ETV Bharat / politics

ପୁରୀରେ ବିଜେଡି ମଧ୍ୟରେ ଛକାପଞ୍ଝା, ମହିଳା ସମାବେଶ କରି ଶକ୍ତି ପ୍ରଦର୍ଶନ କଲେ ଶୁଭାଶିଷ

Groupism in BJD in Puri: ଆଗାମୀ ନିର୍ବାଚନ ରେ ପୁରୀ ବିଧାନସଭା ଆସନ ଟିକଟ ପାଇଁ ସ୍ବର୍ଗତ ମହେଶ୍ଵର ମହାନ୍ତିଙ୍କ ପୁଅ ସୁନିଲ ମହାନ୍ତି ଓ ଯୁବ ବିଜେଡ଼ି ନେତା ଶୁଭାଶିଷ ଖୁଣ୍ଟିଆ ମଧ୍ୟରେ ଶୀତଳଯୁଦ୍ଧ । ଶୁଭାଶିଷ ଖୁଣ୍ଟିଆଙ୍କ ନେତୃତ୍ଵରେ ଶ୍ରୀକ୍ଷେତ୍ର ବିକାଶ ସଂକଳ୍ପ ମହିଳା ସମାବେଶ ଓ ପଦଯାତ୍ରା ଅନୁଷ୍ଠିତ । ଅଧିକ ପଢନ୍ତୁ

ପୁରୀରେ ବିଜେଡି ମଧ୍ୟରେ ଛକାପଞ୍ଝା, ସମାବେଶ କରି ଶକ୍ତି ପ୍ରଦର୍ଶନ କଲେ ଶୁଭାଶିଷ

author img

By ETV Bharat Odisha Team

Published : Jan 25, 2024, 7:57 PM IST

ପୁରୀରେ ବିଜେଡି ମଧ୍ୟରେ ଛକାପଞ୍ଝା, ସମାବେଶ କରି ଶକ୍ତି ପ୍ରଦର୍ଶନ କଲେ ଶୁଭାଶିଷ

ପୁରୀ : ଆଗକୁ ଆସୁଛି ସାଧାରଣ ନିର୍ବାଚନ । ତେଣୁ ରାଜ୍ୟରେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଚାଲିଛି ଅଙ୍କକଷା । ଏହି କ୍ରମରେ ପୁରୀରେ ବିଜେଡି ମଧ୍ୟରେ ଚାଲିଛି ଛକାପଞ୍ଝା । ଆଗାମୀ ନିର୍ବାଚନ ରେ ପୁରୀ ବିଧାନସଭା ଆସନ ଟିକଟ ବିଜେଡି କାହାକୁ ଦେବ ସେ ନେଇ ଚାଳିଛି ଚର୍ଚ୍ଚା । ବରିଷ୍ଠ ବିଜେଡି ନେତା ସ୍ବର୍ଗତ ମହେଶ୍ଵର ମହାନ୍ତିଙ୍କ ପୁଅ ସୁନିଲ ମହାନ୍ତି ଓ ଯୁବ ବିଜେଡ଼ି ନେତା ଶୁଭାଶିଷ ଖୁଣ୍ଟିଆ ମଧ୍ୟରେ କିଏ ହେବ ପାର୍ଟି ଟିକେଟର ଦାବିଦାର , ସେ ନେଇ ଏବେ ଠାରୁ ରାଜନୀତି ସରଗରମ ହୋଇଛି । ତେବେ ଦଳର ସୁପ୍ରିମୋଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଶୁଭାଶିଷ ପୁରୀ ରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ।

ପୁରୀ ବିଜେଡିର ଯୁବ ନେତା ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ରାଜ୍ୟ ଉପସଭାପତି ଶୁଭାଶିଷ ଖୁଣ୍ଟିଆ ପୁରୀ ରେ ତାଙ୍କ ଏକ ବିଶାଳ ଶୋଭାଯାତ୍ରା କରିଛନ୍ତି । ଶୁଭାଶିଷ ଖୁଣ୍ଟିଆଙ୍କ ନେତୃତ୍ଵରେ ଶ୍ରୀକ୍ଷେତ୍ର ବିକାଶ ସଂକଳ୍ପ ମହିଳା ସମାବେଶ ଓ ପଦଯାତ୍ରା ଅନୁଷ୍ଠିତ ହୋଇଛି । ଏଥିରେ ହଜାର ହଜାର ମହିଳା ଯୋଗ ଦେଇ ବଡ଼ଦାଣ୍ଡରେ ବିଶାଳ ପଦଯାତ୍ରା ରେ ସାମିଲ ହୋଇଥିଲେ । ଶରଧାବାଲି ସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚଠାରୁ ପଦଯାତ୍ରା ରେ ବାହାରି ବଗଳା ଧର୍ମଶାଳା ନିକଟରେ ପହଞ୍ଚିଥିଲା ବିଜେଡି ଶୋଭାଯାତ୍ରା । ସେଠାରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ ... ଫେବୃଆରୀ ୩ରେ ଓଡ଼ିଶା ଆସିବେ ମୋଦି

ବିଜେଡିର ଶକ୍ତି ବଢ଼ାଇବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ଜିତାଇବା ଲାଗି ସମସ୍ତ ଦଳୀୟକର୍ମୀ ଏକାଠି ହୋଇ ପ୍ରୟାସ କରିବାକୁ ଶୁଭାଶିଷ ମଞ୍ଚ ଉପରୁ ଆହ୍ବାନ ଦେଇଥିଲେ । ପୁରୀ ଶ୍ରୀମନ୍ଦିର ପରିକ୍ରମ ପ୍ରକଳ୍ପର ନିର୍ମାଣରେ ମୁଖ୍ୟମନ୍ତ୍ରୀ ଙ୍କ ଅବଦାନ ଓ ସମସ୍ତଙ୍କ ସମସ୍ୟା ସମାଧାନ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ କିପରି କାମ କରୁଛନ୍ତି ସେ ନେଇ ଆଲୋଚନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ବିଜେଡି ନେତା , କାଉନସିଲର ଯୋଗ ଦେଇଥିଲେ । ଆଗାମୀ ଦିନରେ ପୁରୀ ସହରର ୩୨ଟି ୱାର୍ଡ଼ ଏବଂ ସଦରର ୨୨ଟି ପଞ୍ଚାୟତରେ ଏହି ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ ନିଷ୍ପତ୍ତି ହୋଇଛି । ପୁରୀ ରାଜନୀତିରେ ଗୁରୁତ୍ବ ରଖୁଥିବା ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ଦେହାନ୍ତ ପରେ ପୁରୀ ବିଧାନସଭାର ଟିକେଟ ପାଇଁ ଦୁଇଟି ଗୋଷ୍ଠୀ ଲବି ଚଳାଇଛନ୍ତି । ବର୍ତ୍ତମାନ ପୁରୀ ବିଧାନସଭାରେ ବିଜେପି ତରଫରୁ ଜୟନ୍ତ ଷଡଙ୍ଗୀ ବିଧାୟକ ଅଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.