ETV Bharat / politics

ଚିତ୍ରକୋଣ୍ଡା ମହାସମର:ବିଜେଡିରୁ ଲକ୍ଷ୍ମୀପ୍ରିୟା ନାୟକ ଓ ବିଜେପିରୁ ଡମ୍ବରୁ ସୀସା ହେବେ ମୁହାଁମୁହିଁ - Chitrakonda Assembly constituency - CHITRAKONDA ASSEMBLY CONSTITUENCY

BJP and BJD Candidate In Chitrakonda: ଚିତ୍ରକୋଣ୍ଡା ଆସନ ପାଇଁ ବିଜେଡି ଲକ୍ଷ୍ମୀପ୍ରିୟା ନାୟକଙ୍କୁ ପ୍ରାର୍ଥୀ କରିଥିବା ବେଳେ ପୂର୍ବତନ ବିଧାୟକ ଡମ୍ବରୁ ସୀସାଙ୍କୁ ବିଜେପି ଟିକେଟ ଦେଇଛି । ପୂର୍ବରୁ ଲକ୍ଷ୍ମୀପ୍ରିୟା କଂଗ୍ରେସ ଓ ଡମ୍ବରୁ ବିଜେଡିରେ ଥିଲେ ସାମିଲ । ଅଧିକ ପଢନ୍ତୁ

ଚିତ୍ରକୋଣ୍ଡାରେ ମହାସମର:ବିଜେଡିରୁ ଲକ୍ଷ୍ମୀପ୍ରିୟା ନାୟକ ଓ ବିଜେପିରୁ ଡମ୍ବରୁ ସୀସା ହେବେ ମୁହାଁମୁହିଁ

author img

By ETV Bharat Odisha Team

Published : Apr 17, 2024, 8:49 PM IST

ଚିତ୍ରକୋଣ୍ଡାରେ ମହାସମର:ବିଜେଡିରୁ ଲକ୍ଷ୍ମୀପ୍ରିୟା ନାୟକ ଓ ବିଜେପିରୁ ଡମ୍ବରୁ ସୀସା ହେବେ ମୁହାଁମୁହିଁ

ମାଲକାନଗିରି: ପୂର୍ବରୁ ଚିତ୍ରକୋଣ୍ଡା ବିଧାନସଭା ପାଇଁ କୁହୁଳୁଥିବା ଆଶାୟୀଙ୍କ ଅସନ୍ତୋଷରେ ଲାଗିଛି ବିରାମ । ଉକ୍ତ ଆସନ ପାଇଁ ଉଭୟ ବିଜେଡି ଓ ବିଜେପି ନିଜର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି । ଚିତ୍ରକୋଣ୍ଡା ଆସନ ପାଇଁ ବିଜେଡି ଲକ୍ଷ୍ମୀପ୍ରିୟା ନାୟକଙ୍କୁ ଟିକେଟ ଦେଇଛି । ପୂର୍ବରୁ ୨୦୧୯ ନିର୍ବାଚନରେ କଂଗ୍ରେସ ଟିକେଟରୁ ଲଢି ସେ ନିଜ ଦାଦା ତଥା ବିଜେଡିର ବର୍ତ୍ତମାନର ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକାଙ୍କ ଠାରୁ ହାରିଥିଲେ । ସେ ଗତ ପଞ୍ଚାୟତ ନିର୍ବାଚନ ସମୟରେ କଂଗ୍ରେସ ଦଳରୁ ଇସ୍ତଫା ଦେଇ ବିଜେଡିରେ ଯୋଗଦେଇଥିଲେ ଏବଂ ମାଥିଲିରୁ ଜିଲ୍ଲା ପରିଷଦ ନିର୍ବାଚିତ ହୋଇଥିଲେ । ତାଙ୍କର ଦକ୍ଷ ସଂଗଠନ ଯୋଗୁଁ ଦଳ ତାଙ୍କ ଉପରେ ଭରସା କରି ଆଜି ପ୍ରାର୍ଥୀ ଘୋଷଣା କରିଥିବାରୁ ସେ ଦଳର ଶୀର୍ଷ ନେତୃତ୍ବକୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ... ମୋହର ବାଜିନି ଦେଖାଦେଲାଣି କନ୍ଦଳ, ଚିତ୍ରକୋଣ୍ଡାରେ ଲକ୍ଷ୍ମୀପ୍ରିୟା ନାୟକଙ୍କ ବିରୋଧରେ ମେଳି - Rift In Chitrakonda BJD

ସେହିଭଳି ଗତକାଲି ବିଜେପି ଚିତ୍ରକୋଣ୍ଡା ବିଧାନସଭା ଆସନ ପାଇଁ ଡମ୍ବରୁ ସୀସାଙ୍କ ନାମ ଘୋଷଣା କରିଛି । ଏହା ପରେ ଡମ୍ବରୁ ଆଜି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ଡମ୍ବରୁ ଆଜି ପ୍ରଥମେ ଗୋବିନ୍ଦପାଲ୍ଲି ପହଞ୍ଚିବା ପରେ ବିଜେପିର କାର୍ଯ୍ୟକର୍ତ୍ତା ଓ ଡମ୍ବରୁଙ୍କ ସମର୍ଥକ ମାନେ ଡମ୍ବରୁଙ୍କୁ ଭବ୍ୟ ସ୍ବାଗତ କରିଥିଲେ । ଏହାପରେ ସେ ମାଥିଲି, ପାଙ୍ଗାମ, କତାମେଟା ଦେଇ ସିରିପେଟା ପହଞ୍ଚି ଥିଲେ । ସେଠାରେ କୁଡୁମୁଲୁଗୁମା ଓ ପରକନମାଲା ପଞ୍ଚାୟତର ବିଜେପି କର୍ମୀମାନେ ସ୍ବାଗତ କରି ଏକ ବୈଠକ କରିଥିଲେ । ଏହାପରେ ସେଠାରୁ ସେ ଖଇରପୁଟ୍ ପହଞ୍ଚି ମା’ ଦାମଲ୍ ଦେଇଙ୍କୁ ଦର୍ଶନ କରି ଆଶୀର୍ବାଦ କାମନା କରିଥିଲେ । ଏଥର ଡମ୍ବରୁ ନିଜର ଶକ୍ତି ପ୍ରଦର୍ଶନ କରି ବିଜେଡିକୁ ମାତ ଦେବେ ବୋଲି କହିଛନ୍ତି ।

ବିପୁଳ ସଂଖ୍ୟାରେ ବିଜେପି ଏଥର ଚିତ୍ରକୋଣ୍ଡା ଆସନକୁ ହାତେଇବ ବୋଲି ଆଶା ବାନ୍ଧିଛି ମାତ୍ର ଆଉ ଦୁଇ ଦିନ ପରେ ନାମାଙ୍କନ ପତ୍ର ଦାଖଲର ସମୟ ରହିଥିବାରୁ ବିଜେପି ଏହା ପୂର୍ବରୁ ପ୍ରଚାର କରିପାରିନାହିଁ । କିନ୍ତୁ ନାମାଙ୍କନ ପତ୍ର ଦାଖଲ ପରେ ଜୋରଦାର ପ୍ରଚାର ଆରମ୍ଭ ହେବ ବୋଲି କୁହାଯାଇଛି । ସୂଚନାଯୋଗ୍ୟ ଯେ ଡମ୍ବରୁ ବିଜେଡି ଟିକେଟରେ 2014 ରୁ 2019 ପର୍ଯ୍ୟନ୍ତ ବିଧାୟକ ଥିଲେ । ତେବେ 2019ରେ ଦଳ ଆଉ ତାଙ୍କ ଉପରେ ଭରସା କରିନଥିଲା ଓ ଦଳ ତାଙ୍କୁ ଟିକେଟ ଦେଇନଥିଲା । ନିକଟରେ ସେ ବିଜେଡି ଦଳ ସହ ସେ ନିଜର 16 ବର୍ଷର ସମ୍ପର୍କ ଛିନ୍ନ କରିଥିଲେ ଓ ବିଜେପିରେ ସାମିଲ ହୋଇଥିଲେ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.