ETV Bharat / politics

ରାଜ୍ୟପାଳ ଓ 5T ଅଧ୍ୟକ୍ଷଙ୍କ ଗସ୍ତ ପରେ ତେଜିଲା ରାଜନୀତି - Kendrapara Politics

Raghubar Das and VK Pandian Visit to Kendrapara: କେନ୍ଦ୍ରାପଡ଼ାକୁ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଗସ୍ତ କରି ରାଜ୍ୟ ସରକାରଙ୍କ ଯୋଜନା ପ୍ରଚାର କରିବା ଓ ରାଜ୍ୟପାଳ ଗସ୍ତ କରି କେନ୍ଦ୍ର ସରକାରଙ୍କ ଯୋଜନା ତଦାରଖ କରିବାକୁ ନେଇ ତେଜିଛି ରାଜନୀତି । ଅଧିକ ପଢ଼ନ୍ତୁ

ରାଜ୍ୟପାଳ ଓ 5T ଅଧ୍ୟକ୍ଷଙ୍କ ଗସ୍ତକୁ ନେଇ ତେଜୁଛି ରାଜନୀତି

author img

By ETV Bharat Odisha Team

Published : Jan 19, 2024, 11:38 PM IST

ରାଜ୍ୟପାଳ ଓ 5T ଅଧ୍ୟକ୍ଷଙ୍କ ଗସ୍ତକୁ ନେଇ ତେଜୁଛି ରାଜନୀତି

କେନ୍ଦ୍ରାପଡ଼ା: ପାଖେଇ ଆସିଲାଣି ସାଧାରଣ ନିର୍ବାଚନ । ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଲାଗିଲାଣି ନେତାଙ୍କ ଗହଳି । ନିର୍ବାଚନ ଆଗରୁ ବିଭିନ୍ନ ଜିଲ୍ଲା ଗସ୍ତ କରୁଛନ୍ତି ନବୀନ ଓଡ଼ିଶା ଏବଂ 5T ଅଧ୍ୟକ୍ଷ ତଥା ବିଜେଡି ନେତା ଭିକେ ପାଣ୍ଡିଆନ । ରାଜ୍ୟ ସରକାରଙ୍କର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପାଇଁ ବିଏସ୍‌କେୱାଇ କାର୍ଡ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଭୂମିକାକୁ ଲୋକମାନଙ୍କ ପାଖରେ ପହଞ୍ଚାଇ ପାଣ୍ଡିଆନ ବିଜେଡି ଦଳ ଏବଂ ନବୀନ ପଟ୍ଟନାୟକଙ୍କ ଜୟଗାନ କରୁଥିବା ଦେଖିବାକୁ ମିଳୁଛି । ସେପଟେ ରାଜ୍ୟପାଳ ରଘୁବର ଦାସ ମଧ୍ୟ ବିଭିନ୍ନ ଜିଲ୍ଲା ଗସ୍ତ କରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର ତଦାରଖ କରୁଥିବା ଦେଖିବାକୁ ମିଳୁଛି । ଯାହାକୁ ନେଇ ତେଜିଛି କେନ୍ଦ୍ରାପଡ଼ା ରାଜନୀତି ।

ରାଜ୍ୟ ସରକାରଙ୍କ ଯୋଜନାର ପ୍ରଚାର କରୁଛନ୍ତି ପାଣ୍ଡିଆନ: ନିକଟରେ ପ୍ରଶାସକରୁ ରାଜନେତା ପାଲଟିଥିବା ଭିକେ ପାଣ୍ଡିଆନ ଗତ ଡିସେମ୍ବର ୧୮ ତାରିଖରେ କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରି ରାଜନଗର ଓ କେନ୍ଦ୍ରାପଡା ବ୍ଲକ ବୁଲି ଲୋକଙ୍କ ପାଖରେ ରାଜ୍ୟ ସରକାରଙ୍କ ବାର୍ତ୍ତା ପହଞ୍ଚାଇଥିଲେ । ତାଙ୍କ ଗସ୍ତ ସମୟରେ ଅଙ୍ଗନବାଡି କେନ୍ଦ୍ରରେ ହେଉଥିବା ଛତୁଆ, ପୌଷ୍ଟିକ ଆହାର, ଉତ୍ପାଦ ଗୋଷ୍ଠୀ ଦ୍ବାରା ହେଉଥିବା କାଇଞ୍ଚ କାମ ଦେଖିଥିବା ବେଳେ ସନ୍ଧ୍ୟାରେ ଆରାଧ୍ୟ ଦେବତା ମହାପ୍ରଭୁ ବଳଦେବଜୀଉଙ୍କ ଦର୍ଶନ କରି ସାଧାରଣ ସଭାରେ ଯୋଗ ଦେଇଥିଲେ । ଡିସେମ୍ବର ମାସ ଗସ୍ତର କିଛି ମାସ ଆଗରୁ ଦୁଇ ଦିନିଆ କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରି ପାଣ୍ଡିଆନ ଜିଲ୍ଲାର ୯ଟି ବ୍ଲକ ଓ ୨ଟି ମ୍ୟୁନିସିପାଲଟିର ସମୀକ୍ଷା କରି ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ତଦାରଖ କରିଥିବା ଦେଖାଯାଇଥିଲା । ଅବଶ୍ୟ ସେତେବେଳେ ପାଣ୍ଡିଆନ 5T ସଚିବ ଭାବେ ଗସ୍ତ କରିଥିଲେ । ହେଲେ ଏଥର ବିଜେଡିରେ ସାମିଲ ହୋଇଥିବା କାରଣରୁ ଜିଲ୍ଲାରେ ବିଜେଡି କର୍ମୀ ଚଳିତଥର ଗସ୍ତରେ ଖୁବ ଉତ୍ସାହିତ ହୋଇଥିଲେ । ପାଣ୍ଡିଆନ ମଧ୍ୟ ସୁଯୋଗ ହାତଛଡା ନକରି ଏହା ତାଙ୍କ ଶ୍ବଶୁର ଘର ଜିଲ୍ଲା ଓ ଏହି ଜିଲ୍ଲା ପାଇଁ ମୁଖ୍ୟମନ୍ତ୍ରୀ ବିଶେଷ ଫୋକସ କରୁଥିବା ନିଜ ଅଭିଭାଷଣରେ କହିଥିଲେ ।

ଏହା ମଧ୍ଯ ପଢ଼ନ୍ତୁ...ରାଜ୍ୟପାଳଙ୍କ ଦିନିକିଆ କେନ୍ଦ୍ରାପଡା ଗସ୍ତ: ଲୋକଙ୍କୁ ଭେଟିଲେ, ସମସ୍ୟା ବୁଝିଲେ

କେନ୍ଦ୍ର ସରକାରଙ୍କ ଯୋଜନା ଯାଞ୍ଚ କରୁଛନ୍ତି ରାଜ୍ୟପାଳ: ଅନୁରୂପ ଭାବେ ଚଳିତମାସ ୬ ତାରିଖରେ କେନ୍ଦ୍ରାପଡା ଜିଲ୍ଲାକୁ ଦିନିକିଆ ଗସ୍ତ କରିଥିଲେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ । ମହାପ୍ରଭୁ ବଳଦେବଜୀଉଙ୍କ ଠାରୁ ପ୍ରଥମେ ଆଶିଷ ନେଇ ଜିଲ୍ଲାର କେନ୍ଦ୍ରାପଡା, ପଟ୍ଟାମୁଣ୍ଡାଇ, ଡେରାବିଶ୍ ବ୍ଲକ ଆଦି ଗସ୍ତ କରି ବିଭିନ୍ନ ଯୋଜନାରେ କେନ୍ଦ୍ରୀୟ ନୀତି ଅନୁପାଳନ ସମ୍ପର୍କରେ ପଚାରି ବୁଝିଥିଲେ । ପ୍ରଥମେ ଜଜାଙ୍ଗ ସ୍ଥିତ ଅଙ୍ଗନବାଡି କେନ୍ଦ୍ରକୁ ଯାଇ କୋମଳମତି ଛାତ୍ରଛାତ୍ରୀ ପାଉଥିବା ପୋଷାକ, ଖାଦ୍ୟ ଓ ଏହାର ମାନ ସମ୍ପର୍କରେ ପଚାରି ବୁଝିଥିବା ବେଳେ କିଶୋରୀ ବାଳିକା ମାନଙ୍କ ପାଖରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ପହଞ୍ଚୁଛି କି ନାହିଁ ସେନେଇ ତଦାରଖ କରିଥିଲେ । ପରେ ଏହି ଗାଁରେ ଥିବା କାଇଞ୍ଚ କ୍ଲଷ୍ଟର ଗସ୍ତ କରି "ସଂକଳ୍ପ" କାର୍ଯ୍ୟକ୍ରମ ମାଧ୍ୟମରେ କେନ୍ଦ୍ରର ମୋଦି ସରକାର ଚୁଲି ମୁଣ୍ଡରେ ରହୁଥିବା ମହିଳାଙ୍କୁ କିପରି ରୋଜଗାରକ୍ଷମ କରିବା ସହ ଆତ୍ମସ୍ବାବଲମ୍ବୀ କରିଛନ୍ତି, ସେନେଇ ଉଦବୋଧନ ଦେଇଥିଲେ । ପରେ ପଟ୍ଟାମୁଣ୍ଡାଇରେ ଚାଷୀ, ଛାତ୍ର ଓ ବିଭିନ୍ନ ବିଭାଗରେ କୃତିତ୍ତ୍ବ ଅର୍ଜ୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କ ସହ ଆଲୋଚନା କରିଥିଲେ । ପରେ ସନ୍ଧ୍ୟାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କୁ ଉଦବୋଧନ ଦେବା ପରେ ଗୋଲରାହାଟସ୍ଥିତ ଉତ୍କଳ ଗ୍ରାମୀଣ ଉତ୍ପାଦ ଗୋଷ୍ଠୀକୁ ଯାଇ ବିଭିନ୍ନ ପ୍ରକାର ସାମଗ୍ରୀ କ୍ରୟ କରିଥିଲେ । ତେବେ ଏହି ଗସ୍ତ କାଳରେ ମହାମହିମ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ପ୍ରକାର ସହାୟତା ସମ୍ପର୍କରେ କହିଥିଲେ ।

ତେବେ ରାଜ୍ୟପାଳଙ୍କ ଏପରି ଗସ୍ତ ଓ କେନ୍ଦ୍ରୀୟ ଯୋଜନାର ତଦାରଖ ବିଜେଡି ପାଇଁ ଘାତକ ସାବ୍ୟସ୍ତ ହୋଇପାରେ ବୋଲି ବୁଦ୍ଧିଜୀବୀ ଅନୁମାନ କରିଛନ୍ତି । ଉଭୟ ମହାମହିମ ଓ 5T ଅଧ୍ୟକ୍ଷ ନିଜ ନିଜ ଗସ୍ତ ସମୟରେ ଜିଲ୍ଲାବାସୀଙ୍କ ଦ୍ବାରା ଗ୍ରହଣୀୟ ହୋଇଥିଲେ । ହେଲେ ଉଭୟଙ୍କ ଗସ୍ତକୁ ନିର୍ବାଚନୀ ପ୍ରଚାର ବୋଲି ଜିଲ୍ଲାବାସୀ କହିଛନ୍ତି । ଅନ୍ୟପଟେ ଏହି ଗସ୍ତ ପ୍ରତିଯୋଗିତା କେତେ ସଫଳ ହେବ, ତାହା ସାଧାରଣ ନିର୍ବାଚନରେ ଫଳାଫଳ ହିଁ ସ୍ପଷ୍ଟ କରିବ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.