ETV Bharat / politics

JMM ଛାଡିଲେ ଚମ୍ପାଇ ସୋରେନ; ଇସ୍ତଫା ପତ୍ରରେ ଅସନ୍ତୋଷ ଝାଡିଲେ, ଭାବବିହ୍ବଳ ହେଲେ - Champai Soren Quits JMM - CHAMPAI SOREN QUITS JMM

Champai Soren Resigns JMM: ହେମନ୍ତ ସୋରେନଙ୍କୁ ଝଟକା । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଛାଡିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ । ଦଳର କାର୍ଯ୍ୟ ଶୈଳୀ ଉପରେ ଅସନ୍ତୋଷ ପ୍ରକାଶ କରି ନେଇଛନ୍ତି ଏପରି ନିଷ୍ପତ୍ତି । ଅଧିକ ପଢନ୍ତୁ

Champai Soren Resigns JMM
Champai Soren Resigns JMM (IANS)
author img

By ETV Bharat Odisha Team

Published : Aug 29, 2024, 7:13 AM IST

Updated : Aug 29, 2024, 7:19 AM IST

ରାଞ୍ଚି: ଜେଏମଏମ ଛାଡିଲେ ଝାଡଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ । ଦଳରୁ ପ୍ରାଥମିକ ସଦସ୍ୟ ପଦ ଓ ସମସ୍ତ ଦଳୀୟ ପଦବୀରୁ ଇସ୍ତଫା ଦେଇଛନ୍ତି ଚମ୍ପାଇ । ଦଳର କାର୍ଯ୍ୟ ଶୈଳୀ ଓ ନୀତିରେ ଅତିଷ୍ଟ ହୋଇ ଏପରି ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିବା କହିଛନ୍ତି । ଆସନ୍ତାକାଲି (ଶୁକ୍ରବାର) ସେ ବିଜେପିରେ ସାମିଲ ହେବେ ଚମ୍ପାଇ । ଏହା ପୂର୍ବରୁ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟକ ଓ ମନ୍ତ୍ରୀ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି ।

'ସାଧାରଣ ଲୋକଙ୍କ ପାଇଁ ଲଢେଇ ଜାରି ରଖିବି': ଏକ୍ସରେ ଇସ୍ତଫା ପତ୍ର ସେୟାର କରି ସୋରେନ ଲେଖିଛନ୍ତି , ''ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରାଥମିକ ସଦସ୍ୟତା ଏବଂ ଦଳର ସମସ୍ତ ପଦବୀରୁ ମୁଁ ଇସ୍ତଫା ଦେଇଛି। ମୁଁ ଝାଡଖଣ୍ଡର ଆଦିବାସୀ, ଦଳିତ, ପଛୁଆ ତଥା ସାଧାରଣ ଲୋକଙ୍କ ପ୍ରସଙ୍ଗରେ ଲଢେଇ ଜାରି ରଖିବି। '' ଦଳର ସୁପ୍ରିମୋ ଶିବୁ ସୋରେନଙ୍କୁ ଇସ୍ତଫା ପତ୍ର ଲେଖିଥିଲେ ସୋରେନ । ଜେଏମଏମର ବର୍ତ୍ତମାନର କାର୍ଯ୍ୟ ଶୈଳୀରେ ଅସନ୍ତୋଷ ପ୍ରକାଶ କରି ଦଳରୁ ବିଦାୟ ନେବାକୁ ବାଧ୍ୟ ହୋଇଥିବା କହିଛନ୍ତି।

'ଶିବୁ ସୋରେନ ମୋର ମାର୍ଦଦର୍ଶକ ହୋଇ ରହିବେ': ସେ ଆହୁରି ମଧ୍ୟ ଲେଖିଛନ୍ତି, '' ମୁଁ କେବେ ବି ସ୍ୱପ୍ନରେ ମଧ୍ୟ ଭାବି ନଥିଲି ଯେ ଜେଏମଏମ ଛାଡିବି । ଯାହା ମୋ ପରିବାର ପରି ଅଟେ । ଅତିତରେ ଘଟିଥିବା ଘଟଣାର ଯନ୍ତ୍ରଣା ଏପରି ନିଷ୍ପତ୍ତି ନେବାକୁ ମୋତେ ବାଧ୍ୟ କରିଥିଲା ​​। ଏହା କହିବା ବେଳେ ମୋତେ ଦୁଃଖ ଲାଗୁଛି ଯେ, ପାର୍ଟି ତାର ନୀତିରୁ ହଟିଯାଇଛି । ମୋର ଦୁଃଖ ବଖାଣିବା ପାଇଁ ପାର୍ଟିରେ ଆଉ କୌଣସି ବାଟ ନାହିଁ । ଶିବୁ ସୋରେନଙ୍କ

ଏହା ମଧ୍ୟ ପଢନ୍ତୁ-ପୁଣି ଚର୍ଚ୍ଚାରେ ଚମ୍ପାଇ ସୋରେନ, ୩୦ରେ ବିଜେପିରେ ମିଶିବେ ପୂର୍ବତନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ, ରାଞ୍ଚିରେ ମିଶ୍ରଣ ପର୍ବ - Champai Soren to join BJP

ଆସନ୍ତାକାଲି ପଦ୍ମ ଧରିବେ ଚମ୍ପାଇ: ଆମେ ଆପଣଙ୍କୁ କହିରଖୁଛୁ ଯେ, ଚମ୍ପାଇ ସୋରେନ ଗତ ରବିବାର ନୂଆଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପରେ ବିଜେପିରେ ଯୋଗଦେବାକୁ ଘୋଷଣା କରିଥିଲେ। ଏହାପରେ ବୁଧବାର ତାଙ୍କ ପୁଅଙ୍କ ସହ ରାଞ୍ଚିରେ ପହଞ୍ଚିଥିଲେ ଯେଉଁଠାରେ ତାଙ୍କୁ ବହୁ ସଂଖ୍ୟାରେ ସମର୍ଥକ ମାନେ ସ୍ୱାଗତ କରିଥିଲେ। ଆସନ୍ତା 30 ତାରିଖ (ଶୁକ୍ରବାର) ସେ ଭାରତୀୟ ଜନତା ପାର୍ଟିରେ ସାମିଲ ହେବା ନେଇ କହିଥିଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବସର୍ମା ।

ଜେଏମଏମ୍‌' ଉପରେ ଭାରି ପଡିବ ଚମ୍ପାଇଙ୍କ ନିଷ୍ପତ୍ତି :

ଚଳିତବର୍ଷ ଶେଷ ଭାଗରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଚମ୍ପାଇ ସୋରେନଙ୍କ ଏପରି ନିଷ୍ପତ୍ତି 'ଜେଏମଏମ' ଦଳ ଉପରେ ନିଶ୍ଚିତ ଭାରି ପଡିପାରେ । କାହିଁକିନା ଚମ୍ପାଇ ବିଜେପିରେ ମିଶିବା ପରେ 'ଜେଏମଏମ' ଦଳ କିଛି ନେତା ମଧ୍ୟ ଦଳ ଛାଡି ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି । ଯାହା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପାଇଁ ନିର୍ବାଚନୀ ଅଡୁଆ ସୃଷ୍ଟି କରିପାରେ । ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନ ବେଲ ପାଇ ଜେଲରୁ ଫେରିବା ପରେ ଚମ୍ପାଇଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡୁବାକୁ କୁହାଯାଇଥିଲା । ଯାହା ପରେ ସେ ଅସନ୍ତୁଷ୍ଟ ଥିଲେ । ବିଜେପିରେ ସାମିଲ ହେବା ପରେ ଚମ୍ପାଇଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Last Updated : Aug 29, 2024, 7:19 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.