ETV Bharat / politics

ଭଦ୍ରକରେ ନିର୍ବାଚନୀ ହିଂସା ! ବିଜେପି ନେତାଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ - Election Violence in Bhadrak

author img

By ETV Bharat Odisha Team

Published : May 28, 2024, 12:02 PM IST

Election Violence in Bhadrak: ଭଦ୍ରକରେ ନିର୍ବାଚନୀ ହିଂସା ଅଭିଯୋଗ । ବିଜେପି ନେତାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ । ଥାନାରେ ମାମଲା ରୁଜ୍ଜୁ । ଅଧିକ ପଢନ୍ତୁ

Election Violence in Bhadrak
Election Violence in Bhadrak (ETV Bharat Odisha)

ଭଦ୍ରକ: ଜିଲ୍ଲାରେ ନିର୍ବାଚନୀ ହିଂସା ଅଭିଯୋଗ । ବିଜେପି ନେତାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ । ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ଏବଂ ତାଙ୍କ ସହିତ ଆସିଥିବା ସହଯୋଗୀମାନଙ୍କୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତୋଟା ପଡ଼ାରେ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ବିଜେଡି କର୍ମୀମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସୁବାଷ ସାହୁ ।

ଅଭିଯୋଗ ଅନୁଯାୟୀ, ସୋମବାର ରାତିରେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ସଭାପତି ସୁବାଷ ସାହୁ, ଯୋଗୀ ଦେବଦତ୍ତ ମହାରାଜ ଓ ତାଙ୍କର କିଛି ସହଯୋଗୀ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଘଣ୍ଟେଶ୍ଵର ଅଞ୍ଚଳର ଜଣେ ବନ୍ଧୁଙ୍କୁ ସାକ୍ଷାତ କରିବା ପାଇଁଁ ଆସୁଥିଲେ । ଏହି ସମୟରେ ତୋଟାପଡା ଠାରେ କିଛି ଆଞ୍ଚଳିକ ଦଳର କର୍ମୀମାନେ ତାଙ୍କ ଗାଡିକୁ ଅଟକାଇ ଥିଲେ । ଗଞ୍ଜାମ ଜିଲ୍ଲା ବିଜେପି ସଭାପତିଙ୍କ ଗାଡ଼ିରେ ବିଜେପି ପତାକା ଲାଗିଥିବା ଦେଖି, କୌଣସି କାରଣ ନଥାଇ ହଠାତ ଅତର୍କିତ ଭାବେ ବାଉଁଶ ବାଡି ଏବଂ ପଥରରେ ଗାଡିକୁ ଆକ୍ରମଣ କରିଥିଲେ । ପରେ ତାଙ୍କ ସମେତ ଗାଡି ଭିତରେ ବସିଥିବା ତାଙ୍କର କିଛି ସହଯୋଗୀ ଏବଂ ଯୋଗୀ ଦେବଦତ୍ତ ମହାରାଜ ନାମକ ଜଣେ ସାଧୁଙ୍କୁ ମଧ୍ୟ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ ।

ଏହାମଧ୍ୟ ପଢନ୍ତୁ.. ରାଜନୈତିକ ହିଂସା ରୋକିବାକୁ ଗଞ୍ଜାମ ପୋଲିସର ନୂଆ କଟକଣା, ଜୁନ ୪ ଯାଏଁ ରାତିରେ ଖୋଲିବନି ହୋଟଲ, ଢାବା ଓ ଚା’ ଦୋକାନ - Security Arrangements For Counting

ଆକ୍ରମଣକାରୀମାନେ ମୁଣ୍ଡରେ ବିଜେଡି ପତାକା ବାନ୍ଧିଥିବା ବେଳେ ସେମାନେ ବିଜେଡି କର୍ମୀ ହୋଇଥିବା ଅଭିଯୋଗ କରିଛନ୍ତି ବିଜେପି ନେତା । ଯେହେତୁ ଆକ୍ରମଣକାରୀଙ୍କ ସଂଖ୍ୟା ଅଧିକ ଥିଲା, ସେମାନେ ଭୟଭୀତ ହୋଇ ବାଂଶଡା ଥାନା ଅନ୍ତର୍ଗତ ଘଣ୍ଟେଶ୍ଵର ଫାଣ୍ଡିରେ ନ୍ୟାୟ ପାଇଁ ଦ୍ଵାରସ୍ଥ ହୋଇଥିଲେ । ପରେ ପୋଲିସ ପକ୍ଷରୁ ସେମାନଙ୍କୁ ପ୍ରାଥମିକ ଡାକ୍ତରୀ ସହାୟତା ପ୍ରଦାନ କରିବା ପାଇଁ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଏଥିସହ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ, ଏନେଇ ଅଧିକ ତଦନ୍ତ ଆରମ୍ଭ ହୋଇଛି । ହେଲେ ପୋଲିସ କୌଣସି ଅପରାଧୀଙ୍କୁ ଏ ଯାଏଁ ଗିରଫ କରି ନ ଥିବା ସୂଚନା ମିଳିଛି ।

ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ଅର୍ଥାତ୍ ଜୁନ ୧ତାରିଖରେ କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ୬ ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବାକୁ ଯାଉଛି । ଅନ୍ୟ ସଂସଦୀୟ କ୍ଷେତ୍ରଗୁଡିକରେ ମତଦାନ ସରିଥିବା ବେଳେ ଏବେ ସମସ୍ତଙ୍କ ନଜରରେ ଏହି ୬ଟି ସଂସଦୀୟ କ୍ଷେତ୍ର ଓ ଏହା ଅନ୍ତର୍ଗତ ବିଧାନସଭା ମଣ୍ଡଳୀ । ସେହି ଜିଲ୍ଲାଗୁଡିକୁ ପ୍ରମୁଖ ରାଜନୈତିକ ଦଳର ହେଭିଓ୍ବେଟମାନଙ୍କ ପ୍ରଚାର ଜୋରଦାର ରହିଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.