ETV Bharat / politics

ବିଜେଡି-ବିଜେପିକୁ ଟାର୍ଗେଟ କଲେ ଖଡ୍‌ଗେ; କଂଗ୍ରେସକୁ ଜିତାଇବାକୁ କଲେ ନିବେଦନ - Mallikarjun Kharge at Balasore

author img

By ETV Bharat Odisha Team

Published : May 29, 2024, 9:00 PM IST

Mallikarjun Kharge Campaign in Balasore: ବାଲେଶ୍ବର ରେମୁଣା ନିର୍ବାଚନ ମଣ୍ଡଳୀରେ ଖଡ୍‌ଗେଙ୍କ ପ୍ରଚାର । କହିଲେ ବିଜେପି ଓ ବିଜେଡି ମିଶି ଓଡ଼ିଶାକୁ ଲୁଟିଛନ୍ତି । ଶ୍ରୀକାନ୍ତଙ୍କ ସହ ସମସ୍ତ ୭ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀଙ୍କୁ ଜିତାଇବାକୁ କଲେ ନିବେଦନ । ଅଧିକ ପଢ଼ନ୍ତୁ

Mallikarjun Kharge Campaign in Balasore
Mallikarjun Kharge Campaign in Balasore (ETV Bharat Odisha)

ବାଲେଶ୍ବର: କଂଗ୍ରେସ ପାଇଁ ଭୋଟ ମାଗିଲେ ଖଡ୍‌ଗେ । ବାଲେଶ୍ବର ଜିଲ୍ଲା ରେମୁଣା ନିର୍ବାଚନ ମଣ୍ଡଳୀର କୁରୁଡ଼ା ଯାତ୍ରା ପଡ଼ିଆରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ନିଜ ଦଳର ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିଥିଲେ । ଅପରାହ୍ନ ୨ଟା ବେଳେ ଖଡ୍‌ଗେ ସଭାମଞ୍ଚରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିବା ସହ ୭ଟି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଏବଂ ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କୁ ଜିତାଇବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ।

ଖଡଗେ ନିଜ ଅଭିଭାଷଣରେ କହିଥିଲେ ଯେ, ଏଥର ନିର୍ବାଚନ ବେଶ ଗୁରୁତ୍ବପୂର୍ଣ୍ଣ, ଏ ଲଢେଇ ନୂଆ ଏକ ଦେଶ ଗଠନ କରିବାର ସମୟ । ଏଥିପାଇଁ ଏଥର ଭୋଟ ଦେବା ପୂର୍ବରୁ ଥରେ ଭବିଷ୍ୟତ ପୀଢ଼ିଙ୍କ ବାବଦରେ ଚିନ୍ତା କରିବାର ସମୟ ଆସିଛି । ଚଳିତ ନିର୍ବାଚନ ଦେଶ ଗଢିବାର ନିର୍ବାଚନ ଏବଂ ମୋଦିଙ୍କ ବିରୋଧରେ ଲଢେଇ ବୋଲି କହିଥିଲେ ଖଡ୍‌ଗେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସବୁବେଳେ ଆଦିବାସୀମାନଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ମୋଦି ସରକାର ଦେଶ ବିଦେଶ ବୁଲୁଥିବା ବେଳେ ମଣିପୁର ହିଂସା ବେଳେ କେଉଁଠି ଥିଲେ ? କଂଗ୍ରେସ ପ୍ରାର୍ଥୀଙ୍କୁ ନିର୍ବାଚିତ କରିବାର ଅର୍ଥ କଂଗ୍ରେସକୁ ଫାଇଦା ନୁହେଁ, ବରଂ ଦେଶ ଏବଂ ଦେଶବାସୀଙ୍କ ପାଇଁ ଭଲ ବୋଲି କହିଥିଲେ ଖଡ୍‌ଗେ । ସେହିପରି କଂଗ୍ରେସ ପ୍ରାର୍ଥୀ ଶ୍ରୀକାନ୍ତ ଜେନା ବାଲେଶ୍ବର ବିକାଶର ସୂତ୍ରଧର ଥିବାବେଳେ ଅନ୍ୟମାନେ କିଛି ନକରି ଖାଲି ବାଃ ବାଃ ନେଉଛନ୍ତି ବୋଲି କହିଛନ୍ତି ଖଡ୍‌ଗେ ।

ଏହା ମଧ୍ୟ ପଢ଼ନ୍ତୁ...ଚାନ୍ଦବାଲିରେ ଖଡଗେ, କଂଗ୍ରେସ କର୍ମୀଙ୍କ ମଧ୍ୟରେ ଜୋରଦାର ଉତ୍ସାହ - KHARGE CHANDBALI CAMPAIGN

ଏହି କାର୍ଯ୍ୟକ୍ରମରେ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ କରିଥିଲେ ଖଡ୍‌ଗେ । ବିଜେଡି ଏବଂ ବିଜେପି ମିଶି ଓଡିଶାକୁ ବର୍ବାଦ କରିଛନ୍ତି ଏବଂ ଓଡ଼ିଶାବାସୀଙ୍କୁ ବୋକା ବନେଇଛନ୍ତି ବୋଲି କହିଛନ୍ତି ଖଡ୍‌ଗେ । କଂଗ୍ରେସ ସରକାର ଥିବାବେଳେ ବିକାଶ କେବଳ ବାଲେଶ୍ବରରେ ନୁହେଁ ବରଂ ପୁରା ଦେଶରେ ହୋଇଛି । ମାତ୍ର ମୋଦି ସରକାର ଆସିବା ପରଠାରୁ କଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଖଡ୍‌ଗେ । ଏହାସହ ଖଡ୍‌ଗେ ବିଜେଡି ସରକାରକୁ ଟାର୍ଗେଟ କରି କହିଥିଲେ ଯେ, ସବୁକିଛି ଥାଇ ବି ଆଜି ଓଡିଶା ଗରିବ ହୋଇରହିଛି । ୨୫ ବର୍ଷ ଶାସନ କାଳ ଭିତରେ ଓଡିଶା ଗରିବରୁ ଆହୁରି ଗରିବ ହୋଇଯିବାର କାରଣ ଖୋଜିବାର ବେଳ ଆସିଛି । ପ୍ରାକୃତିକ ସମ୍ପଦରେ ଭରପୁର ଓଡିଶା ରାଜ୍ୟର ବିକାଶ ପାଇଁ ବିଜେଡି ସରକାରର ଇଚ୍ଛା ନାହିଁ ବୋଲି କହିବା ସହ ଏଥର କଂଗ୍ରେସ ଆସିଲେ ଓଡିଶା ଏବଂ ଦେଶର ବିକାଶ ଆଗକୁ ଯିବ ବୋଲି କହିଥିଲେ ଖଡ୍‌ଗେ ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.