ETV Bharat / politics

‘ବାରମ୍ବାର ସୁଯୋଗ ପାଇଁ ରାଜ୍ୟବାସୀଙ୍କୁ କୃତଜ୍ଞତା, ପରାଜୟ ପାଇଁ ପାଣ୍ଡିଆନଙ୍କୁ ସମାଲୋଚନା ଦୁର୍ଭାଗ୍ୟଜନକ’ - Naveen Patnaik reaction after results

author img

By ETV Bharat Odisha Team

Published : Jun 8, 2024, 2:01 PM IST

Updated : Jun 8, 2024, 2:59 PM IST

Outgoing Odisha CM Naveen Patnaik reaction on media: ପରାଜୟ ପାଇଁ ପାଣ୍ଡିଆନଙ୍କୁ ସମାଲୋଚନା କରାଯିବା ଦୁର୍ଭାଗ୍ୟଜନକ କହିଲେ ନବୀନ । କହିଲେ ପାଣ୍ଡିଆନ ମୋର ରାଜନୈତିକ ଉତ୍ତରାଧିକାରୀ ନୁହନ୍ତି ବୋଲି ସେ ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି । ଅଧିକ ପଢନ୍ତୁ

‘ବାରମ୍ବାର ସୁଯୋଗ ପାଇଁ ରାଜ୍ୟବାସୀଙ୍କୁ କୃତଜ୍ଞତା, ପରାଜୟ ପାଇଁ ପାଣ୍ଡିଆନଙ୍କୁ ସମାଲୋଚନା ଦୁର୍ଭାଗ୍ୟଜନକ’
‘ବାରମ୍ବାର ସୁଯୋଗ ପାଇଁ ରାଜ୍ୟବାସୀଙ୍କୁ କୃତଜ୍ଞତା, ପରାଜୟ ପାଇଁ ପାଣ୍ଡିଆନଙ୍କୁ ସମାଲୋଚନା ଦୁର୍ଭାଗ୍ୟଜନକ’ (ETV Bharat Odisha)

ଭୁବନେଶ୍ବର: ‘‘ଓଡିଶାବାସୀ ମତେ ବାରମ୍ବାର ନିର୍ବାଚିତ କରିଥିବାରୁ ସେମାନଙ୍କ ପ୍ରତି ମୁଁ କୃତଜ୍ଞତା ଜ୍ଞାପନ କରୁଛି । ସେମାନେ ହିଁ ସେମାନଙ୍କ ସେବା ପାଇଁ ମତେ ବାରମ୍ବାର ସୁଯୋଗ ଦେଇଛନ୍ତି । ମୋ ଉପରେ ଆଶୀର୍ବାଦର ବର୍ଷା କରିଛନ୍ତି । ଆମେ ସର୍ବଦା ଭଲ କାମ କରି ଆମ ସରକାର ଓ ଦଳକୁ ଗର୍ବିତ କରିବାକୁ ଚେଷ୍ଟା କରିଥିଲୁ । ପାଣ୍ଡିଆନ ମୋର ରାଜନୈତିକ ଉତ୍ତରାଧିକରୀ ନୁହନ୍ତି ବୋଲି ପୂର୍ବରୁ ମୁଁ ସ୍ପଷ୍ଟ କରିସାରିଥିଲି । ଏବେ ମଧ୍ୟ ମୁଁ କହୁଛି, ଯେ ରାଜ୍ୟବାସୀ ମୋ ଉତ୍ତରାଧିକାରୀ ଚୟନ କରିବେ । ବିଜେଡିର ପରାଜୟ ପାଇଁ ପାଣ୍ଡିଆନଙ୍କୁ ଦାୟୀ କରିବା ଅତ୍ୟନ୍ତ ଦୁର୍ଭ୍ୟାଗ୍ୟଜନକ ।’’ ବିଧାନସଭା ନିର୍ବାଚନରେ ଧରାଶାୟୀ ପରାଜୟର ସାମ୍ନା କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଥମ ଥର ଗଣମାଧ୍ୟମରେ ଏହି ପ୍ରତିକ୍ରିୟା ରଖିଛନ୍ତି ।

ପରାଜୟ ପାଇଁ ପାଣ୍ଡିଆନଙ୍କୁ ସମାଲୋଚନା ଦୁର୍ଭାଗ୍ୟଜନକ (ETV Bharat Odisha)

ଜାତୀୟ ଖବର ସରବରାହ ସଂସ୍ଥା ‘ପିଟିଆଇ’ ଓ ‘ଏଏନଆଇ’କୁ ପ୍ରତିକ୍ରିୟା ଦେଇ ନବୀନ ଜନାଦେଶ ପ୍ରସଙ୍ଗରେ ମତ ରଖିଛନ୍ତି । ପୁଣି ଥରେ ରାଜ୍ୟବାସୀଙ୍କୁ ଏକ ଲମ୍ବା ସମୟ ଶାସନ ଦେଇଥିବାରୁ ଧନ୍ୟବାଦ ଦେଇଛନ୍ତି । କହିଛନ୍ତି, ଏବେ ପାଣ୍ଡିଆନଙ୍କୁ ସମାଲୋଚନା କରାଯାଉଛି । ମାତ୍ର ଏହା ଦୁର୍ଭାଗ୍ୟଜନକ । ମୁଁ ପୂର୍ବରୁ ମଧ୍ୟ ସ୍ପଷ୍ଟ କରିଥିଲି ପାଣ୍ଡିଆନ ମୋର ଉତ୍ତରାଧିକାରୀ ନୁହନ୍ତି । ରାଜ୍ୟବାସୀ ତାହା ସ୍ଥିର କରିବେ । ପାଣ୍ଡିଆନ ବିଜେଡିରେ ସାମିଲ ହୋଇଥିଲେ । ହେଲେ ସେ କୌଣସି ସାଙ୍ଗଠନିକ ପଦପଦବୀରେ ନଥିଲେ । ଏପରିକି ସେ କୌଣସି ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ମଧ୍ୟ ଲଢିନାହାନ୍ତି । ସେ ମୋର ରାଜନୈତିକ ଉତ୍ତରାଧିକାରୀ ନୁହନ୍ତି ବୋଲି ମୁଁ ପୂର୍ବରୁ ସ୍ପଷ୍ଟ କରିସାରିଛି ।

ଏହା ମଧ୍ୟ ପଢନ୍ତୁ :- ପରଲୋକରେ ରାମୋଜୀ ଗ୍ରୁପ ପ୍ରତିଷ୍ଠାତା ଅଧ୍ୟକ୍ଷ ରାମୋଜୀ ରାଓ, ମିଡିଆ ଜଗତରେ ଶୋକ - Ramoji Rao passes away

ଅନ୍ୟପଟେ ଫଳାଫଳ ଆସିବା ପରେ ଦିଲ୍ଲୀ ଯାଇଥିବା ଭି.କେ ପାଣ୍ଡିଆନ ଆଜି ନବୀନ ନିବାସ ଫେରିଛନ୍ତି । ନବୀନ ନିବାସରେ ଅନ୍ୟ ବିଜେଡି ନେତାମାନେ ମଧ୍ୟ ପହଞ୍ଚୁଥିବାର ସୂଚନା ରହିଛି । ଫଳାଫଳ ପରେ ନବୀନ ନବନିର୍ବାଚିତ ବିଧାୟକଙ୍କୁ ନବୀନ ନିବାସ ଡାକି ପ୍ରାଥମିକ ଆଲୋଚନା କରିସାରିଛନ୍ତି । ପରାଜୟର କାରଣ ସହ ଶାସନରୁ ହଟିବା ପରେ ମଧ୍ୟ ଲୋକଙ୍କ ସେବାରେ ଲାଗି ରହିବା ପାଇଁ ସେ ଦଳୀୟ ନେତାଙ୍କୁ ଆହ୍ବାନ ଦେଇଥିଲେ । ଆଜି ଫଳାଫଳ ପ୍ରକାଶ ପାଇବା ପରେ ସେ ପ୍ରଥମ ଥର ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖିଛନ୍ତି । ପରୋକ୍ଷରେ ପଣ୍ଡିଆନକୁ ନିର୍ବାଚନୀ ପରାଜୟ ପାଇଁ ଦାୟୀ ନକରାଯାଉ ବୋଲି ମଧ୍ୟ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 8, 2024, 2:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.