ETV Bharat / politics

କନକ ବର୍ଦ୍ଧନ ହେଲେ ଉପମୁଖ୍ୟମନ୍ତ୍ରୀ, ବଲାଙ୍ଗୀରରେ ଖୁସିର ମାହୋଲ - Kanak Vardhan Singh Deo - KANAK VARDHAN SINGH DEO

BJP Workers Celebrate In Balangir: ଉପମୁଖ୍ୟମନ୍ତ୍ରୀ ଭାବରେ କନକ ବର୍ଦ୍ଧନ ସିଂହ ଦେଓଙ୍କ ନାଁ ଘୋଷଣା ହେବା ପରେ ବଲାଙ୍ଗୀରରେ ଉତ୍ସବର ମାହୋଲ । ଅଧିକ ପଢ଼ନ୍ତୁ

କନକ ବର୍ଦ୍ଧନ ହେଲେ ଉପମୁଖ୍ୟମନ୍ତ୍ରୀ
କନକ ବର୍ଦ୍ଧନ ହେଲେ ଉପମୁଖ୍ୟମନ୍ତ୍ରୀ (ETV Bharat Odisha)
author img

By ETV Bharat Odisha Team

Published : Jun 11, 2024, 10:45 PM IST

ବଲାଙ୍ଗୀର: ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ବାବରେ ମୋହନ ଚରଣ ମାଝୀଙ୍କ ନାଁରେ ମୋହର ବାଜିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଭାବରେ ପାଟଣାଗଡ ବିଧାନସଭା ନବ ନିର୍ବାଚିତ ବିଜେପି ବିଧାୟକ କନକ ବର୍ଦ୍ଧନ ସିଂହ ଦେଓ ଓ ନିମାପଡ଼ା ବିଜେପି ବିଧାୟିକା ପ୍ରଭାତୀ ପରିଡ଼ିଙ୍କ ନାମ ଘୋଷଣା କରାଯାଇଛି । ତେବେ କନକ ବର୍ଦ୍ଧନ ସିଂହ ଦେଓ ନାଁ ଉପମୁଖ୍ୟମନ୍ତ୍ରୀ ଭୋବରେ ଘୋଷଣା ହେବାପରେ ପାଟଣାଗଡ଼ ସହ ସମ୍ପୂର୍ଣ୍ଣ ବଲାଙ୍ଗୀର ଜିଲ୍ଲାରେ ଖୁସିର ମାହୋଲ ଖେଳିଯାଇଛି ।

କନକ ବର୍ଦ୍ଧନ ହେଲେ ଉପମୁଖ୍ୟମନ୍ତ୍ରୀ (ETV Bharat Odisha)

ବଲାଙ୍ଗୀର ପାଇଁ ପୁଣି ଏକ ବଡ଼ ଖୁସିର ଖବର ଆସିଛି । ଯାହାକୁ ନେଇ ବଲାଙ୍ଗୀର ବାସି ଖୁବ୍ ଉତ୍ସାହିତ । 6 ଥରର ବିଧାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାତି ମହାରାଜା କନକ ବର୍ଦ୍ଧନ ସିଂହ ଦେଓ ଏବେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ହେବେ । ଏହା ବିଧିବଦ୍ଧ ଘୋଷଣା ହେବା ପରେ ଆଜି ବଲାଙ୍ଗୀରରେ ଖୁସିର ଲହରୀ ଖେଳି ଯାଇଛି । ବିଜେପି କର୍ମୀଙ୍କ ଠାରୁ ନେଇ କନକ ବର୍ଦ୍ଧନକ ସମର୍ଥକ ଖୁସି ମାନାଉଛନ୍ତି । ଏନେଇ ବିଜେପି କର୍ମୀ କହିଛନ୍ତି ଯେ, ମହାରାଜା କନକ ବର୍ଦ୍ଧନ ସିଂହ ଦେଓ ଜଣେ ଯୋଗ୍ୟ ନେତା । ଯିଏ ସାଧାରଣ ଜନତାଙ୍କ ସେବା ପାଇଁ ସଦା ବେଳେ ନିଜକୁ ନିୟୋଜିତ କରନ୍ତି । ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ସବୁଠି ସେ ସାହାଯ୍ୟର ହାତ ବଢ଼ାଇ ଆସିଛନ୍ତି । 6 ଥର ସେ ପାଟଣାଗଡ଼ରୁ ବିଧାୟକ ଭାବରେ ବିଜୟୀ ହୋଇଥିବା ବେଳେ ପୂର୍ବରୁ 2 ଥର ମନ୍ତ୍ରୀ ଥିଲେ । ସେହିପରି ପରବର୍ତ୍ତୀ ସମୟରେ ସେ ରାଜ୍ୟ ବିଜେପିର ସଭାପତି ଦାୟିତ୍ୱ ତୁଲାଇଥିଲେ । ତେବେ ଏଠିକାର ଲୋକେ ଏଥର କିଛି ବଡ଼ ଆଶା କରିଥିଲେ । ଆଜି ସେ ଓଡ଼ିଶାର ଉପମୁଖ୍ୟ ମନ୍ତ୍ରୀ ହୋଇଛନ୍ତି । ଯାହାକୁ ନେଇ ତାଙ୍କ ସମର୍ଥକ ଖୁବ ଖୁସି ଥିବାର କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟପାଳଙ୍କୁ ଭେଟିଲେ ମୋହନ ମାଝୀ, ସରକାର ଗଠନ ଦାବି କଲେ ଉପସ୍ଥାପନ - Mohan Majhi Meets Governor

କନକ ବର୍ଦ୍ଧନ ସିଂହ ଦେଓ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ପାଟଣା ମହାରାଜ ଆର.ଏନ. ସିଂହ ଦେଓଙ୍କ ନାତି । ସେହିପରି ତାଙ୍କ ବାପା ସ୍ବର୍ଗତ ମହାରାଜ ଆର.ଆର. ସିଂହ ଦେଓଙ୍କ ପରେ ପୁରୁଣା ରାଜା ମହାରାଜାଙ୍କ ନୀତି ନିୟମ ଅନୁସାରେ ସେ ବଲାଙ୍ଗୀରରେ ମହାରାଜା ଭାବରେ ପରିଚିତ ଅଟନ୍ତି । ଆଜି ବି ବଲାଙ୍ଗୀରରେ ରାଜା ମହାରାଜା ପରମ୍ପରା ଅଛି । ଲୋକେ ତାଙ୍କୁ ଆଜି ବି ନିଜର ମହାରାଜା ଭାବରେ ମାନି ଆସୁଛନ୍ତି । ହେଲେ କନକ ବର୍ଦ୍ଧନ ସିଂହ ଦେଓ ଜଣେ ସାଧାରଣ ମଣିଷ ଭଳି ଲୋକଙ୍କ ସହିତ ମିଳାମିଶା କରନ୍ତି । 1995 ମସିହାରେ ରାଜନୀତିକୁ ଆସିଥିଲେ । ପ୍ରଥମ କରି ପାଟଣାଗଡ଼ରୁ ସେ ବିଜେପି ପ୍ରାର୍ଥୀ ଭାବରେ ଛିଡା ହୋଇ ବିଜୟୀ ହୋଇଥିଲେ । ସମାନ ଭାବରେ ସେ କ୍ରମାଗତ 5 ଥର ଏଠିକାର ବିଧାୟକ ଭାବରେ ଜିତି ଆସିଛନ୍ତି । 2000ରୁ 2009 ପର୍ଯ୍ୟନ୍ତ ତିନି ଥର ମନ୍ତ୍ରୀ ହୋଇଥିଲେ । ହେଲେ ଗତ 2019ରେ ସେ ବିଜେଡି ପ୍ରାର୍ଥୀ ସରୋଜ ମେହେରଙ୍କ ଠାରୁ ପରାଜିତ ହୋଇଥିଲେ । ଏଥର ପୁଣି ସେ ବିଜୟୀ ହୋଇ ଥିବାବେଳେ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସେହିପରି ତାଙ୍କ ସ୍ତ୍ରୀ ମହାରାଣୀ ସଙ୍ଗୀତ କୁମାରୀ ସିଂହ ଦେଓ ମଧ୍ୟ ବଲାଙ୍ଗୀରରୁ ପାଞ୍ଚ ଥର ସାଂସଦ ହୋଇଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.