ETV Bharat / politics

ବୈଜୟନ୍ତଙ୍କୁ ଆକ୍ଷେପ ନେଇ ଅତନୁଙ୍କ ଉପରେ ବର୍ଷିଲା କେନ୍ଦ୍ରାପଡା ବିଜେପି - kendrapada BJP - KENDRAPADA BJP

kendrapada BJP: ପାରାଦ୍ବୀପ-ହରିଦାସପୁର ରେଳଲାଇନ ପ୍ରସଙ୍ଗରେ କେନ୍ଦ୍ରାପଡାରେ ଶ୍ରେୟ ରାଜନୀତି । ବୈଜୟନ୍ତଙ୍କୁ ଆକ୍ଷେପ ନେଇ ଅତନୁଙ୍କ ଉପରେ ବର୍ଷିଲା ଜିଲ୍ଲା ବିଜେପି । ଅଧିକ ପଢନ୍ତୁ

ବୈଜୟନ୍ତଙ୍କୁ ଆକ୍ଷେପ ନେଇ ଅତନୁଙ୍କ ଉପରେ ବର୍ଷିଲା କେନ୍ଦ୍ରାପଡା ବିଜେପି

author img

By ETV Bharat Odisha Team

Published : May 1, 2024, 10:52 AM IST

ବୈଜୟନ୍ତଙ୍କୁ ଆକ୍ଷେପ ନେଇ ଅତନୁଙ୍କ ଉପରେ ବର୍ଷିଲା କେନ୍ଦ୍ରାପଡା ବିଜେପି

କେନ୍ଦ୍ରାପଡା: ନିର୍ବାଚନ ସମୟରେ ହରିଦାସପୁର-ପାରାଦ୍ୱୀପ ରେଳ ପ୍ରକଳ୍ପର ଶ୍ରେୟ ନେବା ପାଇଁ କେନ୍ଦ୍ରାପଡାରେ ପୁଣି ଥରେ ଆରମ୍ଭ ହୋଇଛି ଟଣାଓଟରା । ଜାରି ରହିଛି ରାଜନୈତିକ ଆରୋପ ପ୍ରତ୍ୟାରୋପ । କିଛି ଦିନ ତଳେ ଗଣମାଧ୍ୟମରେ ମହାକାଳପଡ଼ା ବିଧାୟକ ପ୍ରାର୍ଥୀ ତଥା କ୍ୟାବିନେଟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କେନ୍ଦ୍ରାପଡା ଜିଲ୍ଲାରେ ରେଳ ଗଡ଼ିବା ଶ୍ରେୟ ରାଜ୍ୟ ସରକାରଙ୍କର ଓ କେନ୍ଦ୍ରାପଡା ଇତିହାସ ସମ୍ପର୍କରେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା କିଛି ଜାଣିନଥିବା କହିଥିବା ବେଳେ ଆଜି ଏହାକୁ ଟାର୍ଗେଟ କରିଛି ଜିଲ୍ଲା ବିଜେପି ।

ଏନେଇ ଜିଲ୍ଲା ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ଅତନୁ ସବ୍ୟସାଚୀ ନାୟକଙ୍କୁ ଟାର୍ଗେଟ କରାଯାଇଛି । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ହରିଦାସପୁର- ପାରାଦ୍ବୀପ ରେଳ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ଓ ୨୦୦୯ ମସିହାରୁ ୨୦୧୯ ମସିହା ପର୍ଯ୍ୟନ୍ତ ଉକ୍ତ ରେଳ ପ୍ରକଳ୍ପର ସମୀକ୍ଷା ସମେତ ବିଭିନ୍ନ ସମୟରେ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ରେଳ ଅଧିକାରୀଙ୍କ ସହ ବୈଠକ ଓ ଅନୁରୋଧ ପରେ ଏହା ସମ୍ଭବପର ହୋଇ ଏବେ ଉକ୍ତ ରେଳ ଲାଇନରେ ଯାତ୍ରୀବାହୀ ରେଳ ଗଡୁଥିବା କହିଛନ୍ତି ଜିଲ୍ଲା ବିଜେପି ସଭାପତି କିଶୋର ପଣ୍ଡା । ତେବେ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ ବୈଜୟନ୍ତଙ୍କ ବିରୁଦ୍ଧରେ ଅପପ୍ରଚାର କରୁଥିବା ମଧ୍ୟ ସେ ବିଜେପି ଅଭିଯୋଗ କରିଛି ।

ଏହା ମଧ୍ୟ ପଢନ୍ତୁ:- ଅଶ୍ଳୀଳ ଭିଡିଓ ମାମଲା: କର୍ଣ୍ଣାଟକ ସରକାରଙ୍କୁ ଶାହଙ୍କ ଟାର୍ଗେଟ, ବେଟି ବଚାଓ କୁଆଡେ ଗଲା କହି ଘେରିଲେ ତେଜସ୍ବୀ - Amit Shah On Karnataka Sex Scandal

ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ସାଧାରଣ ଲୋକେ ପିଇବା ପାଣି ଟୋପେ ପାଉନାହାନ୍ତି । ୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଶୁଭାରମ୍ଭ ହୋଇଥିବା ପାନୀୟ ଜଳ ପ୍ରକଳ୍ପରୁ ଲୋକେ ପାଣି ମୁନ୍ଦାଏ ପାଉନଥିବା ବେଳେ ଅତନୁ ସବ୍ୟସାଚୀ ନାୟକ ଅନ୍ୟକୁ ଆକ୍ଷେପ କରିବା ହାସ୍ୟାସ୍ପଦ ବୋଲି ଜିଲା ବିଜେପି ସଭାପତି କିଶୋର କୁମାର ପଣ୍ଡା କହିଛନ୍ତି । ପ୍ରେସମିଟରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ନେତା ସଞ୍ଜୟ ରଥ ଓ ସୁନାକର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ବିରୋଧରେ ତମାମ ପ୍ରସଙ୍ଗରେ ବର୍ଷିଥିଲେ ।

ଚଳିତଥର ବିଜେପି ପକ୍ଷରୁ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡା ଆସନରେ ସାଂସଦ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିବା ପୂର୍ବତନ ରାଜନଗର ବିଧାୟକ ଅଂଶୁମାନ ମହାନ୍ତିଙ୍କୁ ସାଂସଦ ପ୍ରାର୍ଥୀ କରିଛି । ଅନ୍ୟପଟେ କଂଗ୍ରେସ ପକ୍ଷରୁ ଯୁବ ଚେହେରା ସିଦ୍ଧାର୍ଥ ସ୍ବରୂପ ଦାସଙ୍କୁ ପ୍ରାର୍ଥୀ କରିଛି । ଜିଲ୍ଲାରେ ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତା ହେଉଥିବା ବେଳେ ମୁଖ୍ୟତଃ ବିଜେପି ଓ ବିଜେଡି ମଧ୍ୟରେ ଟକ୍କର ହେବାକୁ ଯାଉଛି ।
ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.