ETV Bharat / politics

ବୁଥ ମୁହାଁ ପୋଲିଂ କର୍ମଚାରୀ, ଅସହ୍ୟ ଗରମ ଯୋଗୁ ୨ ଅସୁସ୍ଥ - Malkangiri Election preparation - MALKANGIRI ELECTION PREPARATION

Malkangiri polling officers ill: ବୁଥ ଅଭିମୁଖେ ପୋଲିଂ କର୍ମଚାରୀ । ମାଲକାନଗିରିରେ ଅସହ୍ୟ ଗରମରେ ୨ ପୋଲିଂ କର୍ମଚାରୀ ଅଚେତ । ଅଧିକ ପଢନ୍ତୁ

Malkangiri
Malkangiri (ETV Bharat Odisha)
author img

By ETV Bharat Odisha Team

Published : May 12, 2024, 3:55 PM IST

Malkangiri (ETV Bharat Odisha)

ମାଲକାନଗିରି: ଅସହ୍ୟ ଗରମରେ ଅଚେତ ହେଲେ ପୋଲିଂ କର୍ମଚାରୀ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତାକାଲି(ସୋମବାର) ଅନୁଷ୍ଠିତ ହେବାକୁ ଯାଉଛି । ଏହି କ୍ରମରେ ପୋଲିଂ ପାର୍ଟିମାନେ ବୁଥ ମୁହାଁ ହୋଇଛନ୍ତି । ତେବେ ମାଲକାନଗିରିରେ ୨ ପୋଲିଂ କର୍ମଚାରୀ ଅସହ୍ୟ ଗରମ ଯୋଗୁଁ ଅଚେତ ହୋଇଥିବା ସୂଚନା ରହିଛି । ତେବେ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି ।

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତାକାଲି(ସୋମବାର) ଅନୁଷ୍ଠିତ ହେବାକୁ ଯାଉଛି । ଶନିବାର ଠାରୁ ମାଲକାନଗିରି ଜିଲ୍ଲାର ପୋଲିଂ ପାର୍ଟି ନିଜର ଗନ୍ତବ୍ୟ ସ୍ଥଳକୁ ଯାଇଛନ୍ତି । ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ ହେବାକୁ ଥ‌ିବା ବେଳେ ସମସ୍ତ ପୋଲିଂ କର୍ମଚାରୀ ମାଲକାନଗିରି ସରକାରୀ ପଲିଟେକ୍ନିକ କଲେଜର ପ୍ରସ୍ତାନ କେନ୍ଦ୍ରରୁ ସେମାନଙ୍କର ଇଭିଏମ, ଭିଭିପାଟ ଓ ସମସ୍ତ ମତଦାନ ସରଞ୍ଜାମ ଧରି ବୁଥ ଅଭିମୁଖେ ବାହାରିଛନ୍ତି ।

ମାଲକାନଗିରି ଜିଲାର ମୋଟ ୪ଲକ୍ଷ ୫୨ହଜାର ୫୪୪ଜଣ ଭୋଟର ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ଏଥିପାଇଁ ଜିଲ୍ଲାରେ ମୋଟ ୫୪୭ଟି ବୁଥ କରାଯାଇଥିବା ବେଳେ ସେଥିରେ ୪୨ଟି ଆଦର୍ଶ ବୁଥ ରହିଛି । ଆଦର୍ଶ ବୁଥ ମଧ୍ୟରୁ ୩୦ଟି ସଖୀ ବୁଥ, ୧୦ଟି ଭିନ୍ନକ୍ଷମ ବୁଥ ରହିଛି । ଶନିବାର ମୋଟ ମୋଟ ୫୪୭ଟି ବୁଥର ପୋଲିଂ ପାର୍ଟିଙ୍କ ମଧ୍ୟରୁ ୫୧୫ ଟି ବୁଥର କର୍ମଚାରୀମାନେ ନିଜ ନିଜର ବୁଥକୁ ଯାଇଛନ୍ତି ଓ ଅନ୍ୟ ଆଦର୍ଶ ବୁଥର କର୍ମଚାରୀମାନଙ୍କର ଗସ୍ତ ଜାରି ରହିଛି ।

ଏହାମଧ୍ୟ ପଢନ୍ତୁ.. ରାତି ପାହିଲେ ନିର୍ବାଚନ, ବୁଥ ମୁହାଁ ପୋଲିଂ ଅଧିକାରୀ - Voting Preparation

ଏଥିସହ ମତଦାନ ଦିନ ଗ୍ରୀଷ୍ମପ୍ରବାହ ଜାରି ରହିବାର ଅନୁମାନ କରାଯାଇଥିବା ବେଳେ ସକାଳ ୧୧ଟା ମଧ୍ୟରେ ଅଧିକରୁ ଅଧିକ ଭୋଟର ମତଦାନ ସାବ୍ୟସ୍ତ କରିବାକୁ ଅନୁରୋଧ କରିଛନ୍ତି ଜିଲ୍ଲାପାଳ ସଚିନ ପାଓ୍ବାର । ଅନ୍ୟପଟେ ଜିଲ୍ଲାରେ ପ୍ରବଳ ଗରମ ଯୋଗୁଁ ୨ ପୋଲିଂ ଅଧିକାରୀ ଅଚେତ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ଏମ୍‌ଭି- ୧୪ ଗ୍ରାମର ନିରମଲ ସମଝଦାର(୫୪) ଏବଂ ନିମାଇ ମିସ୍ତ୍ରୀ(୬୦) ହଠାତ ଅଚେତ ହୋଇ ପଡ଼ିଥିଲେ । ତୁରନ୍ତ ସେମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ଜଣେ ପୋଲିଂ କର୍ମଚାରୀଙ୍କୁ ଉଚ୍ଚ ରକ୍ତଚାପ ଓ ସୁଗାର ଥିବା ବେଳେ ଗରମ ଯୋଗୁଁ ସ୍ବାସ୍ଥ୍ୟ ଖରାପ ହୋଇଥିବା ବେଳେ ଅନ୍ୟ ଜଣେ ଗରମ ସମ୍ଭାଳି ନପାରି ଅଚେତ ହୋଇଯାଇଥିବା ଜଣାପଡ଼ିଛି । ପ୍ରଶାସନ ତରଫରୁ ସେମାନଙ୍କ ଚିକିତ୍ସା କରାଯାଉଛି । ତେବେ ସେମାନଙ୍କ ସ୍ଥାନରେ ଅନ୍ୟ କାହାକୁ ନିଯୁକ୍ତି ଦିଆଯିବ ନା ସେମାନେ ସୁସ୍ଥ ହେବା ପରେ ପୁଣି ମତଦାନ କେନ୍ଦ୍ରକୁ ଫେରିବେ ତାହା ସ୍ପଷ୍ଟ ହୋଇପାରିନି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.