ETV Bharat / politics

ବିହାର କ୍ଷମତାକୁ ଫେରିବ କି NDA ? ନୀତିଶଙ୍କ ଉପରେ ନଜର, କଣ କହୁଛି ସଂଖ୍ୟା ଗଣିତ

author img

By ETV Bharat Odisha Team

Published : Jan 26, 2024, 10:53 PM IST

Updated : Jan 27, 2024, 3:06 PM IST

Bihar Politics: ନୀତିଶ କୁମାରଙ୍କ ନେତୃତ୍ବାଧୀନ ମହାଗଠବନ୍ଧନ ସରକାରର ଅସ୍ଥିରତା ଖବର ଉପରେ ପୁରା ଦେଶର ନଜର । ସେପଟେ ନିଜ ନିଜର ରଣନୀତି ପ୍ରସ୍ତୁତ କରିବାରେ ବ୍ୟସ୍ତ ବିଜେପି, ଜେଡିୟୁ ଏବଂ ଆରଜେଡି । ଏଭଳି ସ୍ଥିତିରେ ବିହାର ବିଧାନସଭାର ବର୍ତ୍ତମାନର ଚିତ୍ର କ'ଣ ଏବଂ ପରବର୍ତ୍ତୀ ସମୟରେ କଣ ହେବ ବିସ୍ତୃତ ଭାବରେ ଜାଣନ୍ତୁ

Bihar Politics
Bihar Politics

ପାଟନା: ନିର୍ବାଚନ ପୂର୍ବରୁ ବିଗିଡିଯାଇଛି ବିହାର ବିଧାନସଭା ସମୀକରଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିରୋଧୀ ଦଳଙ୍କୁ ଏକତ୍ରିତ କରିଥିବା ତଥା ବିରୋଧୀ 'ଇଣ୍ଡିଆ' ମେଣ୍ଟର ସୂତ୍ରଧାର ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତିଶ କୁମାରଙ୍କ ମନ ପୁଣି ଥରେ ପରିବର୍ତ୍ତନ ହୋଇଛି । ରାଜ୍ୟରେ ଆରଜେଡି ସହିତ 'ମହାଗଠବନ୍ଧନ' ଗଠନ କରି ସରକାର ଗଢିଥିବା ନୀତିଶ ଏନଡିଏ ଆଡକୁ ପୁଣି ଥରେ ଢଳିଥିବା ଚର୍ଚ୍ଚା ହେଉଛି । ନୀତିଶଙ୍କ ଉପରେ 'ପ୍ରେସର ପଲିଟିକ୍ସ'ର ଅଭିଯୋଗ ହୋଇଆସୁଛି । ତେବେ ଯଦି ମହାଗଠବନ୍ଧନ ସରକାରର ପତନ ହୁଏ, ତେବେ ଆଉ ଏକ କଦମ ଆଗେଇବ ନୀତିଶଙ୍କ ପ୍ରେସର ପଲିଟିକ୍ସ ।

ବିହାରରେ ଖେଲା ହବେ! :- ପ୍ରେସର ପଲିଟିକ୍ସ ବା ଚାପ ରାଜନୀତିରେ ନୀତିଶ ଜଣେ ବିଶେଷଜ୍ଞ ବୋଲି ଚର୍ଚ୍ଚା ହେଉଛି । ବର୍ତ୍ତମାନ ବିହାରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଏହି ଚର୍ଚ୍ଚା ଜୋର ଧରିଛି । ଏଭଳି ପରିସ୍ଥିତିରେ ମହାଗଠବନ୍ଧନର ଦୁଇ ପ୍ରମୁଖ ଦଳ ଆରଜେଡି ଏବଂ ଜେଡିୟୁ ମଧ୍ୟରେ 'ତୁ ତୁ ମେଁ ମେଁ' ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଏପରିକି ଆରଜେଡି ନେତା ମନୋଜ ଝା ପରିସ୍ଥିତିକୁ ସ୍ପଷ୍ଟ କରିବାକୁ ନୀତିଶଙ୍କ ନିକଟରେ ଦାବି କରିଛନ୍ତି ।

Bihar Politics
ମହାଗଠବନ୍ଧନ ପତନ ପରେ NDA ସ୍ଥିତି

କେମିତି ବଦଳିଲା ବିହାର ରାଜନୈତିକ ସ୍ଥିତି ?:- ପଛୁଆ ବର୍ଗଙ୍କ ସମର୍ଥକ ତଥା ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁରଙ୍କୁ ଭାରତ ରତ୍ନ ପ୍ରଦାନ କରିବା ଲାଗି ଅନେକ ଦିନରୁ ଦାବି ହୋଇଆସୁଥିଲା । ଏପରିକି ନୀତିଶ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଏ ନେଇ ଚିଠି ଲେଖିଆସୁଥିଲେ । ଏହାରି ମଧ୍ୟରେ ଚଳିତ ବର୍ଷ କର୍ପୁରୀ ଠାକୁରଙ୍କ ୧୦୦ତମ ଜୟନ୍ତୀର ଗୋଟିଏ ଦିନ ପୂର୍ବରୁ ତାଙ୍କୁ ଭାରତ ରତ୍ନ ପ୍ରଦାନ ନେଇ ଘୋଷଣା ହୋଇଥିଲା । ଏହାପରେ କର୍ପୁରୀଙ୍କ ଜୟନ୍ତୀ ସମାରୋହରେ ଉଦବୋଧନ ଦେବା ସମୟରେ ନୀତିଶ ପରିବାରବାଦ ପ୍ରସଙ୍ଗ ଉଠାଇଥିଲେ । ପୂର୍ବରୁ ବିଜେପି ଅନେକ ସମୟରେ କଂଗ୍ରେସ, ଲାଲୁ ଓ ସପା ଉଦ୍ଦେଶ୍ୟରେ ରାଜନୀତିରେ ପରିବାରବାଦ ପ୍ରସଙ୍ଗ ଉଠାଇଥାଏ । ଏହାପରେ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ନୀତିଶଙ୍କ ଉଦ୍ଦେଶ୍ୟରେ ପରୋକ୍ଷରେ ୨ରୁ ୩ଟି ସୋସିଆଲ ମିଡିଆ ପୋଷ୍ଟ କରିବା ପରେ ଆରଜେଡି ଓ ଜେଡିୟୁ ମଧ୍ୟରେ ସବୁକିଛି ଠିକ ନାହିଁ ବୋଲି ଚର୍ଚ୍ଚା ଜୋର ଧରିଥିଲା । ପରବର୍ତ୍ତୀ ସମୟରେ ରୋହିଣୀ ଏହି ପୋଷ୍ଟକୁ ହଟାଇଥିଲେ ।

ଏହା ବି ପଢନ୍ତୁ- ବିଜେପି ସହ ମେଣ୍ଟ କରିବେ ନୀତିଶ ! ୨୮ରେ ହୋଇପାରେ ଶପଥ ଗ୍ରହଣ

ବିହାର ବିଧାନସଭାର ବର୍ତ୍ତମାନ ସ୍ଥିତି:- ୨୪୩ ବିଧାନସଭା ଆସନ ବିଶିଷ୍ଟ ବିହାରରେ ଆରଜେଡି ପାଖରେ ୭୯ ଜଣ ବିଧାୟକ ଥିବା ବେଳେ ବିଜେପି ନିକଟରେ ୭୮, ଜେଡିୟୁ ନିକଟରେ ୪୫, କଂଗ୍ରେସର ୧୯, ସିପିଆଇ(ଏମ-ଏଲ)ର ୧୨, ସିପିଆଇ(ଏମ)ର ୨ ଜଣ, ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାର ୪ଜଣ, AIMIMର ଜଣେ ଏବଂ ଜଣେ ସ୍ବାଧୀନ ବିଧାୟକ ରହିଛନ୍ତି ।

ମହାଗଠବନ୍ଧନ ପତନ ପରେ କଣ ହେବ NDA ସ୍ଥିତି ?:- ବିଜେପି ନେତୃତ୍ବାଧୀନ ଏନଡିଏ ନିକଟରେ ଏବେ ୭୮ ଜଣ ବିଜେପି ବିଧାୟକ ଅଛନ୍ତି । ଜିତନ ମାଞ୍ଝୀଙ୍କ ପାର୍ଟି ହାମର ୪ ଜଣ ବିଧାୟକଙ୍କ ସମର୍ଥନ ଅର୍ଥାତ୍ ସମୁଦାୟ ୮୨ ବିଧାୟକଙ୍କ ସମର୍ଥନ ରହିଛି । କିନ୍ତୁ ନୀତିଶ କୁମାର ମହାଗଠବନ୍ଧନ ଭଙ୍ଗ କରିବା ପରେ ଜେଡିୟୁର ୪୫, ଜଣେ ସ୍ବାଧୀନ ବିଧାୟକଙ୍କ ସମର୍ଥନରେ ଏହି ସଂଖ୍ୟା ୧୨୮କୁ ବୃଦ୍ଧି ପାଇବ । ୨୪୩ ବିଧାନସଭା ଆସନ ବିଶିଷ୍ଟ ବିହାରରେ ସରକାର ଗଠନ ଲାଗି ମ୍ୟାଜିକ ନଂ ୧୨୨ ଥିବା ବେଳେ ଏନଡିଏ ନିକଟରେ ୧୨୮ ବିଧାୟକ ରହିବେ ।

କଣ ହୋଇପାରେ ନୀତିଶଙ୍କ ଆଗାମୀ ପଦକ୍ଷେପ ?:- ମୁଖ୍ୟମନ୍ତ୍ରୀ ନୀତିଶ ଆରଜେଡି ମନ୍ତ୍ରୀଙ୍କୁ ବରଖାସ୍ତ କରି ବିଜେପି ସହିତ ହାମ ସମର୍ଥନରେ ସରକାର ଗଠନ କରିପାରନ୍ତି । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିପାରନ୍ତି । କାରଣ ମୁଖ୍ୟମନ୍ତ୍ରୀ ଯଦି ଇସ୍ତଫା ଦିଅନ୍ତି, ତେବେ ଆରଜେଡି ସରକାର ଗଠନ କରିବା ଲାଗି ଦାବି କରିବାର ସମ୍ଭାବନା ରହିଛି । ଏଥିଲାଗି ନୀତିଶ ଏହି ସମସ୍ୟାର ସାମ୍ନା କରିବାକୁ ଚାହିଁବେ ନାହିଁ । ଦ୍ବିତୀୟରେ ନୀତିଶ ବିଧାନସଭାକୁ ଭଙ୍ଗ କରିପାରନ୍ତି । ସୂତ୍ର ଅନୁସାରେ ବିଜେପି ସହିତ ନୀତିଶଙ୍କ ଆଲୋଚନା ଶେଷ ହୋଇଛି । ଜାନୁଆରୀ ୨୭ ରେ ବିହାର ରାଜନୀତିରେ ବଡ଼ ପରିବର୍ତ୍ତନ ହୋଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 27, 2024, 3:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.