ETV Bharat / politics

ଲୋକସଭା ନିର୍ବାଚନରେ ପ୍ରଦୀପ ଓ ଭର୍ତ୍ତୃହରିଙ୍କ ପରି ନେତା ବିଜେଡି ପାଇଁ କ୍ଷତିକାରକ ହେବେ: ଅକ୍ଷୟ ସାହୁ - Impact on Loksabha Polls

author img

By ETV Bharat Odisha Team

Published : Mar 29, 2024, 6:06 PM IST

Loksabha Polls: ବିଜେପିରେ ଯୋଗ ଦେଇଛନ୍ତି ପ୍ରଦୀପ ପାଣିଗ୍ରାହୀ ଓ ଭର୍ତ୍ତୃହରି ମହତାବ । ଯେଉଁଥିପାଇଁ ଆସନ୍ତା ଲୋକସଭା ନିର୍ବାଚନରେ ବିଜେଡି ପ୍ରଭାବିତ ହେବାର ଆଶଙ୍କା ଥିବା ମତ ରଖିଛନ୍ତି ରାଜନୀତି ସମୀକ୍ଷକ । ଅଧିକ ପଢନ୍ତୁ

Loksabha Polls
Loksabha Polls

Loksabha Polls

ଭୁବନେଶ୍ବର: ବିଜେଡି ଛାଡି ନିକଟରେ ବିଜେପିରେ ଯୋଗ ଦେଇଛନ୍ତି ପ୍ରଦୀପ ପାଣିଗ୍ରାହୀ ଓ ଭର୍ତ୍ତୃହରି ମହତାବ । 'ସେମାନେ ବିଜେଡି ପାଇଁ ବିପଦଜନକ ହେବେ କି?' ବୋଲି ପ୍ରଶ୍ନ ଉଠିଛି । କାରଣ ଏହି ଦୁଇ ଜଣ ନେତା ଏବେ ବିଜେଡିକୁ ସମାଲୋଚନା କରିବା ଆରମ୍ଭ କରିଦେଇଛନ୍ତି । ଅପରପକ୍ଷେ ବିଜେଡି ମଧ୍ୟ ପଛରେ ନାହିଁ । ବିଶେଷ କରି ଭର୍ତ୍ତୃହରି ବିଜେପିରେ ଯୋଗଦେବାକୁ କଟାକ୍ଷ କରିଛି ବିଜେଡି । ବିଜେଡି ନେତା ମୁନା ଖାନ କହିଛନ୍ତି, "ଭର୍ତ୍ତୃହରି ହେଉଛନ୍ତି ବିଗ ଜିରୋ । ତାଙ୍କର ଓ୍ବାର୍ଡ ମେମ୍ବର ହେବାର କ୍ଷମତା ନାହିଁ ।" କିନ୍ତୁ ଯେତେ ସମାଲୋଚନା କଲେ ବି ଭର୍ତ୍ତୃହରି ଓ ପ୍ରଦୀପ ପାଣିଗ୍ରାହୀ ବିଜେଡି ପାଇଁ କ୍ଷତିକାରକ ହେବେ ବୋଲି କହିଛନ୍ତି ବରିଷ୍ଠ ରାଜନୈତିକ ସମୀକ୍ଷକ ଅକ୍ଷୟ ସାହୁ । ସେ କହିଛନ୍ତି, "ବିଜେଡି ଯେତେବେଳେ ତିଆରି ହୋଇଥିଲା ତାର ପ୍ରତିଷ୍ଠାତା ସଦସ୍ୟ ଭାବେ ଭର୍ତ୍ତୃହରି ମହତାବ, ତଥାଗତ ଶତପଥୀ ଏବଂ ବୈଜୟନ୍ତ ପଣ୍ଡାଙ୍କ ଉକ୍ତିର ମହତ୍ବ ରହୁଥିଲା । କଂଗ୍ରେସ ବିରୋଧରେ ଓଡିଶାର ଜନମତକୁ ପ୍ରଭାବିତ କରିବାରେ ସହାୟକ ହୋଇଥିଲା । ଭର୍ତ୍ତୃହରି ଜଣେ ଅଭିଜ୍ଞ ରାଜନେତା ।"

ସେ ଆହୁରି କହିଛନ୍ତି, "ପ୍ରଦୀପ ପାଣିଗ୍ରାହୀ 2004 ମସିହାରେ ଯେତେବେଳେ ବିଜେଡିରେ ସକ୍ରିୟ ଥିଲେ ସେତେବେଳେ ସେ ମୁଖ୍ୟମନ୍ତ୍ରୀଙ୍କର ଅତ୍ୟନ୍ତ ବିଶ୍ବସ୍ତ ଥିଲେ । ଧୀରେ ଧୀରେ ସେ ବିଶ୍ବାସ ହରାଇଲେ ସତ । କିନ୍ତୁ ଗଞ୍ଜାମ ରାଜନୀତିରେତାଙ୍କ ପତିଆରା ରହିଛି । ଏହି ଦୁଇ ନେତା ବିଜେପିରେ ଯୋଗ ଦେବା ପରେ ଚଳିତ ଲୋକସଭା ନିର୍ବାଚନରେ ବିଜେଡି ପାଇଁ ଲସ ହେବ ।"ତେବେ ଭର୍ତ୍ତୃହରି ମହତାବ ଛଅ ଛଅ ଥରର ସାଂସଦ । କଟକ ଲୋକସଭା ନିର୍ବାଚନ ମଣ୍ଡଳୀରୁ ସେ ନିର୍ବାଚିତ ହୋଇଛନ୍ତି । ଯଦି 2009, 2014 ଏବଂ 2019 ନିର୍ବାଚନ କଥା ବିଚାରକୁ ନିଆଯାଏ ତେବେ ସହଜରେ ଅନୁମାନ କରିହେବ ଭର୍ତ୍ତୃହରିଙ୍କ ପତିଆରା କେତେ । 2009 ଲୋକସଭା ନିର୍ବାଚନରେ ଭର୍ତ୍ତୃହରି ମହତାବ ପାଇଥିଲେ 4ଲକ୍ଷ 65ହଜାର 089ଖଣ୍ଡ ଭୋଟ । ଭୋଟ ପ୍ରତିଶତ ଥିଲା 57.15 ପ୍ରତିଶତ । ନିକଟତମ ପ୍ରତିଦ୍ବନ୍ଦୀ ବିଭୁତି ଭୂଷଣ ମିଶ୍ରଙ୍କୁ ସେ ହରାଇଥିଲେ । କଂଗ୍ରେସ ପ୍ରାର୍ଥୀ ବିଭୁତି ଭୂଷଣ ମିଶ୍ର ପାଇଥିଲେ 2ଲକ୍ଷ 28ହଜାର 797 ଖଣ୍ଡ ଭୋଟ । ଭୋଟ ପ୍ରତିଶତ ଥିଲା 28.11 । ସେହିପରି 2014 ଲୋକସଭା ନିର୍ବାଚନରେ ଭର୍ତ୍ତୃହରି ପାଇଥିଲେ 5ଲକ୍ଷ 26ହଜାର 085 ଖଣ୍ଡ ଭୋଟ । ଭୋଟ ପ୍ରତିଶତ ଥିଲା 53.75 । ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀ ଅପରାଜିତା ମହାନ୍ତିଙ୍କୁ ହରାଇଥିଲେ । ଅପରାଜିତା ପାଇଥିଲେ 2ଲକ୍ଷ 19ହଜାର 329ଖଣ୍ଡ ଭୋଟ । ଭୋଟ ପ୍ରତିଶତ ଥିଲା 22.41 ପ୍ରତିଶତ ।

ସେହିପରି 2019 ଲୋକସଭା ନିର୍ବାଚନରେ କଟକରେ ବିଜେଡିରୁ ପ୍ରାର୍ଥୀ ହୋଇ ଭର୍ତ୍ତୃହରି ପାଇଥିଲେ 5ଲକ୍ଷ 24ହଜାର 592 ଖଣ୍ଡ ଭୋଟ । ଭୋଟ ପ୍ରତିଶତ ଥିଲା 49.51 । ଭୋଟ ପ୍ରତିଶତ ଯଦିଓ ସାମାନ୍ୟ କମିଥିଲା କିନ୍ତୁ ବିଜୟୀ ହୋଇଥିଲେ ଭର୍ତ୍ତୃହରି । ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ରଙ୍କୁ ସେ ହରାଇଥିଲେ । ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ର ପାଇଥିଲେ 4ଲକ୍ଷ 3ହଜାର 391 ଖଣ୍ଡ ଭୋଟ । ଭୋଟ ପ୍ରତିଶତ ଥିଲା 38.07 ।ଗତ 3ଟି ନିର୍ବାଚନର ଫଳାଫଳକୁ ଲକ୍ଷ କଲେ 5 ଲକ୍ଷରୁ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି ଭର୍ତ୍ତୃହରି । ବିଜେପି କି କଂଗ୍ରେସ କାହାରି ରଣନୀତି କାମ କରିନାହିଁ । 2024 ନିର୍ବାଚନରେ ବିଜେଡି ଛାଡିଥିବା ଭର୍ତ୍ତୃହରି ବିଜେଡି ପାଇଁ କ୍ଷତିକାରକ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି।

ସେହିପରି ପ୍ରଦୀପ ପାଣିଗ୍ରାହୀ 2009, 2014 ଏବଂ 2019ରେ ଗୋପାଳପୁର ବିଧାନସଭା ଆସନରୁ ବିଜୟୀ ହୋଇଥିଲେ । 2009ରେ ପ୍ରଦୀପ ପାଣିଗ୍ରାହୀ 37ହଜାର 612 ଖଣ୍ଡ ଭୋଟ । ଭୋଟ ପ୍ରତିଶତ ଥିଲା 42.77 । ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀ ତ୍ରିନାଥ ବେହେରାଙ୍କୁ ହରାଇଥିଲେ । ତ୍ରିନାଥ ବେହେରା ପାଇଥିଲେ 18ହଜାର 854ଖଣ୍ଡ ଭୋଟ । ଭୋଟ ପ୍ରତିଶତ ଥିଲା 21.44 । ସେହିପରି 2014 ବିଧାନସଭା ନିର୍ବାଚନରେ ପ୍ରଦୀପ ପାଣିଗ୍ରାହୀ ପାଇଥିଲେ 55 ହଜାର 265ଖଣ୍ଡ ଭୋଟ । ଭୋଟ ପ୍ରତିଶତ ଥିଲା 46.98 । ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ବିଭୁତି ଭୂଷଣ ଜେନାଙ୍କୁ ସେ ହରାଇଥିଲେ । ବିଜେପି ପ୍ରାର୍ଥୀ ବିଭୁଚି ଭୂଷଣ ଜେନା ପାଇଥିଲେ 35ହଜାର 153ଖଣ୍ଡ ଭୋଟ । ଆଉ ଭୋଟ ପ୍ରତିଶତ ଥିଲା 29.88। ସେହିପରି 2019 ବିଧାନସଭା ନିର୍ବାଚନରେ ପ୍ରଦୀପ ପାଣିଗ୍ରାହୀ ପାଇଥିଲେ 61ହଜାର 628 ଖଣ୍ଡ ଭୋଟ । ଭୋଟ ପ୍ରତିଶତ ଥିଲା 45.69 । ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ବିଭୁତି ଭୂଷଣ ଜେନାଙ୍କୁ ସେ ହରାଇଥିଲେ । ବିଭୂତି ଭୂଷଣ ଜେନା ପାଇଥିଲେ 58ହଜାର 955 ଖଣ୍ଡ ଭୋଟ । ଭୋଟ ପ୍ରତିଶତ ଥିଲା 43.71।

ଏହା ମଧ୍ୟ ପଢନ୍ତୁ...ଗୋପାଳପୁରରେ ଦଳୀୟ ପ୍ରାର୍ଥୀଙ୍କୁ ଗୁରୁମନ୍ତ୍ର ଦେଲେ ପ୍ରଦୀପ ପାଣିଗ୍ରାହୀ - Election Preparation By Bjp

ଏହି 3ଟି ନିର୍ବାଟନରେ ପ୍ରଦୀପ ପାଣିଗ୍ରାହୀ ନିଜର ଦବଦବା ଜାହିର କରିଥିଲେ । ଏବେ ଏହି ଦୁଇ ନେତାଙ୍କୁ କେମିତି କାଉଣ୍ଟର କରିବ ବିଜେଡି ତାହା ଦଳ ପାଇଁ ମୁଖ୍ୟ ସମସ୍ୟା ହୋଇଛି । ଉପଯୁକ୍ତ ପ୍ରାର୍ଥୀ ଯୋଗାଡ କରିବା ବିଜେଡି ପାଇଁ ଚିନ୍ତାଜନକ ବିଷୟ ହୋଇଛି । ବ୍ରହ୍ମପୁର ଲୋକସଭାରୁ ବିଜେପି ପ୍ରାର୍ଥୀ ହୋଇସାରିଛନ୍ତି ପ୍ରଦୀପ । ଯାହା ବିଜେପି ପାଇଁ ଲାଭଦାୟକ ହେବ ବୋଲି ଆକଳନ କରାଯାଉଛି । ଭର୍ତ୍ତୃହରିଙ୍କୁ ପାଇବା ପରେ ବିଜେପି ମଧ୍ୟ ଲାଭବାନ ହେବେ ବୋଲି ଆକଳନ କରୁଛନ୍ତି ରାଜନୀତି ସମୀକ୍ଷକ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.