ETV Bharat / politics

ଲୋକସଭା ମୈଦାନରେ ଅଭିଜ୍ଞ ବନାମ ଅନଭିଜ୍ଞ ନେତା, କେମିତି ହେବ ଫାଇଟ - Lok Sabha Poll

Lok Sabha Poll: ରୋଚକ ସ୍ଥିତିରେ ଓଡ଼ିଶା ରାଜନୀତି । ଏଥର ନିର୍ବାଚନୀ ମୈଦାନରେ ଅଭିଜ୍ଞ ବନାମ ଅନଭିଜ୍ଞ ନେତା । କେମିତି ହେବ ଫାଇଟ ? କିଏ ମାରିବ ବାଜି ? ଅଭିଜ୍ଞଙ୍କ ଉପରେ ଅନଭିଜ୍ଞ ପଡିବେ କି ଭାରି ? ଏନେଇ ରାଜନୀତି ମହଲରେ ଚର୍ଚ୍ଚା ଜୋରଦାର । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 28, 2024, 4:52 PM IST

Lok Sabha Poll
Lok Sabha Poll
ଲୋକସଭା ମୈଦାନରେ ଅଭିଜ୍ଞ ବନାମ ଅନଭିଜ୍ଞ ନେତା

ଭୁବନେଶ୍ବର: ଚଳିତ 2024 ନିର୍ବାଚନ ପାଇଁ ବିଜେଡି ଲୋକସଭା ପାଇଁ 15 ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ବିଧାନସଭା ପାଇଁ 72 ଆସନରେ ପ୍ରାର୍ଥୀ ଦେଇସାରିଛି । ସେହିପରି ବିଜେପି 18 ଲୋକସଭା ଆସନରେ ପ୍ରାର୍ଥୀ ଦେଇସାରିଛି । ଘୋଷଣା ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରେ କେତେକ ଆସନରେ ଅଭିଜ୍ଞ ବନାମ ଅନଭିଜ୍ଞଙ୍କ ଲଢେଇ ଜୋରଦାର ହେବାକୁ ଯାଉଛି । ଗୋଟିଏ ଉଦାହରଣ ଦେଖିଲେ କେନ୍ଦ୍ରାପଡା ଆସନରେ ବିଜେପି ବୈଜୟନ୍ତ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ଅଂଶୁମାନ ମହାନ୍ତିଙ୍କୁ ପ୍ରାର୍ଥୀ କରିଛି । ବୈଜୟନ୍ତଙ୍କ ଭଳି ଜଣେ ଅଭିଜ୍ଞ ନେତାଙ୍କ ରଣନୀତି ଅଂଶୁମାନଙ୍କ ଉପରେ ଭାରି ପଡିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ବୈଜୟନ୍ତ ପଣ୍ଡା 2019 ଲୋକସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କଠାରୁ ପରାସ୍ତ ହୋଇଥିଲେ । 2009 ଏବଂ 2014ରେ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡା ଆସନରୁ ବିଜୟୀ ହୋଇଥିଲେ । ଦୁଇ ଦୁଇ ଥର ରାଜ୍ୟସଭାକୁ ମଧ୍ୟ ନିର୍ବାଚିତ ହୋଇଛନ୍ତି । ଜଣେ ଅଭିଜ୍ଞ ରାଜନେତା । ତାଙ୍କ ଆଗରେ ଅଂଶୁମାନଙ୍କ ପଲ୍ଲା ଭାରି ରହିନପାରେ । ବୈଜୟନ୍ତଙ୍କୁ ଟକ୍କର ଦେବାକୁ ଅଂଶୁମାନ କେତେ ପ୍ରସ୍ତୁତ ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ । 2009ରେ ବୈଜୟନ୍ତ 502,635 ଖଣ୍ଡ ଭୋଟ ପାଇଥିଲେ । ଭୋଟ ପ୍ରତିଶତ ଥିଲା 35.04 । ସେହିପରି 2014ରେ ବୈଜୟନ୍ତ କେନ୍ଦ୍ରାପଡା ଲୋକସଭା ଆସନରୁ ପାଇଥିଲେ 601574 ଖଣ୍ଡ ଭୋଟ ।

ଭୋଟ ପ୍ରତିଶତ ଥିଲା 35.04 । 2019 ଲୋକସଭା ନିର୍ବାଚନରେ ବୈଜୟନ୍ତ ପାଇଥିଲେ 447456ଖଣ୍ଡ ଭୋଟ ପାଇଥିଲେ । କିନ୍ତୁ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ପାଇଥିଲେ 628939ଖଣ୍ଡ ଭୋଟ । ଦୁଇଟି ଲୋକସଭା ନିର୍ବାଚନରେ ବୈଜୟନ୍ତ ଜିତିବା ଏବଂ ଗୋଟିଏରେ ପରାସ୍ତ ହେବା ଅନୁଭୂତିରୁ 2024 ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି ବୈଜୟନ୍ତ । ଯାହାକି ଅଂଶୁମାନଙ୍କ ଉପରେ ଭାରି ପଡିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ଏହା ବି ପଢନ୍ତୁ- ୨୪ ରଣ ପାଇଁ ବିଜେଡି ଯୋଦ୍ଧା ତୟାର: ସୁପ୍ରିମୋଙ୍କୁ ଦେଲେ ଧନ୍ୟବାଦ, ଝୁମିଲେ ସମର୍ଥକ

ସେହିପରି ପୁରୀ ସଂସଦୀୟ କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ଅରୁପ ପଟ୍ଟନାୟକ ବନାମ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର । 2019 ଲୋକସଭା ନିର୍ବାଚନରେ ଅରୁପ ପଟ୍ଟନାୟକ ଭୁବନେଶ୍ବର ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କଠାରୁ ପରାସ୍ତ ହୋଇଥିଲେ । ଅରୁପ ପଟ୍ଟନାୟକ ପାଇଥିଲେ 4,63,152 ଖଣ୍ଡ ଭୋଟ । ଅପରାଜିତା ପାଇଥିଲେ 4,86,991 ଖଣ୍ଡ ଭୋଟ । ଅରୁପଙ୍କ ଭୋଟ ପ୍ରତିଶତ 46.07 ଥିବା ବେଳେ ଅପରାଜିତାଙ୍କ ଭୋଟ ପ୍ରତିଶତ ଥିଲା 48.45। ଏପରି ଏକ ପରାଜୟର ସାମନା କରିଥିବା ଅରୁପ ପୁଣି ସମ୍ବିତ ପାତ୍ରଙ୍କର ସାମନା କରିବାକୁ ଯାଉଛନ୍ତି । 2019 ଲୋକସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ରଙ୍କଠାରୁ ହାରିଥିଲେ । 2019ରେ ଦୁଇ ହାରିଥିବା ନେତା ଏଥର ପ୍ରତିଦ୍ବନ୍ଦିତା କରିବାକୁ ଯାଉଛନ୍ତି । ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ଭୋଟ ମାଗିବ ବିଜେଡି । ମୋଦି ଗ୍ୟାରେଣ୍ଟିକୁ ନେଇ ଭୋଟ ମାଗିବେ ସମ୍ବିତ ପାତ୍ର । ଦେଖିବାର କଥା କାହା ଉପରେ କିଏ ଭାରି ପଡୁଛି ।

ଅନ୍ୟପଟେ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ 2024ରେ ଲଢେଇ ହେବାକୁ ଯାଉଛି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ ଏବଂ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀଙ୍କ ମଧ୍ୟରେ । 2019ରେ ପ୍ରଥମ ଥର ପାଇଁ ବିଜେପିରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ ଅପରାଜିତା । ଏଠାରେ ମନ୍ମଥ ଅନଭିଜ୍ଞ । ପ୍ରଥମ ଥର ପାଇଁ ରାଜନୀତିକୁ ଆସି ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି । ଅପରାଜିତାଙ୍କ ଅଭିଜ୍ଞତା ଆଗରେ ମନ୍ମଥଙ୍କ କିଛି ଅଭିଜ୍ଞତା ନାହିଁ । ଯାହାକି ଅପରାଜିତାକୁ ଦୁଇପାଦ ଆଗରେ ରଖିଛି । ତେଣୁ ମୋଟାମୋଟି କହିବାକୁ ଗଲେ ଅଭିଜ୍ଞ ବନାମ ଅନଭିଜ୍ଞଙ୍କ ଲଢେଇରେ କାହାର ହେଉଛି ବାଜିମାତ ତା ଉପରେ ଓଡିଶାବାସୀଙ୍କ ନଜର ରହିବ । କିନ୍ତୁ ଅଭିଜ୍ଞ ଯେ ଅନଭିଜ୍ଞଙ୍କୁ ମାତ ଦେଇପାରିବେ ନାହିଁ ସେ କଥାକୁ ମଧ୍ୟ ଏଡାଇ ଦିଆଯାଇନପାରେ ବୋଲି କହିଛନ୍ତି ବରିଷ୍ଠ ରାଜନୈତିକ ସମୀକ୍ଷକ ପ୍ରସନ୍ନ ମହାନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.