ETV Bharat / politics

ଝାଡ଼ଖଣ୍ଡ ନାଟକ: କୋର୍ଟରେ ହେମନ୍ତ, ହାଇଦ୍ରାବାଦ ଅଭିମୁଖେ ମେଣ୍ଟ ବିଧାୟକ !

author img

By ETV Bharat Odisha Team

Published : Feb 1, 2024, 3:58 PM IST

JMM led alliance MLAs to be shifted to Hyderabad post Hemant Soren arrest: କୋର୍ଟରେ ହାଜର ହେଲେ ହେମନ୍ତ ସୋରେନ । ସଂଧ୍ୟା ସାଢେ 5 ଟାରେ ଚମ୍ପାଇ ସୋରେନଙ୍କୁ ସାକ୍ଷାତ କରିବାକୁ ସମୟ ଦେଲେ ରାଜ୍ୟପାଳ । ଜେଏମଏମ ନେତୃତ୍ବାଧୀନ ମେଣ୍ଟର ସମସ୍ତ ବିଧାୟକ ଚାର୍ଟାର୍ଡ ଫ୍ଲାଇଟରେ ହାଇଦ୍ରାବାଦ ଯିବା ଚର୍ଚ୍ଚା । ଅଧିକ ପଢନ୍ତୁ

କୋର୍ଟରେ ହାଜର ହେଲେ ହେମନ୍ତ, ହାଇଦ୍ରାବାଦ ଯିବେ ଜେଏମଏମ ସମର୍ଥିତ ମେଣ୍ଟର ବିଧାୟକ

ରାଞ୍ଚି: ଜମି ଘୋଟାଲା ମାମଲାରେ ଗତକାଲି ରାତିରେ ଗିରଫ ହୋଇଥିବା ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମଏମ କାର୍ଯ୍ୟକାରୀ ସଭାପତି ହେମନ୍ତ ସୋରେନଙ୍କୁ ଆଜି କୋର୍ଟରେ ହାଜର କରାଯାଇଛି । ଆଜି ଅପରାହ୍ନ ପ୍ରାୟ 2 ଟାରେ ରାଞ୍ଚି ସ୍ଥିତ ପିଏମଏଲଏ କୋର୍ଟରେ ତାଙ୍କୁ ହାଜର କରାଏଯାଇଛି । ଇଡି ଲମ୍ବା ଅବଧି ରିମାଣ୍ଡ ଆବେଦନ କରିବା ନେଇ ଅନୁମାନ କରାଯାଉଛି । ଏହାରି ମଧ୍ୟରେ ଗତକାଲି ସଂଧ୍ୟାରେ ଜେଏମଏମ ନେତୃତ୍ବାଧୀନ ମହାମେଣ୍ଟର ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିବା ଚମ୍ପାଇ ସୋରେନ ରାଜ୍ଯପାଳଙ୍କୁ ଆଜି ଅପରାହ୍ନ 3 ଟାରେ ଭେଟିବା ପାଇଁ ସମୟ ମାଗି ଏକ ଚିଠି ଲେଖିଥିଲେ । ହେଲେ ତାଙ୍କୁ ସାଢେ 5ଟାରେ ସାକ୍ଷାତ କରିବା ପାଇଁ ରାଜ୍ୟପାଳ ସମୟ ଦେଇଛନ୍ତି ।

ଏହାରି ମଧ୍ୟରେ ଅପରାହ୍ନରେ ଜଏମଏମ ନେତୃତ୍ବାଧୀନ ମହାମେଣ୍ଟର ସମସ୍ତ ବିଧାୟକଙ୍କୁ ଚାଟାର୍ଡ ଫ୍ଲାଇଟରେ ହାଇଦ୍ରାବାଦ ନେବା ପାଇଁ ଯୋଜନା ଥିବା କୁହାଯାଇଥିଲା । ହେଲେ ରାଜ୍ୟପାଳ ସଂଧ୍ୟାରେ ଭେଟିବା ପାଇଁ ସମ ଦେବା ପରେ ଏହି ଯୋଜନାରେ ପରିବର୍ତ୍ତନ କରାଯାଇପାରେ । ହେଲେ ସରକାର ଗଠନ ହେବାର ସମୟ ବିଳମ୍ବ ସାଙ୍ଗରେ ଘୋଡା ବେପାର ଭୟ ମଧ୍ୟ ବଢିଛି ।

ତେବେ ଗତକାଲିଠାରୁ ବିଧାୟକ ଦଳର ନୂଆ ନେତା ଚୟନ ଶେଷ କରିସାରିଛି ଜେଏମଏମ । ଏହା ସହ ସଂଧ୍ଯାରେ ହେମନ୍ତ ସୋରେନ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେବା ପରେ, ଚମ୍ପାଇ ସୋରେନ ଦଳୀୟ ବିଧାୟକଙ୍କ ସହ ରାଜଭବନ ଗସ୍ତ କରିଥିଲେ । ବିଧାୟକଙ୍କ ସମର୍ଥନପତ୍ର ସହ ସରକାର ଗଠନ କରିବାକୁ ଦାବି କରିବାକୁ ସମୟ ମାଗିଥିବା ବେଳେ ରାଜ୍ୟପାଳ ସମୟ ଦେଇନଥିଲେ । ତେଣୁ ବିଳମ୍ବ ହେଉଥିବା କାରଣରୁ ଜେଏମଏମ ଓ କଂଗ୍ରେସ ବିଧାୟକମାନଙ୍କୁ କଂଗ୍ରେସ ଶାସିତ ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦକୁ ସ୍ଥାନାନ୍ତରିତ କରାଯାଇପାରେ । ଏହାରି ମଧ୍ୟରେ ରାଜ୍ୟପାଳ ପୁଣି ସମୟ ଦେବାକୁ ରାଜି ହୋଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ :- ଅନ୍ତରୀଣ ବଜେଟ 2024: ସୁରକ୍ଷିତ ଯାତ୍ରାକୁ ଗୁରୁତ୍ୱ, ବନ୍ଦେ ଭାରତ ବଗି ହେବ 40 ହଜାର ସାଧାରଣ ବଗି

ଗତକାଲି ସଂଧ୍ୟାରେ ଦଳର ବରିଷ୍ଠ ନେତା ତଥା ହେମନ୍ତ କ୍ୟାବିନେଟରେ ପରିବହନ ମନ୍ତ୍ରୀ ଥିବା ଚମ୍ପାଇ ସୋରେନଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରାଯାଇଥିଲା । ହେଲେ ଆଜି ପର୍ଯ୍ୟନ୍ତ ସରକାର ଗଠନ ପ୍ରକ୍ରିୟା ଆଗକୁ ବଢିପାରୁନି । ଏହି ବିଳମ୍ବ ଘୋଡା ବେପାର ସମ୍ଭାବନାକୁ ମଧ୍ୟ ଜନ୍ମ ଦେଇଛି । ଯାହାକୁ ନେଇ ଜେଏମଏମ- କଂଗ୍ରେସ ମିଳିତ ମେଣ୍ଟ ଆଶଙ୍କାରେ ରହିଛି । ବିଧାୟକଙ୍କ ଉପରେ ନଜର ରଖାଯିବା ସହ ଦଳୀୟ ହ୍ବୀପ ମଧ୍ୟ ଜାରି କରାଯାଇଛି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.