଉଁ ସିଟ୍‌ ? :- ବାମପନ୍ଥୀ ଦଳକୁ 5ଟି ଆସନ ମିଳିଛି । ସିପିଆଇ (ଏମଏଲ)କୁ 3ଟି ସିଟ -ଆରା, ନାଳନ୍ଦା, କାରାକାଟ ମିଳିଥିବା ବେଳେ ସିପିଆଇକୁ ଗୋଟିଏ (ବେଗୁସରାୟ ଆସନ) ଏବଂ ସିପିଏମକୁ ଖଗଡ଼ିଆ ଆସନ ମିଳିଛି ।

ଏହା ବି ପଢନ୍ତୁ-ବିହାରରେ ଇଣ୍ଡିଆ ମେଣ୍ଟରେ ଫାଟ ! କଂଗ୍ରେସ ଆରଜେଡି ମଧ୍ୟରେ ଛିଡୁନି ସିଟ ସେୟାରିଂ

ଇଣ୍ଡିଆ ମେଣ୍ଟର ସିଟ ସେୟାରିଂ ଶେଷ ହୋଇଥିବା ବେଳେ ଚର୍ଚ୍ଚିତ ଲୋକସଭା ଆସନ ପୂର୍ଣ୍ଣିଆ ଆରଜେଡି ଖାତାକୁ ଯାଇଛି । ହେଲେ ଏବେ ବି ଏହି ଆସନରୁ ନିର୍ବାଚନ ଲଢିବାକୁ ଅଡି ବସିଛନ୍ତି କଂଗ୍ରେସ ନେତା ପପୁ ଯାଦବ । ଆସନ୍ତା ଏପ୍ରିଲ 4 ତାରିଖରେ ସେ ପୂର୍ଣ୍ଣିଆରୁ ନାମାଙ୍କନ ପତ୍ର ଭରିବେ ବୋଲି ଘୋଷଣା କରିଛନ୍ତି । ସେ କଂଗ୍ରେସ ନିର୍ବାଚନୀ ସଙ୍କେତରୁ ଏଠାରୁ ନିର୍ବାଚନ ଲଢିବେ ବୋଲି କହିଛନ୍ତି । ହେଲେ ଏଯାବତ କଂଗ୍ରେସ ଏ ନେଇ କୌଣସି ପ୍ରତିକ୍ରିୟା ରଖିନାହିଁ । ଏପରି କୁହାଯାଉଛି ଯଦି ପପୁ ଯାଦବଙ୍କୁ କଂଗ୍ରେସ ପାର୍ଟିର ସଙ୍କେତ ନ ଦିଏ, ତେବେ ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଏଠାରୁ ନାମାଙ୍କନ ଭରିବେ । ଅନ୍ୟପଟେ ଆରଜେଡି ପୁର୍ଣ୍ଣିଆ ଆସନ ପାଇଁ ବୀମା ଭାରତୀଙ୍କୁ ଟିକେଟ ଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.