ETV Bharat / politics

ବିଜେପି ଆଶୀର୍ବାଦ ସମାବେଶରେ ହେମା ମାଳିନୀ, କହିଲେ ଡବଲ ଇଞ୍ଜିନ ସରକାର ଜରୁରୀ - Hema Malini in Bhubaneswar

Hema Malini in Bhubaneswar: ଭୁବନେଶ୍ବରରେ ଭୋଟ ମାଗିଲେ ବିଜେପିର ଷ୍ଟାର ପ୍ରଚାରକ ତଥା ସାଂସଦ ହେମା ମାଳିନୀ । ଓଡ଼ିଶାର ବିକାଶ ପାଇଁ ସେ ଡବଲ ଇଞ୍ଜିନ ସରକାର ଆବଶ୍ୟକ ବୋଲି କହିବା ସହ ସାଂସଦ ପ୍ରାର୍ଥୀ ଅପରାଜିତା ଓ ବିଧାୟକ ପ୍ରାର୍ଥୀମାନଙ୍କ ପାଇଁ ଭୋଟ ମାଗିଥିଲେ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : May 17, 2024, 8:39 PM IST

ବିଜେପି ଆଶୀର୍ବାଦ ସମାବେଶରେ ହେମା ମାଳିନୀ
ବିଜେପି ଆଶୀର୍ବାଦ ସମାବେଶରେ ହେମା ମାଳିନୀ (ETV Bharat Odisha)

ଭୁବନେଶ୍ବର: ସାଲିଆ ସାହିରେ ବିଜେପିର ଆଶୀର୍ବାଦ ସଭା । ସଭାରେ ଯୋଗଦେଲେ ବିଜେପିର ଷ୍ଟାର ପ୍ରଚାରକ ଡ୍ରିମ ଗର୍ଲ ହେମା ମାଳିନୀ । ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ଭୋଟ ମାଗିଲେ । ରାଧେ ରାଧେ କହି ଭୁବନେଶ୍ବର ସାଲିଆ ସାହି ଆଶୀର୍ବାଦ ସମାବେଶରେ ନିଜ ଭାଷଣ ଆରମ୍ଭ କରିଥିବା ହେମା ମୁମ୍ବାଇ ଧାରବି ଉଦାହରଣ ଦେଇ ସାଲିଆ ସାହିର ବିକାଶ କଥା କହିଛନ୍ତି । ରାଜ୍ୟରେ କଂଗ୍ରେସ ଓ ବିଜେଡି ସରକାର ବହୁ ବର୍ଷ କ୍ଷମତାରେ ରହିବା ପରେ ବି ରାଜ୍ୟର ସେପରି ଆଖିଦୃଶିଆ ବିକାଶ ହୋଇନି, ବରଂ ଭ୍ରଷ୍ଟାଚାର ବଢ଼ିଛି ବୋଲି ସେ କହିଛନ୍ତି ।

ଆଜି ଭୁବନେଶ୍ବର ସାଲିଆ ସାହି ବିଜେପି ଆଶୀର୍ବାଦ ସମାବେଶରେ ଯୋଗ ଦେଇଥିଲେ ବିଜେପି ସାଂସଦ ତଥା ଲୋକପ୍ରିୟ ଚଳଚ୍ଚିତ୍ର ଅଭିନେତ୍ରୀ ହେମା ମାଳିନୀ । ସମାବେଶରେ ହେମା ମାଳିନୀ ଅଭିଭାଷଣରେ ସୁଭଦ୍ରା ଯୋଜନା କଥା କହିଛନ୍ତି । ଯେଉଁଥିରେ ବିଜେପି ସରକାର ଆସିଲେ ମହିଳାଙ୍କୁ ୫୦ ହଜାର ସହାୟତା ଦେବାକୁ ବିଜେପି ଏହାର ଇସ୍ତାହାରରେ ପ୍ରକାଶ କରିଛି । ହେମା ମାଳିନୀ କହିଛନ୍ତି, "ପୂର୍ବରୁ ଓଡ଼ିଶାରେ କଂଗ୍ରେସ ସରକାର ଥିଲା । ଏବେ ବିଜେଡି ସରକାର ଅଛି । ହେଲେ ଓଡ଼ିଶାରେ ଦୁର୍ନୀତି ବଢିଛି, ବେକାରୀ ବଢିଛି, ଅପରାଧ ବଢ଼ିଛି । ଓଡିଶାରେ ପର୍ଯ୍ୟାପ୍ତ ଖଣିଜ ସମ୍ପଦ ଅଛି । ପର୍ଯ୍ୟଟନର ଯେମିତି ବିକାଶ ହେବା କଥା ହୋଇନି । ବିଜେଡି ବିକାଶରେ ଧ୍ୟାନ ଦେଉନି । ଦେଶରେ ମୋଦି ଯେମିତି ବିକାଶ କରିଛନ୍ତି, ଓଡିଶା ଯାଏଁ ପହଞ୍ଚୁନାହିଁ । ମୋଦି ୧୮ ଲକ୍ଷ କୋଟି ଓଡ଼ିଶାକୁ ଦେଇଛନ୍ତି । ଅନେକ ଜନକଲ୍ୟାଣ ଯୋଜନା କରିଛନ୍ତି । ହେଲେ ଓଡ଼ିଶାରେ ସେତିକି ବିକାଶ ନଜରକୁ ଆସୁନି । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେଲେ ବିକାଶ ହେବ । ମହିଳା ବିକାଶ ଆଉ ପୋଷଣରେ ବି ଯେତିକି ଧ୍ୟାନ ଦେବା କଥା ରାଜ୍ୟ ସରକାର ଦେଇନାହାନ୍ତି । ମୋଦି ମାଗଣା ରାସନ ଦେଉଛନ୍ତି, ଶୌଚାଳୟ, ଘର ଦେଇଛନ୍ତି ।" ଏହି ସଭାରେ ଓଡିଶୀ ନୃତ୍ୟଗୁରୁ କେଳୁ ଚରଣ ମହାପାତ୍ରଙ୍କ କଥା ମନେ ପକାଇଲେ ଡ୍ରିମଗର୍ଲ । ଏହା ସହିତ ସେ ଘରେ ନବସି ଡବଲ ପଦ୍ମରେ ଭୋଟ ଦେବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ବିଜେପିରୁ ବିଦା ହେଲେ ବିଜୟ ମହାପାତ୍ର; ସାରଦା ପ୍ରଧାନ ଓ ରାଜେଶ ମଲ୍ଲିକ ବି ବହିଷ୍କୃତ - BJP Expelled Bijoy Mohapatra

ସେହିପରି ଏହି ଆଶୀର୍ବାଦ ସଭାରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, "ଭୁବନେଶ୍ବର ୧୪୦ ବସ୍ତିରେ ୬୦୦ ବର୍ଗ ଫୁଟ ଜମି ଦେବ ବିଜେପି ସରକାର । ବିଜେଡି କାଗଜ ଦେଇ କହୁଛି ପଟ୍ଟା, ଯେଉଁ ପଟ୍ଟା ଦିଆଯାଇଛି ସେଗୁଡ଼ା ମିଛ । ପଟ୍ଟା ନୁହେଁ କାଗଜ ଦିଆଯାଇଛି । କିନ୍ତୁ ସବୁ ଜାଗାରେ ବଡ଼ ବଡ଼ ଜାଗା ମିଶନର ହୋଡିଂ । ଓଡ଼ିଶାରେ ବିଜେପି ସରକାରକୁ ଆସିଲେ ୬୦୦ ବର୍ଗ ଫୁଟ ଜମି କିମ୍ବା ବଡ଼ ଘର ଦିଆଯିବ । ଆଗ ଉଚ୍ଛେଦ ପରେ ଥଇଥାନ ଏ ସରକାରଙ୍କ ବିଚିତ୍ର ନୀତି । ବିଜେଡିର ସମୟ ସରିଗଲା । ଅସ୍ତ ହେବାକୁ ଯାଇଛି ।" ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ରୋଡ଼ ସୋ'କୁ ଟାର୍ଗେଟ କଲେ ଅପରାଜିତା ଷଡ଼ଙ୍ଗୀ । ସେ କହିଛନ୍ତି, "ଗତକାଲି ମୁଖ୍ୟମନ୍ତ୍ରୀଙ୍କ ରୋଡ଼ ସୋ' ଦେଖିଲି । ମୁଁ ଦୁଃଖିତ, ରୋଡ଼ ସୋ'ରେ ଲୋକ ନଥିଲେ । ତାଙ୍କ ସାଙ୍ଗରେ ସାନ ବାବୁ ଥିଲେ । ହେଲେ ସାଂସଦ ପ୍ରାର୍ଥୀ, ବିଧାୟକ ପ୍ରାର୍ଥୀ ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିପାରିଲେନି । ମୁଖ୍ୟମନ୍ତ୍ରୀଙ୍କୁ ଓ ସାନ ବାବୁଙ୍କୁ ପ୍ରାର୍ଥୀଙ୍କ ଉପରେ ଆସ୍ଥା ବିଶ୍ବାସ ନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.