ETV Bharat / politics

ପ୍ରଧାନମନ୍ତ୍ରୀଙ୍କ ଅନୁମତି ମିଳିଲେ ନବୀନ ପଟ୍ଟନାୟକଙ୍କୁ ଦେଖା କରିବି: ପ୍ରଦୀପ ପାଣିଗ୍ରାହୀ - Pradeep Panigrahy Reaction

author img

By ETV Bharat Odisha Team

Published : Jun 6, 2024, 9:49 AM IST

Pradeep Panigrahy Reaction: ବିଜୟ ପରେ ପ୍ରତିକ୍ରିୟା ରଖିଲେ ପ୍ରଦୀପ । ପ୍ରଧାନମନ୍ତ୍ରୀଙ୍କ ଅନୁମତି ମିଳିଲେ ନବୀନ ପଟ୍ଟନାୟକଙ୍କୁ ଦେଖା କରିବି ବୋଲି କହିଛନ୍ତି ପ୍ରଦୀପ ପାଣିଗ୍ରାହୀ । ଅଧିକ ପଢନ୍ତୁ

PRADEEP PANIGRAHY
PRADEEP PANIGRAHY (ETV BHARAT ODISHA)

ବ୍ରହ୍ମପୁର: ନିର୍ବାଚନୀ ଫଳାଫଳ ପରେ ଓଡିଶାରେ ହୋଇଛି ସତା ପରିବର୍ତ୍ତନ । ଶଙ୍ଖକୁ ମାତ ଦେଇ ବିପୁଳ ଭୋଟରେ ବିଜୟୀ ହୋଇ ସରକାର ଗଠନ କରିଛି ବିଜେପି । ଗଞ୍ଜାମରେ ବିଜେଡିର ଗଡ ମଧ୍ୟ ଭାଙ୍ଗିଛି । 13 ବିଧାନସଭା ଆସନରୁ 11ଟି ବିଜେପି ଦଖଲ କରିଛି । ଦୁଇ ଲୋକସଭା ଆସନ ମଧ୍ୟ ବିଜେପି ଖାତାକୁ ଯାଇଛି । ବ୍ରହ୍ମପୁର ଆସନରୁ ବିଜୟୀ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ ପାଣିଗ୍ରାହୀ । ଜନ ବିରୋଧି କହି ବିଜେଡି ଦଳରୁ ବହିଷ୍କୃତ କରିଥିଲା । ତାହାର ଜବାବ ଜନସାଧାରଣ ଦେଇଛନ୍ତି ବୋଲି କହିଛନ୍ତି ପ୍ରଦୀପ। ଏଥିସହ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଅନୁମତି ମିଳିଲେ ସେ ନବୀନ ପଟ୍ଟନାୟକଙ୍କୁ ଦେଖା କରିବି ବୋଲି କହିଛନ୍ତି ।

PRADEEP PANIGRAHY (ETV BHARAT ODISHA)

ପ୍ରଦୀପ କହିଛନ୍ତି, ''ମୁଖ୍ୟମନ୍ତ୍ରୀ ନୁହଁ ବର୍ତ୍ତମାନ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦେଖା କରିବା ମୋର କର୍ତ୍ତବ୍ୟ । ଶୁଭେଚ୍ଛା ଜଣାଇଥିବାରୁ ଧନ୍ୟବାଦ । ପ୍ରଧାନମନ୍ତ୍ରୀଙ୍କ ଅନୁମତି ମିଳିଲେ ମୁଁ ନବୀନ ପଟ୍ଟନାୟକଙ୍କୁ ଦେଖା କରିବି । ରାଜନୈତିକ ଜୀବନି ସେହି ଠାରୁ ମୋର ଆରମ୍ଭ ହୋଇଛି । ମୋର ବି ଦାୟିତ୍ବ ଅଛି ତାଙ୍କୁ ନମସ୍କାର କରିବି ଏବଂ ଜଣାଇବି ମଧ୍ୟ । ଯେଉଁ ଲକ୍ଷ୍ୟରେ ସେ ବାହର କରିଥିଲେ ସାରା ଓଡିଶା ତାର ଏବେ ଜବାବ ଦେଇଛନ୍ତି । ଯେଉଁ ଜନବିରୋଧି ଆରୋପ ଲଗାଇ ମୋତେ ଦଳରୁ ବାହାର କରିଥିଲେ ସାରା ଓଡିଶା ବିଜେଡି ନେତୃମଣ୍ଡଳୀର ଲେଖା ଛିଡାଇ ଦେଇଛି । ମୁଁ ପ୍ରତିଶୋଧ ପରାୟଣ ରାଜନୀତିରେ ବିଶ୍ବାସ କରେନି । ଏଥିରେ ଲୋକଙ୍କ ଉନ୍ନତି ହୁଏନି ।''

ଏହା ମଧ୍ୟ ପଢନ୍ତୁ-ଓଡ଼ିଶା ଲୋକଙ୍କ ମତ ଓ ଭାବନା ଭୋଟରେ ରୂପାନ୍ତରିତ ହେଲା: ଲତା ଉସେଣ୍ଡି - bjp leader LATA USENDI REACTION

ସେ ଆହୁରି ମଧ୍ୟ କହିଛନ୍ତି, ''ଗଞ୍ଜାମବାସୀ ମୋ ଉପରେ ଭରସା ରଖିଛନ୍ତି । ବିଭିନ୍ନ କ୍ଷେତ୍ରରେ ଲୋକେ ଅତିଷ୍ଟ ହୋଇ ବିଜେଡିକୁ ଲୋକେ ଆଉଟ କରିଛନ୍ତି । ଏ ଅଫିସର ରାଜ, ଅମଲାତନ୍ତ୍ର ବ୍ୟବସ୍ଥା ଭିତରେ ଗଣତନ୍ତ୍ର ଚଳିବ ନାହିଁ । ତାର ଜବାବ ଓଡିଶା ବାସୀ ଦେଇଛନ୍ତି । ଗଞ୍ଜାମ ବାସୀଙ୍କ ଦାରିଦ୍ର୍ୟ ସମସ୍ୟା, ଦାଦନ ସମସ୍ୟା ଏବଂ ନାରୀ ସୁରକ୍ଷାକୁ ଆଖିଆଗରେ ରଖି ଗଞ୍ଜାମ ବାସୀ ବିଜେପି କୁ ଭୋଟ ଦେଇଛନ୍ତି । ଲୋକଙ୍କ ଆଶା ଆଙ୍କଂକ୍ଷାକୁ ପୂର୍ଣ୍ଣ କରିବ ବିଜେପି । ଜନ ବିରୋଧି କହି ବିଜେଡି ଦଳରୁ ବହିଷ୍କୃତ କରିଥିଲେ ମୁଖ୍ୟମନ୍ତ୍ରୀ । ତାହାର ଜବାବ ଆଜି ଜନସାଧାରଣ ଦେଇଛନ୍ତି । ପୂର୍ବ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପରେ ଜଣା ପଡ଼ିବ କଣ ରହିଲା ଷଡ଼ଯନ୍ତ୍ର । ଜନସାଧାରଣ ସେମାନଙ୍କ ମତ ଦେଇ ଦଳ କୁ ବିଜୟ କରିଛନ୍ତି ।''

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.