ETV Bharat / politics

ବିଜେଡି ଛାଡିଲେ ଦୁଇ ପୂର୍ବତନ ବିଧାୟକଙ୍କ ସମେତ 4 ନେତା - two former MLAs quit BJD - TWO FORMER MLAS QUIT BJD

Four senior leaders including two former MLAs quit BJD: ଗଞ୍ଜାମରେ BJD ଛାଡିଲେ ଦୁଇ ପୂର୍ବତନ ବିଧାୟକଙ୍କ ସମେତ ଚାରି ନେତା । ଟିକେଟ ଓ ଅନ୍ୟ ପ୍ରସଙ୍ଗରେ ଝାଡିଲେ ଅସନ୍ତୋଷ । ବିଜେଡି କହିଲା କିଛି ପ୍ରଭାବ ପଡିବନାହିଁ । ଅଧିକ ପଢନ୍ତୁ

BJD ଛାଡିଲେ ଦୁଇ ପୂର୍ବତନ ବିଧାୟକଙ୍କ ସମେତ ଚାରି ନେତା

author img

By ETV Bharat Odisha Team

Published : Apr 16, 2024, 8:32 AM IST

BJD ଛାଡିଲେ ଦୁଇ ପୂର୍ବତନ ବିଧାୟକଙ୍କ ସମେତ ଚାରି ନେତା

ବ୍ରହ୍ମପୁର: ନିର୍ବାଚନ ପୂର୍ବରୁ ବିଜେଡି ଛାଡିଲେ ଗଞ୍ଜାମ ଜିଲ୍ଲାର ଦୁଇ ପୂର୍ବତନ ବିଧାୟକଙ୍କ ସମେତ ଚାରି ବରିଷ୍ଠ ନେତା । ବ୍ରହ୍ମପୁରର ପୂର୍ବତନ ବିଧାୟକ ଶିବ ଶଙ୍କର ସାହାଣୀ, ହିଞ୍ଜିଳିକାଟୁର ପୂର୍ବତନ ବିଧାୟକ ହରିହର ସାହୁଙ୍କ ସମେତ ବ୍ରହ୍ମପୁର ମ୍ୟୁନିସପାଲଟିର ପୂର୍ବତନ କର୍ପୋରେଟର ତଥା ବିଜେଡି ରାଜ୍ୟ ମହିଳା ମୋର୍ଚ୍ଚାର ଉପ-ସଭାନେତ୍ରୀ ଜେ.ସୁଷମା ରାଣୀ ଓ ବ୍ରହ୍ମପୁରର ପୂର୍ବତନ ଉପ-ନଗରପାଳ ଜାମୁଲା ଶଙ୍କର ନାରାୟଣ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।

ସେମାନେ ସେମାନଙ୍କ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିବା ଗତକାଲି(ସୋମବାର) ପ୍ରେସମିଟରେ ସ୍ପଷ୍ଟ କରିଛନ୍ତି । ଦୀର୍ଘ ବର୍ଷ ଧରି ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାରେ ପ୍ରଥମେ ଜନତା ଦଳ ଏବଂ ପରେ ବିଜୁ ଜନତା ଦଳରେ କାର୍ଯ୍ୟ କରି ଆସିଥିବା ଏହି ନେତାମାନେ ଗତ କିଛି ମାସ ଧରି ଲଗାତର ଭାବରେ ଦଳରେ ଅବହେଳା ହେଉଥିବା କାରଣରୁ ଶେଷରେ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି ।

ଶିବ ଶଙ୍କର ସାହାଣୀ (ପୂର୍ବତନ ବିଧାୟକ,ବ୍ରହ୍ମପୁର)

ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ 1985ରୁ 1990 ମସିହା ପର୍ଯ୍ୟନ୍ତ ବିଧାୟକ ଭାବରେ ବିଜୟୀ ହୋଇଥିବା ଶିବ ଶଙ୍କର ସାହାଣୀ ପରବର୍ତ୍ତୀ ସମୟରେ ଗତ 2014 ମସିହାରେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ଦଳର ଉପସଭାପତି ଦାୟିତ୍ୱ ମଧ୍ୟ ମିଳିଥିଲା । ହେଲେ ଗତ 11ବର୍ଷ ଧରି କାର୍ଯ୍ୟ କରି ଆସୁଥିବାବେଳେ ବାରମ୍ୱାର ଦଳରେ ଅଣଦେଖା ନେଇ 2023 ଡିସେମ୍ୱରରେ ବ୍ରହ୍ମପୁର ସହରର ଇଞ୍ଜିନିୟରିଂ ସ୍କୁଲର ରାଜସ୍ୱ ବଙ୍ଗଳାରେ ଜିଲ୍ଲାର ଅନ୍ୟ ପୁରାତନ ବିଧାୟକଙ୍କ ସହିତ ଏକ ବୈଠକ କରିଥିଲେ ସାହାଣୀ । କ'ଣ କଲେ ଦଳର ସାଙ୍ଗଠିକ ସ୍ଥିତିରେ ଉନ୍ନତି ହେବ, ସେନେଇ ଦଳୀୟ ସୁପ୍ରିମୋଙ୍କୁ ପତ୍ର ଲେଖିଥିଲେ 6 ଜଣ ନେତା ।

ପରବର୍ତ୍ତୀ ସମୟରେ ଫେବୃଆରୀରେ ନବୀନ ନିବାସରୁ ଡାକରା ଆସିଥିଲା । ଦଳ କିପରି ଚାଲିଛି କ'ଣ ଆଭିମୁଖ୍ୟ ରହିବାର ଆବଶ୍ୟକତା ରହିଛି, ତାହାକୁ ନେଇ ଦଳୀୟ ନେତୃବୃନ୍ଦଙ୍କ ସହିତ ଆଲୋଚନା କରାଯାଇଥିଲା । ସେହି ସମୟରେ ଦଳୀୟ ଟିକେଟ ପାଇଁ ବ୍ରହ୍ମପୁରରୁ ଆଶାୟୀ ରହିଥିବା ଦର୍ଶାଇ ଟିକେଟ ପାଇଁ ଆବେଦନ କରିଥିଲେ ସାହାଣୀ । ହେଲେ ଶେଷରେ ଯେପରି ଭାବରେ ଟିକେଟ ବଣ୍ଟନ ହେଲା ତାହାକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଦଳରେ ଆଉ ଗଣତନ୍ତ୍ର ନଥିବା କହି ସେ ଇସ୍ତଫା ଦେଇଥିଲେ ମଧ୍ୟ ଅନ୍ୟ କେଉଁ ଦଳକୁ ଯିବା କଥା ସ୍ଥିର କରିନଥିବା କହିଛନ୍ତି ।

ହରିହର ସାହୁ (ପୂର୍ବତନ ବିଧାୟକ-ହିଞ୍ଜିଳିକାଟୁ)

ଜନତା ପାର୍ଟିରୁ ଆରମ୍ଭ କରି ବିଜେଡି ସହିତ ରହି ଆସିଥିବା ହରିହର ସାହୁ ଶେଷରେ ଦଳରୁ ଇସ୍ତଫା ଦେଇଥିବା କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିକାଟୁରୁ ପ୍ରତିଦ୍ୱନ୍ଦିତା କରିବା ପୂର୍ବରୁ ହରିହର ଏଠାରୁ ପ୍ରତିଦ୍ୱନ୍ଦିତା କରିଆସୁଥିବା ବେଳେ ଗତ କିଛି ବର୍ଷ ଧରି ଲଗାତର ଭାବରେ ସାଧାରଣ ଲୋକେ ମିଶି ପାରୁନଥିବା ବେଳେ ଲୋକଙ୍କ ଆବଶ୍ୟକତା ଅନୁଯାୟୀ କାର୍ଯ୍ୟ ହେଉନଥିବା କହିବା ସହିତ ତାଙ୍କର ରହିଥିବା ଅସନ୍ତୋଷକୁ ନେଇ ସେ ଦଳରୁ ଇସ୍ତଫା ଦେଇଥିବା କହିଛନ୍ତି । ଏପରିକି ଗତ ନିର୍ବାଚନରେ ତାଙ୍କୁ ଦଳ ଯାହା ଦାୟିତ୍ୱ ଦେଇଥିଲା ତାହାକୁ ସେ କାର୍ଯ୍ୟକାରୀ କରିଥିଲେ ବୋଲି କହିଛନ୍ତି ।

ଜେ.ସୁଷମା ରାଣୀ (ଉପସଭାନେତ୍ରୀ, ରାଜ୍ୟ ମହିଳା ସେଲ )

ବ୍ରହ୍ମପୁର ମ୍ୟୁନିସପାଲଟିରେ ଗତ 2004-2008 ଧରି କର୍ପୋରେଟର ରହିଥିବା ଜେ.ସୁଷମା ରାଣୀ ପରବର୍ତ୍ତୀ ସମୟରେ ବିଜୁ ଜନତା ଦଳରେ ଯୋଗଦାନ କରିବା ସହିତ ଦଳର ରାଜ୍ୟ ମହିଳା ସେଲର ଉପସଭାନେତ୍ରୀ ଭାବରେ ରହିଥିଲେ । ଦଳ ପକ୍ଷରୁ ସେ ସମସ୍ତ ପ୍ରକାର କାର୍ଯ୍ୟ କରୁଥିବା ବେଳେ ଚଳିତଥର ସେ ବ୍ରହ୍ମପୁରରୁ ଦଳୀୟ ଟିକେଟ ପାଇଁ ଆଶାୟୀ ରହିଥିଲେ । ହେଲେ ସେ ମଧ୍ୟ ଟିକେଟ ପାଇନାହାନ୍ତି । ସ୍ଥାନୀୟ ଲୋକଙ୍କୁ ଗୁରୁତ୍ୱ ଦିଆଯାଇନାହିଁ ତାହାକୁ ନେଇ ସମାଲୋଚନା କରିଛନ୍ତି । ଏପରିକି ଗତ 24 ବର୍ଷ ମଧ୍ୟରେ ବ୍ରହ୍ମପୁରର ସ୍ୱାସ୍ଥସେବା କ୍ଷେତ୍ରରେ ସୁଧାର ଆସିନଥିବା ଅଭିଯୋଗ କରିଛନ୍ତି ସୁଷମା ।

ଜାମୁଲା ଶଙ୍କର ନାରାୟଣ (ପୂର୍ବତନ ଉପ-ନଗରପାଳ, ବ୍ରହ୍ମପୁର)

ବ୍ରହ୍ମପୁର ମ୍ୟୁନିସପାଲଟିର ପୂର୍ବତନ ଉପ-ନଗରପାଳ ଜାମୁଲା ଶଙ୍କର ନାରାୟଣ ମଧ୍ୟ ଦଳରୁ ଇସ୍ତଫା ଦେଇଥିବା ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଦୀର୍ଘ ବର୍ଷ ଧରି ଦଳରେ ରହି ଆସୁଥିବା ବେଳେ କେବଳ ବ୍ରହ୍ମପୁରରେ ଜଣେ ପ୍ରାର୍ଥୀଙ୍କୁ ହିଁ ବାରମ୍ୱାର ଟିକେଟ ଦିଆଯିବା ଏବଂ ସ୍ଥାନୀୟ ନେତାଙ୍କୁ ଏଠାରେ ଗୁରୁତ୍ୱ ଦିଆଯାଉନଥିବା ଅଭିଯୋଗ ଆଣିବା ସହିତ ସହରର ବିକାଶମୂଳକ କାର୍ଯ୍ୟ ପ୍ରତି ଗୁରୁତ୍ୱ ଦିଆଯାଉନଥିବା ଅଭିଯୋଗ କରିଛନ୍ତି । ଏହାକୁ ନେଇ ପ୍ରଶ୍ନ ଉଠାଇଲେ, ସମାଲୋଚନା କରାଯାଉଥିବା ଏବଂ ଦଳୀୟ ଫୋରମରେ ଏହାକୁ ଉଠାଇବାର ସୁଯୋଗ ମିଳିନଥିବା କହିଛନ୍ତି ଜାମୁଲା ।

ସେପଟେ ଏହି ଅଭିଯୋଗ ପରେ ଘଟଣା ନେଇ ଗଞ୍ଜାମ ଜିଲ୍ଲାର ବିଜୁ ଜନତା ଦଳର ସଭାପତି ତଥା ବର୍ତ୍ତମାନର ବ୍ରହ୍ମପୁରର ଦଳୀୟ ବିଧାୟକ ରୂପେ ପ୍ରାର୍ଥୀ ହୋଇଥିବା ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ କହିଛନ୍ତି ଦଳ ଛାଡିଥିବା ଚାରି ଜଣ ବରିଷ୍ଠ ନେତାଙ୍କ ପ୍ରତି ଦଳର ସମ୍ମାନ ରହିଆସିଥିଲା । ସେମାନେ ଚାଲିଗଲା ପରେ ଦଳର କୌଣସି ପ୍ରଭାବ ପଡିବ ନାହିଁ । 1997 ମସିହାରୁ ଏହି ଦଳରେ ଯେତେ ପ୍ରଭାବଶାଳୀ ଲୋକେ ଗଲେ ମଧ୍ୟ କୌଣସି ପ୍ରଭାବ ପଡୁନଥିବା ବେଳେ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ହାର ମାନିଛନ୍ତି । ପୁଣିଥରେ ନବୀନ ପଟ୍ଟନାୟକ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ଚ୍ୟାଉ ପଟ୍ଟନାୟକ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.