ETV Bharat / politics

ମୁଣ୍ଡିଆ ମାରି ଗୃହ ପ୍ରବେଶ କଲେ ଲକ୍ଷ୍ମୀପୁରର ଯୁବ ବିଧାୟକ ପବିତ୍ର ସାଉଁତା - Odisha Assembly Oath Ceremony

author img

By ETV Bharat Odisha Team

Published : Jun 19, 2024, 9:07 PM IST

Congress MLA Pabitra Saunta: ଆଜି ହେଉଛି ନବନିର୍ବାଚିତ ବିଧାୟକ ମାନଙ୍କର ଶପଥ ଗ୍ରହଣର ଦ୍ବିତୀୟ ଦିବସ । ଏହି ଅବସରରେ ଲକ୍ଷ୍ମୀପୁର ଯୁବ କଂଗ୍ରେସ ବିଧାୟକ ପବିତ୍ର ସାଉଁତା ଶପଥ ନେଇଛନ୍ତି । ଅଧିକ ପଢନ୍ତୁ

Congress MLA Pabitra Saunta
Congress MLA Pabitra Saunta (ETV Bharat Odisha)

ଭୁବନେଶ୍ବର: ବିଧାୟକଙ୍କ ଶପଥ ପାଠର ଦ୍ବିତୀୟ ଦିନରେ ଶପଥ ଗ୍ରହଣ କରିଛନ୍ତି ଲକ୍ଷ୍ମୀପୁର ଯୁବ କଂଗ୍ରେସ ବିଧାୟକ ପବିତ୍ର ସାଉଁତା । ବିଧାନସଭାରେ ପବିତ୍ର ସାଉଁତାଙ୍କୁ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ଶପଥ ପାଠ କରାଇଛନ୍ତି । ଲକ୍ଷ୍ମୀପୁର ଯୁବ କଂଗ୍ରେସ ବିଧାୟକ ପବିତ୍ର ସାଉଁତା ବିଧାନସଭାର ପ୍ରବେଶ ଦ୍ବାରରେ ମୁଣ୍ଡିଆ ମାରି ଭିତରକୁ ପ୍ରବେଶ କରିଥିଲେ । ତେବେ ଆଦିବାସୀ ଅଧ୍ୟୁଷିତ ଲକ୍ଷ୍ମୀପୁରବାସୀଙ୍କ ସେବା କରି ସେମାନଙ୍କୁ ବିଶ୍ବାସ ଜିତିବେ ବୋଲି କହିଛନ୍ତି ପବିତ୍ର ।

ମୁଣ୍ଡିଆ ମାରି ଗୃହ ପ୍ରବେଶ କଲେ ଲକ୍ଷ୍ମୀପୁରର ଯୁବ ବିଧାୟକ ପବିତ୍ର ସାଉଁତା (ETV Bharat Odisha)

ଲକ୍ଷ୍ମୀପୁର ଯୁବ କଂଗ୍ରେସ ବିଧାୟକ ପବିତ୍ର ସାଉଁତା କହିଛନ୍ତି, 'ମୁଁ ଜଣେ ଆଦିବାସୀ ପିଲା । ପ୍ରଥମେ ମୁଁ ମୋ ବାପା ମା'ଙ୍କୁ ଧନ୍ୟବାଦ ଜଣାଇବି । ସେହିପରି ଲକ୍ଷ୍ମୀପୁର ବିଧାନସଭାର ଲୋକଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି । ଜନତା ହେଉଛନ୍ତି ଜନାର୍ଦ୍ଦନ । ସେମାନେ ଆଶୀର୍ବାଦ କଲେ ଓ ଭଲ ପାଇବା ଦେଲେ । ସେମାନେ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତାଇଲେ । ତେଣୁ ଆଜି ମୁଁ ଆପଣଙ୍କ ସାମ୍ନାରେ ଅଛି । ସମସ୍ତ ଭଲ ପାଇବା ଜନସାଧାରଣଙ୍କର ଥିବାରୁ ଜିତିଲି । ତେଣୁ ବିଜୟର ଶ୍ରେୟ ସେମାନଙ୍କୁ ଦେବି ।' ଲକ୍ଷ୍ମୀପୁର ବିଧାନସଭାର ସମସ୍ତ ଭାଇ ଭଉଣୀଙ୍କୁ ସେ ଜୁହାର କରିଛନ୍ତି । ଆଦିବାସୀ ଭାଷାରେ ସେ ଧନ୍ୟବାଦ ଜଣାଇଛନ୍ତି । ଏହି ଆଶୀର୍ବାଦ ସବୁବେଳେ ରହିବ ବୋଲି ସେ ଆଶାବାଦୀ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ... ଆଜିଠାରୁ ବିଧାନସଭା, ଶପଥ ନେଲେ ମୁଖ୍ୟମନ୍ତ୍ରୀଙ୍କ ସମେତ ନବନିର୍ବାଚିତ ବିଧାୟକ - Odisha Assembly Special Session

ସେ ଆହୁରି ମଧ୍ୟ କହିଛନ୍ତି, "ପୂର୍ବରୁ ବିଜେଡି ସରକାର ଥିଲା । ଆଉ ଏବେ ବିଜେପି ସରକାର ଆସିଲା । ବିଜେଡି ଓ ବିଜେପି ମଧ୍ୟରେ କୌଣସି ଫରକ ନାହିଁ । ବିଜେପି ଓ ବିଜେଡି ଗୋଟେ ମୁଦ୍ରାର ଦୁଇ ପାର୍ଶ୍ଵ । ବିଗତ ଦିନରେ ବିଜେଡ଼ି ଶାସନ କରୁଥିଲା, ଆଉ ଏବେ ବିରୋଧୀ ଅଛି । ଆମ ଲଢେଇ ବିଜେପି ଓ ବିଜେଡି ସହିତ ହେବ । ବିଜେଡି କୌଣସି ପ୍ରଶ୍ନ ଉଠାଇପାରିବ ନାହିଁ । କାହିଁକିନା ବିଜେଡି 25 ବର୍ଷ ହେଲା ସରକାରରେ ଥିଲା । ତେଣୁ ବିଜେଡ଼ି ନିଜ ବିରୋଧରେ କିଛି କହିବ ନାହିଁ । ଅଞ୍ଚଳର ଅଧିକାର ଓ ଉନ୍ନତି ଲାଗି କାର୍ଯ୍ୟ ହେବ । ଗତଥର ବିଧାନସଭାରେ କଂଗ୍ରେସର 9 ଜଣ ବିଧାୟକ ଥିଲେ । ଏଥର 14 ଜଣ ବିଧାୟକ ଅଛନ୍ତି । ଗତ ଥର ଅପେକ୍ଷା ଆମେ ଅଧିକ ଭାରି ପଡ଼ିବୁ । 14 ନୂଆ ଚେହେରା ହେଲେ ବି କର୍ମକର୍ତ୍ତା ଅଭିଜ୍ଞ ଅଛନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ପବିତ୍ର ସାଉଁତା ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.