ETV Bharat / politics

ପଦ୍ମ ପୋଖରୀକୁ ଡେଇଁଲେ ବିଜେଡିର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ - Prasanna Patasani Joins BJP

author img

By ETV Bharat Odisha Team

Published : Jun 8, 2024, 10:11 PM IST

Prasanna Patasani Joins BJP: ବିଜେଡିର ପୂର୍ବତନ ସାଂସଦ ପ୍ରଶନ୍ନ ପାଟ୍ଟଶାଣୀ ବିଜେପିରେ । ଦିଲ୍ଲୀରେ ରାଜ୍ୟର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ପଦ୍ମ ଧରିଲେ ପାଟ୍ଟଶାଣୀ । ଅଧିକ ପଢ଼ନ୍ତୁ

Prasanna Patasani Joins BJP
Prasanna Patasani Joins BJP (ETV Bharat Odisha)

ଭୁବନେଶ୍ବର: ନିର୍ବାଚନ ସରିଯାଇଛି, ହେଲେ ଏବେ ବି ଦଳ ଡିଆଁ ପର୍ବ ସରିନାହିଁ । ନିର୍ବାଚନ ପୂର୍ବରୁ ଯେପରି ଦଳ ବଦଳ ଲାଗି ରହିଥାଏ, ପ୍ରାୟତଃ ସେହି ବେଗରେ ନିର୍ବାଚନ ପରେ ଦଳ ଡିଆଁ ଦେଖିବାକୁ ମିଳେନାହିଁ । ହେଲେ ରାଜ୍ୟରେ ବିଜେଡି ସରକାରର ପତନ ଓ ବିଜେପି ସରକାରକୁ ଆସିବା କ୍ଷଣି ଦଳ ଡେଇଁ ବିଜେପିରେ ସାମିଲ ହୋଇଛନ୍ତି ବିଜେଡିର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ଗତକାଲି ଦିଲ୍ଲୀ ଗସ୍ତରେ ଯାଇଥିଲେ ବିଜେଡି ନେତା ପ୍ରସନ୍ନ ପାଟ୍ଟଶାଣୀ । ଖୁବଶୀଘ୍ର ସେ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଚାଲିଥିଲା । ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି ପ୍ରସନ୍ନ ପାଟ୍ଟଶାଣୀ ।

ଶଙ୍ଖ ଛାଡି ପଦ୍ମ ଧରିଲେ ପ୍ରସନ୍ନ ପାଟ୍ଟଶାଣୀ । କାନ୍ଧରେ ବିଜେପି ଉତ୍ତରୀୟ ପକାଇଥିବା ପ୍ରସନ୍ନ ପାଟ୍ଟଶାଣୀଙ୍କ ଫଟୋ ସାମ୍ନାକୁ ଆସିଛି । ଦିଲ୍ଲୀରେ ଥିବା ନବ ନିର୍ବାଚିତ ସାଂସଦ ଓ ବରିଷ୍ଠ ବିଜେପି ନେତାଙ୍କ ସହ ଥିବା ଫଟୋ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି । ୨୦୨୪ ଓ ୨୦୧୯ରେ ବିଜେଡି ଟିକଟ ଆଶାୟୀ ଥିଲେ ପ୍ରସନ୍ନ ପାଟ୍ଟଶାଣୀ । କିନ୍ତୁ ବିଜେଡି ତାଙ୍କ ଉପରେ ଭରସା କରିନଥିଲା । ୨୦୨୪ରେ ନିରାଶ ହେବାପରେ ସେ ଦଳ ଛାଡ଼ି ପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା । ହେଲେ ସେ ଏହି ଚର୍ଚ୍ଚାକୁ ଖଣ୍ଡନ କରିଥିଲେ । ରାଜ୍ୟରେ ଏବେ ସରକାର କରିବାକୁ ଯାଉଛି ବିଜେପି । ଏହାରି ଭିତରେ ପ୍ରସନ୍ନ ପାଟ୍ଟଶାଣୀ କିଛି ପଦ ପଦବୀ ଆଶାରେ ବିଜେପିରେ ସାମିଲ ହୋଇଥିବା ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢ଼ନ୍ତୁ...୧୦ ତାରିଖ ଜନତା ମୈଦାନରେ ଓଡ଼ିଆ ଅସ୍ମିତାର ପ୍ରତିଫଳନ ହେବ: ମନମୋହନ ସାମଲ - Manmohan Samal returns from Delhi

ସେପଟେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଚୟନ ନେଇ ବିଜେପିର କସରତ ଜାରି ରହିଛି । ଦୁଇ ଦିନ ହେଲା ଦିଲ୍ଲୀରେ ଡେରା ପକାଇଛନ୍ତି ଦଳର ବରିଷ୍ଠ ନେତା । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ଥର ପାଇଁ ଶପଥ ନେବେ ମୋଦି । ଏହି ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ଓଡ଼ିଶାର ବରିଷ୍ଠ ନେତାମାନେ । ଏହା ପରଦିନ, ଅର୍ଥାତ ୧୦ ତାରିଖରେ ଓଡ଼ିଶାରେ ବିଜେପି ବିଧାୟକ ଦଳର ବୈଠକ ବସିବ । ସେହିଦିନ ବିଜେପିର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁରେ ବାଜିବ ମୋହର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.