ETV Bharat / politics

ଖଣି ଦୁର୍ନୀତି ନେଇ ସିବିଆଇ ତଦନ୍ତ କରାନ୍ତୁ ମୁଖ୍ୟମନ୍ତ୍ରୀ: ନରସିଂହ ମିଶ୍ର - Narasingha Mishra on CM Mohan Majhi

author img

By ETV Bharat Odisha Team

Published : Jun 25, 2024, 8:31 PM IST

Narasingha Mishra on Mines Corruption: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ଖଣି ଦୁର୍ନୀତି ନେଇ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି କହିଲେ ସିବିଆଇ ତଦନ୍ତ କରାନ୍ତୁ ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ

Former Congress MLA Narasingha Mishra
Former Congress MLA Narasingha Mishra (ETV Bharat Odisha)

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଆଜି ରାଜ୍ୟ ଅତିଥି ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଆସି ଭେଟିଥିଲେ ପୂର୍ବତନ ବିଧାୟକ । ତେବେ ଏହା ସୌଜନ୍ୟମୂଳକ ସାକ୍ଷାତ ବୋଲି କହିଛନ୍ତି ନରସିଂହ । ତେବେ ରାଜ୍ୟରେ ଖଣି ଦୁର୍ନୀତି ଉପରେ ମୁଖ୍ୟମନ୍ତ୍ରୀ ସିବିଆଇ ତଦନ୍ତ କରିବା ଉଚିତ ବୋଲି କହିଛନ୍ତି ନରସିଂହ । ଅନ୍ୟପଟେ କଂଗ୍ରେସରେ ବର୍ତ୍ତମାନ ଯାହା ଚାଲିଛି ତାହାକୁ ନାପସନ୍ଦ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ନରସିଂହ ମିଶ୍ର ପ୍ରତିକ୍ରିୟା ରଖି କହିଛନ୍ତି, "ସୌଜନ୍ୟମୂଳକ ଓ ବ୍ୟକ୍ତିଗତ କାର୍ଯ୍ୟ ନେଇ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛି । କୌଣସି ରାଜନୈତିକ ଆଲୋଚନା ହୋଇନାହିଁ । ସାମୁହିକ ସମସ୍ୟା ନେଇ ଭେଟିବାକୁ ଆସିଲେ ମୁଁ ଅନ୍ୟମାନଙ୍କୁ ନେଇକି ଆସିବି । ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ସାକ୍ଷାତ କରିବାକୁ ଚାହିଁଲେ କରିପାରିବେ ନାହିଁ । ନୂଆ ନୂଆ କରୁଛନ୍ତି ପରେ କିନ୍ତୁ କାମ ଭିଡ଼ ପଡିଲେ ସମୟ ମିଳିବ ନାହିଁ । କିନ୍ତୁ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣାଣି କରିବା କଥା । ଜନସାଧାରଣଙ୍କୁ ଭେଟିବା କଥା । ଏଇ ଦୁଇ ଘଣ୍ଟା ସମୟ କାଫି ନୁହେଁ ।"

କେନ୍ଦୁଝର ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମନ୍ତବ୍ୟ ଏବେ ସାରା ରାଜ୍ୟରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି । ବିରୋଧୀ ଦଳରେ ଥିବା ସମୟରେ ତାଙ୍କୁ ବିଜେଡିରେ ଯୋଗ ଦେବା ସହ ଖଣି ଓ ମନ୍ତ୍ରୀପଦ ଯଚା ଯାଇଥିବା କହିଥିଲେ ମୁଖ୍ୟମନ୍ତ୍ରୀ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର । ସେ କହିଛନ୍ତି, "କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ ଯାହା କହିଛନ୍ତି ତାହା ମୋହନ ଚରଣ ମାଝୀ ଭାବେ କହିନାହାନ୍ତି । ମୁଖ୍ୟମନ୍ତ୍ରୀ ଭାବେ କହିଛନ୍ତି । ଯଦି ସତ୍ୟତା ଅଛି, ଆଉ ଦମ୍ଭର ସହକାରେ କହୁଛନ୍ତି, ତେବେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ରାଜ୍ୟରେ ଖଣି ଦୁର୍ନୀତି ଭରପୁର ବୋଲି ସମସ୍ତେ ଅନୁଭବ କରୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ତୁଣ୍ଡରୁ ବର୍ତ୍ତମାନ ତାହା ବାହାରିଛି । ମୁଖ୍ୟମନ୍ତ୍ରୀ ଯଦି ଆକ୍ସନ ନନିଅନ୍ତି, ତେବେ ଲୋକେ ତାହାର ଜବାବ ଦେବେ । କେନ୍ଦ୍ରରେ ୟୁପିଏ ସରକାର ସମୟରୁ ଶାହ କମିଶନର ସୁପାରିଶ ହୋଇଛି ସିବିଆଇ ତଦନ୍ତ ପାଇଁ । କିନ୍ତୁ କେନ୍ଦ୍ର ସରକାର ତାକୁ ଚାପି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଖଣି ଦୁର୍ନୀତି ନେଇ ସିବିଆଇ ତଦନ୍ତ କରାନ୍ତୁ ।"

ଏହା ମଧ୍ୟ ପଢ଼ନ୍ତୁ...କ୍ଷମତାକୁ ଆସି ବିରୋଧୀ ଦଳ ଭଳି ପ୍ରଳାପ କରିବା ଛାଡ଼ନ୍ତୁ ମୁଖ୍ୟମନ୍ତ୍ରୀ: ପ୍ରତାପ ଦେବ - BJD Counter Attack on CM

ସେହିପରି ରାଜ୍ୟ କଂଗ୍ରେସରେ ଚାଲିଥିବା ଦଳୀୟ କନ୍ଦଳ ବର୍ତ୍ତମାନ ପଦାରେ ପଡ଼ିଛି । ଦଳରୁ ବରିଷ୍ଠ ନେତାଙ୍କୁ ନିଲମ୍ବନଠୁ ଆରମ୍ଭ କରି ପିସିସି ସଭାପତିଙ୍କୁ କାଳି ମାଡ଼ ପର୍ଯ୍ୟନ୍ତ । ଏପରିକି ବର୍ତ୍ତମାନ ପର୍ଯ୍ୟନ୍ତ ଦଳ ବିଧାୟକ ଦଳ ନେତା ଚୟନ କରିବାକୁ ସକ୍ଷମ ହେଉନି । ଏହାକୁ ନାପସନ୍ଦ କରିଛନ୍ତି ନରସିଂହ । ଯଦିଓ ବିଧାୟକଙ୍କ ସଂଖ୍ୟା ବଢିଛି, ହେଲେ ତାହା ନାମକୁ ମାତ୍ର ବୋଲି କହିଛନ୍ତି ନରସିଂହ । ଯିଏ ହେଲେ ଜଣେ ବିଧାୟକ ଦଳ ନେତା ହେବେ । କଂଗ୍ରେସର ସାମ୍ପ୍ରତିକ ସ୍ଥିତି ଯାହା ଚାଲିଛି, ଦଳରେ ତାହା ଠିକ ହେଉନି ବୋଲି କହିଛନ୍ତି ପୂର୍ବତନ ବିଧାୟକ ଦଳ ନେତା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.