ETV Bharat / politics

ହିଞ୍ଜିଳିରୁ ନବୀନଙ୍କ ରଣହୁଙ୍କାର; କହିଲେ ଯୋଡ଼ି ଶଙ୍ଖ ବିକାଶର ପରିଚୟ, ବିରୋଧୀଙ୍କୁ କଲେ ଟାର୍ଗେଟ - Lok Sabha Election 2024 - LOK SABHA ELECTION 2024

Naveen Patnaik Election Campaign: ଗଞ୍ଜାମ ଜିଲ୍ଲା ହିଞ୍ଜିଳରୁ ନିର୍ବାଚନ ପ୍ରଚାର ଆରମ୍ଭ କଲେ ନବୀନ ପଟ୍ଟନାୟକ । ଯୋଡ଼ି ଶଙ୍ଖ ବିକାଶର ପରିଚୟ ଏବଂ ଓଡ଼ିଶାର ପରିଚୟ ବୋଲି କହି ଭୋଟ୍ ଦେବାକୁ ଅପିଲ୍ କଲେ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Apr 24, 2024, 12:04 PM IST

Updated : Apr 24, 2024, 2:15 PM IST

BJD Supreme Naveen Patnaik kick off election campaign from Hinjili

ଗଞ୍ଜାମ: ହିଞ୍ଜିଳିରୁ ପ୍ରଚାର ଆରମ୍ଭ କଲେ ନବୀନ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ନିଜର ପାରମ୍ପରିକ ଆସନ ଗଞ୍ଜାମ ଜିଲ୍ଲା ହିଞ୍ଜିଳିରୁ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି । ଏଠାରେ ସେ ଏକ ଜନସଭାକୁ ସମ୍ବୋଧିତ କରି ହିଞ୍ଜିଳରୁ ବିଜେଡିର ଜୟ ଯାତ୍ରା ଆରମ୍ଭ ହେଲା ବୋଲି କହିଛନ୍ତି । ନବୀନ ଜନସାଧାରଣଙ୍କୁ କହିଛନ୍ତି ଯେ, ଆପଣଙ୍କ ସ୍ନେହ, ସମର୍ଥନ ପାଇଁ ଚିର ଋଣୀ ରହିବି । ଓଡ଼ିଶାର ସାଢେ ୪ କୋଟି ଓଡ଼ିଆ ମୋର ପରିବାର । ଏମାନଙ୍କ ପାଇଁ ମୁଁ କାମ କରି ଚାଲିଛି ଏବଂ ଶେଷ ଯାଏଁ କରିବି । ୨୦୩୬ ସୁଦ୍ଧା ଓଡ଼ିଶା ଏକ ନମ୍ବର ରାଜ୍ୟ ହେବ ।'' ଏଥିସହ ଯୋଡ଼ି ଶଙ୍ଖ ବିକାଶର ପରିଚୟ ଏବଂ ଓଡ଼ିଶାର ପରିଚୟ ବୋଲି କହି ଭୋଟ୍ ଦେବାକୁ ଅପିଲ୍ କରିଛନ୍ତି ନବୀନ ପଟ୍ଟନାୟକ ।

ବିଜେଡି ସୁପ୍ରିମୋ ଆହୁରି କହିଛନ୍ତି ଯେ, ୨୦୩୬ରେ ସ୍ବତନ୍ତ୍ର ରାଜ୍ୟ ଭାବେ ଓଡ଼ିଶା ଶହେ ବର୍ଷ ପୂରଣ କରିବ । ୨୦୩୬ ସୁଦ୍ଧା ଓଡ଼ିଶା ଦେଶରେ ଏକ ନମ୍ବର ରାଜ୍ୟ ହେବ । ଶାନ୍ତି, ସମୃଦ୍ଧ ଓ ସଶକ୍ତ ଓଡ଼ିଶା ହେବ ଆମର ପରିଚୟ । ମିଶନ ଶକ୍ତି ମାଆମାନେ ଉଦ୍ୟୋଗୀ ହେଉଛନ୍ତି । ବିପର୍ଯ୍ୟୟ ପରିଚାଳନା, ପୁଞ୍ଜି ବିନିଯୋଗ, ମହିଳା ସଶକ୍ତିକରଣ ଆଦି କ୍ଷେତ୍ରରେ ଓଡ଼ିଶା ଆଗୁଆ ରାଜ୍ୟ ରହିଛି । ସେହିପରି ଚାଷୀମାନଙ୍କ ପାଇଁ ସ୍ବତନ୍ତ୍ର ବଜେଟ କରିବାରେ ମଧ୍ୟ ଓଡ଼ିଶା ପ୍ରଥମ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବାଲେଶ୍ବରର ବିଜେଡିର ପ୍ରଚାର; ଘର ଘର ବୁଲି ଯୋଡି ଶଙ୍ଖରେ ଭୋଟ ଦେବାକୁ ପ୍ରାର୍ଥୀଙ୍କ ଅପିଲ୍ - BJD Election Campaign

ତେବେ ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ନବୀନ । ବିରୋଧୀ ସବୁବେଳେ ସବୁ ପ୍ରସଙ୍ଗରେ ରାଜନୀତି କରୁଛନ୍ତି। ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରିବା ସହ ଅପପ୍ରଚାର କରୁଛନ୍ତି । ଭୁବନେଶ୍ବର ପରିକ୍ରମା ପ୍ରକଳ୍ପ ହେଉକି ସମଲେଇ ପ୍ରକଳ୍ପ, ସବୁ କ୍ଷେତ୍ରରେ ବିକାଶ ବିରୋଧୀ ଆଭିମୁଖ୍ୟ ପୋଷଣ କରୁଛନ୍ତି । ବିକାଶକୁ ବିରୋଧ କରି କେହି କେବେ ସଫଳ ହେବେନି । ଓଡ଼ିଶାବାସୀ ବିରୋଧୀଙ୍କ ଅସଲ ରୂପ ଜାଣିଛନ୍ତି ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ଏଥିସହ ଆପଣମାନଙ୍କ ଆଶୀର୍ବାଦରେ ବିଜେଡି ବିପୁଳ ବିଜୟ ହାସଲ କରିବ । ବିଜୟ ଧାରା ଜାରି ରହିବ ବୋଲି କହିବା ସହିତ ଯୋଡି ଶଙ୍ଖରେ ଆଶୀର୍ବାଦ କରିବାକୁ ଲୋକମାନଙ୍କୁ ନିବେଦନ କରିଛନ୍ତି । ସେହିପରି 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମଧ୍ୟ ବିଜେଡିକୁ ଭୋଟ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିତାଇବାକୁ ଅପିଲ କରିଛନ୍ତି ।

ହିଞ୍ଜିଳି କାର୍ଯ୍ୟକ୍ରମ ସାରି ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଶେରଗଡରେ ପହଞ୍ଚି ସେଠାରେ ଆଉ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି । ଶେଷ ପର୍ଯ୍ୟନ୍ତ ମୋର ସାଢେ ୪ କୋଟି ଓଡ଼ିଶାବାସୀଙ୍କ ପାଇଁ ସେବା କରିବି ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 24, 2024, 2:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.