ETV Bharat / politics

ପଦ୍ମ ପୋଖରୀକୁ ଲମ୍ଫ ମାରିବେ କି କିଶୋର ? ଚର୍ଚ୍ଚାରେ କେନ୍ଦ୍ରାପଡ଼ା ରାଜନୀତି - Kendrapara Politics - KENDRAPARA POLITICS

Kendrapara Politics: କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ପାଣିପାଗ ସରଗରମ । ଏଠାରେ ଏବେ ବି ଝୁଲି ରହିଛି ତିନି ପ୍ରମୁଖ ରାଜନୈତିକ ଦଳର ଟିକେଟ । ବିଜେଡି ଟିକେଟ୍‌ ନଦେଲେ ପଦ୍ମ ପୋଖରୀକୁ ଡେଇଁ ପାରନ୍ତି ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ । ଅଧିକ ପଢ଼ନ୍ତୁ

Kendrapara Politics
Kendrapara Politics
author img

By ETV Bharat Odisha Team

Published : Apr 17, 2024, 10:35 PM IST

Kendrapara Politics

କେନ୍ଦ୍ରାପଡା: ପାଖେଇ ଆସୁଛି ନିର୍ବାଚନ । ସରଗରମ ହେଉଛି ରାଜ୍ୟ ରାଜନୀତି । ତିନି ପ୍ରମୁଖ ଦଳ ଏବେ ବିଭିନ୍ନ ଆସନରେ ପ୍ରାର୍ଥୀ ଘୋଷଣା କରିବାରେ ଲାଗିଛନ୍ତି । ହେଲେ କେନ୍ଦ୍ରାପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଏବେ ବି ଝୁଲି ରହିଛି ତିନି ପ୍ରମୁଖ ରାଜନୈତିକ ଦଳର ଟିକେଟ । ଗଣେଶ୍ବର କଂଗ୍ରେସ ଛାଡ଼ି ବିଜେଡିରେ ମିଶିବା ପରେ ଶାସକ ଦଳ ତାଙ୍କୁ ନେଇ ନୂଆ ରଣନୀତି ପ୍ରସ୍ତୁତ କରୁଥିବା କୁହାଯାଉଛି । ହେଲେ ସେ ବିଜେଡି ପ୍ରାର୍ଥୀ ହେଲେ ଶାସକ ଦଳର ପ୍ରମୁଖ ଟିକେଟ ଦାବିଦାର କୁହାଯାଉଥିବା ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ ପଦ୍ମ ଶିବିର ମୁହାଁ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ପୂର୍ବରୁ ରାଜ୍ୟ ବିଜେପି ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକାରେ 112 ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ଗତକାଲି ଆଉ 21 ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ତେବେ ଏବେ ବି କେନ୍ଦ୍ରାପଡା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ପାରିନାହିଁ ଗେରୁଆ ଦଳ । ସେହିପରି ଶାସକ ବିଜେଡି ଦଳ ଆଜିକୁ ମିଶାଇ 5ଟି ପର୍ଯ୍ୟାୟର ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଥିବାବେଳେ ଏବେ ବି ଝୁଲି ରହିଛି କେନ୍ଦ୍ରାପଡା ବିଧାନସଭା ସିଟ୍‌ । ଅନ୍ୟପଟେ କଂଗ୍ରେସ ମଧ୍ୟ ଏଠାରୁ କାହାକୁ ପ୍ରାର୍ଥୀ କରିବ ସେନେଇ ଦ୍ଵନ୍ଦ୍ବରେ ରହିଥିବା ଦେଖାଯାଇଛି । ତେବେ ଏଭଳି ସମୟରେ ବିଜେଡି ଦଳରେ ଟିକେଟ ଲବି କରୁଥିବା ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇଙ୍କ ଏକ ରାଜନୈତିକ ବୈଠକର ଭିଡିଓ ଜିଲ୍ଲା ରାଜନୀତିକୁ ସରଗରମ କରିଛି । ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଏହି ଆସନରେ ବିଜେଡି ଗତ 15 ବର୍ଷ ବା 3ଟି ଟର୍ମରେ ପ୍ରାର୍ଥୀ ପରିବର୍ତ୍ତନ କରି ସଫଳତା ପାଇଥିବାବେଳେ ଏଥର କଂଗ୍ରେସ ଦଳର ଟାଣୁଆ ନେତା ଗଣେଶ୍ବର ବେହେରାଙ୍କୁ ଦଳରେ ମିଶାଇ ଏକ ନୂତନ ଷ୍ଟ୍ରାଟେଜି ପ୍ଲାନିଂରେ ଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ...ବିଜେଡିରୁ ଇସ୍ତଫା ଦେଲେ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ - BJD LEADER ASHOK KUMAR PRATIHARI

ତେବେ ଗଣେଶ୍ବରଙ୍କ ବିରୋଧରେ 2 ଜଣ ପୂର୍ବତନ ବିଧାୟକ ଏବଂ ଦଳର ଜିଲ୍ଲା ଯୁବ ସଭାପତି ରାଜେଶ ଦାସଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ଶତାଧିକ କର୍ମୀ ମିଳିତ ହୋଇ ସେମାନଙ୍କ ମଧ୍ୟରୁ ଜଣଙ୍କୁ ପ୍ରାର୍ଥୀ କରିବା ପାଇଁ ଦାବି କରୁଥିବା ଜଣାପଡ଼ିଛି । ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଗଣେଶ୍ବରଙ୍କ ବିରୋଧରେ ବିଜେଡି କର୍ମୀ ନାରାବାଜି କରି ମେଳି ହେଉଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଏଭଳିସ୍ଥଳେ ବିଜେଡି ଯଦି ଏଠାରୁ ଗଣେଶ୍ବରଙ୍କୁ ପ୍ରାର୍ଥୀ କରେ, ତେବେ ସଙ୍ଗଠନ ଭୁଶୁଡିଯିବାର ସମ୍ଭାବନା ରହିଥିବା କହିଛନ୍ତି ବୁଦ୍ଧିଜୀବୀ । ସେହିପରି ପରିବର୍ତ୍ତିତ ରାଜନୈତିକ ପରିସ୍ଥିତି ଦୃଷ୍ଟିରୁ ଯଦି କିଶୋର ତରାଇ ବିଜେପି ଦଳକୁ ଲମ୍ଫ ମାରନ୍ତି, ତେବେ ଏହି ଆସନରୁ ଫାଇଟ ଜୋରଦାର ହେବ ବୋଲି କୁହାଯାଉଛି । ତେବେ 2019 ନିର୍ବାଚନରେ ଅପ୍ରତ୍ୟାଶିତ ଭାବରେ ଶଶୀଭୂଷଣ ବେହେରାଙ୍କୁ ବିଜେଡି ଏଠାରୁ ପ୍ରାର୍ଥୀ କରିଥିବାବେଳେ, ସେ ମାତ୍ର 7 ହଜାର ଭୋଟ ବ୍ୟବଧାନରେ ଏଠାରୁ ଜିତିଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ବିଜେପି ପକ୍ଷରୁ 4ଟି, ବିଜେଡି 4ଟି ଓ କଂଗ୍ରେସ ଦଳ 3ଟି ଆସନରେ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କେନ୍ଦ୍ରାପଡା ସଦର ଆସନ ଉପରେ ରହିଛି ସମସ୍ତଙ୍କ ନଜର ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.