ETV Bharat / politics

ପୁଅ ବରୁଣଙ୍କୁ ଟିକେଟ ନମିଳିବା ପ୍ରସଙ୍ଗରେ ଏମିତି କହିଲେ ମାନେକା - Maneka over ticket denial to Varun - MANEKA OVER TICKET DENIAL TO VARUN

BJP's Maneka Gandhi over ticket denial to Varun: ବରୁଣ ଗାନ୍ଧୀଙ୍କ ଟିକେଟ କଟିବା ପ୍ରସଙ୍ଗରେ ମାନେକା ଗାନ୍ଧୀ ରଖିଲେ ପ୍ରତିକ୍ରିୟା । କହିଲେ ବରୁଣ ଜଣେ ଭଲ ସାଂସଦ ଥିଲେ, ଦେଶ ପାଇଁ ଆଗକୁ ମଧ୍ୟ ଭଲ କାମ କରିବେ । ଯାହା ନିଷ୍ପତ୍ତି ନିଆଯାଇଛି, ଦଳ ନେଇଛି । ଅଧିକ ପଢନ୍ତୁ

ବରୁଣଙ୍କୁ ଟିକେଟ ନମିଳିବା ପ୍ରସଙ୍ଗରେ ମାନେକାଙ୍କ ମନ୍ତବ୍ୟ: ‘ଏହା ଦଳର ନିଷ୍ପତ୍ତି’

author img

By ETV Bharat Odisha Team

Published : Apr 8, 2024, 8:15 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ପିଲିଭିତରୁ 3ଥର ସାଂସଦ ଭାବେ ବିଜେପି ଟିକେଟରେ ନିର୍ବାଚିତ ହୋଇଥିବା ବରୁଣ ଗାନ୍ଧୀଙ୍କୁ ଦଳ ଏଥର ଟିକେଟ ଦେଇନି । ବରୁଣଙ୍କ ମା’ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧୀ କିନ୍ତୁ ଚଳିତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ପାଇଁ ଟିକେଟ ପାଇଛନ୍ତି । ସେ ସୁଲତାନପୁରରୁ ନିର୍ବାଚନ ଲଢୁଛନ୍ତି । ଆଜି ପୁଅ ବରୁଣଙ୍କ ଟିକେଟ କଟାଯିବା ପ୍ରସଙ୍ଗରେ ମାନେକାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏହାକୁ ଦଳୀୟ ନିଷ୍ପତ୍ତି କହିଛନ୍ତି ମାନେକା । ଏହି କ୍ଷେତ୍ରରେ ଦଳ ଯାହା ନିଷ୍ପତ୍ତି ଗ୍ରହଣ କରିଛି, ସେହି ଆଧାରରେ ବରୁଣଙ୍କୁ ଟିକେଟ ମିଳିନଥିବା ମାନେକା କହିଛନ୍ତି । ମାନେକା କହିଛନ୍ତି, ‘‘ଯାହା ନିଷ୍ପତ୍ତି ହୋଇଛି, ତାହା ଦଳୀୟ ନିଷ୍ପତ୍ତି । ବରୁଣ ଜଣେ ଭଲ ସାଂସଦ ଭାବେ କାମ କରିଛନ୍ତି । ସେ ଭବିଷ୍ୟତରେ ଯାହା ବି ହେବେ, ଦେଶ ପାଇଁ ଭଲ ହିଁ ହେବେ ।"

ବରୁଣଙ୍କ ଏହି ପାରମ୍ପରିକ ଆସନରେ ବିଜେପି ଏଥର ଉତ୍ତର ପ୍ରଦେଶ ପୂର୍ତ୍ତମନ୍ତ୍ରୀ ଜତୀନ ପ୍ରସାଦଙ୍କୁ ଟିକେଟ ଦେଇଛି । 1989 ରେ ମାନେକା ପ୍ରଥମ ଥର ଏହି ନିର୍ବାଚନ ମଣ୍ଡଳୀରୁ ଜନତା ଦଳ ଟିକେଟରେ ନିର୍ବାଚନ ଲଢିଥିଲେ । ଏହା ପରେ 2009 ରେ ଏହି ଆସନ ବରୁଣଙ୍କ ଦଖଲକୁ ଆସିଥିଲା । ଏଠାରେ ସେ 3ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । 2009 ରେ ପ୍ରଥମ ଥର ସଂସାଦ ହୋଇଥିବା ବରୁଣ 2014 ଓ 2019 ରେ ମଧ୍ୟ ସାମାନ ଆସନରୁ ନିର୍ବାଚନ ଜିତିଥିଲେ । ଏପ୍ରିଲ 19ରେ ପିଲିଭିତରେ ପ୍ରଥମ ପର୍ଯ୍ୟାୟରେ ଭୋଟିଂ ହେବାକୁ ଯାଉଛି ।

ଏହା ମଧ୍ୟ ପଢନ୍ତୁ:- ଉଡିବ ଶତ୍ରୁଙ୍କ ହୋସ; ଆସୁଛି ହାଇଟେକ ରାଇଫଲ AK 203, ଏକ ମିନିଟ୍‌ରେ 700 ରାଉଣ୍ଡ ଫାୟାରିଂ - INDIAN SOLDIERS AK 203 GUN

ତେବେ 2019 ନିର୍ବାଚନ ପରେ ସେ ନିଜ ଦଳ ବିଜେପି ବିରୋଧରେ ବିଭିନ୍ନ ପ୍ରସଙ୍ଗ ଉଠାଇବାରେ ଲାଗିଥିଲେ । ମୋଦି ସରକାର ନୀତି ଓ ନିଷ୍ପତ୍ତିକୁ କିଛି ପ୍ରସଙ୍ଗରେ ସମାଲୋଚନା କରି ଟ୍ବିଟ ମଧ୍ୟ କରିଥିଲେ । ଏହାକୁ ନେଇ ତାଙ୍କୁ ହୁଏତ ଦଳ ଟିକେଟ ଦେଇନପାରେ ବୋଲି ଚର୍ଚ୍ଚା ହେଉଥିଲା । ଯାହା ପରବର୍ତ୍ତୀ ସମୟରେ ସତ୍ୟ ପ୍ରମାଣିତ ହୋଇଥିଲା । ମା’ ମାନେକାଙ୍କୁ ଟିକେଟ ମିଳିଥିଲେ ସୁଦ୍ଧା ବରୁଣଙ୍କୁ ନିର୍ବାଚନୀ ପ୍ରତିଦ୍ବନ୍ଦ୍ବିତାରୁ ଦୂରେଇ ରଖିଛି ବିଜେପି । ନିକଟରେ ବରୁଣଙ୍କର ଏକ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଥିଲା । ସେ ମା’ ମାନେକାଙ୍କ ପାଇଁ ପ୍ରଚାର କରିବେ ବୋଲି କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.