ETV Bharat / politics

ବିଜେପିରେ ମିଶିଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ - Hindol MLA joins BJP

Hindol MLA joins BJP: ବିିଜେଡିରୁ ଇସ୍ତଫା ଦେବା ପରେ ବିଜେପିରେ ସାମିଲ ହେଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ । ଟିକଟ କଟିବା ନେଇ ଅସନ୍ତୁଷ୍ଟ ଥିଲେ ବିଧାୟିକା । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Apr 24, 2024, 8:20 AM IST

Updated : Apr 24, 2024, 3:03 PM IST

Etv Bharat
Etv Bharat
ବିଜେପିରେ ମିଶିଲେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ

ଭୁବନେଶ୍ୱର: ପଦ୍ମ ଧରିଲେ ସୀମାରାଣୀ । ବିଜେଡିରୁ ଇସ୍ତଫା ଦେବା ପରେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ମଙ୍ଗଳବାର ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ପୂର୍ବତନ ବିଜେପି ସଭାପତି ସମୀର ନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବରେ ସେ ଦଳରେ ମିଶିଛନ୍ତି । ସୀମାରାଣୀଙ୍କ ସହ ତାଙ୍କର ବହୁସଂଖ୍ୟାରେ ସମର୍ଥକ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି ।

ବିଜେପିରେ ମିଶିବା ପରେ ହିନ୍ଦୋଳ ବିଧାୟିକା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶରେ ପ୍ରଭାବିତ ହୋଇ ସମସ୍ତେ ବିଜେପିରେ ସାମିଲ ହୋଇଛନ୍ତି । ୧୦ ବର୍ଷ ହିନ୍ଦୋଳରେ ବିଧାୟିକା ଭାବେ ଅନେକ କାର୍ଯ୍ୟ କରିଛି ମାତ୍ର ବିଜେଡି ମୋ ସହ ପ୍ରତାରଣା କରିଛି । ହିନ୍ଦୋଳ ଅଞ୍ଚଳର କାହାକୁ ଟିକଟ ଦେଇଥିଲେ ମୋର ଆପତ୍ତି ନଥିଲା ମାତ୍ର ତାଳଚେରରୁ ଜଣକୁ ଆଣି ଟିକଟ ଦେବା ମୋତେ ବ୍ୟଥିତ କରିଛି । ବିଜେପି ଢେଙ୍କାନାଳ ସାଂସଦ ପ୍ରାର୍ଥୀ ରୁଦ୍ର ନାରାୟଣ ପାଣିଙ୍କୁ ଜିତାଇବାରେ ସାହାଯ୍ୟ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତ ମୁଠାକୁ ଟାଣ କରିବୁ ବୋଲି କହିଛନ୍ତି । ସେହିପରି ଆଜି ଯେଉଁମାନେ ସାମିଲ ହେଲେ ସେମାନେ ଯୋଗଦାନ ଦ୍ୱାରା ରାଜ୍ୟରେ ବିଜେପି ଆହୁରି ଶକ୍ତିଶାଳୀ ହେବ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ଏହା ମଧ୍ୟ ପଢନ୍ତୁ: କଟିଲା ଟିକେଟ; ବିଜେଡି ଛାଡିଲେ ସୀମାରାଣୀ, ଆଜି ବିଜେପିରେ ମିଶିପାରନ୍ତି - Hindol MLA Quits BJD

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସୋମବାର ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଥିବା ବେଳେ ହିନ୍ଦୋଳ ବିଧାନସଭା ଆସନରୁ ଚଳିତ ଥର ବିଧାୟିକା ସୀମାରାଣୀ ନାୟକଙ୍କ ବଦଳରେ ମହେଶ ସାହୁଙ୍କୁ ପ୍ରାର୍ଥୀ କରିଥିଲା । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ସୀମାରାଣୀ । ଟିକଟ୍ କଟିଲା ପରେ ବିଳମ୍ବିତ ରାତିରେ ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ତେବେ ତାଙ୍କୁ ଟିକଟ ନମିଳିବା ପଛରେ ସେ କିଛି ମୁଷ୍ଠିମେୟ ଲୋକଙ୍କୁ ଦାୟୀ କରିଛନ୍ତି ।

ସୀମାରାଣୀ ନାୟକଙ୍କ ବିଜେଡି ଟିକଟରେ ହିନ୍ଦୋଳ ଆସନରୁ ୨୦୧୪ ଓ ୨୦୧୯ରେ ବିଜୟୀ ହୋଇଥିଲେ । କିନ୍ତୁ ଚଳିତ ନିର୍ବାଚନରେ ଦଳ ତାଙ୍କୁ ଆଉ ସୁଯୋଗ ଦେଇନଥିଲା । ତାଙ୍କ ବଦଳରେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କୁ ଏଠାରୁ ପ୍ରାର୍ଥୀ କରିଛି ବିଜେଡି । ସେହିପରି ଢେଙ୍କାନାଳ ଲୋକସଭା ଆସନରୁ ଅବିନାଶ ସାମଲଙ୍କୁ ଟିକଟ ଦେଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 24, 2024, 3:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.