ETV Bharat / politics

ନୂଆପଡାରେ ଦ୍ରୌପଦୀ ମାଝୀଙ୍କ ଜୋରଦାର ପ୍ରଚାର, ବିଜୟ ଦମ୍ଭୋକ୍ତି ବାଢ଼ିଲେ ଭକ୍ତ ଦାସ - Lok Sabha Election 2024 - LOK SABHA ELECTION 2024

Kalahandi Lok Sabha Election: ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କ ନେତୃତ୍ବରେ ନୂଆପଡାରେ ପ୍ରଚାର କଲେ କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଦ୍ରୌପଦୀ ମାଝୀ । କହିଲେ ବିଜୟ ସୁନିଶ୍ଚିତ ହେବ । ଅଧିକ ପଢନ୍ତୁ

Kalahandi Lok Sabha Election
Kalahandi Lok Sabha Election
author img

By ETV Bharat Odisha Team

Published : Apr 8, 2024, 9:43 PM IST

Updated : Apr 8, 2024, 10:09 PM IST

Kalahandi Lok Sabha Election

ନୂଆପଡା: ନିର୍ବାଚନ ପାଖେଇ ଆସୁଥିବା ବେଳେ ସରଗରମ ହେଉଛି ନିର୍ବାଚନ ମଇଦାନ । ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାଣପଣେ ଚେଷ୍ଟା କରୁଛନ୍ତି ପ୍ରାର୍ଥୀ । ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ଆଜି ନୂଆପଡା ଜିଲ୍ଲାରେ ମାରାଥନ ଭୋଟ ପ୍ରଚାର କରିଛନ୍ତି । ତାଙ୍କ ସହିତ କଂଗ୍ରେସର କଳାହାଣ୍ଡି ଲୋକସଭା ପ୍ରାର୍ଥୀ ଦ୍ରୌପଦୀ ମାଝୀ ମଧ୍ୟ ଲୋକଙ୍କୁ ଭୋଟ ଭିକ୍ଷା କରିଛନ୍ତି । ପ୍ରଚାର ସମୟରେ ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ଲୋକସଭା ପ୍ରାର୍ଥୀ ଦ୍ରୌପଦୀ ମାଝୀଙ୍କୁ ସ୍ଥାନେ ସ୍ଥାନେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ମିଳିଛି ।

ଖବର ଅନୁସାରେ, ପ୍ରଥମେ ନୂଆପଡା ସଦର ଠାରେ କଂଗ୍ରେସ ଜିଲ୍ଲା ସଭାପତି ସୁରେଶ ଆଜାଦଙ୍କ ନେତୃତ୍ୱରେ କଂଗ୍ରେସର ଶତାଧିକ ନେତା କର୍ମୀ ସ୍ୱାଗତ କରିଥିଲେ । ଏହାପରେ ତରବୋଡ, କୋମନା ଠାରେ ମଧ୍ୟ ସ୍ୱାଗତ ଜଣାଇ କରାଯାଇଥିଲା । ଶେଷରେ ଖଡ଼ିଆଳ ଠାରେ କଂଗ୍ରେସ ନେତା କମଳ ଚରଣ ତାଣ୍ଡିଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଭକ୍ତ ଦାସ ଏବଂ ସାଂସଦ ପ୍ରାର୍ଥୀ ଦ୍ରୌପଦୀ ମାଝୀଙ୍କୁ ଖଡ଼ିଆଳ ବ୍ଲକ ଛକଠାରେ ସ୍ୱାଗତ କରିଛନ୍ତି । 'ଭକ୍ତ ଦାସ ଜିନ୍ଦାବାଦ' ଧ୍ୱନୀରେ ପ୍ରକମ୍ପିତ ଖଡ଼ିଆଳ ସହର । ଖଡ଼ିଆଳ ବ୍ଲକ ଛକଠାରୁ ଆମ୍ବେଦକର ଛକ ପର୍ଯ୍ୟନ୍ତ ପଦଯାତ୍ରା କରି ଲୋକଙ୍କୁ ଭୋଟ ମାଗିଛନ୍ତି ଭକ୍ତ ଦାସ ।

ଏହା ମଧ୍ୟ ପଢନ୍ତୁ: ବିଜେପିର ମହିଳା କାର୍ଡ ନା ବିଜେଡି-କଂଗ୍ରେସର ଟାଣୁଆ ନେତା, କାହାର ହେବ କଳାହାଣ୍ଡି ଲୋକସଭା ? - Kalahandi Lok Sabha Constituency

ପ୍ରଚାର କରିବା ସମୟରେ ଭକ୍ତ ଦାସ ଦମ୍ଭୋକ୍ତି କରି କହିଛନ୍ତି, "କଳାହାଣ୍ଡି ନୂଆପଡାରେ କଂଗ୍ରେସ ସ୍ଥିତି ମଜବୁତ ରହିଛି । 24 ବର୍ଷର ନବୀନ ସରକାର ଏବଂ 10 ବର୍ଷର ମୋଦି ସରକାରକୁ ଲୋକେ ଦେଖି ସାରିଲେଣି । ଦୁର୍ନୀତି ଭ୍ରଷ୍ଟାଚାରରେ ଡୁବିରହିଥିବା ସରକାରକୁ ଲୋକେ ବୁଝି ସାରିଲେଣି । ଏଥର କଳାହାଣ୍ଡି ଲୋକସଭା କ୍ଷେତ୍ରରେ ନୂଆପଡା ଏବଂ କଳାହାଣ୍ଡିରେ 7 ଗୋଟି ବିଧାୟକ ପ୍ରାର୍ଥୀ ଏବଂ ଲୋକସଭା ପ୍ରାର୍ଥୀ ସୁନିଶ୍ଚିତ ନିର୍ବାଚନ ବିଜୟୀ ହେବେ ।"

ଅନ୍ୟପଟେ କଂଗ୍ରେସ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡି ଶିବିରରେ ସାମିଲ ହୋଇଛନ୍ତି । ଏହା ପ୍ରଭାବ ପକାଇବ ବୋଲି ପ୍ରଶ୍ନ କରାଯାଇଥିବା ବେଳେ କୌଣସି ପ୍ରଭାବ ପଡିବ ନାହିଁ ବୋଲି ଭକ୍ତ ଦାସ କହିଛନ୍ତି । କଂଗ୍ରେସ ସବୁବେଳେ ନେତା ତିଆରି କରେ ପୁଣି ନେତା ତିଆରି କରିବା ଏଥିରେ କିଛି ଅସୁବିଧା ନାହିଁ ବୋଲି କହିଛନ୍ତି । ସେହିଭଳି କଳାହାଣ୍ଡି ଲୋକସଭା କଂଗ୍ରେସ ପ୍ରାର୍ଥୀ ଦ୍ରୌପଦୀ ମାଝୀ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ମୋତେ ସହଯୋଗ କରନ୍ତୁ ମୁଁ ବିଜୟୀ ହୋଇ କଳାହାଣ୍ଡି ଓ ନୂଆପଡାର ସର୍ବାଙ୍ଗୀନ ବିକାଶ କରିବି ବୋଲି କହିଛନ୍ତି ।

ଇଟିଭି ଭାରତ, ନୂଆପଡା

Last Updated : Apr 8, 2024, 10:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.