ETV Bharat / politics

ପାରାଦ୍ୱୀପ ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର, ବିଧାୟକ ବନାମ ପୂର୍ବତନ ବ୍ଲକ ଅଧ୍ୟକ୍ଷ - Paradeep BJD - PARADEEP BJD

Paradeep BJD Conflict: ପାରାଦ୍ୱୀପରେ ବିଜେଡିର ଗୋଷ୍ଠୀ କନ୍ଦଳ । ବିଧାୟକ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ ମୁହାଁମୁହିଁ । ଅଧିକ ପଢନ୍ତୁ

Paradeep BJD inner Fight
Paradeep BJD inner Fight
author img

By ETV Bharat Odisha Team

Published : Apr 6, 2024, 8:48 AM IST

Updated : Apr 7, 2024, 6:37 AM IST

Paradeep BJD inner Fight

ଜଗତସିଂହପୁର: ଜିଲ୍ଲାର ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀରେ ବିଜେଡି ମଧ୍ୟରେ ଗୋଷ୍ଠୀ କନ୍ଦଳ ଉଗ୍ରରୂପ ଧାରଣ କରିଛି । ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ ଓ ପୂର୍ବତନ କୁଜଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ମୃତି ରଞ୍ଜନ ବେହେରାଙ୍କ ମଧ୍ୟରେ ଥିବା ବିବାଦ ଏବେ ତୀବ୍ର ହେବାର ଲାଗିଛି । ଉଭୟ ନେତା ଖୋଲାଖୋଲି ବିରୋଧ କରୁଥିବା ଦେଖିବାକୁ ମିଳିଛି । ବିଧାୟକଙ୍କୁ ପୂର୍ବତନ ବ୍ଲକ ଅଧ୍ୟକ୍ଷ ସିଧାସଳଖ ଟାର୍ଗେଟ କରିଥିବା ବେଳେ ବିଧାୟକ ମଧ୍ୟ ଏହାର କଡା ଜବାବ ରଖିଛନ୍ତି ।

ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଜଗତସିଂହପୁର ରାଜନୀତି ବେଶ ସରଗରମ ରହିଛି । ଏହାମଧ୍ୟରେ ପାରାଦ୍ୱୀପ ବିଜେଡିର ଗୋଷ୍ଠୀ କନ୍ଦଳ ଦାଣ୍ଡ ପଡି ଘାଟରେ ଗଡିଲାଣି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । କୁଜଙ୍ଗ ବ୍ଲକ ପୂର୍ବତନ ଅଧ୍ୟକ୍ଷ ଓ ବିଧାୟକ ମଧ୍ୟରେ ଗୋଷ୍ଠୀ କନ୍ଦଳ ଉଗ୍ରରୂପ ନେବାରେ ଲାଗିଛି । ସଭାସମିତିରେ ମଧ୍ୟ ଉଭୟ ନେତା ଅନ୍ୟଜଣଙ୍କୁ ଆକ୍ଷେପ କରିବାରେ ବାଦ ପଡୁନାହାନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ କୁଜଙ୍ଗ ବ୍ଲକ ପୂର୍ବତନ ଅଧ୍ୟକ୍ଷ ସ୍ମୃତି ରଞ୍ଜନ ବେହେରା ସମ୍ୱିତ ରାଉତରାୟଙ୍କୁ କଡା ସମାଲୋଚନା କରି କହିଛନ୍ତି, "ପାରାଦ୍ୱୀପ ବିଧାୟକ ଜଣେ ଅଳସୁଆ ବ୍ୟକ୍ତି ଅଟନ୍ତି । ବିଧାୟକ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ 5 ବର୍ଷ ହେବ ସେ କର୍ମୀମାନଙ୍କ ସହିତ ମିଶନ୍ତି ନାହିଁ କି କୌଣସି ସମସ୍ୟାର ସମାଧାନ କରନ୍ତି ନାହିଁ । ପାରାଦ୍ୱୀପ ପୌରାଞ୍ଚଳ, କୁଜଙ୍ଗ ଓ ତିର୍ତ୍ତୋଲ ବ୍ଲକର କିଛିଅଂଶ ମିଶି ପାରାଦ୍ୱୀପ ନିର୍ବାଚନ ମଣ୍ଡଳୀ ଗଠିତ । ବିଧାୟକ କେବେ କେଉଁ ପଞ୍ଚାୟତ ଯାଇ କର୍ମୀଙ୍କ ଦୁଃଖ ବୁଝିବା କି ସମସ୍ୟାର ସମାଧାନ କରିବା ପାଇଁ ଯାଆନ୍ତି ନାହିଁ ।"

ଏହାମଧ୍ୟ ପଢନ୍ତୁ.. ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାପତି ମୋନିଦୀପା ସର୍ଖେଲ - Monideepa Sarkhel

ଅନ୍ୟପଟେ ଏହାକୁ କାଉଣ୍ଟର କରିଛନ୍ତି ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାୟ । ସେ କହିଛନ୍ତି,"ପାରାଦ୍ୱୀପରେ ବିଜେଡି ଦଳ ଶକ୍ତିଶାଳୀ ହୋଇରହିଛି । ଯେଉଁ ହାତ ଗଣନ୍ତି କେତେଜଣ ମୋତେ ବିରୋଧ କରୁଛନ୍ତି ସେମାନେ ଦଳରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଛନ୍ତି । ଡାକ୍ତର ଦାମୋଦର ରାଉତ ପାରାଦ୍ୱୀପ କାହିଁକି ସାରା ଓଡ଼ିଶାରେ ଏକ ପରିଚିତ ବ୍ୟକ୍ତିତ୍ୱ । ତାଙ୍କ ଭଳି ଜଣେ ନେତାଙ୍କୁ ଏମାନେ ଯେଉଁଭଳି ଭାବରେ ସମାଲୋଚନା କରିଛନ୍ତି ତାହା ଠିକ ନୁହେଁ ।" ଆଗାମୀ ଦିନରେ ଦଳ ତାଙ୍କ ପରିବାରରୁ ଯାହାକୁ ଟିକେଟ ଦେବେ ତାଙ୍କ ପାଇଁ ସମସ୍ତ ବିଜେଡି କର୍ମୀ ଓ ନେତା ସମର୍ଥନ କରିବେ ବୋଲି ସମ୍ବିତ ରାଉତରାୟ କହିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

Last Updated : Apr 7, 2024, 6:37 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.