ETV Bharat / politics

ଗୃହରେ ଉଠିଲା ମହିଳା ସୁରକ୍ଷା ପ୍ରସଙ୍ଗ, ଉତ୍ତର ରଖିଲେ ଆଇନ ମନ୍ତ୍ରୀ - WOMEN SAFETY IN ODISHA

ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ । ଜବାବ ରଖିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ଗୃହରେ ଉଠିଲା ମହିଳା ସୁରକ୍ଷା ପ୍ରସଙ୍ଗ , ଉତ୍ତର ରଖିଲେ ଆଇନ ମନ୍ତ୍ରୀ
ଗୃହରେ ଉଠିଲା ମହିଳା ସୁରକ୍ଷା ପ୍ରସଙ୍ଗ , ଉତ୍ତର ରଖିଲେ ଆଇନ ମନ୍ତ୍ରୀ (ETV Bharat Odisha)
author img

By ETV Bharat Odisha Team

Published : Nov 29, 2024, 6:08 PM IST

ଭୁବନେଶ୍ବର: ବିଧାନସଭାରେ ଉଠିଲା ମହିଳା ସୁରକ୍ଷା ପ୍ରସଙ୍ଗ । ସରକାରଙ୍କୁ ଘେରିଲେ ବିରୋଧୀ । ରାଜ୍ୟରେ ମହିଳା ଓ ଶିଶୁ ମାନେ ଅସୁରକ୍ଷିତ ହୋଇପଡ଼ିଥିବା ବେଳେ ସରକାର ବିଫଳତା ଶୀର୍ଷକ ମୁଲତବୀ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଜବାବ ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ଏମିତି କହିଲେ ମନ୍ତ୍ରୀ:

ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି,"ମହିଳା ବିରୋଧୀ ହିଂସା ଏକ ସାମାଜିକ ବ୍ୟାଧି । ଏହାର ମୂଳୋତ୍ପାଟନ ପାଇଁ ସରକାର ପ୍ରତିଶୃତିବଦ୍ଧ । ଏନେଇ ସରକାର ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି । ଚଳିତ ବର୍ଷ ନଭେମ୍ବର 11ରେ କଟକ ବାଦାମବାଡ଼ି ଗଣଦୁଷ୍କର୍ମ ଘଟଣାରେ ସମସ୍ତ 6 ଅଭିଯୁକ୍ତ ଗିରଫ୍ ହୋଇଛନ୍ତି । ନଭେମ୍ବର 11ରେ ବାରଙ୍ଗ ନାବାଳିକା ଦୁଷ୍କର୍ମ ଘଟଣାର ଅଭିଯୁକ୍ତ ଗିରଫ୍ ହୋଇଛି । ନୟାପଲ୍ଲୀରେ ହୋଇଥିବା ଗତ ଅକ୍ଟୋବର 30ରେ ଘଟିଥିବା ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ । କୁଚିଣ୍ଡା ଦୁଷ୍କର୍ମର 3 ଅଭିଯୁକ୍ତ ଗିରଫ ହୋଇଥିବାବେଳେ ବଲାଙ୍ଗୀର ବଙ୍ଗୋମୁଣ୍ଡାରେ ଗତ ନଭେମ୍ବର 11ରେ ଘଟିଥିବା ଘଟଣାରେ ଅଭିଯୁକ୍ତ ଗିରଫ୍ ହୋଇ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । 70 ରୁ 90 ଦିନ ଭିତରେ ସଜା ପାଇବା ପ୍ରକ୍ରିୟାକୁ ଓହ୍ଲାଇ ସାରିଲୁଣି । ଯେତେ ବଡ ଲୋକ ହେଲେ ବି ଦୋଷୀ ବିରୋଧରେ ଦଣ୍ଡ ବିଧାନ କରିବାକୁ ସରକାର ବଦ୍ଧପରିକର । ଅପରାଧ କ୍ଷେତ୍ରରେ ଶୂନ ସହନଶୀଳତା ଆମ ସରକାର ଆପଣାଇଛି । ତ୍ୱରିତ ନ୍ୟାୟ ପାଇଁ ଫାଷ୍ଟ ଟ୍ରକ କୋର୍ଟ ଆରମ୍ଭ କରିଛୁ । ଓଡିଶାକୁ ଏକ ନୂଆ ଦିଶା ଦେବୁ । "

'ଅପରାଧ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ':

ସେ ଆହୁରି ମଧ୍ୟ କହିଛନ୍ତି," ଅପରାଧ ଏକ ମାନସିକତା । ବିଗତ ସରକାର ଅପରାଧୀଙ୍କୁ ଘଣ୍ଟ ଘୋଡେଇ ଥିଲେ ତାହା ସମସ୍ତେ ଜାଣିଛନ୍ତି । NCRBରେ ଆମର ସ୍ଥିତି ଲଜ୍ଜାଜନକ ଥିଲା । ଆଜି ମୁଁ ସ୍ପଷ୍ଟ ଭାବରେ କହିବାକୁ ଚାହେଁ, ମହିଳା ଓ ଶିଶୁ ଚାଲାଣ କ୍ଷେତ୍ରରେ ଆମେ ପଦକ୍ଷେପ ନେଇଛୁ । ଦିନିକିଆ ସଚେତନତା କ୍ୟାମ୍ପ କରିଛୁ । ରେଲୱେରେ ଶିଶୁ କଲ୍ୟାଣ ଡେସ୍କ କରିଛୁ । କଠୋର ଅଭିମୁଖ୍ୟ ସରକାରଙ୍କର ରହିଲେ ଅପରାଧରେ ସୁଧାର ଆସିବ । ଡବଲ ଇଞ୍ଜିନ ସରକାରର ରିମୋର୍ଟ କଣ୍ଟ୍ରୋଲ ଆମ ପାଖରେ ଅଛି । ଜାତୀୟ ଫୋରେନସିକ କଲେଜ ଏଠି ଖୋଲିବ । ଅପରାଧ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।"

ବିଜେଡ଼ିର ସରକାରକୁ କଡ଼ା ସମାଲୋଚନା:

ସେପଟେ ବିଜେଡ଼ି ବିଧାୟକ ଅରୁଣ ମୁଲତବୀ ଆଲୋଚନାରେ ଭାଗ ନେଇ ସରକାରକୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି," 100 ଦିନରେ ସବୁ ସମାଧାନ କରିଦେବେ ବୋଲି କହିଥିଲେ କିନ୍ତୁ 150 ଦିନ ବିତି ବାକୁ ବସିଲାଣି । ଶ୍ରୀମନ୍ଦିର 4 ଦ୍ଵାରା ଖୋଲିଦେଲେ, ମହିଳାମାନେ ଦଳାଚକଟାର ଶିକାର ହେଲେ । ଆଜି 4 ଦ୍ଵାର କ'ଣ ଖୋଲା ଅଛି କି । ରଥଯାତ୍ରା ବିଭ୍ରାଟ, ରାଜ୍ୟପାଳଙ୍କ ପୁଅ ମାଡ ପ୍ରସଙ୍ଗରେ କୁଆଡେ ଗଲା ତଦନ୍ତ ରିପୋର୍ଟ । ଜୁନରୁ-ଅକ୍ଟୋବର ମଧ୍ୟରେ 1250 ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି । ଚୋରି, ଲୁଟ ଏବଂ ଛିନତାଇରେ ଭୁବନେଶ୍ବର ଏକ ନମ୍ବର । ଏହା କେବଳ ହୋଇଛି ଦାୟିତ୍ଵହୀନ ମନ୍ତବ୍ୟ ପ୍ରତିଫଳନ । "

'ଗତ ପାଞ୍ଚ ମାସରେ 52ଟି ଦୁଷ୍କର୍ମ ଘଟଣା ':

ସେ ଆହୁରି ମଧ୍ୟ କହିଛନ୍ତି,"ଡକାୟତିରେ ସମ୍ବଲପୁର ପ୍ରଥମ । ଭରତପୁର ଥାନା ଘଟଣାରେ ଦିଲ୍ଲୀରୁ ଯେତେବେଳେ ନିର୍ଦ୍ଦେଶ ଆସିଲା, ଆମେ ଯେତେବେଳେ ଭୁବନେଶ୍ବର ବନ୍ଦ ଡାକରା ଦେଲୁ ସେତେବେଳେ ରାତି ଅଧରେ ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଲେ । ନାବାଳିକା ବିବାହ, ଶିଶୁ ବିକ୍ରି ବଢୁଛି । ମୟୂରଭଞ୍ଜ ଭଳି ଶାନ୍ତ ଜିଲ୍ଲାରେ ଗତ ପାଞ୍ଚ ମାସରେ 52ଟି ଦୁଷ୍କର୍ମ ଘଟଣା ଘଟିଛି । ଆମ୍ବ ଟାକୁଆ ଯାଉ ଖାଇ ମହିଳାଙ୍କ ଜୀବନ୍ ଗଲା । ଭିଆଇପି ସୁରକ୍ଷାରେ ବର୍ତ୍ତମାନ୍ ପୁରା ବ୍ୟବସ୍ଥା ଲାଗିଛି କିନ୍ତୁ ଟ୍ରାଫିକ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ । ସେଥିରେ ବିଜେପି ସଦସ୍ୟ ମାନେ ଏକଥା ଉଠାନ୍ତୁ । ଦିଲ୍ଲୀରୁ ରିମୋର୍ଟ କଣ୍ଟ୍ରୋଲ କାଢି ଓଡ଼ିଶା ଦିଅନ୍ତୁ । "

ଏହା ମଧ୍ୟ ପଢନ୍ତୁ...ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ତିନିଦିନିଆ ଗସ୍ତରେ ରହିଛି ଏକାଧିକ କାର୍ଯ୍ୟକ୍ରମ

ଏହା ମଧ୍ୟ ପଢନ୍ତୁ...ମହାନଦୀରେ ନିର୍ମାଣ ହେବ ଜଳଭଣ୍ଡାର ଏବଂ ବ୍ୟାରେଜ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଏହା ମଧ୍ୟ ପଢନ୍ତୁ...'ସୁଭଦ୍ରା'କୁ ନେଇ ଖୁସି ଖବର; 15 ଦିନରେ ସରିବ ରିଜେକ୍ସନ ଯାଞ୍ଚ, ଏହି ମାସରେ 21 ପୂରିଥିଲେ କରନ୍ତୁ ଆବେଦନhttps://www.etvbharat.com/or/!state/girls-turning-21-this-month-can-apply-for-subhadra-yojana-assistance-rejected-application-verification-within-15-days-odisha-news-ors24112804219

ମତ ରଖିଲେ କଂଗ୍ରେସ ବିଧାୟକ ଦଳ ନେତା:

ଏନେଇ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି," ସରକାର ଗଠନ ହେବାର 6 ମାସ ଭିତରେ ସବୁ କ୍ଷେତ୍ରରେ ଦୁଷ୍କର୍ମ ଭଳି ଘଟଣା ବଢିଚାଲିଛି । ସରକାର ଶପଥ ନେଲେ ବେଳେ କହୁଥିଲେ ନ୍ୟାୟ ବ୍ୟବସ୍ଥାକୁ ଠିକ୍ କରିବୁ । କିଛି ବରଦାସ୍ତ କରିବୁନି । କିନ୍ତୁ ଦୁଷ୍କର୍ମ ବଢ଼ି ବଢ଼ି ଚାଲିଛି । ସରକାର ମାନିବା ପାଇଁ ନାରାଜ । ମହିଳାଙ୍କ ପ୍ରତି ନିର୍ଯାତନା ବଢ଼ି ଚାଲିଛି । ନାରୀ, ଶିଶୁ ଅସୁରକ୍ଷିତ । ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଅବସ୍ଥାରେ ପଡ଼ିଛି । ଶିଶୁ ବିକ୍ରି ହେଉଛି । ରାଜ୍ୟରେ ଅନାହାର, ଅପପୁଷ୍ଟି ହେଉଛି । ଡବଲ ଇଞ୍ଜିନ ସରକାରର ସମ୍ବିଧାନ ପ୍ରତି ସମ୍ମାନ ନାହିଁ । "

ସେ ଆହୁରି ମଧ୍ୟ କହିଛନ୍ତି,"କେନ୍ଦୁଝରେ ଦେଢ଼ ବର୍ଷର ଶିଶୁ କନ୍ୟା ଦୁଷ୍କର୍ମ ଶିକାର ହୋଇଛି । ମୁଖ୍ୟମନ୍ତ୍ରୀ ଅଞ୍ଚଳରେ ଦେଢ଼ ବର୍ଷ ଶିଶୁ ବି ଯୌନ ନିର୍ଯାତନାର ଶିକାର ହେଉଛି । 16 ନଭେମ୍ବର 2024ରେ ବଲାଙ୍ଗୀର ବାଙ୍ଗୋମୁଣ୍ଡାରେରେ ଜଣେ ଝିଅକୁ ଦୁଷ୍କର୍ମ କରାଗଲା, ତାକୁ ବିଷ୍ଠା ବି ଖୁଆଇ ଦିଆଗଲା । ଗୋଟିଏ ଅଞ୍ଜନା ଘଟଣାରେ ସରକାର ବଦଳି ଗଲା କିନ୍ତୁ ଏବେ କେତେ ଅଞ୍ଜନା ଘଟଣା ଘଟୁଛି ।"

'ଆମେ ଅସୁରକ୍ଷିତ':

ସେହିପରି କଂଗ୍ରେସ ବିଧାୟକ ସୋଫିଆ ଫିର୍ଦ୍ଦୋଷ କହିଛନ୍ତି," ମୁଁ ବି ଭୟଭୀତ । ଆମେ ଅସୁରକ୍ଷିତ ଏ ସରକାର ସମୟରେ l ରାଜ୍ୟପାଳ ପୁଅ ଉପରେ କି କାର୍ଯ୍ୟାନୁଷ୍ଠାନ ନିଆଗଲା । କୁଚିଣ୍ଡାରେ ଦୁଷ୍କର୍ମରେ ମନ୍ତ୍ରୀଙ୍କ ସମ୍ପୃକ୍ତି କଥା ଉଠିଛି l ତାହା ଉପର ସରକାର ଗୃହରେ ସ୍ପଷ୍ଟ ଭାବେ କୁହନ୍ତୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.