ETV Bharat / politics

ଲୋକସଭା ନିର୍ବାଚନ ପରେ ନିଶ୍ଚିତ ଗିରଫ ହେବେ ରାହୁଲ ଗାନ୍ଧୀ: ଆସାମ ମୁଖ୍ୟମନ୍ତ୍ରୀ - Lok Sabha news

Rahul Gandhi vs Himanta Sarma: ଲୋକସଭା ନିର୍ବାଚନ ପରେ ଗିରଫ ହେବେ ରାହୁଲ, କହିଲେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା । ହିଂସା ଭିଆଇବା ପାଇଁ ଲୋକଙ୍କୁ ଉତ୍ତେଜିତ କରିଥିବା ଅଭିଯୋଗରେ ମାମଲା ରୁଜୁ । ଅଧିକ ପଢନ୍ତୁ

ଲୋକସଭା ନିର୍ବାଚନ ପରେ ଗିରଫ ହେବେ ରାହୁଲ !
ଲୋକସଭା ନିର୍ବାଚନ ପରେ ଗିରଫ ହେବେ ରାହୁଲ !
author img

By ETV Bharat Odisha Team

Published : Jan 24, 2024, 9:53 PM IST

ନୂଆଦିଲ୍ଲୀ: 2024 ଲୋକସଭା ନିର୍ବାଚନ ପୂର୍ବରୁ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ବାହାର କରିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଡୁିଆ ବଢିବାରେ ଲାଗିଛି । ଯାତ୍ରାର ନେତୃତ୍ବ ନେଉଥିବା ରାହୁଲ ଗାନ୍ଧୀଙ୍କ ସମେତ ଏକାଧିକ ଦଳୀୟ ନେତାଙ୍କ ବିରୋଧରେ ଆସାମରେ ମାମଲା ରୁଜୁ ହୋଇଛି । ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ବେଳେ ଗୌହାଟୀରେ ପୋଲିସକୁ ଆକ୍ରମଣ କରିବା ଓ ଭିଡକୁ ହିଂସା ପାଇଁ ଉତ୍ତେଜିତ କରିବା ପରି ସଙ୍ଗୀନ ଅଭିଯୋଗରେ ରାହୁଲଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ଏନେଇ ନିଜେ ହେମନ୍ତ ବିଶ୍ବଶର୍ମା ନିଜେ ରାହୁଲଙ୍କ ଭିଡିଓ ପୋଷ୍ଟ କରିଥିଲେ । ପୋଲିସକୁ ମାମଲା ରୁଜୁ କରିବା ପାଇଁ ନିଜେ ବିଶ୍ବଶର୍ମା ହିଁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏବେ ବିଶ୍ବଶର୍ମାଙ୍କ ରାହୁଲଙ୍କ ସମ୍ପର୍କରେ ଆଉ ଏକ ମନ୍ତବ୍ୟ ମଧ୍ୟ ଆସିଛି । 2024 ଲୋକସଭା ନିର୍ବାଚନ ଶେଷ ହେବା ପରେ ରାହୁଲଙ୍କୁ ଗିରଫ କରିବ ଆସାମ ପୋଲିସ । ଏବେ ଗିରଫ କରାଗଲେ, କଂଗ୍ରେସ ଏହାକୁ ରାଜନୈତିକ ଆକ୍ରୋଷମୂଳକ କାର୍ଯ୍ୟାନୁଷ୍ଠାନ କହିବ ବୋଲି ବିଶ୍ବଶର୍ମା କହିଛନ୍ତି ।

ହେମନ୍ତ ବିଶ୍ବଶର୍ମା କହିଛନ୍ତି, ‘‘ରାହୁଲଙ୍କ ବିରୋଧରେ ମାମଲା ରୁଜୁ ହୋଇସାରିଛି । ଆସାମ ପୋଲିସ ଏକ ଏସଆଇଟି ଗଠନ କରି ଏହାର ତଦନ୍ତ କରିବ । ଲୋକସଭା ନିର୍ବାଚନ ଶେଷ ହେବା ପରେ ରାହୁଲ ଗାନ୍ଧୀଙ୍କର ଗିରଫଦାରୀକୁ ନିଶ୍ଚିତ କରାଯିବ । ମଙ୍ଗଳବାର ରାହୁଲ ଓ ଅନ୍ୟ କଂଗ୍ରେସ ନେତା ଯେପରି ଭିଡକୁ ଉତ୍ତେଜିତ କରିବାର କାମ କଲେ, କୌଣସି ବଡ ଅଘଟଣ ଘଟିବାର ଯଥେଷ୍ଟ ଆଶଙ୍କା ଥିଲା । ଆମ ପାଖରେ ରାହୁଲଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଛି । ମାତ୍ର ଏବେ ଗିରଫ କଲେ ଏହାକୁ ରାଜନୈତିକ କାର୍ଯ୍ୟାନୁଷ୍ଠାନ ବୋଲି କଂଗ୍ରେସ କହିବ ।’’

ଅନ୍ୟପଟେ ରାହୁଲ ଓ କଂଗ୍ରେସ ନେତାମାନେ ହେମନ୍ତ ବିଶ୍ବଶର୍ମାଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି । ଆସାମରେ ଯାତ୍ରାକୁ ରୋକାଯାଉଛି । ଲୋକଙ୍କୁ ଏହି ଯାତ୍ରାରେ ସାମିଲ ନହେବା ପାଇଁ ବିଜେପି ସରକାର ଧମକ ଦେଉଛି । ଯାତ୍ରାକୁ ନିର୍ଦ୍ଧାରିତ ରୁଟରେ ଯିବା ପାଇଁ ଅନୁମତି ମଧ୍ୟ ମିଳୁନି । ହେଲେ ବିଜେପି ଏପରି କରି ଯାତ୍ରାକୁ ଆହୁରି ଲୋକପ୍ରିୟ କରୁଛି । କଂଗ୍ରେସ ଏଥିରେ ଭୟଭୀତ ହେବ ନାହିଁ ବୋଲି ରାହୁଲ କହିସାରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ବଡ ଦୁର୍ଘଟଣାରୁ ବର୍ତ୍ତିଲେ ଦିଦି, ସାମାନ୍ୟ ଆହତ

ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା ନିଜେ ରାହୁଲଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଆସାମ ପୋଲିସ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଥିଲ । ରାହୁଲ ଓ କଂଗ୍ରେସର ବରିଷ୍ଠ ନେତା ଜିତେନ୍ଦ୍ର ସିଂଙ୍କ ଏକ ଭାଷଣର କ୍ଲିପ ମଧ୍ୟ ହେମନ୍ତ ବିଶ୍ବଶର୍ମା ତାଙ୍କ ‘ଏକ୍ସ’ ହ୍ୟାଣ୍ଡେଲର ପୋଷ୍ଟ କରିଥିଲେ । ଏହା ପରେ ରାହୁଲଙ୍କ ବିରୋଧରେ ଏକାଧିକ ଦଫାରେ ମାମଲା ମଧ୍ୟ ପୋଲିସ ରୁଜୁ କରିସାରିଛି । ସେହି ଆଧାରରେ ତଦନ୍ତ କରାଯାଇ ଲୋକସଭା ନିର୍ବାଚନ ଶେଷ ହେବା ପରେ ରାହୁଲଙ୍କୁ ନିଶ୍ଚିତ ଗିରଫ କରାଯିବ ବୋଲି ହେମନ୍ତ ବିଶ୍ବଶର୍ମା କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.