ETV Bharat / politics

ସର୍ବକାଳୀନ କମ ଆସନରେ ଲଢୁଛି କଂଗ୍ରେସ: 2019 ତୁଳନାରେ 93 କମ୍ - CONGRESS CONTESTING IN LOWEST SEATS - CONGRESS CONTESTING IN LOWEST SEATS

Congress contesting in 328 Seats : ଚଳିତଥର ମାତ୍ର 328 ଆସନରେ ଲଢୁଛି କଂଗ୍ରେସ । ଦଳର ଇତିହାସରେ ସର୍ବକାଳୀନ କମସଂଖ୍ୟକ ଆସନ । 2019 ରେ 421 ଆସନରେ ଲଢିଥିଲା ଦଳ । ଅଧିକ ପଢନ୍ତୁ

ସର୍ବକାଳୀନ କମ: ମାତ୍ର 328 ଆସନରେ ଲଢୁଛି କଂଗ୍ରେସ
ସର୍ବକାଳୀନ କମ: ମାତ୍ର 328 ଆସନରେ ଲଢୁଛି କଂଗ୍ରେସ (PIC-ETV Bharat)
author img

By ETV Bharat Odisha Team

Published : May 8, 2024, 12:56 PM IST

Updated : May 8, 2024, 1:44 PM IST

ନୂଆଦିଲ୍ଲୀ: ଚଳିତ ସଧାରଣ ନିର୍ବାଚନରେ 400 ପାର ଲକ୍ଷ୍ୟରେ ବିଜେପି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟ ନିର୍ବାଚନ ଲଢୁଥିବା ବେଳେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ବିରୋଧୀଙ୍କ ମହାମେଳି ‘ଇଣ୍ଡିଆ’ ମେଣ୍ଟର ନେତୃତ୍ବ ନେଉଛି । ତେବେ ଦେଶର ପ୍ରାୟ 6ଦଶନ୍ଧି ଧରି ଶାସନ କ୍ଷମତା ଦଖଲ କରିଥିବା ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସ ଚଳିତଥର ସର୍ବକାଳୀନ କମ ଆସନରେ ସାଧାରଣ ନିର୍ବାଚନ ଲଢୁଛି । ପ୍ରଥମ ଥର କଂଗ୍ରେସ 400ରୁ କମ ଆସନରେ ସାଧାରଣ ନିର୍ବାଚନ ଲଢିବାକୁ ଯାଉଛି । 2019 ରେ ଦଳ ଲଢିଥିବା ଆସନ ସଂଖ୍ୟାଠାରୁ 93 କମ ଆସନରେ ପ୍ରାର୍ଥୀ ଦେଇଛି । ଗତଥର 421 ଆସନରେ ନିର୍ବାଚନ ଲଢିଥିଲା କଂଗ୍ରେସ ।

2019 ରେ କଂଗ୍ରେସ ଦେଶରେ 421 ଆସନରେ ନିର୍ବାଚନ ଲଢିଥିଲା । ମାତ୍ର ଦଳକୁ ନୈରାଶ୍ୟଜନକ ଫଳାଫଳର ସାମ୍ନା କରିବାକୁ ପଡିଥିଲା । ଦଳ ମାତ୍ର 54 ଆସନରେ ସୀମିତ ରହିବାକୁ ବାଧ୍ୟ ହୋଇଥିଲା । ଉତ୍ତର ପ୍ରଦେଶରେ ଦଳର ତତ୍କାଳୀନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆମେଠୀ ଆସନରୁ ପରାଜିତ ହୋଇଥିଲେ । ମା’ ତଥା ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏକମାତ୍ର କଂଗ୍ରେସ ସାଂସଦ ଭାବେ ରାୟବରେଲୀରୁ ବିଜୟୀ ହୋଇଥିଲେ । ରାହୁଲ ଚଳିତଥର ମା’ଙ୍କ ପାରମ୍ପରିକ ଆସନରୁ ନିର୍ବାଚନ ଲଢୁଛନ୍ତି । ଚଳିତଥର କଂଗ୍ରେସ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟର ନେତୃତ୍ବ ନେଉଛି । ହେଲେ ସହଯୋଗୀ ଦଳମାନେ କଂଗ୍ରେସକୁ ଅଧିକ ଆସନ ଛାଡିବା ପାଇଁ ରାଜି ନାହାନ୍ତି । ଉତ୍ତର ପ୍ରଦେଶ, ବିହାର ଓ ତାମିଲନାଡୁରେ ଇଣ୍ଡିଆ ମେଣ୍ଟର ସହଯୋଗୀ ଥିବା ଆରଜେଡି, ସମାଜବାଦୀ ପାର୍ଟି ଓ ଷ୍ଟାଲିନଙ୍କ ‘ଡିଏମକେ’ ଅଧିକ ଆସନରେ ଲଢୁଛନ୍ତି । ତେଣୁ କଂଗ୍ରେସକୁ ଗତଥର ଠାରୁ ପ୍ରାୟ 93 କମ ଆସନରେ ପ୍ରାର୍ଥୀ ଦେବାକୁ ପଡିଛି ।

ଏହା ମଧ୍ୟ ପଢନ୍ତୁ:- ପୁତୁରାଙ୍କୁ ରାଜନୈତିକ ଉତ୍ତରାଧିକାରୀ ଘୋଷଣା କଲେ ମାୟାବତୀ

କର୍ଣ୍ଣାଟକ ଓ ଓଡିଶାରେ ପ୍ରାୟ ସମସ୍ତ ଆସନରେ ଲଢୁଛି କଂଗ୍ରେସ:

ଦଳ ନିଜ ଶାସିତ ରାଜ୍ୟ କର୍ଣ୍ଣାଟକ ଓ ଓଡିଶାରେ ସର୍ବାଧିକ ଆସନରେ ନିର୍ବାଚନ ଲଢୁଛି । କର୍ଣ୍ଣାଟକରେ କୌଣସି ସହଯୋଗୀ ଦଳ ନଥିବାରୁ ଆସନ ବୁଝାମଣାର ଦ୍ବନ୍ଦ୍ବ ନାହିଁ । ରାଜ୍ୟର ସମସ୍ତ 28 ସଂସଦୀୟ ଆସନରେ କଂଗ୍ରେସ ନିର୍ବାଚନ ଲଢୁଛି । ସେହିପରି ଓଡିଶାରେ ମଧ୍ୟ ସମାନ ସ୍ଥିତିରେ ରହିଛି କଂଗ୍ରେସ । 21 ଆସନ ମଧ୍ୟରୁ ଗୋଟିଏ ଆସନରେ ଦଳ ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା ପ୍ରାର୍ଥୀଙ୍କୁ ଛିଡା କରିଥିବା ବେଳେ ଅନ୍ୟ ସମସ୍ତ 20 ଆସନରେ ପ୍ରାର୍ଥୀ ଦେଇଛି । 2019 ରେ ଦଳ ଓଡିଶାରେ 18 ସଂସଦୀୟ ଆସନରେ ପ୍ରାର୍ଥୀ ଦେଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 8, 2024, 1:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.